Skip to main content

ଉପସାଗରୀୟ ଦେଶରୁ ପାକିସ୍ତାନ ନିରାଶ

ଆରବ ରାଷ୍ଟ୍ରମାନଙ୍କରୁ ପାକିସ୍ତାନ ଯେଉଁପରି ସମର୍ଥନ ଆଶା କରୁଥିଲା ତାହା ମିଳିଲା ନାହିଁ | ଭାରତ ଏହାର ସମ୍ବିଧାନର ଧାରା 370କୁ ଉଚ୍ଛେଦ କରି ଜମ୍ମୁ କଶ୍ମୀର ଏବଂ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କଲାପରେ ଆରବ ଦେଶସମୁହ ଏନେଇ କୌଣସି ପ୍ରକାର ପଦକ୍ଷେପ ନେଇନାହାନ୍ତି | ଏପରି ହେବା ପଛରେ ଭାରତର ବଢୁଥିବା ଗୁରୁତ୍ବ ଏବଂ ପରିପକ୍ବତା କାରଣ ହୋଇଛି | ଆରବ ଦେଶସମୁହ ସହିତ ଭାରତର ବାର୍ଷିକ ବାଣିଜ୍ୟ କାରବାର ପ୍ରାୟ 100 ବିଲିୟନ ଡଲାରରୁ ଅଧିକ ରହିଛି ଏବଂ ଭାରତ ଏକ ଅତ୍ୟନ୍ତ ମୂଲ୍ୟବାନ ଆର୍ଥିକ ସହଯୋଗୀ ରହିଛି |

ସବୁଠୁ ଅଧିକ ଶକ୍ତିଶାଳି ଇସଲାମିକ ଦେଶ ସାଉଦି ଆରବ ଭାରତକୁ କେବଳ ଶାନ୍ତି ବଜାୟ ରଖିବାକୁ ପରାମର୍ଶ ଦେଇଛି | ଅନ୍ୟ ଗୁରୁତ୍ବପୂର୍ଣ୍ଣ ଦେଶ କୁଏତ, କତାର, ବାହାରିନ ଏବଂ ଓମାନ ଏ ପ୍ରସଙ୍ଗରେ କୌଣସି ବିବୃତି ଦେଇନାହାନ୍ତି | ସଂଯୁକ୍ତ ଆରବ ଏମିରେଟ ଭାରତର ନିଷ୍ପତ୍ତିକୁ ଦେଶର ଆଭ୍ୟନ୍ତରିଣ ମାମଲା କହିଛି ଯାହାକି ଅତ୍ୟନ୍ତ ଉଲ୍ଲେଖନୀୟ ବିଷୟ | ଯଦିଓ ଏମିରେଟ ପାକିସ୍ତାନକୁ 3 ବିଲିୟନ ଡଲାର ଋଣ ଦେଇଛି କିନ୍ତୁ କଶ୍ମୀର ପ୍ରସଙ୍ଗରେ ଯେଉଁ ସଂକେତ ଦେଇଛି ତାହା ଭାରତ ସହିତ ଏହାର ସଂପର୍କକୁ ପ୍ରତିଫଳିତ କରିଛି |

ୟୁଏଇ ହେଉଛି ଭାରତର ସର୍ବାଧିକ ବାଣିଜ୍ୟିକ ଭାଗିଦାରୀ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ପ୍ରାୟ 50 ବିଲିୟନ ଡଲାର ରହିଛି | ଯେଉଁଥିରେ ଭାରତର ରପ୍ତାନି 28 ବିଲିୟନ ଡଲାର ଥିବାବେଳେ ୟୁଏଇର ରପ୍ତାନି ଭାରତକୁ 22 ବିଲିୟନ ଡଲାର ରହିଛି | ଚୀନ ଏବଂ ଆମେରିକା ପରେ ଏହା ଭାରତର ତୃତୀୟ ବୃହତ୍ତ ବାଣିଜ୍ୟିକ ଭାଗିଦାରୀ |

ୟୁଏଇରେ ଭାରତର ପୁଞ୍ଜିନିବେଶ 55 ବିଲିୟନ ଡଲାର ରହିଛି ଏବଂ ଦୁବାଇର କୋଠାବାଡି କାରବାରରେ ଭାରତୀୟମାନଙ୍କର ସର୍ବାଧିକ ବିଦେଶି ପୁଞ୍ଜି ବିନିଯୋଗ ରହିଛି | କଶ୍ମୀରରେ ପରିସ୍ଥିତି ଉନ୍ନତି ଘଟିଲେ ଦୁବାଇର ଅଗ୍ରଣୀ ବିଶ୍ବ ବନ୍ଦର ପରିଚାଳକ ସେଠାରେ ଏକ ପରିବହନ କେନ୍ଦ୍ର ବିକଶିତ କରିବାକୁ ଯୋଜନା କରୁଛି | ଭାରତ ସ୍ଥିତ ୟୁଏଇର ରାଷ୍ଟ୍ରଦୂତ ଅହମଦ ଅଲ ବନ୍ନା କହିଛନ୍ତି ଯେ କଶ୍ମୀରରେ ହୋଇଥିବା ପରିବର୍ତ୍ତନ ସେଠାରେ ସାମାଜିକ ନ୍ୟାୟ ଏବଂ ସୁରକ୍ଷା, ସ୍ଥିରତା ତଥା ଶାନ୍ତି କ୍ଷେତ୍ରରେ ଉନ୍ନତି ଘଟାଇବ |

ସାଉଦି ଆରବପ ଘନିଷ୍ଠ ସଂପର୍କ ଉଭୟ ଭାରତ ଏବଂ ପାକିସ୍ତାନ ସହିତ ରହିଛି | ଆଞ୍ଚଳିକ ଭୂରାଜନିତିରେ ଦେଖାଦେଇଥିବା ପରିବର୍ତ୍ତନ ଯୋଗୁଁ ସାଉଦିର ନୀତିଗତ ବିବାଦ ତୁର୍କୀ ଏବଂ ଇରାନ ସହିତ ରହିଛି | କଶ୍ମୀର ଉପରେ ସାଉଦି କହିଛି ଯେ ପରିସ୍ଥିତି ଉପରେ ଧ୍ୟାନ ରଖିଛି ଏବଂ ଏକ ଶାନ୍ତିପୂର୍ଣ୍ଣ ମିମାଂଶା ପାଇଁ ଆହ୍ବାନ ଦେଇଛି | ସାଉଦି ଆରବରେ ପ୍ରାୟ 27 ଲକ୍ଷ ଭାରତୀୟ ବସବାସ କରନ୍ତି ଏବଂ ଇରାକ ପରେ ଏହା ଭାରତର ଦ୍ବିତୀୟ ବୃହତ୍ତ ତୈଳ ଯୋଗାଣକାରୀ ଦେଶ | ଚଳିତ ସପ୍ତାହରେ ଭାରତର ରିଲାଏନ୍ସ ତୈଳ ଏବଂ କେମିକାଲ ସାଉଦିର ରାଷ୍ଟ୍ରାୟତ ଆରାମକୋ ଠାରୁ 15 ବିଲିୟନ ଡଲାରର ତୈଳ କ୍ରୟ କରିବାକୁ ଘୋଷଣା କରିଛି | ସେହିପରି ସାଉଦି ଯୁବରାଜ ମହମ୍ମଦ ବିନ ସଲମାନ ଭାରତରେ 2021 ସୁଦ୍ଧା 100 ବିଲିୟନ ଡଲାର ବିନିଯୋଗ କରିବାକୁ ଘୋଷଣା କରିଛନ୍ତି |

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ସାଉଦି ଆରବ ଏବଂ ବାହାରିନର ନେତାମାନଙ୍କ ସହିତ କଶ୍ମୀର ପ୍ରସଙ୍ଗରେ ଆଲୋଚନା କରିଥିଲେ ମଧ୍ୟ କୌଣସି ସମର୍ଥନ ପାଇନାହାନ୍ତି ବରଂ ବାହାରିନ କଶ୍ମୀର ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ କରୁଥିବା ଲୋକମାନଙ୍କୁ ଗିରଫ କରିଛି | ଇରାନ ରାଷ୍ଟ୍ରପତି ହସନ ରୁହାନି ଏବଂ ଦେଶର ବୈଦେଶିକ ମନ୍ତ୍ରଣାଳୟ ଭାରତ ପାକିସ୍ତାନ ମଧ୍ୟରେ ଶାନ୍ତି ଆଲୋଚନା ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି | କଶ୍ମୀର ପ୍ରସହ୍ଗକୁ ନେଇ ଉପସାଗରୀୟ ଦେଶ ପାକିସ୍ତାନକୁ ସମର୍ଥନ କରିବାକୁ ଇଛା ପ୍ରକାଶ କରୁନାହାନ୍ତି କାରଣ ସେମାନେ ଭାବୁଛନ୍ତି ଯେ ପାକିସ୍ତାନ କଶ୍ମୀରକୁ ବ୍ୟବହାର କରି ଏହିସବୁ ଦେଶମାନଙ୍କ ଠାରୁ ଅର୍ଥ ଆଦାୟ କରୁଛି | କିନ୍ତୁ ଏହି ଅର୍ଥ ଭୁଲ ରାସ୍ତାରେ ବିନିଯୋଗ ହେଉଛି | ଅପରପକ୍ଷେ ଉପସାଗରୀୟ ଦେଶମାନେ ବେକାରି ଏବଂ ଜୀବନଯାପନ ପାଇଁ ବଢୁଥିବା ଖର୍ଚ୍ଚକୁ ନେଇ ସମସ୍ୟାରେ ଗତି କରୁଛନ୍ତି |

ଭଲ ହୁଅନ୍ତା ଯଦି ପାକିସ୍ତାନ ନିଜର ବେକାରି, ମୂଲ୍ୟବୃଦ୍ଧି ପରି ଘରୋଇ ସମସ୍ୟାର ସମାଧାନ କ୍ଷେତ୍ରରେ ଧ୍ୟାନ ଦିଅନ୍ତା | କେବଳ କଶ୍ମୀର ପ୍ରସଙ୍ଗକୁ ଆୟୁଧ କରି ପାକିସ୍ତାନ କିଛି ବି ହାସଲ କରିପାରିବ ନାହିଁ |

ଆଲେଖ୍ୟ: କୌଶିକ ରାୟ

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...