Skip to main content

ସମ୍ପର୍କକୁ ଆହୁରି ମଜବୁତ କରିବା ଲାଗି ବୈଦେଶିକ ମନ୍ତ୍ରୀଙ୍କ ଚୀନ ଗସ୍ତ

ଚୀନ ସହ ଏକ ଉଲ୍ଲେଖନୀୟ କୂଟନୈତିକ ସମ୍ପର୍କ ସ୍ଥାପନା ଲାଗି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସାଂସ୍କୃତିକ ଓ ଜନସମ୍ପର୍କ ସଙ୍କ୍ରାନ୍ତୀୟ ଏକ ଉଚ୍ଚସ୍ତରୀୟ ବୈଠକ ରେ ଯୋଗ ଦେବା ପାଇଁ ବେଜିଙ୍ଗକୁ ଏକ ସରକାରୀ ଗସ୍ତରେ ଯାଇଥିଲେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସହ ‘ଉହାନ’ ଭଳି ଦ୍ଵିତୀୟ ଅଣଆନୁଷ୍ଠାନିକ ବୈଠକ ରେ ଯୋଗ ଦେବା ଲାଗି ଚଳିତ ବର୍ଷ ଶେଷ ଆଡକୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଙ୍କ ଆଗାମୀ ଭାରତ ଗସ୍ତ ଲାଗି ପ୍ରସ୍ତୁତି କରିବା ଥିଲା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ | ଉଭୟ ପକ୍ଷ କୂଟନୈତିକ ସମ୍ପର୍କ ର 70 ତମ ବାର୍ଷିକୀ ପୂର୍ତ୍ତି ମଧ୍ୟ ପାଳନ କରୁଛନ୍ତି | ଦୁଇ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ସମୟରେ ସମ୍ପ୍ରତ୍ତି ଭାରତୀୟ ସଂସଦରେ ଅନୁମୋଦନ ଲାଭ କରିଥିବା ଜାମ୍ମୁ ଓ କାଶ୍ମୀର ସଙ୍କ୍ରାନ୍ତିୟ ବିଧେୟକ ନେଇ ମଧ୍ୟ ଆମୂଳ ଚୂଳ ଆଲୋଚନା ହୋଇଥିଲା |

ଶ୍ରୀ ଜୟଶଙ୍କର ଚୀନ ଉପରାଷ୍ଟ୍ରପତି ୱାଙ୍ଗ କିଶାନଙ୍କ ସହ ମଧ୍ୟ କଥାବାର୍ତ୍ତା କରିଛନ୍ତି | ଉଭୟ ନେତା ବର୍ତ୍ତମାନ ବିଶ୍ବରେ ଉଭା ହୋଇଥିବା ଅସ୍ଥିରତା ପରିସ୍ଥିତି ଏବଂ ବ୍ୟାପକ ପୁନର୍ସନ୍ତୁଳନ ଉପରେ ଆଲୋଚନା କରିଥିଲେ ଯେଉଁଥିରେ ଭାରତ ଓ ଚୀନ ପ୍ରମୁଖ ଆଞ୍ଚଳିକ ଓ ବୈଶ୍ଵିକ ଶକ୍ତି ଭାବେ ଉଭା ହେଉଛନ୍ତି | 

ଯଦିଓ ନୂତନ ଭାରତୀୟ ବୈଦେଶିକ ମନ୍ତ୍ରୀ ଭାବେ ଏହା ତାଙ୍କର ପ୍ରଥମ ଚୀନ ଗସ୍ତ ଥିଲା , ପୂର୍ବରୁ ଶ୍ରୀ ଜୟଶଙ୍କର ଚୀନ ରେ ଅବସ୍ଥାପିତ ଭାରତର ପୂର୍ବତନ ରାଷ୍ଟ୍ରଦୂତ ଭାବେ ଦାୟିତ୍ଵ ନିଭାଇଛନ୍ତି ଓ ସେଠାକାର କାର୍ଯ୍ୟକଳାପ ନେଇ ସେ ବେଶ ଅବଗତ | 

ସେ ତାଙ୍କ ଚୀନ ପ୍ରତିପକ୍ଷ ୱାଙ୍ଗ ୟି ଙ୍କ ସହ ବିସ୍ତୃତ ଓ ଫଳପ୍ରଦ ଆଲୋଚନା କରିଥିଲେ | ଏହି କଥାବାର୍ତ୍ତା ସମୟରେ ଚୀନ ବୈଦେଶିକ ମନ୍ତ୍ରୀ ଜାମ୍ମୁ ଓ କାଶ୍ମୀର ନେଇ ଭାରତୀୟ ସଂସଦ ଦ୍ଵାରା ଗୃହିତ ବିଧେୟକ ଯୋଗୁଁ ସମ୍ବନ୍ଧିତ ଘଟଣାକ୍ରମ ବିଷୟରେ ଉଲ୍ଲେଖ କରିଥିଲେ | ଶ୍ରୀ ଜୟଶଙ୍କର ସ୍ପଷ୍ଟ ଭାବେ କହିଥିଲେ ଯେ ସମ୍ବିଧାନର ଅସ୍ଥାୟୀ ବ୍ୟବସ୍ଥାରେ ପରିବର୍ତ୍ତନ ସଂକ୍ରାନ୍ତ ଏହି ପ୍ରସଙ୍ଗ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଓ ଏହା ହେଉଛି ଦେଶର ଏକମାତ୍ର ବିଶେଷ ଅଧିକାର | ସେ କହିଛନ୍ତି ଯେ ସଂସଦରେ ଅନୁମୋଦନ ଲାଭ କରିଥିବା ଏହି ବିଧେୟକ ଜାମ୍ମୁ ଓ କାଶ୍ମୀର ରେ ସାମାଜିକ-ଅର୍ଥନୈତିକ ବିକାଶ ଏବଂ ଉତ୍ତମ ପ୍ରଶାସନ ବ୍ୟବସ୍ଥା ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଲାଗୁ କରାଯାଇଛି | ତେବେ ଭାରତର ବାହ୍ୟ ସୀମା କିମ୍ବା ଭାରତ-ଚୀନ ସୀମାରେ ପ୍ରକୃତ ନିୟନ୍ତ୍ରଣ ରେଖା ସହ ଏହି ବିଧେୟକର କୌଣସି ସମ୍ପର୍କ ନାହିଁ | 

ଭାରତ ଅଧିକ ଅଞ୍ଚଳ ନେବା ପାଇଁ ଦାବି କରୁନାହିଁ ଏବଂ ଏସଙ୍କ୍ରାନ୍ତରେ ଚୀନ ର ଉଦବେଗ ଗୁଡିକ ଅମୂଳକ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି | ସେ ମଧ୍ୟ କହିଛନ୍ତି ଯେ ଭାରତ-ଚୀନ ସୀମା ସଙ୍କ୍ରାନ୍ତୀୟ ବିବାଦ ଗୁଡିକୁ 2005 ରାଜନୈତିକ ମାନଦଣ୍ଡ ଓ ନୀତି ନିର୍ଦ୍ଦେଶାବଳୀ ଆଧାରରେ ଅବାଧ, ନ୍ୟାୟସଙ୍ଗତ ଓ ଆପୋଷ ଗ୍ରହଣୀୟ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରାଯିବ ବୋଲି ଉଭୟ ପକ୍ଷ ସହମତି ବ୍ୟକ୍ତ କରିଥିଲେ | ଭାରତ ଓ ପାକିସ୍ତାନ ମଧ୍ୟରେ ଉପୁଜିଥିବା ଉତ୍ତେଜନା ପରିସ୍ଥିତି ନେଇ ଚୀନ ବୈଦେଶିକ ମନ୍ତ୍ରୀ ଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ଜୟଶଙ୍କର କହିଥିଲେ ଯେ ଏହା ଭାରତର ଆଭ୍ୟନ୍ତରୀଣ ବ୍ୟାପାର ହୋଇଥିବାରୁ ପାକିସ୍ତାନ ଉପରେ ଏହାର କୌଣସି ପ୍ରଭାବ ପଡିବନାହିଁ | 

ଆଲୋଚନା ସମୟରେ ଉଭୟ ପକ୍ଷ ଦ୍ଵିପକ୍ଷୀୟ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଭାରତ-ଚୀନ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାର ଆବଶ୍ୟକତା ଥିବା ବିଷୟ ଦୋହୋରାଇଥିଲେ | ଦ୍ଵିପକ୍ଷୀୟ ବାଣିଜ୍ୟ ଓ ଅର୍ଥନୈତିକ ସମ୍ପର୍କ କ୍ଷେତ୍ରରେ ଦେଖିବାକୁ ଗଲେ ଅର୍ଥନୈତିକ ସମ୍ପର୍କ କ୍ଷେତ୍ରରେ ସୁଧାର ପରିଲକ୍ଷିତ ହୋଇଥିବା ବେଳେ ଭାରତ ସହ ବାଣିଜ୍ୟ ନିଅଣ୍ଟ ବୃଦ୍ଧି ପାଇବା ଏକ ଉଦବେଗ ର କାରଣ ହୋଇପଡିଛି | ଚୀନ ର ଦେଶୀୟ ବଜାରରେ ଭାରତର ଔଷଧ ପତ୍ର, ଆଇଟି ଉତ୍ପାଦ ଓ ଅନ୍ୟାନ୍ୟ ସେବାଗୁଡିକୁ ସହଜରେ ପ୍ରବେଶ କରାଇ ଏହି ସମସ୍ୟାର ମୁକାବିଲା କରିବା ଲାଗି ଚୀନ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ଦୋହୋରାଯାଇଛି | 

ଭାରତୀୟ ବୈଦେଶିକ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଭାରତ-ଚୀନ ସମ୍ପର୍କ ର ଭବିଷ୍ୟତ ପରସ୍ପରର ପ୍ରମୁଖ ଉଦବେଗ ପ୍ରତି ଆପୋଷ ସମ୍ବେଦନଶୀଳତା ଉପରେ ନିର୍ଭର କରିବ ଓ ଏହା ସ୍ଵାଭାବିକ ମଧ୍ୟ | ଉଭୟ ପଡୋଶୀ ଦେଶ ବୃହତ ବିକାଶଶୀଳ ଅର୍ଥନୀତି ରାଷ୍ଟ୍ର ହୋଇଥିବାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ କ୍ଷେତ୍ରରେ ଅନେକ ସମସ୍ୟା ଦେଖା ଦେଇପାରେ କିନ୍ତୁ ଦୁଇ ଦେଶ ମଧ୍ୟରେ ଥିବା ମତଭେଦ ବିବାଦରେ ପରିଣତ ହେବ ନାହିଁ ବୋଲି ଉଭୟ ଦେଶର ନେତା ସହମତି ପ୍ରକାଶ କରିଛନ୍ତି | ଏହା ଉଭୟ ଦେଶ ମଧ୍ୟରେ ବୃଦ୍ଧି ପାଇଥିବା ପରିପକ୍ଵତା ର ଏକ ପ୍ରତିଫଳନ ବୋଲି ସ୍ପଷ୍ଟ ପ୍ରତୀୟମାନ ହୋଇଛି |

ତାଙ୍କ ଗସ୍ତ କାଳରେ ଦୁଇ ଦେଶ ମଧ୍ୟରେ ପାଞ୍ଚୋଟି ବୁଝାମଣା ପତ୍ରରେ ସ୍ଵାକ୍ଷରିତ ହୋଇଛି | 2020 ବର୍ଷ ପାଇଁ ଦ୍ଵିପକ୍ଷୀୟ ସମ୍ପର୍କରେ ସହଯୋଗ, କ୍ରିଡା କ୍ଷେତ୍ରରେ ସହଯୋଗ, ଭାରତୀୟ ଜାତୀୟ ସଂଗ୍ରହାଳୟ ଓ ଚୀନ ସଂଗ୍ରହାଳୟ ମଧ୍ୟରେ ସାଂସ୍କୃତିକ ବିନିମୟ, ପାରମ୍ପରିକ ଔଷଧ ପତ୍ର କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ଓ ଭାରତର ଜାତୀୟ ସଂଗ୍ରହାଳୟ ଓ ଚୀନ ର ହୁବେଇ ପ୍ରାଦେଶିକ ସଂଗ୍ରହାଳୟ ମଧ୍ୟରେ ସହଯୋଗ ଆଦି ସଙ୍କ୍ରାନ୍ତୀୟ ରାଜିନାମା ସ୍ଵାକ୍ଷରିତ ହୋଇଛି |



ମୂଳ ଲେଖା : ଡଃ ରୂପା ନାରାୟଣ ଦାସ, ଚୀନ ବ୍ୟାପାର ଉପରେ ରଣନୀତିକ ବିଶ୍ଳେଷକ 

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...