Skip to main content

ଜାତିସଂଘ ନିରାପତ୍ତା ପରିଷଦରେ ପାକିସ୍ତାନ ଏକଘରିକିଆ

କଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତୀୟକରଣ କରିବା ପାଇଁ ପାକିସ୍ତାନର ପ୍ରଚେଷ୍ଟା ଜାତିସଂଘ ନିରାପତ୍ତା ପରିଷଦରେ ସଂପୂର୍ଣ୍ଣ ବିଫଳ ହୋଇଛି। ପାକିସ୍ତାନ ପକ୍ଷରୁ ଏହାର ବଂଧୁ ଚୀନ ଜାତିସଂଘର 15 ଜଣିଆ ସଦସ୍ୟ ରାଷ୍ଟ୍ରର ଏକ ଜରୁରିକାଳିନ ବୈଠକ ଡାକିଥିଲା। ଏହି ବୈଠକରେ କେବଳ ଚୀନ ହିଁ ପାକିସ୍ତାନ ପକ୍ଷରୁ ଚିନ୍ତା ବ୍ୟକ୍ତ କରିଥିଲେ ହେଁ ଅନ୍ୟ କୌଣସି ବି ରାଷ୍ଟ୍ର ଏହାକୁ ଗୁରୁତ୍ବ ନଦେଇ ଏହା ଭାରତ ପାକିସ୍ତାନର ଦ୍ବିପକ୍ଷୀୟ ମାମଲା କହି ଏଡାଇ ଦେଇଥିଲେ। ଭାରତୀୟ ସମ୍ବିଧାନର ଧାରା 370କୁ ଉଚ୍ଛେଦ କରାଯିବା ପରେ ପାକିସ୍ତାନ କଶ୍ମୀରକୁ ନେଇ ଯେଉଁ ଭେଳିକି ଦେଖାଉଥିଲା ତାହା ଶେଷ ହେଇଛି ଏବଂ ନିଜ ପାଦ ତଳୁ ମାଟି ଖସିଯିବା ପରି ତାକୁ ବୋଧ ହୋଇଛି। ଆମେରିକା କହିଛି ଯେ ଜମ୍ମୁ କଶ୍ମୀର ପ୍ରସଙ୍ଗ ଭାରତର ଆଭ୍ୟନ୍ତରୀଣ ମାମଲା ଏବଂ ରୁଷ କହିଛି ଭାରତ ଯାହା କରିଛି ତାହା ଏହାର ସମ୍ବିଧାନ ଅନୁଯାୟୀ କରିଛି। ଏହି ସମସ୍ୟାର ସମାଧାନ ଆପୋଷ ଆଲୋଚନା ମାଧ୍ୟମରେ କରିବାକୁ ପ୍ରାୟ ସବୁ ରାଷ୍ଟ୍ର ପାକିସ୍ତାନକୁ ପରାମର୍ଶ ଦେଇଛନ୍ତି। ସବୁଠୁ ଆଲୋଚ୍ୟ ବିଷୟ ହେଲା ଯେ କଶ୍ମୀର ପ୍ରସଙ୍ଗରେ ନିରାପତ୍ତା ପରିଷଦର ଏହି ଅନୌପଚାରିକ ଆଲୋଚନାକୁ ଔପଚାରିକତା ଭାବେ ପଞ୍ଜିକରଣ ମଧ୍ୟ କରାଯିବ ନାହିଁ।

ନିରାପତ୍ତା ପରିଷଦର ଏହି ରୁଦ୍ଧଦ୍ବାର ବୈଟକ ସଂପର୍କରେ ଏକ ଅନୌପଚାରିକ ବିବୃତ୍ତି ଜାରି କରିବାକୁ ଚୀନର ଦାବିକୁ ନିରାପତ୍ତା ପରିଷଦ ଖାରଜ କରିଛି। ପରେ ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ସୟଦ ଅକବରାଦ୍ଦୁନ କଶ୍ମୀର ପ୍ରସଙ୍ଗରେ ଚୀନର ପ୍ରତିନିଧିତ୍ବକୁ ନେଇ ଚୀନ ରାଷ୍ଟ୍ରଦୂତଙ୍କ ପ୍ରତି ପ୍ରଶ୍ନବାଚୀ ଉଠାଇଥିଲେ। ପାକିସ୍ତାନ ଭାବିଥିଲା ଜାତିସଂଘ ନିରାପତ୍ତା ପରିଷଦ ଏହି ବୈଠକ ପରେ କଶ୍ମୀର ପ୍ରସଙ୍ଗ ନେଇ ଚିନ୍ତାଜନକ ବିବୃତ୍ତି ଜାରି କରିବ କିନ୍ତୁ ତାହା ହେଲାନିହିଁ। ବରଂ ପାକିସ୍ତାନ ସଂପୂର୍ଣ୍ଣ ଭାବେ ଏହି ପ୍ରସଙ୍ଗରେ ଏକଘରିକିଆ ହୋଇଗଲା ଅପରପକ୍ଷେ ପାକିସ୍ତାନ ଏହାର ଲୋକମାନଙ୍କୁ କହିବୁଲୁଛି ଯେ ସରକାର କଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତୀୟକରଣ କରିବାରେ ସଫଳ ହୋଇଛନ୍ତି କିନ୍ତୁ ବାସ୍ତବରେ ତାହା ଆଦୌ ନୁହେଁ। 1971 ମସିହା ପରେ କଶ୍ମୀର ପ୍ରସହ୍ଗ ପ୍ରଥମ ଥର ପାଇଁ ନିରାପତ୍ତା ପରିଷଦରେ ଉଠିଥିଲେ ମଧ୍ୟ ତାହା ରୁଦ୍ଧଦ୍ବାରା ବୈଠକ ଥିଲା ଏବଂ ଏହି ବୈଠକ ପରେ କୌଣସି ବିବୃତ୍ତି ପଞ୍ଜିକରଣ ହେଲା ନାହିଁ । ଏହି ପ୍ରସଙ୍ଗ ଚୀନର ଇଙ୍ଗିତରେ ଉଠାଯାଇଥିଲା ଯିଏକି ଏହା ପୂର୍ବରୁ ପାକିସ୍ତାନ ଭିତ୍ତିକ ଜୈସେ ମହମ୍ମଦ ମୁଖ୍ୟ ମସୁଦ ଅଝରକୁ ଆନ୍ତର୍ଜାତୀକ ସନ୍ତ୍ରାସବାଦୀ ଭାବେ ଘୋଷଣା କରାଯିବାକୁ ବିରୋଧ କରି ବିଫଳ ହୋଇଥିଲା। କଶ୍ମୀର ପ୍ରସଙ୍ଗରେ ଉଭୟ ପାକିସ୍ତାନ ଏବଂ ଚୀନ ଜାତିସଂଘରେ ଏକଘରିକିଆ ହୋଇ ପଡିଥିଲେ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ନିରାପତ୍ତା ପରିଷଦରେ ପାକିସ୍ତାନର ଦାବିକୁ ସମର୍ଥନ କରିବାକୁ ଆମେରିକା ରାଷ୍ଟ୍ରପତିଙ୍କୁ ଶେଷ ମୁହୂର୍ତ୍ତରେ କରିଥିବା ଅନୁରୋଧ ମଧ୍ୟ ନିରାଧାର ସାବ୍ୟସ୍ତ ହୋଇଥିଲା। ବରଂ ରାଷ୍ଟ୍ରପତି ଟ୍ରମ୍ପ ଏହି ପ୍ରସଙ୍ଗକୁ ଭାରତ ସହିତ ଦ୍ବିପକ୍ଷୀୟ ମାମଲା ଭାବେ ଉଠାଇବାକୁ ପାକିସ୍ତାନକୁ ପରାମର୍ଶ ଦେଇଥିଲେ। କେବଳ ସେତିକି ନୁହେଁ ଜାତି ସଂଘ ନିରାପତ୍ତା ପରିଷଦର ସଦସ୍ୟମାନେ ଅନୁଭବ କରିଥିଲେ ଯେ 1972ର ଶିମଳା ରାଜିନାମା ଏବଂ 1999ର ଲାହୋର ଘୋଷଣାନାମା ପରେ ଜମ୍ମୁ କଶ୍ମୀର ପ୍ରସଙ୍ଗ ଉପରେ ଅନ୍ୟ କୌଣସି ଦେଶର କିଛି ଭୂମିକା ନାହିଁ ବରଂ ଏହା ଦୁଇ ଦେଶର ଦ୍ବିପକ୍ଷୀୟ ମାମଲା। ଭାରତ ମଧ୍ୟ ସର୍ବଦା କହିଆସିଛି ଯେ ଏହି ଦୁଇଟି ରାଜିନାମା ପରେ ତୃତୀୟ ପକ୍ଷର ହସ୍ତକ୍ଷେପର କୌଣସି ସୁଯୋଗ ଆଉ ରହିନାହିଁ। ଭାରତ ପାକିସ୍ତାନ ସହିତ କୌଣସି ବି ଦ୍ବିପକ୍ଷୀୟ ମାମଲା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛି କିନ୍ତୁ ପାକିସ୍ତାନ ପ୍ରଥମେ ସନ୍ତ୍ରାସବାଦକୁ ବନ୍ଦ କରିବା ଦରକାର। କଥାବାର୍ତ୍ତା ଏବଂ ସନ୍ତ୍ରାସବାଦ ଏକସଙ୍ଗେ ହୋଇପାରିବ ନାହିଁ ବୋଲି ଭାରତ କହିଆସିଛି। କଶ୍ମୀରକୁ ନେଇ ପାକିସ୍ତାନ ଏବଂ ଚୀନ ମଧ୍ୟରେ ରହିଥିବା ଚାଲବାଜିକୁ ବିଶ୍ବ ହୃଦୟଙ୍ଗମ କରିଛି ଏବଂ ସନ୍ତ୍ରାସବାଦକୁ ବନ୍ଦ କରି ଭାରତ ସହିତ ରାଜନୈତିକ ଏବଂ କୂଟନୈତିକ ସ୍ତରରେ ଆଲୋଚନା କରିବା ଉଚିତ ବୋଲି ଗ୍ରହଣ କରିଛି।

ଜମ୍ମୁ କଶ୍ମୀର ଉପରେ ଭାରତ ଏକପାଖିଆ ପଦକ୍ଷେପ ନେଇଥିବା ଚୀନ ରାଷ୍ଟ୍ରଦୂତଙ୍କ ବକ୍ତବ୍ୟକୁ ଭାରତର ଜାତିସଂଘରେ ଥିବା ସ୍ଥାୟୀ ରାଷ୍ଟ୍ରଦୂତ ଦୃଢ ଭାବେ ଖଣ୍ତନ କରି କହିଛନ୍ତି ଯେ ଧାରା 370 ଉଚ୍ଛେଦ ଭାରତର ସଂପୂର୍ଣ୍ଣ ଆଭ୍ୟନ୍ତରୀଣ ମାମଲା ଏଥିରେ ଅନ୍ୟ କୌଣସି ଦେଶର କୌଣସି ପ୍ରକାର ଭୂମିକା ନାହିଁ କିମ୍ବା ହ୍ସତକ୍ଷେପ ଲୋଡା ନାହିଁ। କଶ୍ମୀର ପ୍ରସଙ୍ଗକୁ ନେଇ ଜାତିସଂଘରେ ପାକିସ୍ତାନର ଅସଫଳ ଉଦ୍ୟମ ପୁଣି ଥରେ ଧୂଳିସାତ ହୋଇଛି।

ଆଲେଖ୍ୟ: ରଣଜୀତ କୁମାର

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...