Skip to main content

ଜି-7ରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ବୈଠକ

ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସର ବ୍ୟାରିଜ ଠାରେ ଅନୁଷ୍ଠିତ ଜି-7 ଶିଖର ସମ୍ମିଳନୀରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଭାରତ ଏବଂ ଫ୍ରାନ୍ସ ଇରାନ ପରମାଣୁ ରାଜିନାମା ଏବଂ ଜଳବାୟୁ ପରିବର୍ତ୍ତନ ପରି ଅନେକ ପ୍ରସଙ୍ଗରେ ଏକ ମତ ରଖିଥାନ୍ତି । ଜି-7 ସମ୍ମିଳନୀ କାଳରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପରସ୍ପରକୁ ସାକ୍ଷାତ କରିଥିଲେ।

ବୈଠକ କାଳରେ ଉଭୟ ନେତା ବାଣିଜ୍ୟ ଏବଂ ଅର୍ଥନୀତି ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିଶ୍ବ ବାଣିଜ୍ୟ ସଂଗଠନ ଦ୍ବାରା ପ୍ରଦତ୍ତ ବିକାଶଶୀଳ ଦେଶର ପରିଚୟ ନେଇ ଭାରତ ଏହାର ଲାଭ ଉଠାଉଛି ଏବଂ ଆମେରିକା ସାମଗ୍ରୀ ଉପରେ ଅଧିକ ଟିକସ ଲାଗୁ କରୁଛି ବୋଲି ଆମେରିକା ଅଭିଯୋଗ କରୁଥିବା ପରିପ୍ରେକ୍ଷୀରେ ଏହି ବୈଠକ ଗୁରୁତ୍ବ ବହନ କରୁଛି। ଏହି ଅଭିଯୋଗର ମୁକାବିଲା କରିବାକୁ ଯାଇ ଆମେରିକା ଭାରତୀୟ ଇସ୍ପାତ ଉପରେ ଶୁଳ୍କ ଲାଗୁ କରି ଭାରତୀୟ ସାମଗ୍ରୀ ପାଇଁ ପ୍ରାଧାନ୍ୟତାକୁ ହ୍ରାସ କରିଛି।

ଭାରତ ମଧ୍ୟ ଏହାର ଜବାବରେ 2019 ଜୁନରେ ଆମେରିକାରୁ ଆମଦାନି ହେଉଥିବା 28ଟି ସାମ୍ଗରୀ ଉପରେ ଅନୁରୂପ ଶୁଳ୍କ ଲାଗୁ କରିଛି। ଉଭୟ ଶ୍ରୀ ମୋଦି ଏବଂ ଶ୍ରୀ ଟ୍ରମ୍ପ କୌଶଳଗତ ସଂପର୍କକୁ ଅଧିକ ପରିବ୍ୟାପ୍ତ କରିବା ଉପରେ ମଧ୍ୟ ଆଲୋଚନା କରିଛନ୍ତି। ଯଦିଓ ଦ୍ବିପକ୍ଷୀୟ ସଂପର୍କ କ୍ଷେତ୍ରରେ ବାଣିଜ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ତଥାପି ଦୁଇ ଦେଶ ମଧ୍ୟରେ ବଜାର ଅନୁମତି ଏବଂ ଶୁଳ୍କକୁ ନେଇ ଯେଉଁ ବିବାଦ ଦେଖାଦେଇଥିଲା ତାହା ଦ୍ବାରା କିଛିଟା ଆଶଙ୍କା ପ୍ରକାଶ ପାଇଥିଲା। ଏହି ପରିପ୍ରେକ୍ଷୀରେ ଦୁଇ ଦେଶ ମଧ୍ୟରେ ବିବାଦକୁ ହ୍ରାସ କରିବା ପାଇଁ ଭାରତ ଆମେରେକୀୟ ସାମଗ୍ରୀର ଆମଦାନୀକୁ ବୃଦ୍ଧି କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ।

ଶକ୍ତି କ୍ଷେତ୍ରକୁ ଅଧିକ ସହଯୋଗ ପାଇଁ ଚିହ୍ନଟ କରାଯାଇଛି। ଜାତିସଂଘ ସାଧାରଣ ପରିଷଦ ବୈଠକରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ସେପ୍ଟେମ୍ବରରେ ଆମେରିକା ଗସ୍ତରେ ଯିବେ ଏବଂ ସେ ସେଠାରୁ ହଟସନ ଯାଇ ଭାରତୀୟ ସଂପ୍ରଦାୟମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ ଏବଂ ଶକ୍ତି କ୍ଷେତ୍ରର ଶିଳ୍ପପତିମାନଙ୍କ ସହ ବୈଠକ ମଧ୍ୟ କରିବେ। ଏହି ଆଲୋଚନାର ମୁଖ୍ୟ ଉଦ୍ଧେଶ୍ୟ ରହିଛି ଯେ କିପରି ଭାରତ ଆମେରିକାରୁ ଅଧିକ ତୈଳ ଆମଦାନୀ କରିପାରିବ ଏବଂ ଶକ୍ତି କ୍ଷେତ୍ରରେ ଆମେରିକାରେ କିପରି ଅଧିକ ନିବେଶ କରିପାରିବ। ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ସାକ୍ଷାତ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ମୋଦି ୱାସିଙ୍ଗଟନ ଡିସି ମଧ୍ୟ ଯିବେ। ସେଠାରେ ଦୁଇ ନେତା ଦ୍ବିପକ୍ଷୀୟ ସଂପର୍କକୁ ଆହୁରି ମଜବୁତ କରିବା ନେଇ ଆଲୋଚନା କରିବେ।

ଶ୍ରୀ ମୋଦି ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ବ୍ୟାରିଜ ବୈଠକ କାଳରେ ଶ୍ରୀ ଟ୍ରମ୍ପଙ୍କ ସହ ସାକ୍ଷାତ ହୋଇଛି। ଜମ୍ମୁ କଶ୍ମୀରରୁ ସ୍ବତନ୍ତ୍ର ଅଧିକାର ପ୍ରତ୍ୟାହାର କରାଯିବା ପରେ ଏହି ବୈଠକ ହୋଇଛି। ଭାରତର ଏହି ଆଭ୍ୟନ୍ତରିଣ ମାମଲାକୁ ନେଇ ପାକିସ୍ତାନ ଆନ୍ତର୍ଜାତୀୟକରଣ କରିବାକୁ ଚେଷ୍ଟା କରୁଛି। କିନ୍ତୁ ଏହା ଯେ ସଂପୂର୍ଣ୍ଣ ଭାବେ ଭାରତର ନିଜସ୍ବ ପ୍ରସଙ୍ଗ ଏହା ନୂଆଦିଲ୍ଲୀ ସ୍ପଷ୍ଟ କରିସାରିଛି।

ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଜମ୍ମୁ କଶ୍ମୀରରେ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି ଏବଂ ଦ୍ରୁତଗତିରେ ସ୍ବାଭାବିକ ଆଡକୁ ଗତି କରୁଛି। ଟ୍ରମ୍ପ କହିଥିଲେ ଯେ ଯଦି ଭାରତ ଏବଂ ପାକିସ୍ତାନ ପରସ୍ପର ଆଲୋଚନା କରିବେ ତେବେ ରହିଥିବା ବିବାଦ ସମାଧାନ କରିପାରିବେ। କଶ୍ମୀର ଏକ ଦ୍ବିପକ୍ଷୀୟ ପ୍ରସଙ୍ଗ କହି ଏଥିରେ ତୃତୀୟ ପକ୍ଷର କୌଣସି ହସ୍ତକ୍ଷେପର ଆବଶ୍ୟକତା ନାହିଁ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି। ଏହା ଆନ୍ତର୍ଜାତୀୟ ସମୁଦାୟକୁ ଭାରତର ସ୍ପଷ୍ଟ ଅଭିବ୍ୟକ୍ତି।

ଆମେରିକା କହିଛି ଯେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଭାରତ ପାକିସ୍ତାନ ମଧ୍ୟରେ ରହିଥିବା ଉତ୍ତେଜନାକୁ ହ୍ରସା କରିବାରେ ସହାୟକ ହେବ। ଜି-7 ସମ୍ମିଳନୀ କାଳରେ ଏହା ଥିଲା ଭାରତ ପାଇଁ ସବୁଠୁ ବଡ ସଫଳତା।

ଆଲେଖ୍ୟ: ସ୍ତୁତି ବାନାର୍ଜୀ

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...