Skip to main content

ଆମେରିକା-ତାଲିବାନ କଥାବାର୍ତ୍ତା ଓ ଭାରତର ବିକଳ୍ପ

ଦୋହାରେ ଆମେରିକା-ତାଲିବାନ ମଧ୍ୟରେ ଅଷ୍ଟମ ରାଉଣ୍ଡ କଥାବାର୍ତ୍ତା ଏକ ସମ୍ଭାବ୍ୟ ଚୁଡାନ୍ତ ରାଜିନାମାରେ ଉପନୀତ ହେବା ସହ ଶେଷ ହୋଇଛି ଯଦ୍ୱାରା ଉଭୟ ପକ୍ଷର ଏକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆଫଗାନିସ୍ଥାନ ରୁ ଆମେରିକା ଓ ନାଟୋ ସେନାବାହିନୀ ପ୍ରତ୍ୟାହାର କରିନିଆଯିବ | ଏହାର ପ୍ରତିବଦଳରେ ତାଲିବାନ ଆଫଗାନିସ୍ଥାନରେ ଅଲ-କାଏଦା ଓ ଆଇଏସଆଇଏସ ଭଳି ଆନ୍ତର୍ଜାତୀୟ ସନ୍ତ୍ରାସବାଦୀ ଗୋଷ୍ଠୀ ଗୁଡିକୁ ପ୍ରଶ୍ରୟ ଦେବ ନାହିଁ | ଏଥିସହିତ ଆଫଗାନିସ୍ତାନ ସରକାରଙ୍କ ସହ ଏକ କ୍ଷମତା ବଣ୍ଟନ ଫର୍ମୁଲା ଉପରେ କାମ କରିବା ଲାଗି ମଧ୍ୟ କଥାବାର୍ତ୍ତା କରିବ ଯାହା ଯୁଦ୍ଧ କ୍ଷତିଗ୍ରସ୍ତ ଦେଶରେ ଅନ୍ତତଃ ଶାନ୍ତି ଓ ସ୍ଥିରତା ବଜାୟ ରଖିବ |

ଆମେରିକା ସହ କଥାବାର୍ତ୍ତା କରିବା ପାଇଁ ତାଲିବାନ 2013 ରେ ଦୋହାରେ ଏହାର କାର୍ଯ୍ୟଳୟ ସ୍ଥାପିତ କରିଥିଲା | କେତୋଟି ରାଉଣ୍ଡ ରେ ପ୍ରାରମ୍ଭିକ କଥାବାର୍ତ୍ତା ହୋଇଥିଲା କିନ୍ତୁ ସବୁ ପକ୍ଷ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଥିବାରୁ ଏହାର କୌଣସି ପରିଣାମ ବାହାରି ନଥିଲା | 2014 ରେ ଆଫଗାନିସ୍ତାନରେ ଆମେରିକା ଓ ନାଟୋ ସେମାନଙ୍କ ଯୁଦ୍ଧ ମିଶନ ଶେଷ କରିଥିଲେ ଓ ଯୁଦ୍ଧ ଦାୟିତ୍ଵ ଆଫଗାନିସ୍ତାନ ର ସାମରିକ ବାହିନୀ କୁ ହସ୍ତାନ୍ତରିତ କରିଥିଲେ ଓ ଏହାପରେ ପରିସ୍ଥିତି ର ଆକଳନ ପରେ ଆଲୋଚନା ର ସମ୍ଭାବନା ବଢିଥିଲା | ତାଲିବାନ ଅଧାରୁ ଅଧିକ ଅଞ୍ଚଳକୁ ନିଜ ଆୟତ୍ତରେ ରଖିଥିଲା ଓ ଆଫଗାନ ବାହିନୀ ର ଏହା ସହ କୌଣସି ମୁକାବିଲା ନଥିଲା | ଏହା ବିଶ୍ଵାସ କରାଯାଉଥିଲା ଯେ ତାଲିବାନ ସହ କଥାବାର୍ତ୍ତା ବିନା ତଥା କ୍ଷମତାରେ ଅଂଶୀଦାର ନ କରି ଶାନ୍ତି ସ୍ଥାପନା ସମ୍ଭବପର ନୁହେଁ | ଆଫଗାନିସ୍ତାନରୁ ଏହାର ସେନାବାହିନୀ ପ୍ରତ୍ୟାହାର କରିବା ଲାଗି ଆମେରିକା ରାଷ୍ଟ୍ରପତି ଟ୍ରମ୍ଫ ପ୍ରତିଶୃତି ଦେଇଥିଲେ ଏବଂ ଅଫଗାନିସ୍ତାନରୁ ଆମେରିକା ର ପ୍ରସ୍ଥାନକୁ ନେଇ ଆଫଗାନ ସରକାର ଓ ତାଲିବାନ ମଧ୍ୟରେ କଥାବାର୍ତ୍ତା ପାଇଁ ଆଫଗାନିସ୍ତାନ ରେ ଆମେରିକାର ସ୍ଵତନ୍ତ୍ର ଦୁତ ଭାବେ ଜାଲମେ ଖଲିଲଜାଦଙ୍କୁ ନିଯୁକ୍ତି ଦେଇଥିଲେ |

ଆଫଗାନ ଶାନ୍ତି ପ୍ରକ୍ରିୟା ରେ ଅନେକ ବାଧା ଉପୁଜିଛି | ଆମେରିକା-ତାଲିବାନ ମଧ୍ୟରେ ପ୍ରତ୍ୟକ୍ଷ କଥାବାର୍ତ୍ତା ବ୍ୟତିତ ଏହି ଅଞ୍ଚଳର ବିଭିନ୍ନ ରାଷ୍ଟ୍ରର ମଧ୍ୟ ମହତ୍ବପୂର୍ଣ୍ଣ ସ୍ଵାର୍ଥ ରହିଛି ଯାହାର ସମ୍ବନ୍ଧ ତାଲିବାନ ସହ ଜଡିତ ଅଛି | ଆମେରିକା ଦ୍ଵାରା ତାଲିବାନ ସହ ସିଧାସଳଖ କଥାବାର୍ତ୍ତା ଆରମ୍ଭ କରିବା ପୂର୍ବରୁ ଚୀନ ତାଲିବାନ ସହ ଅନେକ ପର୍ଯ୍ୟାୟ କଥାବାର୍ତ୍ତା କରିଛି ଯେଉଁଥିରେ ପାକିସ୍ତାନ ମଧ୍ୟ ଅଂଶଗ୍ରହଣ କରିଥିଲା | ମସ୍କୋ ଫର୍ମାଟ ଭାବେ ବେଶ ଜଣାଶୁଣା ଏକ ପରାମର୍ଶ ବ୍ୟବସ୍ଥା ମଧ୍ୟ ରହିଛି ଯେଉଁଥିରେ ତାଲିବାନ ପ୍ରତିନିଧି ମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା | ଏହି ପଦକ୍ଷେପ ଗୁଡିକ ବ୍ୟତିତ ପାକିସ୍ତାନ, ଆଫଗାନିସ୍ତାନ ଓ ଆମେରିକା ମଧ୍ୟରେ ଏକ ତ୍ରିପକ୍ଷୀୟ ବାର୍ତ୍ତା ବ୍ୟବସ୍ଥା, ଚୀନ-ପାକିସ୍ତାନ-ଆଫଗାନିସ୍ତାନ ତ୍ରିପକ୍ଷୀୟ , ଆମେରିକା-ରୁଷ-ଚୀନ ତ୍ରିପକ୍ଷୀୟ ପରାମର୍ଶ ବ୍ୟବସ୍ଥା ରହିଛି | ଏହି ତ୍ରିପକ୍ଷୀୟ ବାର୍ତ୍ତା ବ୍ୟବସ୍ଥାରେ ପାକିସ୍ତାନକୁ ଚଳିତ ବର୍ଷ ଜୁଲାଇରେ ପ୍ରଥମ ଥର ଲାଗି ଆମନ୍ତ୍ରିତ କରାଯାଇଥିଲା | ଆଫଗାନିସ୍ତାନ ଉପରେ ରୁଷ-ଚୀନ-ଭାରତ ତ୍ରିପକ୍ଷୀୟ ବ୍ୟବସ୍ଥା ମଧ୍ୟ ରହିଛି | ଏହି ସବୁ ଆଞ୍ଚଳିକ ପଦକ୍ଷେପ ଓ ଦୋହା କଥାବାର୍ତ୍ତାକୁ ଛାଡିଦେଲେ ‘ହାର୍ଟ ଅଫ ଏସିଆ’ ବା ଏସିଆର ହୃଦୟ ନାମରେ ପରିଚିତ ଏକ ଇସ୍ତାନବୁଲ ପ୍ରକ୍ରିୟା ମଧ୍ୟ ରହିଛି | ଏହି ସବୁ ବୈଠକ ଏହି ବିଷୟକୁ ପ୍ରମାଣିତ କରୁଛି ଯେ ଆଫଗାନିସ୍ତାନ ର ଭବିଷ୍ୟତ ସହ ଅଂଶୀଦାର ହେବାର ଇଛୁକ ଥିବା ଅନେକ ଦେଶ ଏହି ରାଜନୈତିକ ପ୍ରକ୍ରିୟାରୁ ଦୂରେଇ ରହିବାକୁ ପସନ୍ଦ କରିବେ ନାହିଁ ଯଦ୍ୱାରା ବିଦେଶୀ ସେନାବାହିନୀ ପ୍ରତ୍ୟାହାର ହେବ ଓ ତାଲିବାନ ର ପୁନର୍ଥଇଥାନ ସମ୍ଭବ ହେବ ।

ଆମେରିକା-ତାଲିବାନ ମଧ୍ୟରେ ଏକ ସମ୍ଭାବ୍ୟ ରାଜିନାମା ଉପରେ କଥାବାର୍ତ୍ତା ହୋଇଥିବା ବେଳେ ଆଫଗାନିସ୍ତାନ ର ଭବିଷ୍ୟତ ଓ ଏହାର ଭାବି ସରକାର ଙ୍କୁ ନେଇ ଅନେକ ଉଦବେଗ ଉପୁଜିଛି | ଦୋହାରେ ତାଲିବାନ ଭାଗ ନେଇଥିବା ଆନ୍ତଃ ଆଫଗାନ କଥାବାର୍ତ୍ତାର ଜର୍ମାନୀ ଓ କାତାର ମିଳିତ ଭାବେ ଆୟୋଜନ କରିଥିଲେ | ଏଥିରେ ମହିଳା ମାନଙ୍କ ସମେତ ରାଜନେତା ତଥା ନାଗରିକ ସମାଜର ସଦସ୍ୟ ମାନେ ମଧ୍ୟ ଯୋଗ ଦେଇଥିଲେ | ତେଣେ ତାଲିବାନ ପୁଣି ଥରେ ଏହାର ଦମନକାରୀ ନୀତି ଗ୍ରହଣ କରିବ ନାହିଁ, ଆତଙ୍କବାଦକୁ ଆଶ୍ରୟ ଦେବ ନାହିଁ ଓ କୌଣସି ମୃତାହତ ଯେପରି ନହେବ ସେଥିପ୍ରତି ଧ୍ୟାନ ଦେବ ବୋଲି ଆଶ୍ଵାସନା ଦେଇଥିବା ବେଳେ ତାଲିବାନର ମୁଖ୍ୟ ବୁଝାମଣାକାରୀ ଶେର ମହମ୍ମଦ ଆବ୍ବାସ ଷ୍ଟାନିକଯାଇ ‘ଯୁଦ୍ଧ ଜାରି ରହିବ’ ବୋଲି କହିଥିଲେ |

ଭାରତ ଆଫଗାନିସ୍ତାନର ପଞ୍ଚମ ବୃହତ୍ତମ ଦାନଦାତା ଅଟେ ଏବଂ ଏହି ଦେଶର ବିକାଶ ପରିଯୋଜନା ପାଇଁ 3 ହଜାର କୋଟି ଆମେରିକୀୟ ଡଲାର ନିବେଶ କରିଛି | ତେବେ ସବୁ ଘଟଣାକ୍ରମ ଗୁଡିକ ଉପରେ ନୂଆଦିଲ୍ଲୀ ତୀକ୍ଷଣ ନଜର ରଖିଛି | ଆମେରିକା ଖାଲିଲାଜାଦ ମାଧ୍ୟମରେ ଭାରତ ସହ କଥାବାର୍ତ୍ତା ହେବା ସତ୍ତ୍ୱେ ଭାରତ ଆଫଗାନିସ୍ତାନରେ ସୁରକ୍ଷା ପରିସ୍ଥିତି ଆହୁରି ଖରାପ ହେବାର ସମ୍ଭାବନା ନେଇ ଚିନ୍ତିତ ଅଛି | ଆଫଗାନିସ୍ତାନରୁ ସୋଭିଏତର ପ୍ରତ୍ୟାହାର ପରେ 1991 ର ଗୃହ ଯୁଦ୍ଧ ଭଳି ପରିସ୍ଥିତି ପୁଣି ଥରେ ଉପୁଜିପାରେ ବୋଲି ଭାରତ ଚିନ୍ତା ବ୍ୟକ୍ତ କରିଛି | ଭାରତ ଆରମ୍ଭରୁ ହିଁ ଆଫଗାନିସ୍ତାନ ର ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବା ପାଇଁ “ ଆଫଗାନ ନିୟନ୍ତ୍ରିତ ଓ ଆଫଗାନ ନେତୃତ୍ଵାଧୀନ” ଶାନ୍ତି ପ୍ରକ୍ରିୟା ଉପରେ ଦୃଢତାର ସହ ଜୋର ଦେଇଆସୁଛି |.

ଆମେରିକା ବାହିନୀର ସର୍ତ୍ତମୂଳକ ପ୍ରତ୍ୟାହାର ପରେ ଶାନ୍ତି ପ୍ରକ୍ରିୟାର ମହତ୍ବପୂର୍ଣ୍ଣ ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବ ଯେଉଁଥିରେ ଆଫଗାନିସ୍ଥାନ ର ଆଭ୍ୟନ୍ତରୀଣ କଥାବାର୍ତ୍ତା ସାମିଲ କରାଯିବ | ତେବେ ଆଫଗାନିସ୍ତାନ ରେ ଶାନ୍ତି ସ୍ଥାପନା ଲାଗି ଆଫଗାନ ସରକାରଙ୍କ ସହ ତାଲିବାନ ର କଥାବାର୍ତ୍ତା ଅନିଶ୍ଚିତତା ମଧ୍ୟରେ ରହିଛି | ଏହା ଆଫଗାନିସ୍ତାନ ରାଜନୀତି ଓ ଏହାର ସ୍ଥିତିର ରୂପରେଖ ନିର୍ଦ୍ଧାରିତ କରିବ ଯାହାକି ବିଦେଶୀ ଶକ୍ତିକୁ ଆଞ୍ଚଳିକ ଭୂ-ରାଜନୀତି ରେ ଏକ ରଣନୀତିକ କୌଶଳ ହାସଲର ପରିବେଶ ଉପଲବ୍ଧ କରାଇବ |

ମୂଳ ଲେଖା : ଡଃ ସ୍ମୃତି ଏସ ପଟ୍ଟନାଏକ , ଦକ୍ଷିଣ ଏସିଆ ଉପରେ ରଣନୀତିକ ବିଶ୍ଳେଷକ
ଅନୁବାଦ : ରୀତା ଯୋଶୀ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...