Skip to main content

ଆମେରିକା-ତାଲିବାନ କଥାବାର୍ତ୍ତା ଓ ଭାରତର ବିକଳ୍ପ

ଦୋହାରେ ଆମେରିକା-ତାଲିବାନ ମଧ୍ୟରେ ଅଷ୍ଟମ ରାଉଣ୍ଡ କଥାବାର୍ତ୍ତା ଏକ ସମ୍ଭାବ୍ୟ ଚୁଡାନ୍ତ ରାଜିନାମାରେ ଉପନୀତ ହେବା ସହ ଶେଷ ହୋଇଛି ଯଦ୍ୱାରା ଉଭୟ ପକ୍ଷର ଏକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆଫଗାନିସ୍ଥାନ ରୁ ଆମେରିକା ଓ ନାଟୋ ସେନାବାହିନୀ ପ୍ରତ୍ୟାହାର କରିନିଆଯିବ | ଏହାର ପ୍ରତିବଦଳରେ ତାଲିବାନ ଆଫଗାନିସ୍ଥାନରେ ଅଲ-କାଏଦା ଓ ଆଇଏସଆଇଏସ ଭଳି ଆନ୍ତର୍ଜାତୀୟ ସନ୍ତ୍ରାସବାଦୀ ଗୋଷ୍ଠୀ ଗୁଡିକୁ ପ୍ରଶ୍ରୟ ଦେବ ନାହିଁ | ଏଥିସହିତ ଆଫଗାନିସ୍ତାନ ସରକାରଙ୍କ ସହ ଏକ କ୍ଷମତା ବଣ୍ଟନ ଫର୍ମୁଲା ଉପରେ କାମ କରିବା ଲାଗି ମଧ୍ୟ କଥାବାର୍ତ୍ତା କରିବ ଯାହା ଯୁଦ୍ଧ କ୍ଷତିଗ୍ରସ୍ତ ଦେଶରେ ଅନ୍ତତଃ ଶାନ୍ତି ଓ ସ୍ଥିରତା ବଜାୟ ରଖିବ |

ଆମେରିକା ସହ କଥାବାର୍ତ୍ତା କରିବା ପାଇଁ ତାଲିବାନ 2013 ରେ ଦୋହାରେ ଏହାର କାର୍ଯ୍ୟଳୟ ସ୍ଥାପିତ କରିଥିଲା | କେତୋଟି ରାଉଣ୍ଡ ରେ ପ୍ରାରମ୍ଭିକ କଥାବାର୍ତ୍ତା ହୋଇଥିଲା କିନ୍ତୁ ସବୁ ପକ୍ଷ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଥିବାରୁ ଏହାର କୌଣସି ପରିଣାମ ବାହାରି ନଥିଲା | 2014 ରେ ଆଫଗାନିସ୍ତାନରେ ଆମେରିକା ଓ ନାଟୋ ସେମାନଙ୍କ ଯୁଦ୍ଧ ମିଶନ ଶେଷ କରିଥିଲେ ଓ ଯୁଦ୍ଧ ଦାୟିତ୍ଵ ଆଫଗାନିସ୍ତାନ ର ସାମରିକ ବାହିନୀ କୁ ହସ୍ତାନ୍ତରିତ କରିଥିଲେ ଓ ଏହାପରେ ପରିସ୍ଥିତି ର ଆକଳନ ପରେ ଆଲୋଚନା ର ସମ୍ଭାବନା ବଢିଥିଲା | ତାଲିବାନ ଅଧାରୁ ଅଧିକ ଅଞ୍ଚଳକୁ ନିଜ ଆୟତ୍ତରେ ରଖିଥିଲା ଓ ଆଫଗାନ ବାହିନୀ ର ଏହା ସହ କୌଣସି ମୁକାବିଲା ନଥିଲା | ଏହା ବିଶ୍ଵାସ କରାଯାଉଥିଲା ଯେ ତାଲିବାନ ସହ କଥାବାର୍ତ୍ତା ବିନା ତଥା କ୍ଷମତାରେ ଅଂଶୀଦାର ନ କରି ଶାନ୍ତି ସ୍ଥାପନା ସମ୍ଭବପର ନୁହେଁ | ଆଫଗାନିସ୍ତାନରୁ ଏହାର ସେନାବାହିନୀ ପ୍ରତ୍ୟାହାର କରିବା ଲାଗି ଆମେରିକା ରାଷ୍ଟ୍ରପତି ଟ୍ରମ୍ଫ ପ୍ରତିଶୃତି ଦେଇଥିଲେ ଏବଂ ଅଫଗାନିସ୍ତାନରୁ ଆମେରିକା ର ପ୍ରସ୍ଥାନକୁ ନେଇ ଆଫଗାନ ସରକାର ଓ ତାଲିବାନ ମଧ୍ୟରେ କଥାବାର୍ତ୍ତା ପାଇଁ ଆଫଗାନିସ୍ତାନ ରେ ଆମେରିକାର ସ୍ଵତନ୍ତ୍ର ଦୁତ ଭାବେ ଜାଲମେ ଖଲିଲଜାଦଙ୍କୁ ନିଯୁକ୍ତି ଦେଇଥିଲେ |

ଆଫଗାନ ଶାନ୍ତି ପ୍ରକ୍ରିୟା ରେ ଅନେକ ବାଧା ଉପୁଜିଛି | ଆମେରିକା-ତାଲିବାନ ମଧ୍ୟରେ ପ୍ରତ୍ୟକ୍ଷ କଥାବାର୍ତ୍ତା ବ୍ୟତିତ ଏହି ଅଞ୍ଚଳର ବିଭିନ୍ନ ରାଷ୍ଟ୍ରର ମଧ୍ୟ ମହତ୍ବପୂର୍ଣ୍ଣ ସ୍ଵାର୍ଥ ରହିଛି ଯାହାର ସମ୍ବନ୍ଧ ତାଲିବାନ ସହ ଜଡିତ ଅଛି | ଆମେରିକା ଦ୍ଵାରା ତାଲିବାନ ସହ ସିଧାସଳଖ କଥାବାର୍ତ୍ତା ଆରମ୍ଭ କରିବା ପୂର୍ବରୁ ଚୀନ ତାଲିବାନ ସହ ଅନେକ ପର୍ଯ୍ୟାୟ କଥାବାର୍ତ୍ତା କରିଛି ଯେଉଁଥିରେ ପାକିସ୍ତାନ ମଧ୍ୟ ଅଂଶଗ୍ରହଣ କରିଥିଲା | ମସ୍କୋ ଫର୍ମାଟ ଭାବେ ବେଶ ଜଣାଶୁଣା ଏକ ପରାମର୍ଶ ବ୍ୟବସ୍ଥା ମଧ୍ୟ ରହିଛି ଯେଉଁଥିରେ ତାଲିବାନ ପ୍ରତିନିଧି ମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା | ଏହି ପଦକ୍ଷେପ ଗୁଡିକ ବ୍ୟତିତ ପାକିସ୍ତାନ, ଆଫଗାନିସ୍ତାନ ଓ ଆମେରିକା ମଧ୍ୟରେ ଏକ ତ୍ରିପକ୍ଷୀୟ ବାର୍ତ୍ତା ବ୍ୟବସ୍ଥା, ଚୀନ-ପାକିସ୍ତାନ-ଆଫଗାନିସ୍ତାନ ତ୍ରିପକ୍ଷୀୟ , ଆମେରିକା-ରୁଷ-ଚୀନ ତ୍ରିପକ୍ଷୀୟ ପରାମର୍ଶ ବ୍ୟବସ୍ଥା ରହିଛି | ଏହି ତ୍ରିପକ୍ଷୀୟ ବାର୍ତ୍ତା ବ୍ୟବସ୍ଥାରେ ପାକିସ୍ତାନକୁ ଚଳିତ ବର୍ଷ ଜୁଲାଇରେ ପ୍ରଥମ ଥର ଲାଗି ଆମନ୍ତ୍ରିତ କରାଯାଇଥିଲା | ଆଫଗାନିସ୍ତାନ ଉପରେ ରୁଷ-ଚୀନ-ଭାରତ ତ୍ରିପକ୍ଷୀୟ ବ୍ୟବସ୍ଥା ମଧ୍ୟ ରହିଛି | ଏହି ସବୁ ଆଞ୍ଚଳିକ ପଦକ୍ଷେପ ଓ ଦୋହା କଥାବାର୍ତ୍ତାକୁ ଛାଡିଦେଲେ ‘ହାର୍ଟ ଅଫ ଏସିଆ’ ବା ଏସିଆର ହୃଦୟ ନାମରେ ପରିଚିତ ଏକ ଇସ୍ତାନବୁଲ ପ୍ରକ୍ରିୟା ମଧ୍ୟ ରହିଛି | ଏହି ସବୁ ବୈଠକ ଏହି ବିଷୟକୁ ପ୍ରମାଣିତ କରୁଛି ଯେ ଆଫଗାନିସ୍ତାନ ର ଭବିଷ୍ୟତ ସହ ଅଂଶୀଦାର ହେବାର ଇଛୁକ ଥିବା ଅନେକ ଦେଶ ଏହି ରାଜନୈତିକ ପ୍ରକ୍ରିୟାରୁ ଦୂରେଇ ରହିବାକୁ ପସନ୍ଦ କରିବେ ନାହିଁ ଯଦ୍ୱାରା ବିଦେଶୀ ସେନାବାହିନୀ ପ୍ରତ୍ୟାହାର ହେବ ଓ ତାଲିବାନ ର ପୁନର୍ଥଇଥାନ ସମ୍ଭବ ହେବ ।

ଆମେରିକା-ତାଲିବାନ ମଧ୍ୟରେ ଏକ ସମ୍ଭାବ୍ୟ ରାଜିନାମା ଉପରେ କଥାବାର୍ତ୍ତା ହୋଇଥିବା ବେଳେ ଆଫଗାନିସ୍ତାନ ର ଭବିଷ୍ୟତ ଓ ଏହାର ଭାବି ସରକାର ଙ୍କୁ ନେଇ ଅନେକ ଉଦବେଗ ଉପୁଜିଛି | ଦୋହାରେ ତାଲିବାନ ଭାଗ ନେଇଥିବା ଆନ୍ତଃ ଆଫଗାନ କଥାବାର୍ତ୍ତାର ଜର୍ମାନୀ ଓ କାତାର ମିଳିତ ଭାବେ ଆୟୋଜନ କରିଥିଲେ | ଏଥିରେ ମହିଳା ମାନଙ୍କ ସମେତ ରାଜନେତା ତଥା ନାଗରିକ ସମାଜର ସଦସ୍ୟ ମାନେ ମଧ୍ୟ ଯୋଗ ଦେଇଥିଲେ | ତେଣେ ତାଲିବାନ ପୁଣି ଥରେ ଏହାର ଦମନକାରୀ ନୀତି ଗ୍ରହଣ କରିବ ନାହିଁ, ଆତଙ୍କବାଦକୁ ଆଶ୍ରୟ ଦେବ ନାହିଁ ଓ କୌଣସି ମୃତାହତ ଯେପରି ନହେବ ସେଥିପ୍ରତି ଧ୍ୟାନ ଦେବ ବୋଲି ଆଶ୍ଵାସନା ଦେଇଥିବା ବେଳେ ତାଲିବାନର ମୁଖ୍ୟ ବୁଝାମଣାକାରୀ ଶେର ମହମ୍ମଦ ଆବ୍ବାସ ଷ୍ଟାନିକଯାଇ ‘ଯୁଦ୍ଧ ଜାରି ରହିବ’ ବୋଲି କହିଥିଲେ |

ଭାରତ ଆଫଗାନିସ୍ତାନର ପଞ୍ଚମ ବୃହତ୍ତମ ଦାନଦାତା ଅଟେ ଏବଂ ଏହି ଦେଶର ବିକାଶ ପରିଯୋଜନା ପାଇଁ 3 ହଜାର କୋଟି ଆମେରିକୀୟ ଡଲାର ନିବେଶ କରିଛି | ତେବେ ସବୁ ଘଟଣାକ୍ରମ ଗୁଡିକ ଉପରେ ନୂଆଦିଲ୍ଲୀ ତୀକ୍ଷଣ ନଜର ରଖିଛି | ଆମେରିକା ଖାଲିଲାଜାଦ ମାଧ୍ୟମରେ ଭାରତ ସହ କଥାବାର୍ତ୍ତା ହେବା ସତ୍ତ୍ୱେ ଭାରତ ଆଫଗାନିସ୍ତାନରେ ସୁରକ୍ଷା ପରିସ୍ଥିତି ଆହୁରି ଖରାପ ହେବାର ସମ୍ଭାବନା ନେଇ ଚିନ୍ତିତ ଅଛି | ଆଫଗାନିସ୍ତାନରୁ ସୋଭିଏତର ପ୍ରତ୍ୟାହାର ପରେ 1991 ର ଗୃହ ଯୁଦ୍ଧ ଭଳି ପରିସ୍ଥିତି ପୁଣି ଥରେ ଉପୁଜିପାରେ ବୋଲି ଭାରତ ଚିନ୍ତା ବ୍ୟକ୍ତ କରିଛି | ଭାରତ ଆରମ୍ଭରୁ ହିଁ ଆଫଗାନିସ୍ତାନ ର ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବା ପାଇଁ “ ଆଫଗାନ ନିୟନ୍ତ୍ରିତ ଓ ଆଫଗାନ ନେତୃତ୍ଵାଧୀନ” ଶାନ୍ତି ପ୍ରକ୍ରିୟା ଉପରେ ଦୃଢତାର ସହ ଜୋର ଦେଇଆସୁଛି |.

ଆମେରିକା ବାହିନୀର ସର୍ତ୍ତମୂଳକ ପ୍ରତ୍ୟାହାର ପରେ ଶାନ୍ତି ପ୍ରକ୍ରିୟାର ମହତ୍ବପୂର୍ଣ୍ଣ ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବ ଯେଉଁଥିରେ ଆଫଗାନିସ୍ଥାନ ର ଆଭ୍ୟନ୍ତରୀଣ କଥାବାର୍ତ୍ତା ସାମିଲ କରାଯିବ | ତେବେ ଆଫଗାନିସ୍ତାନ ରେ ଶାନ୍ତି ସ୍ଥାପନା ଲାଗି ଆଫଗାନ ସରକାରଙ୍କ ସହ ତାଲିବାନ ର କଥାବାର୍ତ୍ତା ଅନିଶ୍ଚିତତା ମଧ୍ୟରେ ରହିଛି | ଏହା ଆଫଗାନିସ୍ତାନ ରାଜନୀତି ଓ ଏହାର ସ୍ଥିତିର ରୂପରେଖ ନିର୍ଦ୍ଧାରିତ କରିବ ଯାହାକି ବିଦେଶୀ ଶକ୍ତିକୁ ଆଞ୍ଚଳିକ ଭୂ-ରାଜନୀତି ରେ ଏକ ରଣନୀତିକ କୌଶଳ ହାସଲର ପରିବେଶ ଉପଲବ୍ଧ କରାଇବ |

ମୂଳ ଲେଖା : ଡଃ ସ୍ମୃତି ଏସ ପଟ୍ଟନାଏକ , ଦକ୍ଷିଣ ଏସିଆ ଉପରେ ରଣନୀତିକ ବିଶ୍ଳେଷକ
ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...