Skip to main content

ଭାରତ-ଫ୍ରାନ୍ସ ସମ୍ପର୍କ ରେ ଅଗ୍ରଗତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଗସ୍ତ ଦୁଇ ଦେଶ ମଧ୍ୟରେ ଦ୍ଵିପକ୍ଷୀୟ ସମ୍ପର୍କକୁ ଆହୁରି ଦୃଢୀଭୂତ କରିଛି ଓ 1998 ରେ ଉଭୟ ଦେଶ ମଧ୍ୟରେ ସ୍ବାକ୍ଷରିତ ‘ରଣନୀତିକ ଭାଗୀଦାରୀତା’ ଆହୁରି ମଜବୁତ ହୋଇଛି | ଜାମ୍ମୁ ଓ କାଶ୍ମୀର ର ରାଜନୈତିକ ଘଟଣାକ୍ରମ ପରିପ୍ରେକ୍ଷୀରେ ବକ୍ତବ୍ୟ ପ୍ରଦାନ କରି ଏହା ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି ଫ୍ରାନ୍ସ କହିଥିବା ବେଳେ ଜାତିସଂଘ ସୁରକ୍ଷା ପରିଷଦରେ ମଧ୍ୟ ଭାରତକୁ ସମର୍ଥନ ଜଣାଇଥିବାରୁ ଭାରତର ମନୋବଳ ବୃଦ୍ଧି ପାଇଛି | 

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି ଯେ ଭାରତ ଓ ଫ୍ରାନ୍ସ ମଧ୍ୟରେ ସମ୍ପର୍କ କୌଣସି ନିଜସ୍ଵ ସ୍ଵାର୍ଥ ଉପରେ ଆଧାରିତ ନୁହେଁ ବରଂ ଏହା ସ୍ଵାଧୀନତା, ସମାନତା ଓ ଭାତୃଭାବର ଆଦର୍ଶ ଉପରେ ପର୍ଯ୍ୟବେଶିତ | ସେ କହିଛନ୍ତି ଯେ ବହୁ ଦଶନ୍ଧି ଧରି ଉଭୟ ପକ୍ଷ ମଧ୍ୟରେ ଦୃଢ ସହଯୋଗ ସମ୍ପର୍କ ରହିଆସିଛି | ଉଭୟ ପକ୍ଷ ରଣନୀତିକ ଭାଗୀଦାରୀତା କୁ ଆହୁରି ମଜବୁତ କରିବା ପାଇଁ ରୂପରେଖ ପ୍ରସ୍ତୁତ କରିଛନ୍ତି ଓ କୌଶଳ ବିକାଶ, ବେସାମରିକ ବିମାନ ଚଳାଚଳ , ସୂଚନା ପ୍ରଯୁକ୍ତି ବିଦ୍ୟା ଓ ମହାକାଶ ଭଳି କେତୋଟି ପ୍ରମୁଖ କ୍ଷେତ୍ରର ଚିହ୍ନଟ କରାଯାଇଛି | ଶ୍ରୀ ମୋଦୀ, ପ୍ରତିରକ୍ଷା ସହଯୋଗ ବନ୍ଧୁତ୍ଵ ସମ୍ପର୍କ ର ଏକ ମଜବୁତ ସ୍ତମ୍ଭ ବୋଲି ବର୍ଣ୍ଣନା କରି ସେପ୍ଟେମ୍ବର ରେ ଫ୍ରାନ୍ସ ଦ୍ଵାରା ଭାରତକୁ ଦିଆଯିବାକୁ ଥିବା ପ୍ରଥମ ରାଫେଲ ଯୁଦ୍ଧ ବିମାନ ର ଆଗମନ କୁ ସ୍ଵାଗତ ଜଣାଇଛନ୍ତି | ଦ୍ଵିପକ୍ଷୀୟ ଭାଗୀଦାରୀତା ଉପରେ ଗୁରୁତ୍ଵାରୋପ କରି ଉଭୟ ନେତା ସନ୍ତ୍ରାସବାଦ ଓ ମୌଳବାଦ ଭଳି ଆନ୍ତର୍ଜାତୀୟ ଚାଲେଞ୍ଜ ଗୁଡିକର ମୁକାବିଲା କରିବା ଲାଗି ଆହ୍ଵାନ ଜଣାଇବା ସହ ନିରାପତ୍ତା ଓ ସନ୍ତ୍ରାସବାଦ ଦମନ କ୍ଷେତ୍ରରେ ସହଯୋଗକୁ ଆହୁରି ସମ୍ପ୍ରସାରିତ କରିବା ନିମନ୍ତେ ସହମତ ପ୍ରକାଶ କରିଛନ୍ତି | ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କ ଫୋର୍ସ (ଏଫଏଟିଏଫ) ରେ ଭାରତ – ଫ୍ରାନ୍ସ ସହଯୋଗ କୁ ଏକ ବଡ ସଫଳତା ମିଳିଛି | ସନ୍ତ୍ରାସବାଦ କୁ ଅର୍ଥ ପ୍ରଦାନ ଏବଂ କଳାଧନ ବୈଧ ତଦାରଖ ପାଇଁ ବିଶ୍ଵସ୍ତରୀୟ ଏସିଆ-ପ୍ରଶାନ୍ତ ମହାସାଗରୀୟ ଗୋଷ୍ଠୀ ପାକିସ୍ତାନକୁ କଳାତାଲିକାଭୁକ୍ତ କରିଛି | ସନ୍ତ୍ରାସବାଦ ଅର୍ଥ ଯୋଗାଣ ବିରୁଦ୍ଧରେ ସଂଗ୍ରାମ ଲାଗି 2019 ମାର୍ଚ୍ଚ ରେ ପ୍ରଣୟନ କରାଯାଇଥିବା ଜାତିସଂଘ ସୁରକ୍ଷା ପରିଷଦର 2462 ପ୍ରସ୍ତାବ ର କାର୍ଯ୍ୟକାରିତା ଲାଗି ମଧ୍ୟ ଦୁଇ ଦେଶ ଆହ୍ଵାନ ଜଣାଇଛନ୍ତି | ଏହି ପରିପ୍ରେକ୍ଷୀରେ ନଭେମ୍ବର 2019 ରେ ମେଲବର୍ଣ୍ଣ ଠାରେ ହେବାକୁ ଥିବା ସନ୍ତ୍ରାସବାଦୀ ଅର୍ଥ ଯୋଗାଣ ସଙ୍କ୍ରାନ୍ତୀୟ ଆନ୍ତର୍ଜାତୀୟ ସମ୍ମିଳନୀକୁ ଉଭୟ ନେତା ସ୍ଵାଗତ ଜଣାଇଛନ୍ତି |

ନିରାପତ୍ତା ସହଯୋଗ କ୍ଷେତ୍ରରେ ସମ୍ପ୍ରତ୍ତି ଉଭୟ ଦେଶ ନୌବାହିନୀ (ବରୁଣ) ଓ ବିମାନ ବାହିନୀ (ଗରୁଡ) ସମରାଭ୍ୟାସ ସମ୍ପର୍ଣ୍ଣ କରିଛନ୍ତି | ଭାରତ- ପ୍ରଶାନ୍ତ ମହାସାଗର ର ବୃଦ୍ଧି ପାଉଥିବା ମହତ୍ବକୁ ଦୃଷ୍ଟିରେ ରଖି ଭାରତ ଓ ଫ୍ରାନ୍ସ ମଧ୍ୟ ମୁକ୍ତ ଯାତାୟାତ ନିଶ୍ଚିତ କରିବା ଓ ସାମୁଦ୍ରିକ ଓ ସାଇବର ସୁରକ୍ଷା ପ୍ରସଙ୍ଗରେ ନିଜର ସହଯୋଗ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ସାଇବର ସୁରକ୍ଷା ଓ ଡିଜିଟାଲ ଜ୍ଞାନକୌଶଳ କ୍ଷେତ୍ର ପାଇଁ ଏକ ନୂତନ ଖସଡା ପ୍ରସ୍ତୁତ କରିବା ଉପରେ ମଧ୍ୟ ରାଜି ହୋଇଛନ୍ତି |କ୍ଵାଣ୍ଟମ କମ୍ପ୍ୟୁଟିଙ୍ଗ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ “ଏକ୍ସାସ୍କେଲ” ସୁପର କମ୍ପ୍ୟୁଟିଙ୍ଗ କ୍ଷେତ୍ରରେ ସହଯୋଗକୁ ଆହୁରି ଦୃଢୀଭୂତ କରିବା ଲାଗି ଏଡଭାନ୍ସ କମ୍ପ୍ୟୁଟିଙ୍ଗର ବିକାଶ କେନ୍ଦ୍ର ଓ ଏଟୋସ ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଛି | ଏହା ସମ୍ବନ୍ଧିତ ଷ୍ଟାର୍ଟ ଅପ ଢାଞ୍ଚା ଗୁଡିକୁ ପରସ୍ପର ମଧ୍ୟରେ ନିକଟତର କରିବ | ଶକ୍ତି ସଙ୍କ୍ରାନ୍ତୀୟ ପ୍ରସଙ୍ଗ ଗୁଡିକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି | ମହାରାଷ୍ଟ୍ର ର ଜୈତପୁରରେ ଛ ଟି ପରମାଣୁ ଶକ୍ତି ରିଏକ୍ଟର ନିର୍ମାଣ ପରିପ୍ରେକ୍ଷୀରେ ଉଭୟ ପକ୍ଷ ଭାରତର NPCIL ଓ ଫ୍ରାନ୍ସ ର EDF ମଧ୍ୟରେ ପରମାଣୁ ଶକ୍ତି ଉପରେ ବୁଝାମଣା କ୍ଷେତ୍ରରେ ଅଗ୍ରଗତି ନେଇ ତର୍ଜମା କରିଛନ୍ତି | ଆନ୍ତର୍ଜାତୀୟ ସୌର ମେଣ୍ଟ ଉପରେ ମିଳିତ ପ୍ରୟାସ ଯୋଗୁଁ ଭାରତ ର ଶକ୍ତି କ୍ଷେତ୍ରରେ ଫ୍ରାନ୍ସ ର ଭୂମିକା ବୃଦ୍ଧି ପାଇଛି | 

ପ୍ରଧାନମନ୍ତ୍ରୀ ମୋଦୀ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ବାଣିଜ୍ୟ ଓ ପୁଞ୍ଜି ନିବେଶ ସଙ୍କ୍ରାନ୍ତୀୟ ସମସ୍ଯା ର ମୁକାବିଲା କରିବା ସହ ଦ୍ଵିପକ୍ଷୀୟ ବାଣିଜ୍ୟ କାରବାର ବୃଦ୍ଧି କରିବା ଲାଗି ଉଚ୍ଚ ସ୍ତରୀୟ ଅର୍ଥନୈତିକ ଓ ବିତ୍ତୀୟ କଥାବାର୍ତ୍ତା ପୁନର୍ବାର ଆରମ୍ଭ କରିବା ଲାଗି ସହମତ ବ୍ୟକ୍ତ କରିଛନ୍ତି | ନାଗରିକ ସମାଜ ସ୍ତରରେ ଭାରତ 2021-22 ରେ ‘ନମସ୍ତେ ଫ୍ରାନ୍ସ’ କାର୍ଯ୍ୟକ୍ରମ ର ଆଉ ଏକ ପର୍ଯ୍ୟାୟ ଲାଗି ଯୋଜନା ଚଳେଇଛି | ଭାରତୀୟ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ଛାତ୍ର ବିନିମୟ ବୃଦ୍ଧି ର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି ଓ ସେ ଭାରତରେ ଫ୍ରାନ୍ସର ଛାତ୍ରଛାତ୍ରୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଵାଗତ ଜଣାଇଛନ୍ତି| 

ଏହି ସନ୍ଦର୍ଭରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ଏକ ପ୍ରବାସନ ଓ ଗତିଶୀଳତା ଭାଗିଦାରୀତା ସମ୍ପର୍କ ରହିଛି ଯାହାକି ଭାରତୀୟ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ପାଠପଢା ସାରିବା ପରେ କିଛି ବର୍ଷ ଲାଗି ଫ୍ରାନ୍ସ ରେ ପୁଣି ରହିବା ଓ କାମ କରିବା ଲାଗି ଅନୁମତି ଦେଇଥାଏ | ମହାକାଶ ଗବେଷଣା କ୍ଷେତ୍ରରେ ଫ୍ରାନ୍ସ, 2022 ସୁଦ୍ଧା ଭାରତୀୟ ମହାକାଶଚାରୀ ମାନଙ୍କ ମହାକାଶ ମିଶନ ପାଇଁ ଚିକିତ୍ସା ସହାୟତା କର୍ମଚାରୀ ମାନଙ୍କୁ ତାଲିମ ଦେବ | ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସ ରେ ଭାରତୀୟ ସମୁଦାୟ ଙ୍କୁ ମଧ୍ୟ ସମ୍ବୋଧନ କରିଥିଲେ ଓ ଫ୍ରାନ୍ସ ରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ଭାରତୀୟ ପୀଡିତ ମାନଙ୍କ ପାଇଁ ଦୁଇଟି ସ୍ମାରକ ଉତ୍ସର୍ଗ କରିଥିଲେ |.

ଉଭୟ ଦେଶ ଆଞ୍ଚଳିକ ପ୍ରସଙ୍ଗ ନେଇ ଇରାନ ର ପରମାଣୁ କାର୍ଯ୍ୟକ୍ରମ ଉପରେ ମିଳିତ ବ୍ୟାପକ କ୍ରିୟାନ୍ବୟନ ଯୋଜନା (ଜେସିପିଓଏ) ର ସମ୍ପୁର୍ଣ୍ଣ ଭାବେ ଅନୁପାଳନ କରିବା ଉପରେ ଜୋର ଦେଇଥିଲେ ଓ ଏସଙ୍କ୍ରାନ୍ତୀୟ ପ୍ରସଙ୍ଗକୁ କଥାବାର୍ତ୍ତା ଜରିଆରେ ସମାଧାନ କରାଯିବା ଉଚିତ ବୋଲି ଦୋହୋରାଇଥିଲେ | ଜି-7 ରାଷ୍ଟ୍ର ସମୂହରେ ଭାରତ ଏକ ସଦସ୍ୟ ରାଷ୍ଟ୍ର ହୋଇନଥିଲେ ମଧ୍ୟ ଏହି ଶିଖର ବୈଠକରେ ଯୋଗ ଦେବା ଲାଗି ରାଷ୍ଟ୍ରପତି ମାକ୍ରନ, ଭାରତକୁ ଜଣେ “ ବ୍ୟାରୀଟଜ ସହଯୋଗୀ’ ଭାବେ ଆମନ୍ତ୍ରଣ କରିଛନ୍ତି | ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ଡିଜିଟାଲ ରୂପାନ୍ତରଣ ଆଦି ପ୍ରସଙ୍ଗରେ ମୁଖ୍ଯତଃ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି | ଜି-7 ରାଷ୍ଟ୍ର ସମୂହର ଅନ୍ୟ ନେତୃବୃନ୍ଦ ଙ୍କ ସହ ଦ୍ଵିପକ୍ଷୀୟ କଥାବାର୍ତ୍ତା କରିବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ଏହା ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି | ଶ୍ରୀ ମୋଦୀଙ୍କ ଫ୍ରାନ୍ସ ଗସ୍ତ ଅତ୍ୟନ୍ତ ସଫଳ ହୋଇଛି | ଯେଉଁ ଦେଶ ସହ ଭାରତର ଏକ ବ୍ୟାପକ, ଗତିଶୀଳ ଓ ବହୁବିଧ ସମ୍ପର୍କ ରହିଛି |




ମୂଳ ଲେଖା : ପ୍ରଫେସର ଉମମୁ ସଲମା ବାଭା 

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...