Skip to main content

ରାଷ୍ଟ୍ରପତିଙ୍କ ଅଭିଭାଷଣରେ ନୂଆ ଭାରତ ପାଇଁ ଆହ୍ବାନ

ଭାରତର 73ତମ ସ୍ବାଧୀନତା ଦିବସ ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶ ଉଦ୍ଧେଶ୍ୟରେ ଅଭିଭାଷଣ ଦେଇ କହିଛନ୍ତି ଯେ ସ୍ବାଧୀନ ଦେଶ ଭାବେ 72 ବର୍ଷର ଆମର ଏହି ଯାତ୍ରା ଆଜି ଏକ ବିଶେଷ ସ୍ଥାନରେ ଆସି ପହଞ୍ଚିଛି | ଅକ୍ଟୋବର 2ରେ ଆମେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ 150ତମ ଜୟନ୍ତି ପାଳନ କରିବା ଯିଏକି ଆମ ସ୍ବାଧୀନତା ସଂଗ୍ରାମର ମହାନାୟକ ଥିଲେ ଏବଂ ସେ ସମାଜରୁ ପ୍ରତ୍ୟେକ ପ୍ରକାର ଅନ୍ୟାୟରୁ ମୁକ୍ତ କରିବା ପାଇଁ ଆମର ମାର୍ଗଦର୍ଶକ ମଧ୍ୟ ଥିଲେ | ଗାନ୍ଧିଜୀଙ୍କ ମାର୍ଗଦର୍ଶନର ପ୍ରାସଙ୍ଗିକତା ଆଜି ମଧ୍ୟ ରହିଛି | ଗାନ୍ଧିଜୀ କହୁଥିଲେ ଯେ ଆମକୁ ପ୍ରକୃତିର ସମ୍ବଳକୁ ବିବେକପୂର୍ଣ୍ଣ ଭାବେ ବ୍ୟବହାର କରିବା ଉଚିତ ଯାହା ଫଳରେ ବିକାଶ ଏବଂ ପ୍ରକୃତିର ସନ୍ତୁଳନ ବଜାୟ ରହିବ | ରାଷ୍ଟ୍ରପତି କହିଥିଲେ ଯେ ଅନେକ କଲ୍ୟାଣକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଆମ ଦେଶବାସୀଙ୍କ ଜୀବନକୁ ଉନ୍ନତ କରାଯାଉଛି | ସୌର ଶକ୍ତିର ଉପଯୋଗକୁ ବୃଦ୍ଧି କରିବା ଉପରେ ଗାନ୍ଧିଜୀ ବିଶେଷ ଗୁରୁତ୍ବ ଦେଉଥିଲେ |

ରାଷ୍ଟ୍ରପତି କହିଥିଲେ 2019 ହେଉଛି ଗୁରୁ ନାନକଦେବଜୀଙ୍କର 550ତମ ଜୟନ୍ତି ବର୍ଷ ଗୁରୁ ନାନକ ଶିଖ ପନ୍ଥର ସଂସ୍ଥାପକ ଥିଲେ ଏବଂ ସେ କେବଳ ଶିଖ ଭାଇ ଭଉଣିଙ୍କ ଗୁରୁ ନୁହନ୍ତି ବରଂ ସମଗ୍ର ମାନବ ସମାଜ ତାଙ୍କ ପ୍ରତି ଘଭିର ଆସ୍ଥା ରଖିଛନ୍ତି | ସେ କହିଥିଲେ ଯେଉଁ ମହାନ ବିଭୁତିମାନେ ଦେଶକୁ ସ୍ବାଧୀନତା ଦେଇଛନ୍ତି ସେମାନଙ୍କ ଉଦ୍ଧେଶ୍ୟ ଦେଶକୁ କେବଳ ରାଜନୈତିକ କ୍ଷମତା ହାସଲ ମଧ୍ରେ ସିମିତ ନଥିଲା ବରଂ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଏବଂ ସମାଜକୁ ଉନ୍ନତ କରିବା ମଧ୍ୟ ଥିଲା |

ରାଷ୍ଟ୍ରପତି କହିଛନ୍ତି ଏହି ବର୍ଷ ଗ୍ରୀଷ୍ମରେ ସବୁ ଦେଶବାସୀ ସପ୍ତଦଶ ସାଧାରଣ ନିର୍ବାଚନରେ ଭାଗ ନେଇ ବିଶ୍ବର ସବୁଠୁ ବଡ ଗଣତାନ୍ତ୍ରୀକ ପ୍ରକ୍ରିୟାକୁ ସଂପନ୍ନ କରିଛନ୍ତି | ଦେଶର ନାଗରିକମାନେ ଏହି ନିର୍ବାଚନରେ କେବଳ ନିଜର ମତଦାନ ସାବ୍ୟସ୍ତ କରିନାହାନ୍ତି ତାହା ସହିତ ନିର୍ବାଚନ ସହିତ ଜଡିତ ନିଜର ଦାୟିତ୍ବ ମଧ୍ୟ ପାଳନ କରିଛନ୍ତି |

ରାଷ୍ଟ୍ରପତି କହିଛନ୍ତି ଯେ ମୋତେ ଦେଶର ବିଭିନ୍ନ ଅଞ୍ଚଳକୁ ଯାତ୍ରା କରିବାର ଅବସର ମିଳିଛି | ଏହି ଯାତ୍ରା କାଳରେ ବିଭିନ୍ନ କାର୍ଯ୍ୟକ୍ଷେତ୍ର ସହ ଜଡିତ ଦେଶବାସୀଙ୍କ ସହ ମିଶିଛି | ସେ କହିଛନ୍ତି ଯେ ଭାରତର ଲୋକମାନଙ୍କ ରୁଚି ଏବଂ ଅଭ୍ୟାସ ଭିନ୍ନ ଭିନ୍ନ ଥିଲେ ମଧ୍ୟ ସମସ୍ତଙ୍କର ସ୍ବପ୍ନ ଏକାପରି | 1947 ପୂର୍ବରୁ ସବୁ ଭାରତୀୟଙ୍କର ସ୍ବପ୍ନ ଥିଲା ଦେଶକୁ ସ୍ବାଧୀନ କରିବା ଆଉ ଆଜି ଆମର ଲକ୍ଷ୍ୟ ହେଉଛି ଦେଶକୁ ବିକଶିତ କରି ଶାସନ ବ୍ୟବସ୍ଥା କୁଶଳ ଏବଂ ପାରଦର୍ଶି କରିବା ଫଳରେ ଲୋକମାନଙ୍କ ଜୀବନ ଉନ୍ନତ ହୋଇପାରିବ | ରାଷ୍ଟ୍ରପତି କହିଛନ୍ତି ଯେ 130 କୋଟି ଭାରତବାସୀ ନିଜର କୌଶଳ, ପ୍ରତିଭା, ଉଦ୍ୟମ ତଥା ଅଭିନବତା ଜରିଆରେ ବହୁତ ବ୍ୟାପକ ଭାବରେ ବିକାଶର ଆହୁରି ଅଧିକ ସୁଯୋଗ ସୃଷ୍ଟି କରିପାରିବେ | ଏହି କ୍ଷମତା ବଳରେ ଆମ ଦେଶ ହଜାର ହଜାର ବର୍ଷ ଧରି ଆଗକୁ ବଢି ଚାଲିଛି ଏବଂ ଆମ ସଭ୍ୟତା ବିକଶିତ ହୋଇଚାଲିଛି | ଭାରତ ଇତିହାସରେ ଆମ ଦେଶବାସୀ ଅନେକ ଥର ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି କିନ୍ତୁ ବିପରିତ ପରିସ୍ଥିତିର ସାମ୍ନା କରି ମଧ୍ୟ ଆଗକୁ ବଢିଛନ୍ତି | କିନ୍ତୁ ଏବେ ପରିସ୍ଥିତି ବଦଳି ଯାଇଛି ସରକାର ଲୋକମାନଙ୍କ ଆଶା ଆକାଂକ୍ଷାକୁ ପୁରା କରିବାରେ ସହାୟତା କରିବା ପାଇଁ ଉନ୍ନତ ମୌଳିକ ସୁବିଧା ଏବଂ ସାମର୍ଥ ଉପଲବ୍ଧ କରାଉଛନ୍ତି |

ରାଷ୍ଟ୍ରପତି କହିଛନ୍ତି ଯେ ଆମର ସ୍ବାଧୀନତା ଆନ୍ଦୋଳନକୁ ସ୍ବର ଦେଉଥିବା ମହାନ କବି ସୁବ୍ରମଣ୍ୟମ ଭାରତୀ ଶହେ ବର୍ଷ ପୂର୍ବରୁ ଭାବି ଭାରତର ଯେଉଁ କଳ୍ପନା କରିଥିଲେ ତାହା ଆଜି ଆମ ପ୍ରୟାସରେ ସାକାର ରୂପ ନେଇଛି | ସେ କହିଥିଲେ-

ଆମେ ଶାସ୍ତ୍ର ଏବଂ କାର୍ଯ୍ୟକୁଶଳତା ଉଭୟ ଶିଖିବା

ଆମେ ଆକାଶ ଆଉ ମହାସାଗରର ସୀମା ଟପିବା

ଆମେ ଚନ୍ଦ୍ରମାର ପ୍ରକୃତିକୁ ଗଭିରତାରେ ଜାଣିବା

ଆମେ ସର୍ବତ୍ର ସ୍ବଚ୍ଛତା ରଖିବାର କଳା ଶିଖିବା

ରାଷ୍ଟ୍ରପତି କାମନା କରିଛନ୍ତି ଯେ ଆମର ସମାବେଶି ସଂସ୍କୃତି, ଆମର ଆଦର୍ଶ, ଆମର କରୁଣା, ଆମର ଜିଜ୍ଞାସା ଏବଂ ଆମର ଭାତୃତ୍ବ ସର୍ବଦା ବଜାୟ ରହୁ ଏବଂ ଆମେ ସମସ୍ତେ ଏହି ମୂଲ୍ୟବୋଧର ଛାୟା ତଳେ ଆଗକୁ ବଢୁ |

ଆଲେଖ୍ୟ: ଶିବାଜୀ ସରକାର

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...