Skip to main content

ପ୍ରଧାନମନ୍ତ୍ରୀଙ୍କ ସ୍ଵାଧୀନତା ଦିବସ ଅଭିଭାଷଣରେ ନୂତନ ଭାରତର ପରିକଳ୍ପନା ପ୍ରତିଫଳିତ ହେଉଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଦ୍ଵିତୀୟ କାର୍ଯ୍ୟକାଳର ପ୍ରଥମ ସ୍ଵାଧୀନତା ଦିବସ ଅଭିଭାଷଣରେ ଦେଶର 1.3 ବିଲିୟନ ଜନସାଧାରଣ ଙ୍କୁ ଏକ ଦୃଢ ରାଜନୈତିକ ତଥା ସାମାଜିକ ସନ୍ଦେଶ ଦେଇଛନ୍ତି | ବାସ୍ତବରେ ଭାରତର ରାଜନୈତିକ ଇତିହାସରେ ପ୍ରଥମ ଥର ଲାଗି ଜଣେ ପ୍ରଧାନମନ୍ତ୍ରୀ ଜନସଂଖ୍ୟା ବୃଦ୍ଧି ଉପରେ ନିଜର ଉଦବେଗ ପ୍ରକଟ କରିଛନ୍ତି ଓ ଦେଶର ବିକାଶ ପଥରେ ଏହା ଅନ୍ତରାୟ ସୃଷ୍ଟି କରିବ ବୋଲି ସ୍ଵାଧୀନତା ଦିବସ ଅବସରରେ ମତବ୍ୟକ୍ତ କରିଛନ୍ତି |

ଜାତିସଂଘ ର ଏକ ରିପୋର୍ଟ ଅନୁଯାୟୀ ଭାରତ 2027 ସୁଦ୍ଧା ଚୀନ କୁ ପଛରେ ପକାଇ ସର୍ବବୃହତ ଜନବହୁଳ ରାଷ୍ଟ୍ର ଭାବେ ପରିଣତ ହୋଇଯିବ | ଜନସଂଖ୍ୟା ବୃଦ୍ଧି ଯଦି ଏପରି ଜାରି ରହିବ ତେବେ ଅଗଣିତ ଲୋକଙ୍କୁ ଦାରିଦ୍ର୍ୟରୁ ମୁକୁଳେଇବା ପାଇଁ ଯେଉଁ ପ୍ରୟାସ କରାଯାଉଛି ତାହା ବାଧିତ ହେବ ଓ ଗରିବ ମାନଙ୍କ ପାଇଁ ଉଦ୍ଦିଷ୍ଟ ଉଚ୍ଚ କଲ୍ୟାଣକାରୀ ଯୋଜନା ଗୁଡିକରୁ କେହିବି ଉପକୃତ ହେବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଜଣାଇଛନ୍ତି |ସେ କହିଛନ୍ତି ଦେଶର ପ୍ରତ୍ୟେକ ପରିବାରରେ ସ୍ବଚ୍ଛ ରନ୍ଧନ ଇନ୍ଧନ, ଶୌଚାଳୟ , ବିଦ୍ୟୁତ , ବାସଗୃହ, ସ୍ୱାସ୍ଥ୍ୟ ଯତ୍ନ ଓ ସ୍ବଚ୍ଛ ପାନୀୟ ଜଳ ଯୋଗାଇବା ହେଉଛି ତାଙ୍କ ସରକାରଙ୍କ ମୂଳ ଉଦ୍ଦେଶ୍ୟ | ବର୍ତ୍ତମାନର ଜନସଂଖ୍ୟା ସମସ୍ୟାକୁ ରୋକାନଗଲେ ଗରିବ ତଥା ଅସହାୟ ଶ୍ରେଣୀର ଲୋକମାନଙ୍କୁ ପ୍ରଦାନ କରାଯାଉଥିବା ସାମଗ୍ରୀ ଓ ସେବା ବ୍ୟବସ୍ଥା ବାଧାପ୍ରାପ୍ତ ହେବ | ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବାର ସମୟ ଆସିଯାଇଛି ବୋଲି ଆହ୍ଵାନ ଜଣାଇ ସେ କହିଛନ୍ତି ସମସ୍ତେ ଏକଥା ମନେ ରଖିବା ଉଚିତ ଯେ ଛୋଟ ପରିବାର ସୁଖୀ ପରିବାର ଓ ଛୋଟ ପରିବାର ହିଁ ସୁଖ, ସୌଭାଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟର ପରିଚାୟକ | ଭାରତର 73 ତମ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ବିଶେଷତଃ ଏହା ଉପରେ ଆଲୋକପାତ କରିଛନ୍ତି | .

ଦୀର୍ଘ 100 ମିନିଟ ଧରି ତାଙ୍କ ସମ୍ଭାଷଣରେ ପ୍ରଧାନମନ୍ତ୍ରୀ ଜଳ ସଂରକ୍ଷଣ ଓ ବର୍ଷା ଜଳ ସଞ୍ଚୟନ କୁ ସମର୍ଥନ ଲାଗି ଏକ ଆନ୍ଦୋଳନ ଆରମ୍ଭ କରିବା ପାଇଁ ଆହ୍ଵାନ ଜଣାଇଛନ୍ତି | 2018 ରେ ନୀତି ଆୟୋଗ ଦ୍ଵାରା ଜାରି ସମଗ୍ର ଜଳ ପରିଚାଳନା ସୂଚୀ ରିପୋର୍ଟ ଅନୁଯାୟୀ ଦିଲ୍ଲୀ, ବାଙ୍ଗାଲୋର, ଚେନ୍ନାଇ, ହାଇଦ୍ରାବାଦ ଓ ଅନ୍ୟାନ୍ୟ ସହର ଗୁଡିକର 2020 ସୁଦ୍ଧା ଭୂତଳ ଜଳ ସ୍ତର ଶୂନ୍ୟ ହେବ ଯଦ୍ୱାରା 100 ନିୟୁତ ଲୋକ ପ୍ରଭାବିତ ହେବେ | ଭାରତ ଜଳସଂରକ୍ଷଣର ଗୁରୁତ୍ଵ ପ୍ରତି ସମ୍ବେଦନଶୀଳ | ସେଥିଲାଗି ଜଳଶକ୍ତି ମନ୍ତ୍ରଣାଳୟ ଗଠନ କରାଯାଇଛି | ପ୍ରତ୍ୟେକ ପରିବାରରେ ପାନୀୟ ଜଳ ପହଞ୍ଚାଇବା ସକାଶେ ‘ଜଳ ଜୀବନ’ ଅଭିଯାନ ପାଇଁ 3.35 ଲକ୍ଷ କୋଟି ଟଙ୍କାର ଆବଣ୍ଟନ ସହ କେନ୍ଦ୍ରସରକାର ଜଳ ସଙ୍କଟର ଦୂରୀକରଣ ଲାଗି ଏହାର ସଙ୍କଳ୍ପବଦ୍ଧତା ପ୍ରକଟ କରିଛନ୍ତି | କିନ୍ତୁ ଏହା ଧ୍ୟାନ ରଖିବା ଉଚିତ ଯେ ସାର୍ବଜନୀକ ଭାଗୀଦାରୀତା ବିନା କୌଣସି ପଦକ୍ଷେପ ସଫଳ ହେବ ନାହିଁ | ଏହି ସନ୍ଦର୍ଭ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଳ ସଂରକ୍ଷଣ ଆନ୍ଦୋଳନକୁ ଏକ ନାଗରିକ ଅଭିଯାନରେ ରୂପାନ୍ତରିତ କରିବାପାଇଁ ଆହ୍ଵାନ ଜଣାଇଛନ୍ତି |

ପରିବେଶ ଜନିତ କ୍ଷରଣକୁ ରୋକିବା ଲାଗି ଥରେ ଉପଯୋଗ କରିଥିବା ପ୍ଲାଷ୍ଟିକ ବର୍ଜନ ଲାଗି ତାଙ୍କ ଆହ୍ଵାନ ଉଚିତ ଦିଶାରେ ଅଗ୍ରସର ହେଉଛି ବୋଲି ସେ କହିଛନ୍ତି | ଶ୍ରୀ ମୋଦୀ ମଧ୍ୟ ମୃତ୍ତିକା ସ୍ୱାସ୍ଥ୍ୟ ର ସୁରକ୍ଷା ନିମନ୍ତେ ରାସାୟନିକ ଓ ଉର୍ବରକ ପଦାର୍ଥର ଉପଯୋଗ ନକରିବା ଲାଗି ଭାରତୀୟ କୃଷକ ମାନଙ୍କୁ ନିବେଦନ କରିଛନ୍ତି | ଏଥିରୁ ଧରିତ୍ରୀ ମାତା ର ନିରନ୍ତର କ୍ଷତି ପ୍ରତି ତାଙ୍କ ଚିନ୍ତା ଥିବା ବିଷୟ ପ୍ରତୀତ ହେଉଛି | ତେବେ ସବୁଠୁ ମହତ୍ବପୂର୍ଣ୍ଣ କଥା ହେଲା କୃଷକ ମାନଙ୍କ ଆୟ ଦ୍ଵିଗୁଣିତ କରିବା ନେଇ ତାଙ୍କ ପ୍ରତିଶ୍ରୁତିବଦ୍ଧତା ଦୋହୋରାଇବା | କୃଷକ ମାନଙ୍କୁ ସିଧାସଳଖ ସାହାଯ୍ୟ ସମର୍ଥନ ଯୋଗାଇବା ନିମନ୍ତେ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ 90,000 କୋଟି ଟଙ୍କା ଆବଣ୍ଟନ କରାଯାଇଛି | ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ 14.5 କୋଟି ଭାରତୀୟ କୃଷକ ଙ୍କୁ ବର୍ଷକୁ 6,000 ଟଙ୍କା ଲେଖାଏଁ ସେମାନଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ହସ୍ତାନ୍ତରିତ କରାଯାଉଛି |

ତେବେ ପ୍ରଧାନମନ୍ତ୍ରୀଙ୍କ ସ୍ଵାଧୀନତା ଦିବସ ଅଭିଭାଷଣକୁ ଉଲ୍ଲେଖନୀୟ ଭାବେ ଚିହ୍ନିତ କରିଥିବା ମୁଖ୍ୟ ପ୍ରସଙ୍ଗ ହେଲା ପ୍ରତିରକ୍ଷା ମୁଖ୍ୟ ପଦବୀ ସୃଷ୍ଟି ଲାଗି ତାଙ୍କ ଦ୍ଵାରା ଘୋଷଣାନାମା | କାର୍ଗିଲ ଯୁଦ୍ଧ ପରେ ଦୀର୍ଘ ଦୁଇ ଦଶନ୍ଧିରୁ ଏନେଇ କୌଣସି ନିଷ୍ପତି ନିଆଯାଇନଥିଲା | ପ୍ରତିରକ୍ଷା କ୍ଷେତ୍ରରେ ସଂସ୍କାର ମୂଳକ ପଦକ୍ଷେପକୁ ପ୍ରୋତ୍ସାହନ ଦେବା ଓ ବର୍ତ୍ତମାନ ସମୟରେ ଉଭାହେଉଥିବା ସୁରକ୍ଷା ସଙ୍କ୍ରାନ୍ତୀୟ ଚାଲେଞ୍ଜ ଗୁଡିକର ମୁକାବିଲା କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି | ପ୍ରତିରକ୍ଷା ମୁଖ୍ୟଙ୍କ ନିଯୁକ୍ତି ଫଳରେ ଭାରତୀୟ ପ୍ରତିରକ୍ଷା ଢାଞ୍ଚାର ସମସ୍ତ ତିନୋଟିଯାକ ସେବା ମଧ୍ୟରେ ସମନ୍ଵୟକୁ ଆହୁରି ମଜବୁତ କରିବ ଓ ଏଥିସହିତ ପ୍ରତିରକ୍ଷା ପ୍ରସ୍ତୁତି ପାଇଁ ମଧ୍ୟ ଏହା ସହାୟକ ହେବ |

ଏହା ମନେ ରଖିବା ଉଚିତ ଯେ ପ୍ରଧାନମନ୍ତ୍ରୀଙ୍କ 2014 ରୁ 2019 ମଧ୍ୟରେ ପ୍ରଥମ କାର୍ଯ୍ୟକାଳ ସମୟରେ ଲୋକମାନଙ୍କ ଆବଶ୍ୟକତା ଉପରେ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ତାଙ୍କ ସରକାର ଦ୍ୱିତୀୟ ଥର ଶାସନ କ୍ଷମତା କୁ ଆସିବା ପରେ ଦେଶବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ଦିଗରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାର ଆଶା ରହିଛି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର କ୍ଷମତା କୁ ପୁନର୍ବାର ଫେରିବାର ମାତ୍ର 70 ଦିନ ମଧ୍ୟରେ ଯେଉଁ ଉପଲବ୍ଧି ହାସଲ କରିଛି ତାହା ପୂର୍ବ ସରକାର 70 ବର୍ଷ ଶାସନ କ୍ଷମତା ରେ ରହି ସୁଦ୍ଧା ହାସଲ କରିପାରିନାହାନ୍ତି | ଏହି ପରିପ୍ରେକ୍ଷୀରେ ଜାମ୍ମୁ ଓ କାଶ୍ମୀର କୁ ସ୍ଵତନ୍ତ୍ର ମାନ୍ୟତା ଦିଆଯାଉଥିବା ସମ୍ବିଧାନ ର 370 ଧାରା ଉଚ୍ଛେଦ ଓ ମୁସଲମାନ ମହିଳା ମାନଙ୍କୁ ସମ୍ମାନର ସହ ଏକ ଉନ୍ନତ ଜୀବନ ନିଶ୍ଚିତ କରିବା ଲକ୍ଷ୍ୟରେ ଟ୍ରିପଲ ତଲାକ ବିରୁଦ୍ଧରେ ଏକ ନୂତନ ବିଧେୟକ ପ୍ରସ୍ତୁତ କରିବା ତାଙ୍କ ସରକାରଙ୍କ ଉଲ୍ଲେଖନୀୟ କାର୍ଯ୍ୟ ବୋଲି ସେ ଅଭିହିତ କରିଛନ୍ତି | ସେ ଏହି ଅବସରରେ ଏକ ରାଷ୍ଟ୍ର, ଏକ ନିର୍ବାଚନ ଉପରେ ତାଙ୍କ ବିଚାରଧାରା ପରିପ୍ରକାଶ କରିଛନ୍ତି | ମୋଟାମୋଟି ଭାବେ କହିବାକୁ ଗଲେ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ତାଙ୍କ ଦୁରଦୃଷ୍ଟି ଓ ତାଙ୍କ ସରକାରଙ୍କ କଲ୍ୟାଣକାରୀ ଯୋଜନା ବିଷୟ ପ୍ରତିଫଳିତ ହେଇଛି | ଏକ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥନୀତି ରେ ପରିଣତ କରି ଏକ ନବ ଭାରତ ଗଠନ କରିବା ହେଉଛି ତାଙ୍କ ସରକାରଙ୍କ ମୂଳ ଉଦ୍ଦେଶ୍ୟ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଦୃଢୋକ୍ତି ପ୍ରକାଶ କରିଛନ୍ତି |

ମୂଳ ଲେଖା : ଶଙ୍କର କୁମାର , ବରିଷ୍ଠ ସାମ୍ବାଦିକ

ଅନୁବାଦ: ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...