ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଯୁକ୍ତ ଆରବ ଏମିରେଟ ଓ ବାହାରିନକୁ ଏକ ସଫଳ ଗସ୍ତ କରିଛନ୍ତି | ବାହାରିନ କୁ କୌଣସି ଭାରତୀୟ ପ୍ରଧାନମନ୍ତ୍ର୍ରୀଙ୍କ ଏହା ପ୍ରଥମ ଗସ୍ତ ଓ ବିଗତ ଚାରି ବର୍ଷ ମଧ୍ୟରେ ୟୁଏଇକୁ ଏହା ଥିଲା ତାଙ୍କ ତୃତୀୟ ଗସ୍ତ | ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଆରବ ଉପସାଗରୀୟ ଦେଶ ଗୁଡିକ ସହ ଭାରତର ବୃଦ୍ଧିପାଉଥିବା ଘନିଷ୍ଠ ସମ୍ପର୍କକୁ ପ୍ରତିଫଳିତ କରୁଛି | ୟୁଏଇରେ ପ୍ରଧାନମନ୍ତ୍ରୀ ଆବୁଧାବିର ଯୁବରାଜ ମହମ୍ମଦ ବିନ ଜାଏଦ ଅଲ-ନାହୟାନ ଙ୍କ ସହ ସାକ୍ଷାତ କରି ଆପୋଷ ସ୍ଵାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ଦ୍ଵିପକ୍ଷୀୟ, ଆଞ୍ଚଳିକ ଓ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା କରିଥିଲେ | ଶ୍ରୀ ମୋଦୀଙ୍କୁ ୟୁଏଇ ର ସମ୍ମାନଜନକ “ଅର୍ଡର ଅଫ ଜାୟେଦ” ସର୍ବୋଚ୍ଚ ନାଗରିକ ସମ୍ମାନ ରେ ବିଭୂଷିତ କରାଯାଇଛି | ତାଙ୍କ ଉଲ୍ଲେଖନୀୟ ନେତୃତ୍ଵ ତଥା ଭାରତ ଓ ୟୁଏଇ ମଧ୍ୟରେ ଦ୍ଵିପକ୍ଷୀୟ ସମ୍ପର୍କ କୁ ଆହୁରି ସୁଦୃଢ କରିବା ଦିଗରେ ତାଙ୍କର ବଳିଷ୍ଠ ଅବଦାନ ଲାଗି ଏହି ସମ୍ମାନ ରେ ସମ୍ମାନିତ କରାଯାଇଛି |
ଭାରତୀୟ ପ୍ରଧାନମନ୍ତ୍ରୀ ୟୁଏଇରେ ରୂପେ କାର୍ଡ ପ୍ରଚଳନର ଶୁଭାରମ୍ଭ କରିଛନ୍ତି | ସ୍ଵଦେଶୀ ଭାରତୀୟ କାର୍ଡ ରୁ ପେମେଣ୍ଟ ଗ୍ରହଣ କରିବାରେ ପଶ୍ଚିମ ଏସିଆ ରେ ଏହା ପ୍ରଥମ ଦେଶ ହୋଇଥିବା ବେଳେ ସିଙ୍ଗାପୁର ଓ ଭୁଟାନ ପରେ ତୃତୀୟ ଦେଶ ଭାବେ ଏହି କାର୍ଡ ପ୍ରଚଳନ ଆରମ୍ଭ କରିଛି | ଭାରତୀୟ ଜାତୀୟ ପେମେଣ୍ଟ ନିଗମ (ଏନପିସିଆଇ) ଓ ୟୁଏଇ ର ମର୍କ୍ୟୁରୀ ପେମେଣ୍ଟ ସେବା ମଧ୍ୟରେ ଦୁଇ ଦେଶର ଦେୟ ପ୍ଲାଟଫର୍ମ ମଧ୍ୟରେ ଏକ ଜ୍ଞାନକୌଶଳ ଆଦାନ ପ୍ରଦାନ ସ୍ଥାପିତ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଙ୍କ ଉପସ୍ଥିତି ରେ ରୂପେ କାର୍ଡର ସ୍ବୀକୃତି ଉପରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି | ବାହାରିନରେ ପ୍ରସିଦ୍ଧ ଶ୍ରୀନାଥଜୀ ମନ୍ଦିରରେ ପୂଜା ଅର୍ଚ୍ଚନା ସକାଶେ ପ୍ରସାଦ କ୍ରୟ କରି ପ୍ରଧାନମନ୍ତ୍ରୀ ଏହି କାର୍ଡ ପ୍ରଚଳନ ର ଶୁଭାରମ୍ଭ କରିଥିଲେ |
ବାହାରିନରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ଓ ବାହାରିନର ମର୍ଯ୍ୟାଦା ଜନକ ସର୍ବୋଚ୍ଚ ନାଗରିକ ସମ୍ମାନ ‘କିଙ୍ଗ ହମଦ ଅର୍ଡର ଅଫ ରେନେସା’ ରେ ଅଳଙ୍କୃତ କରାଯାଇଥିଲା | ଏହି ସମ୍ମାନଜନ ପୁରସ୍କାର ସାଦରେ ଗ୍ରହଣ କରି ତାଙ୍କ ସମ୍ଭାଷଣରେ ସେ ଏହି ପୁରସ୍କାର ର ମହତ୍ଵ ବିଷୟରେ ବର୍ଣ୍ଣନା କରିଥିଲେ | ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଆତିଥ୍ୟ ବାହାରିନ ସହ ଭାରତର ହଜାର ହଜାର ବର୍ଷ ପୁରାତନ ନିବିଡ ବନ୍ଧୁତ୍ଵ ସମ୍ପର୍କ କୁ ସୂଚାଉଛି | ରାଜା ହମାଦ ବିନ ଇଶା ଅଲ-ଖଲିଫା ଶ୍ରୀ ମୋଦୀଙ୍କ ସମ୍ମାନାର୍ଥେ ଏକ ନୈଶ୍ୟ ଭୋଜିର ଆୟୋଜନ କରିଥିଲେ | ଶ୍ରୀ ମୋଦୀ ବାହାରିନରେ ତାଙ୍କ ପ୍ରତିପକ୍ଷ ଖଲିଫା ବିନ ସଲମାନ ଅଲ-ଖଲିଫା ଙ୍କ ସହ ଦ୍ଵିପକ୍ଷୀୟ କଥାବାର୍ତ୍ତା କରିଥିଲେ ଓ ଆପୋଷ ସ୍ଵାର୍ଥ ବିଜଡିତ ଅନେକ ଦ୍ଵିପକ୍ଷୀୟ, ଆଞ୍ଚଳିକ ଓ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆମୂଳ ଚୂଳ ଆଲୋଚନା କରିଥିଲେ |
ପ୍ରଧାନମମନ୍ତ୍ରୀ ଶ୍ରୀ ମୋଦୀ ବାହାରିନ ର ଉପରାଜା ତଥା ଯୁବରାଜ ସଲମାନ ବିନ ହମାଦ ବିନ ଇଶା ଅଲ-ଖଲିଫାଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ ଓ ଦ୍ଵିପକ୍ଷୀୟ ସମ୍ପର୍କ କୁ ଆହୁରି ମଜବୁତ କରିବା ଲାଗି ସବୁ ଦିଗ ଉପରେ ମତ ଆଦାନ ପ୍ରଦାନ କରିଥିଲେ | ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବାହାରିନ ନେସନାଲ ଷ୍ଟାଡିୟମ ଠାରେ 15,000 ଜଣ ଏକତ୍ରିତ ହୋଇଥିବା ଏକ ଭାରତୀୟ ସମୁଦାୟକୁ ଉଦବୋଧନ ଦେଇଥିଲେ ଓ ରାଷ୍ଟ୍ର ର ଅର୍ଥନୈତିକ ବିକାଶ ଏବଂ ଭାରତ ଓ ବାହାରିନ ମଧ୍ୟରେ ଦ୍ଵିପକ୍ଷୀୟ ସମ୍ପର୍କ କୁ ଦୃଢୀଭୂତ କରିବା ଦିଗରେ ସେମାନଙ୍କ ଭୂମିକାର ଭୂୟଶୀ ପ୍ରଶଂସା କରିଥିଲେ | ଏହି ରାଷ୍ଟ୍ରରେ 350,000 ଭାରତୀୟ ବସବାସ କରୁଛନ୍ତି ଯାହାକି ବାହାରିନ ରେ ସବୁଠୁ ବଡ ପ୍ରବାସୀ ସମୁଦାୟ ଅଟେ | ଭାରତୀୟ ସମୁଦାୟକୁ ବାହାରିନ ଅର୍ଥବ୍ୟବସ୍ଥା ରେ ସେମାନଙ୍କ ବଳିଷ୍ଠ ଯୋଗଦାନ ଲାଗି ସମ୍ମାନିତ କରାଯାଇଥାଏ |
ବାହାରିନ ର ରାଜଧାନୀ ମାନାମା ରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉପସାଗରିୟ ଦେଶର 200 ବର୍ଷ ପୁରାତନ ଶ୍ରୀ ନାଥଜୀ (ଶ୍ରୀକୃଷ୍ଣ ) ମନ୍ଦିର ପରିଦର୍ଶନରେ ଯାଇ ପ୍ରାର୍ଥନା କରିଥିଲେ ଓ ମନ୍ଦିରର ପୁନଃନବୀକରଣ ପ୍ରକଳ୍ପ ର ଶୁଭାରମ୍ଭ କରିଥିଲେ | ଏହି ପ୍ରାଚୀନ ମନ୍ଦିର ବାହାରିନ ର ବହୁଳତାବାଦ ଓ ସୌଜନ୍ୟ ସଂସ୍କୃତି ର ପ୍ରତୀକ ଅଟେ ବୋଲି ପ୍ରଧାନମନ୍ତ୍ରୀ ବ୍ୟାଖ୍ୟା କରି ଏହାର ପ୍ରଶଂସା କରିଥିଲେ |
ଉପସାଗରୀୟ ଦେଶ ଗୁଡିକ ସହ ଭାରତର ବୃଦ୍ଧି ପାଉଥିବା ଦ୍ଵିପକ୍ଷୀୟ ସମ୍ପର୍କ ଏବଂ ଅଞ୍ଚଳରେ ତିକ୍ତତାପୂର୍ଣ୍ଣ ଭୂ-ରାଜନୈତିକ ସ୍ଥିତି ପରିପ୍ରେକ୍ଷୀରେ ଭାରତୀୟ ପ୍ରଧାନମନ୍ତ୍ରୀ ଙ୍କ ଏହି ତିନି ଦିନିଆ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି | ଭାରତ ସବୁ ଆଞ୍ଚଳିକ ବିବାଦର କଥାବାର୍ତ୍ତା ଜରିଆରେ ସମାଧାନ ର ପକ୍ଷଧର ଅଟେ ଓ ଆମେରିକା ଓ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଓ ଉପସାଗର ଜଳ ପରିସୀମାରେ ନୌପରିବହନ ଯାତାୟାତ ରେ ବାଧା ସୃଷ୍ଟି ଯୋଗୁଁ ଉପୁଜିଥିବା ଘଟଣାକ୍ରମ ଉପରେ ଭାରତ ତୀକ୍ଷଣ ନଜର ରଖିଛି | କାରଣ ଉପସାଗରରେ କୌଣସି ପ୍ରକାର ବିଶୃଙ୍ଖଳା ଦେଖା ଦେଲେ ଭାରତର ଶକ୍ତି ସୁରକ୍ଷା ସହ ଏହି ଅଞ୍ଚଳରେ ବସବାସ କରୁଥିବା 8.5 ନିୟୁତ ଭାରତୀୟ ସମୁଦାୟ ଉପରେ ଏହାର ସିଧାସଳଖ ପ୍ରଭାବ ପଡିବ | ତେଣୁ ଭାରତ ସବୁ ପକ୍ଷକୁ ଏପରି ଗଣ୍ଡଗୋଳିଆ ପରିସ୍ଥିତି ରୁ ନିବୃତ୍ତ ରହିବା ଲାଗି ନିବେଦନ କରିଛି |
ଏଥିସହିତ ଦକ୍ଷିଣ ଏସିଆରେ ସମ୍ପ୍ରତ୍ତି ଉଭା ହୋଇଥିବା ଘଟଣାକ୍ରମ ପରିପ୍ରେକ୍ଷୀରେ ଏହି ଗସ୍ତ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ପ୍ରତୀୟମାନ ହୋଇଛି | ଜାମ୍ମୁ ଓ କାଶ୍ମୀର ର ସ୍ଵତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିନେବା ଏବଂ ଜାମ୍ମୁ କାଶ୍ମୀର ଓ ଲଦାଖ କୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ନେଇ ନୂଆଦିଲ୍ଲୀର ନିଷ୍ପତ୍ତି ଭାରତର ଏକାନ୍ତ ଆଭ୍ଯନ୍ତରୀଣ ମାମଲା ହୋଇଥିବା ସତ୍ତ୍ୱେ ଇସଲାମାବାଦ ଏହାର ସମାଲୋଚନା କରିଚାଲିଛି | ତେବେ ଭାରତକୁ ୟୁଏଇ, ବାହାରିନ ଓ ସାଉଦିଆରବ ସମେତ ଏହାର ମହତ୍ବପୂର୍ଣ୍ଣ ଉପସାଗରୀୟ ଆରବ ସହଯୋଗୀ ରାଷ୍ଟ୍ର ମାନେ ବିପୁଳ ସମର୍ଥନ ଜଣାଇଛନ୍ତି |
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ଭାରତ ଓ ଉପସାଗରିୟ ରାଷ୍ଟ୍ର ମଧ୍ୟରେ ବିଶେଷତଃ ୟୁଏଇ ସହ ରାଜନୈତିକ, ଅର୍ଥନୈତିକ ଓ ସୁରକ୍ଷା ସମ୍ପର୍କ କୁ ଆହୁରି ମଜବୁତ କରିବା ଲାଗି ଏକ ଦୀର୍ଘ ରୂପରେଖ ପ୍ରସ୍ତୁତ କରିବ | ୟୁଏଇ ଗତ ପାଞ୍ଚ ବର୍ଷ ମଧ୍ୟରେ ପଶ୍ଚିମ ଏସିଆ ରେ ନୂଆଦିଲ୍ଲୀ ର ପ୍ରମୁଖ ଭାଗୀଦାର ଭାବେ ମୁଣ୍ଡ ଟେକିଛି |
ମୂଳ ଲେଖା : ଡଃ ମହମ୍ମଦ ମୁଦାସିର କ୍ୟୁମାର, ପଶ୍ଚିମ ଏସିଆ ଉପରେ ରଣନୀତିକ ବିଶ୍ଳେଷକ
ଅନୁବାଦ : ରୀତା ଯୋଶୀ

Comments
Post a Comment