Skip to main content

ସଶସ୍ତ୍ର ବାହିନୀର ଆଧୂନିକୀକରଣ

ଗତ ଏକ ଦଶନ୍ଧି ଧରି ଭାରତର ନିକଟ ପଡୋଶୀ ସୀମାବର୍ତ୍ତି ଇଲାକାରେ ଲଗାତାର ବିଦେଶୀ ସହାୟତା ପ୍ରାପ୍ତ ସନ୍ତ୍ରାସବାଦ କାର୍ଯ୍ୟକଳାପ ଜାରି ରହିଛି ଓ ଏହି ଘଟଣାକ୍ରମକୁ ଦୃଷ୍ଟିରେ ରଖି ଭାରତୀୟ ସଶସ୍ତ୍ର ବାହିନୀର ଦକ୍ଷତା ବୃଦ୍ଧି କରିବା ନିହାତି ଜରୁରୀ ହୋଇପଡିଛି | ତେବେ ଏହି କାମ ଏତେ ସହଜସାଧ୍ୟ ନୁହେଁ କାରଣ ଭାରତକୁ ଏହାର ଲୋକମାନଙ୍କ ସାମାଜିକ-ଅର୍ଥନୈତିକ ବିକାଶ ପ୍ରତି ଧ୍ୟାନ ଦେବାକୁ ପଡିବ | କିନ୍ତୁ ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ବିନା କୌଣସି ରାଜ୍ୟର ସର୍ବାଙ୍ଗୀନ ବିକାଶ ସାଧନ ହୋଇପାରିବ ନାହିଁ | ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ବଜେଟ ରେ ପ୍ରତିରକ୍ଷା କ୍ଷେତ୍ର ପାଇଁ 4.31 ଟ୍ରିଲିୟନ ଡଲାର ର ଆବଣ୍ଟନ ସ୍ଵାଗତ ଯୋଗ୍ୟ ଅଟେ | ତେବେ ଏହା ଭାରତର ମୋଟ ଦେଶୀୟ ଉତ୍ପାଦ (ଜିଡ଼ିପି) ର ମାତ୍ର 2.04 ପ୍ରତିଶତ ଅଟେ | ପ୍ରତିରକ୍ଷା ଉପକରଣର ଆମଦାନୀ ଉପରେ ମୂଳ ସୀମା ଶୁଳ୍କ ଛାଡ କରିବା ନିଷ୍ପତ୍ତିରୁ ପ୍ରମାଣ ମିଳୁଛି ଯେ ପ୍ରତିରକ୍ଷା ଆଧୂନିକୀକରଣ ର ଆବଶ୍ୟକତା ଉପରେ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି |

ଭାରତୀୟ ସେନାବାହିନୀର ଆଧୂନିକୀକରଣ ପ୍ରକ୍ରିୟାକୁ ସ୍ପଷ୍ଟ ରୂପରେ ଦୀର୍ଘକାଳୀନ ଏକୀକୃତ ପରିପ୍ରେକ୍ଷଣ ଯୋଜନା (ଏଲଟିଆଇପିପି) ରେ ସାମିଲ କରାଯାଇଛି ଯାହାର ଅବଧି 2027 ପର୍ଯ୍ୟନ୍ତ ରହିବ | ସ୍ଵଦେଶୀ ଦକ୍ଷତା ବୃଦ୍ଧି କରିବା ଲାଗି ଭାରତରେ ନିର୍ମିତ ପ୍ରକଳ୍ପ ଗୁଡିକ ଉପରେ ଜୋର ଦିଆଯାଉଛି | ସରକାର ସକ୍ରିୟ ଆଭିମୁଖ୍ୟ ଗ୍ରହଣ କରି ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପୁର୍ଣ୍ଣ କରିବା ଲାଗି ପ୍ରୟାସ କରୁଛନ୍ତି | ପ୍ରମୁଖ ବେସରକାରୀ ସଂସ୍ଥା ଗୁଡିକୁ ମଧ୍ୟ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ସାମିଲ କରାଯାଉଛି | ସରକାର ରଣନୀତିକ ଭାଗୀଦାରୀତା (ଏସପି) ମଡେଲ ପ୍ରସ୍ତୁତ କରିଛନ୍ତି ଯଦ୍ୱାରା ଭାରତରେ ଲଢୁଆ ବିମାନ, ହେଲିକେପ୍ଟର, ବୁଡାଜାହାଜ ଓ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ନିର୍ମାଣ ଲାଗି ଭାରତୀୟ ବେସରକାରୀ କ୍ଷେତ୍ରର କମ୍ପାନୀ ଗୁଡିକୁ ବିଦେଶୀ ପ୍ରତିରକ୍ଷା କମ୍ପାନୀ ଗୁଡିକ ସହ ମିଳିତ ଉଦ୍ୟମ କରିବା ଲାଗି ଅନୁମତି ଦିଆଯିବ | ସଶସ୍ତ୍ର ବାହିନୀର ଯୁଦ୍ଧ ଲଢିବାର କ୍ଷମତା ବୃଦ୍ଧି କରିବା ପାଇଁ ସରକାର ଅନେକ ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି | ବିଗତ ଦଶନ୍ଧିରେ ଏହି ପଦକ୍ଷେପ ଗୁଡିକୁ ସବୁଠୁ ଉଲ୍ଲେଖନୀୟ ଭାବେ ଦର୍ଶାଯାଉଛି | ଏଥିରେ ବିଶ୍ଵର ଦ୍ଵିତୀୟ ସର୍ବବୃହତ ସ୍ଥାୟୀ ସେନାବାହିନୀର ସଂଖ୍ୟା ହ୍ରାସ କରାଯାଇଛି ଏବଂ ଆଧୁନିକ ମଞ୍ଚ ଓ ଅସ୍ତ୍ରଶସ୍ତ୍ର ଯୋଗାଇ ଏହାକୁ “ଆକାରରେ ଛୋଟ କିନ୍ତୁ ଦକ୍ଷତା ପୂର୍ଣ୍ଣ” କରୁଛି | 

ଏଫ-ଆଇଏନଏସଏଏସ (ଏକ ବ୍ୟବସ୍ଥା ଭାବେ ଭବିଷ୍ୟତ ପଦାତିକ ବାହିନୀ ଯବାନ) ହେଉଛି ଏକ ପ୍ରମୁଖ କାର୍ଯ୍ୟକ୍ରମ ଯାହାର ମୂଳ ଉଦ୍ଦେଶ୍ୟ ହେଲା ଯବାନ ମାନଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଲଢୁଆ ଉପକରଣ ପ୍ରଦାନ କରିବା | ଏହା 2020 ସୁଦ୍ଧା ସମ୍ପୁର୍ଣ୍ଣ ହେବାର ସମୟ ଧାର୍ଯ୍ୟ ହୋଇଛି | ଗତବର୍ଷ ସେନାବାହିନୀ M777 ହୋୱିଜର ଓ K9 ବଜ୍ର କ୍ରୟ କରିଥିଲା | ସମ୍ପ୍ରତ୍ତି 13,500 କୋଟି ଟଙ୍କାରୁ ଅଧିକ ମୂଲ୍ୟର 464 T-90 ଟ୍ୟାଙ୍କ ର କ୍ରୟ ପାଇଁ ଭାରତ ରୁଷ ସହ ଏକ ଚୁକ୍ତିରେ ଉପନୀତ ହୋଇଛି | ଏହା ସେନାବାହିନୀରେ T-72 ଓ T-55 ସହ T-90 ର ସଂଖ୍ୟା ବୃଦ୍ଧି ପାଇ 2,000 ପର୍ଯ୍ୟନ୍ତ ପହଞ୍ଚିଯିବ |

ଭାରତୀୟ ବିମାନ ବାହିନୀ ପାଇଁ ରାଫେଲ ଲଢୁଆ ବିମାନ ଏକ “ଗେମ ଚେଞ୍ଜର” ସଦୃଶ ହେବ କାରଣ ଏହାର ଏପରି କ୍ଷମତା ଅଛି ଯେ ଆକାଶ ମାର୍ଗରେ ସଂଚାଳନ ସମୟରେ କେହିବି ଶତ୍ରୁ ଏହାକୁ ପ୍ରତିରୋଧ କରିପାରିବ ନାହିଁ | ଏହା ପରମାଣୁ ସକ୍ଷମ ଅଟେ ଓ ଏହା ଉଭୟ ଆକାଶ ମାର୍ଗରୁ ଆକାଶ ମାର୍ଗକୁ ଏବଂ ଆକାଶ ମାର୍ଗରୁ ଭୁପୃଷ୍ଠରେ ଆକ୍ରମଣକୁ ମୁକାବିଲା କରିପାରିବ | ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା ମାସ (ସେପ୍ଟେମ୍ବର ) ରେ ଭାରତୀୟ ବିମାନ ବାହିନୀକୁ ପ୍ରଥମ ରାଫେଲ ଲଢୁଆ ବିମାନ ପ୍ରଦାନ କରାଯିବ ଓ ସମସ୍ତ 36ଟି ଯାକ ରାଫେଲ ଲଢୁଆ ବିମାନ ଆଗାମୀ ଦୁଇ ବର୍ଷ ମଧ୍ୟରେ ପ୍ରଦାନ କରାଯିବ | ଏହା ବ୍ୟତିତ ପୁରୁଣା ବିମାନ ଗୁଡିକ ସ୍ଥାନରେ ସୁଖୋଇ-ଏମ 30 ଓ ତେଜସ ର ନୂତନ ସଂସ୍କରଣ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ | ମୋଟାମୋଟି ଭାବେ କହିବାକୁ ଗଲେ ବିମାନ ବାହିନୀର ମୁଖ୍ୟ ପରିଚାଳନା ବିମାନ ‘ମିଗ-21 ବିସନ’ ପୁରୁଣା ମିଗ-21 ତୁଳନାରେ ଅତ୍ୟାଧୁନିକ ଓ ଏହାର ଯଥେଷ୍ଟ ଉନ୍ନତ କ୍ଷମତା ରହିଛି |

ପାକିସ୍ତାନ ଅଧିକୃତ କାଶ୍ମୀର ସ୍ଥିତ ସନ୍ତ୍ରାସବାଦୀ ଶିବିର ଉପରେ ଦୁଇଟି ସର୍ଜିକାଲ ଷ୍ଟ୍ରାଇକରେ ଭାରତୀୟ ବିମାନ ବାହିନୀର ଆଧୂନିକୀକରଣ ଓ ଏହାର ଦକ୍ଷତା ସ୍ପଷ୍ଟ ଦୃଶ୍ୟମାନ ହୋଇଥିଲା | ଆକାଶ ମାର୍ଗରୁ ଆକ୍ରମଣ କ୍ଷେତ୍ରରେ ବିମାନ ଗୁଡିକର କ୍ଷମତା ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟିଛି | କାରଗିଲ ଯୁଦ୍ଧ ସମୟରେ ଭାରତ ପାଖରେ କେବଳ ମିରାଜ 2000 ରେ “ଲେଜର-ସେନ୍ସର-ଟାର୍ଗେଟିଙ୍ଗ-ସିଷ୍ଟମ” ଥିବା ବେଳେ ଏବେ ଭାରତୀୟ ସେନାବାହିନୀ ପାଖରେ ଜଗୁଆର, ଉନ୍ନତ ମିଗ-27 ଓ ସୁଖୋଇ-30ରେ ମଧ୍ୟ ଏହି ସୁବିଧା ଉପଲବ୍ଧ ଅଛି | ୟୁଏଭି , ରିଫ୍ଯୁଲର୍ସ ଓ ଇଭାକ୍ସ ( ଏରୋମେଡିକାଲ ଇଭାକୁଏସନ ସିଷ୍ଟମ) ସାମିଲ ହେବାରୁ ଏହା ସଂକେତ ମିଳୁଛି ଯେ ଭାରତୀୟ ବିମାନ ବାହିନୀ କେତେ ଆଗକୁ ଅଗ୍ରସର ହୋଇ ସାରିଛି |

ସାମୁଦ୍ରିକ ପରିପ୍ରେକ୍ଷୀରେ ଭାରତ ବେଶ ଅବଗତ ଯେ ଉଭୟ ପରିଚାଳନା କ୍ଷମତା ଓ ସାମୁଦ୍ରିକ ପଥର ସୁରକ୍ଷା ପାଇଁ ମୌଳିକଢାଞ୍ଚା କ୍ଷେତ୍ରରେ ସୁଧାର ର ଆବଶ୍ୟକତା ଅଛି | ବର୍ତ୍ତମାନ ଭାରତର ମାତ୍ରା ଆଧାରରେ କରାଯାଉଥିବା 90 ପ୍ରତିଶତ ବାଣିଜ୍ୟ କାରବାର ଓ ମୂଲ୍ୟ ଆଧାରରେ କରାଯାଉଥିବା 77 ପ୍ରତିଶତ କାରବାର ସମୁଦ୍ର ମାଧ୍ୟମରେ କରାଯାଉଛି | ଏହା ବ୍ୟତିତ ପଡୋଶୀ ଦେଶର ନୌବାହିନୀର ଆଧୂନିକୀକରଣ ତୀବ୍ର ଗତିରେ ଆଗେଇ ଚାଲିଥିବାରୁ ଏହା ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି | ତେଣୁ ସରକାର ନିର୍ମାଣ କରାଯାଉଥିବା 32ଟି ଜାହାଜ ବ୍ୟତିତ ଛ ଟି ବୁଡା ଜାହାଜ ଓ 56 ଟି ନୂଆଁ ଜାହାଜକୁ ସାମିଲ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି | 

ଭାରତ ଅର୍ଥନୈତିକ ଓ ଯାନ୍ତ୍ରିକ କୌଶଳ କ୍ଷେତ୍ରରେ ସମଗ୍ର ଦୁନିଆଁ ରେ ପ୍ରତିଷ୍ଠା ଲାଭ କରୁଥିବା ଯୋଗୁଁ ସେନାବାହିନୀକୁ ଆତ୍ୟାଧୁନିକ ଉପକରଣ ଯୋଗାଇ ଏହାର ସାମରିକ କ୍ଷମତା ବୃଦ୍ଧି କରିବାକୁ ପଡିବ ଯଦ୍ୱାରା କୌଣସି ପ୍ରକାରର ବିପଦ ପୂର୍ଣ୍ଣ ପରିସ୍ଥିତି ବା ଚାଲେଞ୍ଜ ଗୁଡିକର ଦକ୍ଷତାର ସହ ମୁକାବିଲା କରିପାରିବ |

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...