Skip to main content

ଦେବାଳିଆ ପାକିସ୍ତାନ

ଭାରତର ଜମ୍ମୁ କଶ୍ମୀର ଉପରେ ନିଜର ଆଭିମୁଖ୍ୟକୁ ନେଇ ପାକିସ୍ତାନ ଏବେ ଫସି ଯାଇଛି | ଧାରା 370 ଉଚ୍ଛେଦ ପରେ ପାକିସ୍ତାନ ଏହାକୁ ଆନ୍ତର୍ଜାତୀୟ ରୂପ ଦେବାକୁ ଚେଷ୍ଟା କରୁଛି କିନ୍ତୁ ପାକିସ୍ତାନକୁ ଅନ୍ୟ ଦେଶ ତ ଦୂରର କଥା ମଧ୍ୟ ପୂର୍ବ ଏବଂ ପଶ୍ଚିମ ଏସିଆର ତାର ପ୍ରଭାବଶାଳି ବଂଧୁ ରାଷ୍ଟ୍ରମାନେ ମଧ୍ୟ ତାକୁ ସମର୍ଥନ ଦେଉ ନାହାନ୍ତି | ପ୍ରଥମ ଥର ପାଇଁ ମୁସଲମାନ ରାଷ୍ଟ୍ରମାନେ କଶ୍ମୀର ପ୍ରସଙ୍ଗ ଉପରେ ମୁହଁ ଖୋଲୁ ନାହାନ୍ତି | କେତେକ ପ୍ରଭାବଶାଳି ଦେଶ କଶ୍ମୀର ମାମଲକୁ ଭାରତର ଆଭ୍ୟନ୍ତରିଣ ମାମଲା କହିଛନ୍ତି| ଏସବୁ ମଧ୍ୟରେ ପାକିସ୍ତାନ ଏବେ ଯୁଦ୍ଧ ପାଇଁ ଧମକ ଦେଉଛି |

କେବଳ ତୁର୍କୀ ଏବଂ ମ୍ୟାଲେସିଆ ପାକିସ୍ତାନର ବିଳାପକୁ ଗୁରୁତ୍ବ ଦେଇଛି | କିନ୍ତୁ ଭାରତରୁ ପଳାୟନ କରିଥିବା ଜାକିର ନାଏକକୁ ମ୍ୟାଲେସିଆ ସରକାର ପ୍ରତିବନ୍ଧିତ କରିବା ସହିତ କଶ୍ମୀର ପ୍ରସଙ୍ଗ ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ |

ଜାତିସଂଘର ନିରାପତ୍ତା ପରିଷଦରେ ମଧ୍ୟ ପାକିସ୍ତାନକୁ ଅସଫଳତା ମିଳିଛି ଯେଉଁଠି ପାକିସ୍ତାନ ଏବଂ ଚୀନର ଚାଲାଖି ବିଫଳ ହୋଇଛି | ଏହାପରେ ପାକିସ୍ତାନ ନିଜ ଦେଶର ଲୋକମାନଙ୍କୁ ଦେଖାଇବା ପାଇଁ ଏଣୁତେଣୁ ବୟାନ ଦେଇଚାଲିଛି | ପାକିସ୍ତାନ ପ୍ରଧାନମନ୍ତ୍ରୀ ଏହି ସପ୍ତାହ ଆରମ୍ଭରେ ଯୁଦ୍ଧ ପାଇଁ ଧମକ ଦେଇଥିଲେ | ଇମରାନ ଖାନ କହିଛନ୍ତି ପାକିସ୍ତାନର ଜନତା କଶ୍ମୀର ସହିତ ଅଛନ୍ତି କିନ୍ତୁ ସେ ଏକଥା କହିବାକୁ ଭୁଲି ଯାଇଛନ୍ତି ଯେ ସେ କେଉଁ କଶ୍ମୀର କଥା କହୁଛନ୍ତି | ପାକିସ୍ତାନର ପ୍ରଧାନମନ୍ତ୍ରୀ ଜେହାଦ ପାଇଁ ଆହ୍ବାନ ଦେଇଛନ୍ତି | ପାକିସ୍ତାନର ରେଳ ମନ୍ତ୍ରୀ ଶେଖ ରସିଦ ଏକଥା ମଧ୍ୟ କହିଦେଲେ ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅକ୍ଟୋବରରେ ଯୁଦ୍ଧ ହୋଇପାରେ | ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଇମରାନ ଏବଂ ସେନା ମୁଖ୍ୟ ବାଜଵାଙ୍କ କାର୍ଯ୍ୟକାଳରେ କଶ୍ମୀର ସମସ୍ୟାର ସମାଧାନ ହୋଇଯିବ | ଏହା ପ୍ରମାଣ କରୁଛି ଯେ ପାକିସ୍ତାନ ଅହଙ୍କାରରେ ସ୍ବପ୍ନ ଦେଖୁଛି |

1947ରେ ଜମ୍ମୁ କଶ୍ମୀର ଭାରତରେ ବିଲୟ ହେବା ପରଠାରୁ ଭାରତ କହିଆସିଛି ଯେ ଏହା ଭାରତର ଅଭିନ୍ନ ଅଙ୍ଗ | ଅପରପକ୍ଷେ ପାକିସ୍ତାନ ଭାରତର 13000 ବର୍ଗ କିଲୋମିଟର ଭୂଭାଗ ଉପରେ ବେଆଇନ କବ୍ଜା କରି ରଖିଛି | ଆଉ ଏହା ମଧ୍ୟରୁ କେତେକ ଅଂଶ ବେଆଇନ ଭାବେ ଚୀନକୁ ଦେଇ ଦେଇଛି | ଏବେ ଆବଶ୍ୟକତା ରହିଛି ଯେ ପାକିସ୍ତାନ ଏହି ଅନଧିକୃତ ଅଞ୍ଚଳକୁ ଭାରତକୁ ଫେରାଇଦେଉ | ଭାରତ ପାକ ଅଧିକୃତ କଶ୍ମୀର ବ୍ୟତିତ ଅନ୍ୟ କୌଣସି ପ୍ରସଙ୍ଗ ଉପରେ କଥାବାର୍ତ୍ତା କରିବାକୁ ବର୍ତ୍ତମାନ ପ୍ରସ୍ତୁତ ନାହିଁ | ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହା ସ୍ପଷ୍ଟ କରିବା ସହିତ ଏକଥା ମଧ୍ୟ କହିଛନ୍ତି ଯେ ପାକିସ୍ତାନ ପ୍ରଥମେ ସନ୍ତ୍ରାସବାଦକୁ ନିଜର ବିଦେଶ ନୀତିରୁ ହଟାଇବାକୁ ପଡିବ |

ପାକିସ୍ତାନ ପକ୍ଷରୁ ଆସୁଥିବା ଦାୟିତ୍ବହୀନ ଏବଂ ଅପରିପକ୍ବ ମନ୍ତବ୍ୟ ଭାରତର ଆଭ୍ୟନ୍ତରିଣ ମାମଲାରେ ହ୍ସତକ୍ଷେପ ସଦୃଶ୍ୟ | ଏପରି ବିବୃତ୍ତି ପାଇଁ ଭାରତର ବୈଦେଶିକ ମନ୍ତ୍ରଣାଳୟ ନିନ୍ଦା କରିଛି | ଭାରତ ପାକିସ୍ତାନକୁ ଏହା ମଧ୍ୟ କହିଛି ଯେ ସେ ଆନ୍ତର୍ଜାତୀୟ ସନ୍ତ୍ରାସବାଦି ସଂଗଠନ ଠାରୁ ନିଜର ସଂପର୍କ ଛିନ୍ନ କରି ଦୋଷିମାନଙ୍କୁ ଦଣ୍ତ ଦେଉ |

ପାକିସ୍ତାନରେ ବର୍ତ୍ତମାନ ଦେଖାଦେଇଥିବା ଆଭ୍ୟନ୍ତରିଣ ପରିସ୍ଥିତି ଉପରେ ପୁରା ଦୁନିଆ ଅବଗତ ଅଛି | ଆର୍ଥିକ ଦୃଷ୍ଟିରୁ ପାକିସ୍ତାନ ଏପରି ଦେବାଳିଆ ହୋଇସାରିଛି ଯେ ଖୋଦ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳଯର ବିଜୁଳି ବିଲ 41 ଲକ୍ଷ ଟଙ୍କା ବକେୟା ରହିଛି | ଆଉ ବିଜୁଳି ବିଭାଗ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବିଜୁଳି କାଟିଦେବାକୁ ଧମକ ବି ଦେଇଛି |

ପାକିସ୍ତାନର ସାଧାରଣ ଲୋକ ସବୁଜିନିଷରେ ଅତ୍ୟଧିକ ପଇସା ଦେୟ କରୁଛି ନିକଟରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପାକିସ୍ତାନକୁ କୌଣସି ପ୍ରକାର ସହାୟତା ଦେବାକୁ ମନା କରିଛି | ସବୁଠୁ ବଡ ଧକ୍କା ଏଫଟିଏଫ ଦେଇଛି | ଏଫଟିଏଫର ଏସିଆ ପ୍ରଶାନ୍ତ ମହାସାଗରୀୟ ସଂଗଠନ ନିଜର ରିପୋର୍ଟରେ କହିଛି ଯେ ଯେଉଁ 40 ମାନଦଣ୍ତ ଉପରେ ପାକିସ୍ତାନକୁ କଡା ପଦକ୍ଷେପ ନେବାର ଥିଲା ସେଥିମଧ୍ୟରୁ 32ଟିରେ ସେ ଅସଫଳ ରହିଛି | ପାକିସ୍ତାନ ପୂର୍ବରୁ ଏଫଟିଏଫର ଗ୍ରେ ସୂଚିରେ ରହିଛି ଆଉ କିଛି ମାସ ମଧ୍ୟରେ ପାକିସ୍ତାନକୁ କଳାତାଲିକା ଭୁକ୍ତ କରାଯାଇପାରେ | ଯଦି ଏପରି ହୁଏ ତେବେ ପାକିସ୍ତାନକୁ ନିଜର ପରିସ୍ଥିତି ସୁଧାରିବାକୁ ଋଣ ନେବା ଅସମ୍ଭବ ହେଇଯିବ |

ଏପରି ପରିସ୍ଥିତିରେ ପାକିସ୍ତାନ ନିଜର ପଡୋଶୀ ଦେଶର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବା ପରିବର୍ତ୍ତେ ବୁଦ୍ଧିମାନତାର ସହିତ ନିଜ ଦେଶର ନାଗରିକମାନଙ୍କର ଉନ୍ନତ ଜୀବନ ପାଇଁ ପଦକ୍ଷେପ ନେବା ଉଚିତ |




ଆଲେଖ୍ୟ: ଜେ.ଏଲ. କୌଲ ଜଲାଲି

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...