Skip to main content

ଭାରତର ବୈଦେଶିକ ମନ୍ତ୍ରୀଙ୍କ ବାଙ୍ଗଲାଦେଶ ଗସ୍ତ

ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ ବାଙ୍ଗଲାଦେଶ ଗସ୍ତ ଅଧିକନ୍ତୁ ଏକ ସୌଜନ୍ୟମୂଳକ ଗସ୍ତ ଥିଲା ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ଅକ୍ଟୋବର ପ୍ରଥମ ସପ୍ତାହରେ ଭାରତ ଆସିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମନ୍ତ୍ରଣ ବାର୍ତ୍ତା ପହଞ୍ଚାଇବା ପାଇଁ। ଦୁଇ ଦେଶ ମଧ୍ୟରେ ଦ୍ବିପକ୍ଷୀୟ ସଂପର୍କ ଅଧିକ ସୁଦୃଢ ହେଉଥିବାବେଳେ ଏହା ଏକ ଗୁରୁତ୍ବପୂର୍ଣ୍ଣ ସମୟ କୁହାଯାଇ ପାରେ। 

ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀଙ୍କ ସହିତ ଭାରତର ବୈଦେଶିକ ମନ୍ତ୍ରୀଙ୍କ ବୈଠକ ଫଳପ୍ରଦ ଥିଲା । ପ୍ରଧାନମନ୍ତ୍ରୀ ଶେଖ ହସୀନା ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଅକ୍ଟୋବରରେ ହେବାକୁ ଥିବା ବୈଠକ ପାଇଁ ମୂଳଦୁଆ ପ୍ରସ୍ତୁତ ପାଇଁ ଏହି ବୈଠକ ଅଭିପ୍ରେତ ବୋଲି କୁହାଯାଇ ପାରେ। ଶେଖ ହସୀନାଙ୍କୁ ଡକ୍ଟର ଜୟଶଙ୍କର ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମନ୍ତ୍ରଣ ପତ୍ର ହସ୍ତାନ୍ତର କରିଥିଲେ ଏବଂ ଏହି ଆମନ୍ତ୍ରଣ ପାଇଁ ଶେଖ ହସୀନା ଶ୍ରୀ ମୋଦିଙ୍କୁ କୃତଜ୍ଞତା ମଧ୍ୟ ଜ୍ଞାପନ କରିଛନ୍ତି।

ଶ୍ରୀ ଜୟଶଙ୍କର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ହସୀନାଙ୍କ ଗସ୍ତକୁ ଭାରତ ଚାହିଁ ରହିଛି। ଉଭୟ ନେତା ବୈଠକ କାଳରେ ବିଭିନ୍ନ ଦ୍ବିପକ୍ଷୀୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଆଲୋଚନା କରିଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପୂର୍ବରୁ ଶ୍ରୀ ଜୟଶଙ୍କର ଭାରତର ବୈଦେଶିକ ସଚିବ ଭାବରେ ବାଙ୍ଗଲାଦେଶ ଗସ୍ତ କରିଛନ୍ତି ଆଉ ଏବେ ବୈଦେଶିକ ମନ୍ତ୍ରୀ ଭାବେ ଗସ୍ତ କରି ତାଙ୍କର ବାଙ୍ଗଲାଦେଶୀ ପ୍ରତିପକ୍ଷ ଏ.କେ ଅବଦ୍ଦୁଲ ମୋମେନଙ୍କ ସହ ଆଲୋଚନା କରିଛନ୍ତି। ଦୁଇ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସୌହାର୍ଦ୍ଦପୂର୍ଣ୍ଣ ରହିଥିଲା। ଉଭୟେ ଦ୍ବିପକ୍ଷୀୟ ନିରାପତ୍ତା ଏବଂ ସାମରିକ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଛନ୍ତି। ଉଭୟ ଦେଶ ପରସ୍ପର ମଧ୍ୟରେ ଥିବା ସଂପର୍କକୁ ଆହୁରି ଅଧିକ ସୁଦୃଢ କରିବାକୁ ଇଛୁକ ଅଛନ୍ତି। ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ଅଧିକନ୍ତୁ କୌଶଳଗତ ଭାଗିଦାରୀ ସଂପର୍କ ରହିଛି।

ଡକ୍ଟର ଜୟଶଙ୍କର କହିଛନ୍ତି ଯେ ନିରାପତ୍ତା ବିଷୟ ଉପରେ ଅପରାଧ, ସନ୍ତ୍ରାସବାଦ ଏବଂ ମୌଳବାଦ ତଥା ସନ୍ତ୍ରାସବାଦି ଗୋଷ୍ଠି ବିରୋଧରେ ଭାଗିଦାରୀ ପ୍ରତ୍ୟେକ୍ଷ ଭାବରେ ଦୁଇ ଦେଶର ଲୋକମାନଙ୍କର ହିତ ସାଧନ କରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ରୋହିଙ୍ଗ୍ୟା ଶରଣାର୍ଥୀ ସମସ୍ୟାର ସମାଧାନ ସଂପର୍କରେ ମଧ୍ୟ ଦୁଇ ପକ୍ଷ ଆଲୋଚନା କରିଛନ୍ତି। ବାଙ୍ଗଲାଦେଶ ବୈଦେଶିକ ମନ୍ତ୍ରୀ ମଧ୍ୟ ଆଞ୍ଚଳିକ ସ୍ଥିରତା ପାଇଁ ରୋହିଙ୍ଗ୍ୟା ସମସ୍ୟାର ତୁରନ୍ତ ସମାଧାନ ପାଇଁ ତାଙ୍କର ଭାରତୀୟ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବାକୁ ବ୍ୟଗ୍ର ଥିଲେ।

ଗଣମାଧ୍ୟମକୁ ଡକ୍ଟର ଜୟଶଙ୍କର କହିଛନ୍ତି ଯେ ମ୍ୟାଁମାରକୁ ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କ ନିରାପଦ ଏବଂ ତୁରନ୍ତ ବିଦାୟ ପାଇଁ ଦୁଇ ଦେଶ ରାଜି ହୋଇଛନ୍ତି। ପ୍ରାୟ 7 ଲକ୍ଷ ରୋହିଙ୍ଗ୍ୟା ମ୍ୟାଁମାରରେ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ନିଜ ଦେଶରୁ ପଳାୟନ କରିଥିଲେ, ସେଥିମଧ୍ୟରୁ ଅଧିକ ସଂଖ୍ୟକ ବାଙ୍ଗଲାଦେଶରେ ଆଶ୍ରୟ ନେଇଛନ୍ତି । ସେମାନଙ୍କୁ ନିରାପଦ ଏବଂ ଶିଘ୍ର ସ୍ବଦେଶକୁ ପଠାଇବା ପାଇଁ ଭାରତ ଏବଂ ବାଙ୍ଗଲାଦେଶ ପଦକ୍ଷେପ ନେଉଛି।

ଡକ୍ଟର ଜୟଶଙ୍କର କହିଛନ୍ତି ଯେ ଭାରତ ଏବଂ ବାଙ୍ଗଲାଦେଶର ସଂପର୍କ ଅନ୍ୟ ଦକ୍ଷିଣ ଏସିଆ ଦେଶମାନଙ୍କ ପାଇଁ ଏକ ଆଦର୍ଶ ହୋଇଛି। ଏହି ସଂପର୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2014ରେ କ୍ଷମତାକୁ ଆସିବା ପରେ ଆହୁରି ସୁଦୃଢ ହୋଇଛି। ଦୁଇ ଦେଶ 41 ବର୍ଷ ଧରି ରହିଥିବା ସୀମା ପ୍ରସଙ୍ଗର ସମାଧାନ ପାଇଁ ସୀମା ଚିହ୍ନଟ ରାଜିନାମାକୁ କାର୍ଯ୍ୟକାରୀ କରିବାକୁ 2015ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଢାକା ଗସ୍ତ କାଳରେ ରାଜି ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ହସୀନା 2017 ଏପ୍ରିଲରେ ଭାରତ ଆସିଥିବା ସମୟରେ 22ଟି ରାଜିନାମା ସ୍ବାକ୍ଷରିତ ହୋଇଥିଲା ଯେଉଁଥିରେ ପ୍ରତିରକ୍ଷା, ପରମାଣୁ ଶକ୍ତି, ସାଇବର ନିରାପତ୍ତା ଏବଂ ଗଣମାଧ୍ୟମ ସାମିଲ ଥିଲା। ଭାରତ ବାଙ୍ଗଲାଦେଶକୁ 2015ରେ 2 ବିଲିୟନ ଡଲାର, 2017ରେ 4.5 ବିଲିୟନ ଡଲାର ଋଣ ପ୍ରଦାନ କରିବା ସହିତ 17ଟି ବିକାଶମୂଳକ ପ୍ରକଳ୍ପ ଏବଂ ବାଙ୍ଗଲାଦେଶର ବନ୍ଦରର ଉନ୍ନତିକରଣ ପାଇଁ ସହାୟତା କରିଛି।

ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା ଚଳିତ ବର୍ଷ ଏପରି ସମୟରେ ଭାରତ ଆସୁଛନ୍ତି ଯେତେବେଳେକି ବାଙ୍ଗଲାଦେଶର ଜାତିର ଜନକ ଶେଖ ମୁଜିବୁର ରହେମାନଙ୍କ 100ତମ ଜନ୍ମ ବାର୍ଷୀକି 2020ରେ ପାଳନ ହେବାକୁ ଯାଉଛି। ବାଙ୍ଗଲାଦେଶ ସ୍ବାଧୀନତା ସଂଗ୍ରାମରେ ଭାରତୀୟ ସେନାର ଅବଦାନ ସଦା ସ୍ମରଣୀୟ ରହିଛି। ବର୍ତ୍ତମାନ ଦୁଇ ଦେଶର ସଂପର୍କ ଅତ୍ୟନ୍ତ ସୁଦୃଢ ରହିଛି। ଭାରତ ସର୍ବଦା ଏକ ସମୃଦ୍ଦ, ଶାନ୍ତି ଏବଂ ସ୍ଥିରତାପୂର୍ଣ୍ଣ ବାଙ୍ଗଲାଦେଶର କାମନା କରିଆସିଛି।


ଆଲେଖ୍ୟ: ଦୀପଙ୍କର ଚକ୍ରବର୍ତ୍ତି

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...