Skip to main content

ୟେମେନରେ ଶାନ୍ତି ସ୍ଥାପନା ଅନିଶ୍ଚିତତା ଦେଇ ଗତିକରୁଛି

ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ, ଆଦେନ ରେ କ୍ଷମତା ଅକ୍ତିଆର ପରେ ସାଉଦି ମଧ୍ୟସ୍ଥତା ରେ ଶାନ୍ତି କଥାବାର୍ତ୍ତା ପାଇଁ ଭାଗ ନେବା ଲାଗି ଚଳିତ ସପ୍ତାହରେ ୟେମେନ ର ବିଚ୍ଛିନ୍ନତାବାଦୀ ଆନ୍ଦୋଳନର ମୁଖ୍ୟ ନିଜ ଇଚ୍ଛା ଜାହିର କରିଥିବାରୁ ୟେମେନରେ ଶାନ୍ତି ସ୍ଥାପନା ନେଇ ଆଶା ଉଜ୍ଜୀବିତ ହୋଇଛି | ସଂଯୁକ୍ତ ଆରବ (ୟୁଏଇ) ସମର୍ଥିତ ୟେମେନ ର ଦକ୍ଷିଣପନ୍ଥୀ ବିଚ୍ଛିନ୍ନତାବାଦୀ ବାହିନୀ ଏକ ପ୍ରବଳ ସଂଘର୍ଷରେ ଆଦେନ ର ରାଷ୍ଟ୍ରପତି ପ୍ରାସାଦ କୁ ନିଜ ଆୟତ୍ତରେ ରଖିଛି | ଏହି ସଂଘର୍ଷରେ 40 ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ 260 ରୁ ଅଧିକ ଜଣ ଆହତ ହୋଇଛନ୍ତି | ବିଚ୍ଛିନ୍ନତାବାଦୀ ନେତା ଏଡୁରାସ ଅଲ ଯୁବେଇଦି କହିଛନ୍ତି ଯେ ଅବଦରାବୁ ମନସୁର ହାଦୀଙ୍କ ସେନା ବାହିନୀ ଦ୍ଵାରା ହାଉଥି ଆନ୍ଦୋଳନ ନେତା ମାନଙ୍କୁ ହତ୍ୟା କରିବା ଓ ସେମାନଙ୍କ ସଂସ୍ଥାକୁ ନଷ୍ଟ କରିବା ଲାଗି ପ୍ରୟାସ କରିଥିବା ଯୋଗୁଁ ହିଂସାକାଣ୍ଡ ଘଟଣାକୁ ପ୍ରରୋଚିତ କରାଯାଇଥିଲା | ଆଦେନ ସହର ର ଦକ୍ଷିଣାଞ୍ଚଳ ଅବସ୍ଥାନ୍ତର ପରିଷଦ (ଏସଟିସି) ଆଡଡା ରେ ସାଉଦି ମାନଙ୍କ ପକ୍ଷରୁ ଆକାଶ ମାର୍ଗରୁ କରାଯାଇଥିବା ଆକ୍ରମଣ ଘଟଣା କୁ ଦୃଷ୍ଟିରେ ରଖି ଏହି ଘୋଷଣା କରାଯାଇଛି | ଆଦେନ ରେ ସମ୍ପ୍ରତ୍ତି ଉପୁଜିଥିବା ଉତ୍ତେଜନା ପରିସ୍ଥିତି କୁ ନିୟନ୍ତ୍ରଣାଧୀନ କରିବା ଲାଗି ଆସନ୍ତା ସପ୍ତାହରେ କଥାବାର୍ତ୍ତା କରିବା ପାଇଁ ୟୁଏଇ ଓ ସାଉଦି ଆରବ ନେତା ମାନେ ୟେମେନ ର ସରକାର ସମର୍ଥିତ ପାର୍ଟି ଗୁଡିକ ସହ ସାକ୍ଷାତ କରିଛନ୍ତି |

2011ରେ ଆଭ୍ୟନ୍ତରୀଣ ବିଦ୍ରୋହ ଯୋଗୁଁ ୟେମେନ ର ତତକାଳୀନ ରାଷ୍ଟ୍ରପତି ଅଲ୍ଲୀ ଅବଦୁଲ୍ଲା ସାଲେହ, ଉପରାଷ୍ଟ୍ରପତି ହାଦୀଙ୍କୁ କ୍ଷମତା ହସ୍ତାନ୍ତର କରିବା ଲାଗି ବାଧ୍ୟ ହୋଇଥିଲେ | ତାଙ୍କ ଶାସନ ଅମଳରେ ହାଦୀ ସରକାର ଜେହାଦୀ ଆକ୍ରମଣ ସମେତ ଦକ୍ଷିଣାଞ୍ଚଳ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ, ସାଲେହଙ୍କ ସୁରକ୍ଷା କର୍ମଚାରୀଙ୍କ ନିରନ୍ତର ନିଷ୍ଠା, ଦୁର୍ନୀତି, ବେରୋଜଗାର ଓ ଖାଦ୍ୟ ଅସୁରକ୍ଷା ଆଦି ଭଳି ଆଭ୍ୟନ୍ତରୀଣ ମାମଲା ଗୁଡିକର ସମାଧାନ କରିବାରେ ନିୟୋଜିତ ଥିଲେ | ହାଉଥି (ସିଆ) ବିଦ୍ରୋହୀ ମାନଙ୍କ ପାଇଁ ଏହା ଲାଭକାରୀ ହୋଇଥିଲା | କ୍ଷମତା ହସ୍ତାନ୍ତର ପ୍ରକ୍ରିୟାରେ ଅସନ୍ତୁଷ୍ଟ ଥିବା ସୂନୀ ଓ ୟେମେନର ନାଗରିକ ମାନଙ୍କ ସହାୟତାରେ ସାଦା ଓ ସାନା ଉପରେ କବଜା କରିବାରେ ହାଉଥି ମାନେ ସଫଳ ହୋଇଥିଲେ ଏବଂ ସମଗ୍ର ଦେଶକୁ ନିୟନ୍ତ୍ରିତ କରିବା ଲାଗି ଧମକ ଦେଇଥିଲେ |

ଆଞ୍ଚଳିକ ପ୍ରତିଦ୍ଵନ୍ଦୀ ଇରାନ ଦ୍ଵାରା ସମର୍ଥିତ କୁହାଯାଉଥିବା ଏକ ଗୋଷ୍ଠୀ ର ଆବିର୍ଭାବ ନେଇ ଚିନ୍ତିତ ସାଉଦିଆରବ 2015ରେ ହାଦୀ ସରକାରଙ୍କୁ ସମର୍ଥନ କରିବା ପାଇଁ ବିଦ୍ରୋହୀ ମାନଙ୍କ ବିରୁଦ୍ଧରେ ଏକ ମେଣ୍ଟ ଗଠନ କରିଥିଲେ | ସାଉଦିଆରବ, ୟୁଏଇ, କୁୱେତ, ବାହାରିନ, କାତାର, ସୁଦାନ,ଇଜିପ୍ଟ,, ଯୋର୍ଡାନ ଓ ମୋରୋକ୍କୋ ସମେତ ସୁନ୍ନୀ ଆରବ ରାଷ୍ଟ୍ର ଗୁଡିକ ମେଣ୍ଟରେ ସାମିଲ ହୋଇଥିବା ବେଳେ ଆମେରିକା ଓ ବ୍ରିଟେନ ବାହ୍ୟ ଶକ୍ତି ଭାବେ ସାହାଯ୍ୟ ସମର୍ଥନ ଯୋଗାଇଥିଲେ | ସାଉଦି ନେତୃତ୍ଵ ମେଣ୍ଟ ଦକ୍ଷିଣ ୟେମେନ ରୁ ହାଉଥି ବିଦ୍ରୋହୀ ମାନଙ୍କୁ ବିତାଡିତ କରିଥିଲେ | ହେଲେ ସେମାନେ ସାନା ଉପରେ ନିୟନ୍ତ୍ରଣ ରଖିଥିଲେ | 2017 ରେ ରିୟାଧ ଉପରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରକ୍ଷେପଣ ପରେ ୟେମେନ ଓ ସାଉଦିଆରବ ର ଅବରୋଧ କରାଗଲା ଓ ବିଦ୍ରୋହୀ ଅଧ୍ୟୁଷିତ ବନ୍ଦର ସହର ହୋଦେଡା ଉପରେ ଆକ୍ରମଣ କରାଗଲା |

ଦୀର୍ଘ ଦିନ ଧରି ଚାଲିଥିବା ହିଂସାତ୍ମକ ଘଟଣା ଯୋଗୁଁ ୟେମେନ ରେ ବହୁ ଜଣ ଙ୍କ ଜୀବନ ହାନି ଘଟିଥିଲା ଓ ୟେମେନ ହେଉଛି ବିଶ୍ଵର ସବୁଠୁ ଅଧିକ ମାନବକୃତ ମାନବୀୟ ଦୁର୍ବିପାକ ଦେଶ ବୋଲି ଆନ୍ତର୍ଜାତୀୟ ରିପୋର୍ଟ ରେ ଉଲ୍ଲେଖ କରାଯାଇଥିଲା | “ୟେମେନ ପାଇଁ 2019 ମାନବୀୟ ଆବଶ୍ୟକତାର ଅବଲୋକନ” ଶୀର୍ଷକ ମାନବୀୟ ବ୍ୟାପାରୀୟ ସମନ୍ଵୟ ଲାଗି କାର୍ଯ୍ୟଳୟ (ଓସିଏଚଏ) ର ରିପୋର୍ଟ ରେ ଦର୍ଶାଯାଇଛି ଯେ ପାଞ୍ଚ ବର୍ଷ ବୟସରୁ କମ ବୟସର 2 ନିୟୁତ ପିଲା ଏବଂ ଏକ ନିୟୁତରୁ ଅଧିକ ସଂଖ୍ୟା ରେ ଗର୍ଭବତୀ ଓ ସ୍ତନପାନ କରାଉଥିବା ମହିଳାଙ୍କ ସମେତ ପ୍ରାୟ 14.3 ନିୟୁତ ଲୋକ ଖାଦ୍ୟାଭାବ ରେ କାଳାତିପାତ କରୁଛନ୍ତି | ଜାତିସଂଘ ଡିସେମ୍ବର 2018 ରେ ଏକ ଶାନ୍ତି ରାଜିନାମା ପାଇଁ ମଧ୍ୟସ୍ଥତା କରିଥିଲା | ହାଉଥି ବିଦ୍ରୋହୀ ମାନେ ସହର ବାହାରେ ଦୁଇଟି ପର୍ଯ୍ୟାୟ ରେ ପୁନଃମୁତୟନ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ ହେଲେ ଏବେ ଯାଏଁ ପୁନଃମୁତୟନ ଉପରେ କୌଣସି ପ୍ରଗତି ହୋଇନାହିଁ |

ଲୋହିତ ସାଗର ଓ ଆଦେନ ଉପସାଗର କୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ସ୍ଥଳ ଭାଗରେ ଅବସ୍ଥିତ ୟେମେନ ଏହି ଅଞ୍ଚଳ ତଥା ବିଶ୍ଵ ପାଇଁ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଅଟେ କାରଣ ଅଲ କାଏଦା ଓ ଆଇଏସଆଇଏସ ଭଳି ଆତଙ୍କବାଦୀ ଗୋଷ୍ଠୀ ଯେତେବେଳେ ଅନ୍ୟ ଅଞ୍ଚଳରୁ ବିତାଡିତ ହୁଅନ୍ତି ସେତେବେଳେ ଏହା ସେମାନଙ୍କ ଲାଗି ଏକ ସୁରକ୍ଷିତ ଆଶ୍ରୟ ସ୍ଥଳୀ ଭାବେ କାର୍ଯ୍ୟ କରିଥାଏ | ସାଉଦିଆରବର ସୁନ୍ନୀ ସମ୍ପ୍ରଦାୟ ଓ ଇରାନ ର ସିଆ ସମ୍ପ୍ରଦାୟ ମଧ୍ୟରେ ଆଞ୍ଚଳିକ ସଂଘର୍ଷ ରହିଛି | ସାଉଦି ସମର୍ଥିତ ସରକାରୀ ବାହିନୀ ଓ ୟୁଏଇ ଦ୍ଵାରା ପ୍ରଶିକ୍ଷିତ ଏସଟିସି ର ସୁରକ୍ଷା ବେଲ୍ଟ ବାହିନୀ ସିଆ ହାଉଥି ବିଦ୍ରୋହୀ ମାନଙ୍କ ବିରୁଦ୍ଧରେ ସଂଘର୍ଷ କରୁଥିବାରୁ ସେମାନଙ୍କ ମଧ୍ୟରେ ତିକ୍ତତା ଜାରି ରହିଛି | ସମଗ୍ର ବିଶ୍ଵର 20 ପ୍ରତିଶତ ତୈଳ ଲାଦାନ ବାବ ଅଲ ମାଣ୍ଡବ ଜଳସଙ୍କୀର୍ଣ୍ଣ ମଧ୍ୟ ଦେଇ ଅତିକ୍ରମ କରିଥାଏ ଓ ୟେମେନ ସଙ୍କଟ ଯୋଗୁଁ ସବୁ ବେଳେ ବିପଦପୂର୍ଣ୍ଣ ରହିଥାଏ |

ୟେମେନ ରେ ଶାନ୍ତି ସ୍ଥାପନ ଭାରତ ପାଇଁ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଅଟେ କାରଣ ଏହା ଭାରତ-ୟେମେନ ସମ୍ପର୍କ ଉପରେ ପ୍ରଭାବ ପକାଉଛି | ଭାରତ 2015 ରେ ଏହାର ଦୂତାବାସ କୁ ସାନା ରୁ ଯିବୁତି କୁ ସ୍ଥାନାନ୍ତରିତ କରିଥିଲା | ଭାରତ ସରକାର ୟେମେନ ଗସ୍ତ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଭାରତୀୟ ମାନଙ୍କ ନିମନ୍ତେ ଏକ ନିର୍ଦ୍ଦେଶାବଳୀ ଜାରି କରିଥିଲେ | 2015ରେ ଭାରତ ଅପରେସନ ରାହତ ସଫଳତାର ସହ କାର୍ଯ୍ୟକାରୀ କରିଥିଲା ଓ ଆକାଶ ପଥ ଓ ସମୁଦ୍ରପଥ ଦ୍ଵାରା 4640 ଜଣ ଭାରତୀୟ ଓ 41ଟି ଦେଶର 960 ଜଣ ବିଦେଶୀ ନାଗରିକଙ୍କୁ ସ୍ଥାନାନ୍ତରିତ କରିଥିଲା | ଭାରତ ୟେମେନ ରେ ସହାୟତା ଓ ପୁନଃନିର୍ମାଣ କାର୍ଯ୍ୟ ଜାରିରଖିଛି ଓ ସେଠାରେ ବହୁଜଣ ଭାରତୀୟ ମାନବୀୟ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି | ୟେମେନ ଏକ ଶାନ୍ତିପୂର୍ଣ୍ଣ ଦେଶ ଭାବେ ଉଭା ହେଉ ବୋଲି ଭାରତ ଆଶା କରେ | ନୂଆଦିଲ୍ଲୀ ୟେମେନ ର ପେଟ୍ରୋଲିୟ ଓ ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ପ୍ରବଳ ଆଗ୍ରହୀ ଥିବା ବିଷୟ ପ୍ରକାଶ କରିଛି |

ମୂଳ ଲେଖା : ଡଃ ଲକ୍ଷ୍ମୀ ପ୍ରିୟା, ଗବେଷଣା ବିଶ୍ଳେଷକ, IDSA

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...