Skip to main content

ଏକୁଟିଆ ହେଇଗଲା ପାକିସ୍ତାନ

କଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତୀୟକରଣ କରିବାକୁ ପାକିସ୍ତାନର ପ୍ରୟାସ ଭଣ୍ତୁର ହୋଇଛି। ଏପରିକି ଏହାର ପରମ ବଂଧୁ କୁହାଯାଉଥିବା ଚୀନ ଓ ସାଉଦି ଆରବ ମଧ୍ୟ ଏହି ପ୍ରସଙ୍ଗକୁ ଏତେଟା ଗୁରୁତ୍ବ ଦେଇନାହାନ୍ତି। ଉଭୟ ଚୀନ ଏବଂ ସାଉଦି ଏହି ପ୍ରସଙ୍ଗରେ ଅଧିକ କିଛି କରିପାରିବେ ନାହିଁ ବୋଲି ନାସ୍ତି ବାଣୀ ଶୁଣାଇ ଦେଇଛନ୍ତି ବରଂ ଦୁଇଦେଶକୁ ଶାନ୍ତି ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି।

ଭାରତ ଏହାର ସମ୍ବିଧାନର ଦାରା 370କୁ ଉଚ୍ଛେଦ କରିବା ଘୋଷଣା କରିବା ମାତ୍ରେ ପାକିସ୍ତାନର ସାମରିକ ଏବଂ ବେସାମରିକ କର୍ତ୍ତୁପକ୍ଷ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇପଡିଲା। ଭାରତ ଏହାର ପୂର୍ବତନ ରାଜ୍ୟ ଜମ୍ମୁ କଶ୍ମୀରର ପୁନଃର୍ଗଠନ କରି ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ, ଯଥା ଜମ୍ମୁ କଶ୍ମୀର ଏବଂ ଲଦାଖରେ ପରିଣତ କରିଛି। ଏହା ପାର୍ଲାମେଣ୍ଟର ସଂଖ୍ୟାଗରିଷ୍ଠ ସଦସ୍ୟମାନଙ୍କ ଅନୁମୋଦନରେ ହୋଇଛି ଏବଂ ଏହା ଦୁଇଟି ଅଞ୍ଚଳର ସାମଗ୍ରୀକ ବିକାଶକୁ ଧ୍ୟାନରେ ରଖି କରାଯାଇଛି। ଏହି ପଦକ୍ଷେପ ପାକିସ୍ତାନ ଦ୍ବାରା ପରିଚାଳିତ ସନ୍ତ୍ରାସବାଦକୁ ମଧ୍ୟ ରୋକିବାରେ ସହାୟକ ହେବ। ଯାହାକି ତିନି ଦଶନ୍ଧି ଧରି ପାକିସ୍ତାନ ଚଳାଇ ଆସୁଥିଲା। ପାକିସ୍ତାନର ଏହି ଆଚରଣରୁ ଗତ ତିନି ଦଶନ୍ଧିରେ ପ୍ରାୟ 42 ହଜାର ଭାରତୀୟଙ୍କ ଜୀବନ ଯାଇଛି। ଧାରା 370 ଉଚ୍ଛେଦ ବାରତର ଆଭ୍ୟନ୍ତରିଣ ମାମଲା ଏବଂ ଏଥିରେ ଅନ୍ୟ ଦେଶର କୌଣସି ହସ୍ତକ୍ଷେପ ହେବ ନାହିଁ ବୋଲି ପାକିସ୍ତାନ ଭଲ ଭାବରେ ଜାଣିଥିବାରୁ ଏହାକୁ ସେ ପିଡିତ ଭାବେ ଦର୍ଶାଇବାକୁ ଚାହୁଁଛି।

ଭାରତର ଏହି ପଦକ୍ଷେପ ଆଞ୍ଚଳିକ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆଣିଛି। ପାକିସ୍ତାନ ଏହା କେବେ ଚିନ୍ତା ବି କରିନଥିଲା। ପାକିସ୍ତାନ କାଶ୍ମୀର ପ୍ରସଙ୍ଗକୁ ଜୀବିତ ରଖିବାକୁ ଭାବି ସେଥିରୁ ନିଜ ଇଛା ମୁତାବକ ଲାଭ ଉଠେଇବାକୁ ଭାବିଥିଲା। କିନ୍ତୁ ପାକିସ୍ତାନ ନୂଆ ବିକଳ୍ପ ଖୋଜୁଛି। କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ସର୍ବଦା ପରାଜିତ ହୋଇଆସିଛି। ଜମ୍ମୁ କଶ୍ମୀରର ବିଲୟ ଭାରତ ସହିତ ସଂପୂର୍ଣ୍ଣ ହୋଇସାରିଛି ଏହି ସତ୍ୟତାକୁ ସେ ହଜମ କରିପାରୁ ନଥିଲା ବରଂ ପାକିସ୍ତାନ କଶ୍ମୀରର 13000 କିଲୋମିଟର ଅଞ୍ଚଳକୁ ବେଆଇନ ଭାବେ ଦଖଲ କରିଛି ଯାହାକୁ ପାକିସ୍ତାନ ଛାଡିଦେବା ବୁଦ୍ଧିମାନର କାର୍ଯ୍ୟ ହେବ।

ଜାତିସଂଘ ନିରାପତ୍ତା ପରିଷଦର ପାଞ୍ଚଟି ସଦସ୍ୟ ରାଷ୍ଟ୍ର ଆମେରିକା, ଇଂଲଣ୍ତ, ଫ୍ରାନ୍ସ, ରୁଷ ଏବଂ ଚୀନ ଦାରା 370 ଉଚ୍ଛେଦ ଉପରେ କିଛି ସାହାର୍ଯ୍ୟ ପାକିସ୍ତାନକୁ କରିପାରିବେ ନାହିଁ ବୋଲି କହିସାରିଛନ୍ତି। ରୁଷ କହିଛି ଭାରତ ଏହାର ସମ୍ବିଧାନର ନିୟମ ଅନୁଯାୟୀ ଧାରା ଉଚ୍ଛେଦ କରିଛି ଏବଂ ଶିମଳା ରାଜିନାମା 1972 ଏବଂ ଲାହୋର ଘୋଷଣାନାମା 1999 ଅନୁଯାୟୀ ଭାରତ ଏବଂ ପାକିସ୍ତାନ ସେମାନଙ୍କର ବିବାଦର ସମାଧାନ କରିବା ଦରକାର ବୋଲି ଆଶା ପ୍ରକାଶ କରିଛି।

ଆମେରିକା ମଧ୍ୟ ଭାରତର 70 ଧାରା ଉଚ୍ଛେଦ ପ୍ରସଙ୍ଗରୁ ନିଜକୁ ଅଲଗା କରିଛି ଏବଂ ଉଚ୍ଛେଦ ପୂର୍ବରୁ ଭାରତ ଆମେରିକା ସହ କୌଣସି ପରାମର୍ଶ କରିନାହିଁ ବୋଲି ଜଣାଇ ଦେଇଛି। ଆମେରିକା କହିଛି ଏହା ଭାରତର ଆଭ୍ୟନ୍ତରୀଣ ମାମଲା କିନ୍ତୁ ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ସେ ପରାମର୍ଶ ଦେଇଛି।

ପାକିସ୍ତାନ ପାଇଁ ଆଉ ଏକ ଚିନ୍ତାର କାରଣ ହେଲା ଯେ କଶ୍ମୀର ପ୍ରସଙ୍ଗରେ ଜାତିସଂଘ ହସ୍ତକ୍ଷେପ କରିବ ନାହିଁ କି ଭାରତ ଉପରେ କୌଣସି ଚାପ ପକାଇବ ନାହିଁ ବୋଲି ରୋକଠୋକ କହିଦେଇଛି। ଜାତିସଂଘ ସେକ୍ରେଟାରି ଜେନେରାଲ ଆଣ୍ଟୋନିଓ ଗୁଟେରସ ମଧ୍ୟସ୍ଥତା କରିବାକୁ ମନା କରିଦେଇଛନ୍ତି। ଏହା ବ୍ୟତିତ କୌଣସି ଚିନ୍ତାଜନକ ପରିସ୍ଥିତି ଉପୁଜିଲେ ସାଧାରଣତଃ ଜାତିସଂଘ ସେକ୍ରେଟାରି ଜେନେରାଲ ନିରାପତ୍ତା ପରିଷଦକୁ ସୂଚନା ଦେଇଥାନ୍ତି କିନ୍ତୁ କଶ୍ମୀର ପ୍ରସଙ୍ଗରେ ସେପରି କୌଣସି ସୂଚନା ମଧ୍ୟ ଦେବାର ଯୋଜନା ନାହିଁ।

ଏବେ ପାକିସ୍ତାନ ଯେତେବେଳେ ଆନ୍ତର୍ଜାତୀୟ ସମର୍ଥନ ହାସଲରେ ବିଫଳ ହେବାର ଜାଣୁଛି ଏଣୁ କଶ୍ମୀର ପ୍ରସଙ୍ଗରେ ନିଜେ ପିଡିତ ବୋଲି ଦର୍ଶାଇ ଆନ୍ତର୍ଜାତୀୟ ସମର୍ଥନ ଚାହୁଁଛି। କିନ୍ତୁ ବିଶ୍ବ ଏହାକୁ ଆଦୌ ଗୁରୁତ୍ବ ଦେଉନାହିଁ। ବରଂ ସନ୍ତ୍ରାସବାଦ ଦମନରେ ପାକିସ୍ତାନ କିଛି କରିନଥିବାରୁ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଟାସ୍କ ଫୋର୍ସ ଦ୍ବାରା କଳାତାଲିକାବୁକ୍ତ ହେବାର ଭୟ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଏବଂ ଜେନେରାଲ କମର ବାଜୱାକୁ ଘାରିଛି। ପାକିସ୍ତାନ ପଡୋଶୀ ଦେଶର ପ୍ରସହ୍ଗରେ ମୁଣ୍ତ ନଖେଳାଇ ନିଜ ଲୋକଙ୍କ ପ୍ରତି ଧ୍ୟାନ ଦେବା ଉଚିତ।


ଆଲେଖ୍ୟ: କୌଶିକ ରାୟ

ଭାବନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...