ଚୀନ, ଗତ କିଛି ଦଶନ୍ଧି ହେଲା ଭାରତ-ଚୀନ ସୀମାରେ ଏହାର ସାମରିକ ଭିତ୍ତିଭୂମିକୁ ଆହୁରି ମଜବୁତ କରିଆସୁଥିବା ବେଳେ ଅନ୍ୟପକ୍ଷରେ ଭାରତ, ବହୁ ବିଳମ୍ବରେ ସୀମାର ଭାରତୀୟ ପଟରେ ଏହାର ଭିତ୍ତିଭୂମିର ଉନ୍ନତିକରଣ ଲାଗି କାର୍ଯ୍ୟ ଆରମ୍ଭ କରିଥିଲା ଓ 2014 ପରେହିଁ ଏହି କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା
ଭାରତୀୟ ପକ୍ଷ ଏହାର ସୀମା ପ୍ରକଳ୍ପର ଅଂଶ ବିଶେଷ ଭାବେ ଏପର୍ଯ୍ୟନ୍ତ 1000 କିଲୋମିଟରରୁ ଅଧିକ ସଡକପଥର ନିର୍ମାଣ କାର୍ଯ୍ୟ ଶେଷ କରିସାରିଛି | ଭାରତ-ଚୀନ ସୀମା ପ୍ରକଳ୍ପର ତିନୋଟି ପର୍ଯ୍ୟାୟ ଅଛି ଏବଂ ଭାରତ ପ୍ରଥମ ପର୍ଯ୍ୟାୟ ଶେଷ କରିବାକୁ ଯାଉଛି | ଭାରତ ଏହାର ସୀମା ଭିତ୍ତିଭୂମି ବିକାଶ ଦିଗରେ ଆଗେଇବା ସହ ପ୍ରକୃତ ନିୟନ୍ତ୍ରଣ ରେଖାରେ ଅଧିକ ମାତ୍ରାରେ ସେନା ମୁତୟନ କରିଛି ଯାହାକି ଚୀନ ପାଇଁ ଚିନ୍ତାର କାରଣ ପାଲଟିଛି |ଫଳତଃ ସମ୍ପ୍ରତ୍ତି ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି |
ମେ 5 ତାରିଖ 2020ରେ ଉତ୍ତର ସିକିମର ନାକୁ ଲା ଓ ଲଦାଖର ପାଙ୍ଗୋଙ୍ଗ–ସୋ ରେ ଭାରତୀୟ ଓ ଚୀନ ସେନାବାହିନୀ ମଧ୍ୟରେ ସଂଘର୍ଷ ଘଟିଥିଲା ଓ ଉଭୟଙ୍କ ମଧ୍ୟରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ଫଳରେ ସୀମା ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା | ଏଥିଯୋଗୁଁ ଉଭୟ ପଟର ଯବାନ ମାନେ ହତାହତ ହୋଇଥିଲେ |ଏହାପରେ ଚୀନ, ପ୍ରକୃତ ନିୟନ୍ତ୍ରଣ ସୀମାରେଖା (ଏଲଏସି) ନିକଟରେ ସେନାବାହିନୀ ମୁତୟନ କରିବା ଆରମ୍ଭ କରିଦେଲା ଓ ଗାଲୱାନ ଘାଟି, ଡେମଚୋକ ଓ ଦୌଲତ ବେଗ ଓଲ୍ଦି ସମେତ ବହୁ ସ୍ଥାନରେ ସୈନିକ ମାନଙ୍କ କଡା ପହରା ଦେଖିବାକୁ ମିଳିଲା | ବେଜିଂର କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ଭାରତୀୟ ସେନାବାହିନୀକୁ ମୁତୟନ କରାଗଲା | ଗଲୱାନ ଘାଟିରେ ଭାରତୀୟ ପଟର ସଡକ ନିର୍ମାଣକୁ ମଧ୍ୟ ଚୀନ ବିରୋଧ କରିଥିଲା | ଭାରତୀୟ କାର୍ଯ୍ୟକଳାପ ଉପରେ ନଜର ରଖିବା ଲାଗି ଚୀନର ପର୍ଯ୍ୟବେକ୍ଷଣ ପୋଷ୍ଟ ନିର୍ମାଣ କରାଯାଉଥିବାରୁ ସମ୍ପ୍ରତ୍ତି ଦୁଇ ଦେଶର ସେନାଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା |
ଜୁନ 6 2020 ରେ ଲେହର ଚଉଦତମ କୋର (ସୈନ୍ୟ ଦଳ) କମାଣ୍ଡର ଲେଫ୍ଟେନେଣ୍ଟ ଜେନେରାଲ ହରିନ୍ଦର ସିଂ ଓ ଚୀନର ଦକ୍ଷିଣ ଜିଞ୍ଝିଆଙ୍ଗ ସାମରିକ ଅଞ୍ଚଳର କମାଣ୍ଡର ମେଜର ଜେନେରାଲ ଲିଉ ଲୀନଙ୍କ ମଧ୍ୟରେ ଆଲୋଚନା ପରେ ଏଲଏସିରେ ଉଭୟପକ୍ଷରୁ ସୈନ୍ୟ ଅପସାରଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା | ତେବେ ଦୁଇ ଦେଶ ମଧ୍ୟରେ ଉପନୀତ ହୋଇଥିବା ରାଜିନାମାକୁ ଚୀନ କାର୍ଯ୍ୟକାରୀ କରୁନଥିବା ବିଷୟ ଯାଞ୍ଚ ପ୍ରକ୍ରିୟାରୁ ଜଣାପଡିଛି | ଗଲୱାନ ଘାଟିରେ ଭାରତ ଓ ଚୀନ ସେନାବାହିନୀ ମଧ୍ୟରେ ଘଟିଥିବା ରକ୍ତାକ୍ତ ସଂଘର୍ଷରେ 20 ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଚୀନର 45ରୁ ଅଧିକ ଜଣ ସୈନିକ ପ୍ରାଣ ହରେଇଥିବା ବିଷୟ ଖବର ମିଳିଛି |
ପିଏଲଏର ଆକ୍ରମଣାତ୍ମକ ଆଭିମୁଖ୍ୟ ଭାରତକୁ ଏହାର ସୀମା ସଡକ ନିର୍ମାଣ କାର୍ଯ୍ୟରୁ ନିବୃତ୍ତ ରଖିବାରେ ବିଫଳ ହୋଇଛି | ବର୍ତ୍ତମାନ ଚାଲିଥିବା ସଡକ ପ୍ରକଳ୍ପ ଭାରତୀୟ ସାମରିକ ବାହିନୀକୁ ଏହାର ଆଗୁଆ ଘାଟି ସବ-ସେକ୍ଟର ନର୍ଥକୁ ଯୋଗାଯୋଗ କରିବାରେ ସହାୟକ ହେବ ଓ ସାସୋମା ରୁ ସାସେର ଲା ଭଳି ସଡକ ଯୋଗାଯୋଗ ଡ଼ିବିଓକୁ ଭାରତୀୟ ସୈନ୍ୟବାହିନୀକୁ ବିକଳ୍ପ ମାର୍ଗ ପ୍ରଦାନ କରିବ | 2019ରେ ଭାରତ ଏହାର ଡରବୁକ-ସ୍ୟୋକ-ଡ଼ିବିଓ ସଡକପଥର ନିର୍ମାଣ କାର୍ଯ୍ୟ ଶେଷ କରିସାରିଛି ଏବଂ ଚୀନ ପଟରୁ ଉତ୍ତେଜନା ସତ୍ତ୍ୱେ ଜୁନ 15ର ସଂଘର୍ଷ ପରେ ପରେ ଗଲୱାନ ନଦୀ ଉପରେ ଏକ ବ୍ରିଜ ନିର୍ମାଣ କରିସାରିଛି | ଏହି ସେତୁ ଏଲଏସିକୁ ଯାତାୟାତ ଲାଗି ଭାରତୀୟ ସାମରିକ ବାହିନୀକୁ ସହାୟତା କରିବା ସହ ସାମରିକ ଓ ଯୁଦ୍ଧ ଯାନବାହାନ ପରିବହନ କ୍ଷମତା ବୃଦ୍ଧି କରିବ |
ଭାରତ ଚୀନ ସୀମାରେ ସମ୍ପ୍ରତ୍ତି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି କାରଣ ଉଭୟ ପକ୍ଷ ଅଧିକ ମାତ୍ରାରେ ସେମାନଙ୍କ ସୈନ୍ୟ ବାହିନୀ ମୁତୟନ କରିଛନ୍ତି | ମେ ଓ ଜୁନ ମାସରେ ଚୀନ ପଟରେ ଯାନବାହାନ ଆତଯାତ ତଥା ଯୋଗାଣ ବୃଦ୍ଧି କରାଯାଇଥିବା ବେଳେ ଭାରତର ସେନାବାହିନୀ ଏଲଏସି ନିକଟରେ କଡା ପହରା ଦେଉଛନ୍ତି ଓ ସୀମା ସଂଲଗ୍ନ 32ଟି ସଡକର ନିର୍ମାଣ କାର୍ଯ୍ୟକୁ ମଧ୍ୟ ତ୍ୱରାନ୍ୱିତ କରିଛି | ତେବେ 24 ଜୁନ 2020ରେ ସ୍ବାକ୍ଷରିତ ‘ଯାଞ୍ଚଯୋଗ୍ୟ ସୈନ୍ୟ ଅପସାରଣ ’ ରାଜିନାମାର ନିୟମାବଳୀକୁ ଚୀନ କଡାକଡି ଭାବେ ଅନୁପାଳନ ନକଲା ପର୍ଯ୍ୟନ୍ତ ଭାରତ-ଚୀନ ମଧ୍ୟରେ ଏହିପରି ତିକ୍ତତା ଲାଗିରହିବ |
ମୂଳ ଲେଖା : ଡଃ ଏମଏସ ପ୍ରତିଭା, ଚୀନ ବ୍ୟାପାରୀୟ ରଣନୀତିକ ବିଶ୍ଳେଷକ

Comments
Post a Comment