Skip to main content

ଆର.ଆଇ.ସି. ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ



ଏବେ ତ୍ରିପକ୍ଷୀୟ ରୁଷ-ଭାରତ-ଚୀନ (ଆର.ଆଇ.ସି)ର ବିଦେଶ ମନ୍ତ୍ରୀମାନଙ୍କ 17ତମ ବୈଠକର ଅଧ୍ୟକ୍ଷତା ରୁଷ କରିଥିଲା | ଏହି ବୈଠକର ଉଦ୍ଦେଶ୍ୟ କୋଭିଡ-19 ସଂକଟ ପ୍ରତି ଏକ ସାଧାରଣ ପ୍ରତିକ୍ରିୟା ପାଇଁ ରଣନୀତି ପ୍ରସ୍ତୁତ କରିବା ବ୍ୟତିତ ଦ୍ଵିତୀୟ ବିଶ୍ଵ ଯୁଦ୍ଧରେ ନାଜିବାଦ ଉପରେ ବିଜୟର 75 ତମ ବାର୍ଷିକୀ ପାଳନ କରିବା ଥିଲା |

ଭାରତ ଏବଂ ଚୀନ ମଧ୍ୟରେ ଚାଲୁଥିବା ସୀମା ବିବାଦ ପରିପ୍ରେକ୍ଷୀରେ ଏହି ବୈଠକ ଭର୍ଚୁଆଲ ମାଧ୍ୟମରେ ହୋଇଥିଲା | ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଭବିଷ୍ୟତରେ କୌଣସି ପ୍ରକାର ଉତ୍ତେଜନାକୁ ବୃଦ୍ଧି କରିବା ପ୍ରତି ଆର.ଆଇ. ସି ପାଇଁ ପ୍ରାରମ୍ଭିକ ଏକ ଆବଶ୍ୟକ ସର୍ତ ରୂପରେ ରାଷ୍ଟ୍ରର ସ୍ଥିତିକୁ ଭଲ ଭାବରେ ବୁଝେଇ ଥିଲେ | ଏଥିରେ ଆନ୍ତର୍ଜାତୀୟ ଆଇନ ପ୍ରତି ସମ୍ମାନ ପ୍ରଦର୍ଶନ, ସହଯୋଗୀଙ୍କ ସ୍ଵାର୍ଥକୁ ବୁଝିବା, ବହୁପକ୍ଷବାଦକୁ ସମର୍ଥନ ଦେବା ତଥା ସର୍ବ ହିତକୁ ପ୍ରାଧାନ୍ୟ ଦେବା ସାମିଲ ଥିଲା | ଏହା ଆର.ଆଇ.ସିର ମୁଖ୍ୟ ଉଦ୍ଦେଶ୍ୟକୁ ସମୀକ୍ଷା କରିଥାଏ ଯାହା ଆଜି ବାସ୍ତବତା ଭାବେ ଉଭା ହୋଇଛି | ବିଶ୍ଵର ହିତ ପାଇଁ ସମାନତାର ଅନ୍ଵେଷଣ ଉପରେ ଏହି ବୈଠକରେ ଆଲୋଚନା ହେଲା | ବୈଠକ ଶେଷରେ ରୁଷର ବୈଦେଶିକ ମନ୍ତ୍ରୀ ଗଣମାଧ୍ୟମକୁ କହିଲେ ଯେ ଚଳିତ ବର୍ଷ ଶେଷ ଆଡକୁ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ଏକ ବୈଠକ କରାଯାଇ ଆର.ଆଇ.ସିର ଆଲୋଚନାକୁ ପରିବ୍ୟାପ୍ତ କରିବା ପାଇଁ ସହମତି ହୋଇଛି |

ଆର.ଆଇ.ସି ଭର୍ଚୁଆଲର ବିଦେଶ ମନ୍ତ୍ରୀମାନଙ୍କ ବୈଠକରେ ଉଦବୋଧନ ଦେଇ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର କହିଲେ ଯେ ଟୋବ୍ରିକ, ଏଲ ଆଲମିନ ତଥା ମୋଟକାସିନୋ ଠାରୁ ନେଇ ସିଙ୍ଗାପୁର, କୋହିମା ଏବଂ ବୋର୍ଣ୍ଣିଓ ପର୍ଯ୍ୟନ୍ତ ବିଶ୍ଵର ଯୁଦ୍ଧ କ୍ଷେତ୍ର ଭାରତୀୟ ରକ୍ତରେ ରଙ୍ଗାୟିତ | ଆମେ ଆପଣଙ୍କ ଉଭୟ ଦେଶ ପାଇଁ ମୁଖ୍ୟ ପରିବହନ ଲାଇନ ଖୋଲି ରଖିବାରେ ସାହାର୍ଯ୍ୟ କରିଛୁ | ଭାରତୀୟ ସୈନିକ ଅର୍ଡର ଅଫ ରେଡ ଷ୍ଟାରରେ ସମ୍ମାନୀତ ହୋଇଛନ୍ତି | ଡକ୍ଟର କୋଟିନସ ଚୀନ ରେ ଜଣେ ଲିଜେଣ୍ଟ ଥିଲେ ଯିଏ ମେଡିକାଲ ମିଶନର ନେତୃତ ନେଇଥିଲେ | ଏଣୁ ଯେତେବେଳେ ରେଡ ସ୍କ୍ଵାୟାରରୁ ନେଇ ଭାରତର ସୈନ୍ୟ ବଳ ମାର୍ଚ୍ଚ କରନ୍ତି ସେତେବେଳେ ଏହା ଆମ ଦ୍ଵାରା ନିର୍ମିତ ବିବିଧତାକୁ ପ୍ରମାଣିତ କରୁଛି |

ଗତ ଦୁଇ ଦଶନ୍ଧି ହେଲା କୂଟନୈତିକ ସଂପର୍କ ପାଇଁ ଆର.ଆଇ.ସି ନିଜର ସଦସ୍ୟଙ୍କୁ ଏକ ମଞ୍ଚ ପ୍ରଦାନ କରିଛି | ଏହି ମଞ୍ଚ ବିଶେଷକରି 2019ରେ ବାଲାକୋଟ ବିମାନ ଆକ୍ରମଣ ଏବଂ 2017ରେ ଡୋକଲାମ ବିବାଦ ସମେତ ସାମରିକ ସଂକଟ ସମୟରେ ଲାଭକାରୀ ସାବ୍ୟସ୍ତ ହୋଇଛି | 2018ରେ ହୋଇଥିବା ରାଷ୍ଟ୍ରୀୟ ମୁଖ୍ୟ ମାନଙ୍କ ବୈଠକରେ ଏହି ଫର୍ମାଟର ସୁଧାର କରାଯିବା ତିନି ଦେଶ ମଧ୍ୟରେ ବିଶ୍ଵାସ ବୃଦ୍ଧି କରିବା କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଭୂମିକାର ଏକ ସ୍ଵୀକୃତି ଥିଲା |

ଭାରତ ଆମେରିକା ସହିତ ଦ୍ଵିପକ୍ଷୀୟ ସଂପର୍କକୁ ସୁଦୃଢ କରିଛି | ଏହା ବ୍ୟତିତ ଭାରତ ଚୀନ ସଂପର୍କରେ ବଢୁଥିବା ଉତ୍ତେଜନା ସମୟରେ ରୁଷ ଏବଂ ଚୀନ ମଧ୍ୟରେ ସଂପର୍କ ସୁଦୃଢ ହୋଇଛି | ଏହା ଭାରତର ସାମରିକ ହିତକୁ ଅତିକ୍ରମଣ କରିବାବାଲା ବିଷୟ ଉପରେ ଭାରତର ପରମ୍ପରାଗତ ସହଯୋଗୀ ରୁଷକୁ ବାରମ୍ଵାର ପୁନଃ ମୂଲ୍ୟାଙ୍କନ କରିବାକୁ ପ୍ରେରିତ କରିଛି |

ଏହା ସତ୍ତ୍ଵେ ଏହି ତ୍ରିପକ୍ଷୀୟ ଗଠନର ମହତ୍ଵ ଏବଂ ସମ୍ଭାବନା ଏଥିରେ ଜାରି ରହିଛି | କାରଣ ଏହା ଏକ ଏମିତି ମଞ୍ଚ ଯେଉଁଠି ଏହାର ସଦସ୍ୟ ରଣନୀତିର ହିତକୁ ଖୋଜି ଥାନ୍ତି, ସ୍ଥିତିକୁ ସ୍ପଷ୍ଟ କରିଥାନ୍ତି ତଥା ଭିନ୍ନତାକୁ ବୁଝିଥାନ୍ତି | ଏହା ସହିତ ପୂର୍ବ ପ୍ରତିଷ୍ଠିତ ଏବଂ ୟୁରେସିଆଇ ଶକ୍ତି ରୂପରେ ଭାରତର ୟୁରେସିଆ ଆଉଟରିଚରେ ସୁବିଧା ପହଞ୍ଚାଇବାରେ ରୁଷ ତଥା ଚୀନର ଭୂମିକା ନିର୍ଣ୍ଣାୟକ ହେବ | ବିଶେଷ କରି ଭାରତର ହିତ ସମୁଦ୍ର ପର୍ଯ୍ୟନ୍ତ ସିମୀତ ନୁହେଁ ବରଂ ଏହା ଅନେକ କ୍ଷେତ୍ର ପର୍ଯ୍ୟନ୍ତ ପରିବ୍ୟାପ୍ତ | ଏହିପରି ଏହା ଭାରତର ରଣନୀତିକ ସ୍ଵୟତତ୍ତାକୁ ସଶକ୍ତ କରିବା ପାଇଁ ରୁଷ ତଥା ଚୀନରେ ମଧ୍ୟ ନିହିତ ଅଛି | ଏହିପରି ଚୀନର ପ୍ରଭୁତ୍ଵକୁ ରୋକିବା ରୁଷ ତଥା ଭାରତ ଉଭୟଙ୍କ ହିତ ରହିଛି |

ଏବେ ଯେତେବେଳେ କୋଭିଡ-19 ମହାମାରୀ ବିଶ୍ଵକରଣକୁ ସମାପ୍ତ କରିଦେଇଛି, ବହୁପକ୍ଷବାଦକୁ ନଷ୍ଠ କରିଦେଇଛି, ସ୍ଵାସ୍ଥ୍ୟ ବ୍ୟବସ୍ଥାକୁ ନଷ୍ଟ କରିଦେଇଛି ତଥା ବିଶ୍ଵକୁ ଦେବାଳିଆ କରିଦେଇଛି ଏହି ସ୍ଥିତିରେ ଏହି ମହାମାରୀର ମୁକାବିଲା ପାଇଁ ସମନ୍ଵିତ କାର୍ଯ୍ୟାନୁଷ୍ଠାନ ଲାଭକାରୀ ଅଟେ | ଏହିପରି ସାମାନ୍ୟ ଅଣ ପରମ୍ପରାଗତ ସୁରକ୍ଷା ଚ୍ୟାଲେଞ୍ଜରୁ ଏକଜୁଟ ହୋଇ ପ୍ରଭାବଶାଳି ଭାବେ ମୁକାବିଲା କରାଯାଇ ପାରିବ | ଏହି ସଂଦର୍ଭରେ ଆଫଗାନିସ୍ଥାନରୁ ଜନ୍ମ ନେଉଥିବା ସନ୍ତ୍ରାସବାଦ ସମଗ୍ର ୟୁରେସିଆ ରେ ଅସ୍ଥିରତା ସୃଷ୍ଟି କରିପାରେ ଏଥିରେ ଆର.ଆଇ.ସିର ତିନି ଜଣ ସଦସ୍ୟ ମଧ୍ୟ ପ୍ରଭାବିତ ହୋଇପାରନ୍ତି |

ଆଲୋଖ୍ୟ : ରାଜର୍ଷି ରାୟ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...