Skip to main content

କୋଭିଡ-19 ମଧ୍ୟରେ ପାକିସ୍ତାନର ଆର୍ଥିକ ସଂଘର୍ଷ

ପାକିସ୍ତାନ ଦୁଇ ଦୁଇଟି ସମସ୍ୟାର ସାମ୍ନା କରୁଛି | ପ୍ରଥମତଃ ସେଠାରେ କୋଭିଡ-19 ମହାମାରୀ ଏବଂ ଦ୍ଵିତୀୟରେ ଅତ୍ୟଧିକ ଆର୍ଥିକ ଦୁଃସ୍ଥିତି | ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପାକିସ୍ତାନକୁ 6 ବିଲିଯନ ଡଲାର ବେଲଆଉଟ ପ୍ୟାକେଜ ଦେବା ସମୟରେ ଲଗାଇଥିବା କଠିନ ସର୍ତ୍ତ ଯୋଗୁଁ ପାକିସ୍ତାନ ପୂର୍ବରୁ ହିଁ କଠିନ ଆର୍ଥିକ ସଂକଟ ଦେଇ ଗତି କରୁଥିଲା | ଗତ ବର୍ଷ ବଜେଟରେ ପାକିସ୍ତାନ ଜିଡିପିର 0.6 ଭାଗ ଏକ ପ୍ରାଥମିକ ନିଅଣ୍ଟର ଲକ୍ଷ୍ୟ ନିର୍ଦ୍ଧାରଣ କରିଥିଲା |

ପାକିସ୍ତାନକୁ ଟିକସ ରାଜସ୍ଵ ଉତ୍ପନ୍ନ କରିବାରେ ବାରମ୍ଵାର ସଂଘର୍ଷ କରିବାକୁ ପଡୁଛି | ଆଇ.ଏମ.ଏଫର ବେଲଆଉଟ ପ୍ୟାକେଜର ଉଦ୍ଦେଶ୍ୟ ସାର୍ବଜନୀନ ବିତ୍ତକୁ ଉନ୍ନତ କରିବା ତଥା ଟିକସ ନୀତି ଏବଂ ପ୍ରଶାସନିକ ସୁଧାର ମାଧ୍ୟମରେ ସାର୍ବଜନୀନ ଋଣରେ ହ୍ରାସ ଆଣିବା ଓ ଅଧିକ ସମାନତା ତତା ପାରଦର୍ଶିତାକୁ ସୁନିଶ୍ଚିତ କରିବା ଥିଲା | ଏହି ବେଲଆଉଟର ପ୍ରଥମ ଅଂଶ ଜାରି କରି ଆଇ.ଏମ.ଏଫ କହିଥିଲା ଯେ ପାକିସ୍ତାନର ଉର୍ଜା କ୍ଷେତ୍ର ତଥା ରାଷ୍ଟ୍ରାୟତ ଉଦୌଗରେ ଖର୍ଚ୍ଚରୁ ଭରଣାର ଏକ ଯୋଜନା ଦୁର୍ଲଭ ସରକାରୀ ସମ୍ଵଳକୁ ଖାଲି କରିବାବାଲା ଅର୍ଦ୍ଧ ରାଜକୋଶୀୟ ଘାଟାକୁ କମ କରିବାରେ ସାହାର୍ଯ୍ୟ କରିବ | ଏହି କାରଣରୁ ଦେଶରେ ବିଦ୍ୟୁତ ଖର୍ଚ ଏବଂ ପେଟ୍ରୋଲିୟମ ଉତ୍ପାଦ ଖର୍ଚରେ ବୃଦ୍ଧି ହୋଇଛି |

ଆଇ.ଏମ.ଏଫର ଏହି ବେଲଆଉଟ ପ୍ୟାକେଜ ଯୋଗୁଁଅତ୍ୟାବସ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେଲା | ବର୍ତ୍ତମାନ ପାକିସ୍ତାନରେ 1,10,000 ଲୋକ କରୋନାରେ ସଂକ୍ରମିତ ସେଥିମଧ୍ୟରୁ 35 ହଜାର ଲୋକ ଆରୋଗ୍ୟ ଏବଂ 2216 ଜଣ ପ୍ରାଣ ହରାଇଛନ୍ତି କୋଭିଡ-19 ମହାମାରୀ ଦେଶର ଆର୍ଥିକ ସ୍ଥିତିକୁ ଆହୁରି କରାପ କରିଛି |

ଏପରି ଅବସ୍ଥାରେ ସରକାରୀ କର୍ମଚାରୀମାନଙ୍କ ବେତନକୁ ରୋକିବା ପାଇଁ ଆଇ.ଏମ.ଏଫ କହିଛି, କିନ୍ତୁ ପାକିସ୍ତାନ ଏପରି କରିବ ନାହିଁ ବୋଲି ଜଣାଇଛି | ଜୁନ 12ରେ ପାକିସ୍ତାନ ବଜେଟ ଉପସ୍ଥାପନ କରିପାରେ | ଇମରାନ ଖାନ ସରକାର ଖର୍ଚ୍ଚ ଏବଂ ଆମଦାନି ଉପରେ ସନ୍ତୁଳନ ବଜାୟ ରଖିବାରେ ସଂଘର୍ଷ କରୁଛି| କୁହାଯାଇଛି ଯେ ଆଇ.ଏମ.ଏଫର ମାଇକ୍ରୋଇକୋନୋମି ଢାଞ୍ଚା ଅନୁଯାୟୀ ସରକାର ପରବର୍ତ୍ତି ବଜେଟ ଉପସ୍ଥାପନ କଲେ ବେଲଆଉଟ ପ୍ୟାକେଜର ବିସ୍ତାରିତ ସୁବିଧା ହାସଲ ହୋଇ ପାରିବ |

ଚଳିତ ବର୍ଷର ବଜେଟ ପାକିସ୍ତାନର ସାଧାରଣ ଲୋକଙ୍କ ପାଇଁ ଏକ କଷ୍ଠସାଧ୍ୟ ବର୍ଷ ଥିଲା | କାରଣ ଉଚ୍ଚ ମୁଦ୍ରାସ୍ଫିତିର ପରିଣାଣ ଲୋକମାନଙ୍କୁ ଭୋଗିବାକୁ ପଡିଚି |

ମୁଦ୍ରାସ୍ଫିତିର ଚାପକୁ କମ କରିବା ପାଇଁ ପାକିସ୍ତାନ ଷ୍ଟେଟ ବ୍ୟାଙ୍କ ସୁଧ ହାରକୁ ବଢାଇଥିଲା କିନ୍ତୁ ଏହା ହାନିକାରକ ହେଲା | କାରଣ ଏହାଦ୍ଵାରା ମୁଦ୍ରାସ୍ଫିତି ଆହୁରି ବଢିଗଲା | ମୁଦ୍ରା ସ୍ଫିତି ବଢି 12 ବର୍ଷ ମଦ୍ୟରେ ସବୁଠୁ ଅଧିକ 14.6 ଭାଗରେ ପହଞ୍ଚି ଯାଇଥିଲା | ଏପରିକି ଷ୍ଟେଟ ବ୍ୟାଙ୍କ ଏହି ହାରକୁ 13.25 ଭାଗକୁ ବଢାଇ ଦେଇଥିଲା |

ଏପଟେ କରୋନା ଯୋଗୁଁ ଚାହିଦା କମିବା କାରଣରୁ ବ୍ୟାଙ୍କ ମାନେ ସୁଧ ହାରକୁ 8 ଭାଗକୁ ହ୍ରାସ କରିବାକୁ ବାଧ୍ୟ ହେଲେ | କରୋନା ପରେ ପାକିସ୍ତାନ କିପରି ନିଜର ଅର୍ଥ ବ୍ୟବସ୍ଥାକୁ ପରିଚାଳନା କରିବ ତାହା ଦେଖିବା କଥା | ମୋଟ ଉପରେ କହିବାକୁ ଗଲେ ଆଗକୁ ପାକିସ୍ତାନ ପାଇଁ ଆର୍ଥିକ ପଥ ସୁଗମ ନହୋଇ ପାରେ |


ମୂଳ ଲେଖା: କୌଶିକ ରାୟ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...