Skip to main content

ପ୍ରଧାନମନ୍ତ୍ରୀଙ୍କ ଅଭିବୃଦ୍ଧି ଢାଞ୍ଚା ଉପରେ ଆହ୍ଵାନ

ଭାରତୀୟ ବାଣିଜ୍ୟ ସଂଗଠନ(ଆଇସିସି)ର 95ତମ ପୂର୍ତ୍ତି ବାର୍ଷିକ ଅଧିବେଶନରେ ଉଦଘାଟନୀ ଉଦବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କୌଣସି ବି ସଂକଟ ଆମକୁ ସୁଯୋଗ ପ୍ରଦାନ କରିଥାଏ ଆମକୁ ଆତ୍ମ ନିର୍ଭର ଭାରତ ଗଢିବା ପାଇଁ ଏହି ସୁଯୋଗର ସଦୁପଯୋଗ କରିବା ଉଚିତ | ପ୍ରଧାନମନ୍ତ୍ରୀ ଏ କଥା ଉପରେ ମଧ୍ୟ ଗୁରୁତ୍ଵ ଦେଲେ ଯେ ଆମକୁ ଜଳବାୟୁ ପରିବର୍ତ୍ତନ ମଧ୍ୟରେ କୋଭିଡ-19 ମହାମାରୀ ପରି ବୃହତ ଜନ ସ୍ଵାସ୍ଥ୍ୟ ସଂକଟର ମୁକାବିଲା କରିବାକୁ ପଡୁଛି |

ଭାରତୀୟ ଅର୍ଥ ବ୍ୟବସ୍ଥା ଅଧିନ ଏବଂ ନିୟନ୍ତ୍ରଣ ମୋଡରେ ରହିଛି ପ୍ରଧାନମନ୍ତ୍ରୀ ଦେଶକୁ ପ୍ଲଗ ଏଣ୍ତ ପ୍ଲେ ମୋଡରେ ନେଇଯିବାର ଆବଶ୍ୟକତା ଉପରେ ଗୁରୁତ୍ଵ ଦେଇଛନ୍ତି | ରୁଢିବାଦୀ ଚିନ୍ତାଧାରାକୁ ଛାଡି ଭାରତକୁ ଏକ ବିଶ୍ଵ ସ୍ତରୀୟ ଘରୋଇ ଉତ୍ପାଦନ ପାଇଁ ପ୍ରସ୍ତୁତ କରିବାର ଆବଶ୍ୟକତା ଥିବା ସେ କହିଛନ୍ତି | ଏଥିପାଇଁ ସାହସୀକ ନିବେଶର ଆବଶ୍ୟକ ରହିଛି | ଗରୋଇ କର୍ପୋରେଟ ନିବେଶକୁ ଆକର୍ଷିତ କରିବା ପାଇଁ ଜନ ନିବେଶକୁ ବୃଦ୍ଧି କରିବା ହେଉଛି ସମୟର ଆବଶ୍ୟକତା |

ଏମଏସଏମଇ ତଥାଅଣ ବ୍ୟାକିଙ୍ଗ ବିତ୍ତିୟ କଂପାନୀରେ ନଗଦି ଛାଡିବା ସଂମ୍ଵନ୍ଧୀୟ ସୁଧାର ଉପରେ ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ଵ ଦେଇଛନ୍ତି | ଅର୍ଥ ମନ୍ତ୍ରୀ ଅନେକ ଭାଗରେ ଆର୍ଥିକ ପ୍ୟାକେଜର ଘୋଷଣା କରିଛନ୍ତି | ଏହି ଘୋଷଣାରେ ନଗଦି ଛାଡିବା ଉପରେ ଅନେକ ଉପାୟ କରାଯାଇ ସାରିଛି | ସାର୍ବଜନୀନ କ୍ଷେତ୍ରର ପୁନର୍ଗଠନ ପାଇଁ ପ୍ରଧାନମନ୍ତ୍ରୀ ଭାରତୀୟ ଇନସଲଭେନ୍ସି କୋର୍ଡର ସୁଧାର ଉରେ ଗୁରୁତ୍ଵ ଦେଇଛନ୍ତି | ନିବେଶ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ପାଇଁ ସେ ପରିଯୋଜନା ବିକାଶ ପ୍ରକୋଷ୍ଠ ଉପରେ ମଧ୍ୟ ଗୁରୁତ୍ଵ ଦେଇଛନ୍ତି |

କୃଷକମାନହ୍କୁ ନିଜର ଉତ୍ପାଦ ଦେଶର କୌଣସି ସ୍ଥାନରେ ବିକ୍ରି କରିବା ଯୋଗ୍ୟ କରିବା ପାଇଁ କୃଷି ଅର୍ଥ ବ୍ୟବସ୍ଥାକୁ ମୁକ୍ତ କରିବା ସମ୍ଵନ୍ଧୀୟ ନୀତିଗତ ନିର୍ଣ୍ଣୟ ବାସ୍ତବରେ ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ | କୃଷି କ୍ଷେତ୍ରରେ ସଫଳ ପୁଞ୍ଜି ନିର୍ମାଣରେ ଅନେକ ବର୍ଷ ହେଲା ହ୍ରାସ ଦେଖିବାକୁ ମିଳୁଛିଯାହା ଉତ୍ପାଦକତା ଉପରେ ପ୍ରତିକୂଳ ପ୍ରଭାବ ପକାଉଛି | କୃଷି କ୍ଷେତ୍ରର ମୌଳିକ ସଂରଚନା ଉପରେ ପ୍ରଧାନମନ୍ତ୍ରୀ ଯେପରି ନୂଆକରି ଗୁରୁତ୍ଵ ଦେଇଛନ୍ତି ତାହା ପ୍ରଶଂସନୀୟ |

ଶ୍ରୀ ମୋଦି ବିକେନ୍ଦ୍ରୀକୃତ ସ୍ତରରେ କ୍ଲଷ୍ଟର ଆଧାରିତ ଦୃଷ୍ଟିକୋଣ ମାଧ୍ୟମରେ ଉତ୍ତର ପୂର୍ବ ରାଜ୍ୟକୁ ଜୈବିକ କୃଷିର କେନ୍ଦ୍ର କରିବା ପାଇଁ ନିଜର ନୀତିକୁ ଦୋହରାଇଛନ୍ତି | ସେ କହିଛନ୍ତି ଯଦି ଜୈବିକ କୃଷି କ୍ଷେତ୍ରରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ବିଶ୍ଵ ସ୍ତରୀୟ ହୋଇପାରିଲେ ଉତ୍ତର ପୂର୍ବ ରାଜ୍ୟ ଖୃଷି ଆନ୍ଦୋଳନର କେନ୍ଦ୍ର ବିନ୍ଦୁ ହୋଇପାରିବ |

ପ୍ରଧାନମନ୍ତ୍ରୀଙ୍କ ମତରେ ଲୋକ, ଗ୍ରହ ଏବଂ ଲାଭ ପରସ୍ପର ସହ ସଂଯୁକ୍ତ ସେ ଉର୍ଜାର ସଞ୍ଚୟ ବିଧି ଏବଂ କାର୍ବନ ଉସର୍ଜନ ହ୍ରାସ କରିବା ପାଇଁ ଜଳମାର୍ଗର ପ୍ରଯୋଗର ଉଦାହରଣ ଦେଇଛନ୍ତି | ସେ ଥରେ ମାତ୍ର ବ୍ଯବହାର୍ଯ୍ୟ ପ୍ଲାଷ୍ଟିକରୁ ଦେଶକୁ ମୁକ୍ତ କରିବାର ଗୁରୁତ୍ଵ ଉପରେ ଉଲ୍ଲେଖ କଲେ | ସେ ଝୋଟ ବ୍ୟବସାୟକୁ ସଶକ୍ତ କରିବା ପାଇଁ ପଶ୍ଚିମ ବଙ୍ଗ ସରକାରଙ୍କୁ ପ୍ରେରିତ କଲେ | ସେ ସୁଯୋଗର ଲାଭ ଉଠାଇବା ପାଇଁ ଶିଳ୍ପ ଉଦୌଗକୁ ପ୍ରେରିତ କଲେ |

ପ୍ରଧାନମନ୍ତ୍ରୀ ଏକଥା ମଧ୍ୟ କହିଲେ ଯେ ଜନହିତର ଦୃଷ୍ଟିକୋଣ ଶାସନର ମୁଖ୍ୟ ଉଦ୍ଦେଶ୍ୟ ହେବ | ଦେଶର ଆର୍ଥିକ ପରିଦୃଶ୍ୟକୁ ଅଭିବୃଦ୍ଧି ଏବଂ ଅଭିବୃଦ୍ଇଧି ଠାରୁ ଆଗକୁ ନେଇଯିବା ଉପରେ ଆହ୍ଵାନ ଦେଇଛନ୍ତି | ଲୋକମାନହ୍କୁ ଆଗକୁ ନେଇ ଏବଂ କାହାକୁ ପଛରେ ନପକାଇ ଦେଶକୁ ଆଗକୁ ନେଇଯିବା ଉପରେ ଗୁରୁତ୍ଵ ଦେଇଛନ୍ତି |

ବିତ୍ତିୟ ସେବାଗୁଡିକ ପର୍ଯ୍ୟନ୍ତ ଗରିବ ଲୋକମାନଙ୍କର ପହଞ୍ଚିବା ଅତି ଆବସ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି | ରୁପେ କାର୍ଡର ଆରମ୍ଭ ଆତ୍ମ ନିର୍ଭର ଭାରତ ଗଢିବାରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି ଏବଂ ଏହା ଗରିବ, କୃଷକ ଏବଂ ମଧ୍ୟବିତ୍ତଙ୍କ ପାଇଁ ଲୋକପ୍ରୀୟ ହୋଇସାରିଛି | ଆର୍ଥିକ ଲେଣଦେଣରେ ଭିମ ଏପ୍ପର ଗୁରୁତ୍ଵ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି | ସେ ଜନଧନ, ଆଧାର ଏବଂ ମୋବାଇଲ ମାଧ୍ୟମରେ ଗରିବ ଲୋକମାନଙ୍କ ନିକଟକୁ ପ୍ରତ୍ୟେକ୍ଷ ଲାଭ ହସ୍ତାନ୍ତରର ମହତ୍ଵକୁ ରେଖାଙ୍କିତ କଲେ | ତାଛଡା ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ କିପରି ଦେଶର ଲୋକମାନଙ୍କୁ ପ୍ରତ୍ୟେକ୍ଷ ଭାବେ ଲାଭାନ୍ଵିତ କରୁଛି ତାହା ଦର୍ଶାଇଲେ |

ପ୍ରଧାନମନ୍ତ୍ରୀ ଉଦୌଗକୁ ଅନୁସନ୍ଧାନ ଏବଂ ବିକାଶ ପାଇଁ ପ୍ରେରିତ କରିଛନ୍ତି | ପୂର୍ବ ଭାରତ ଏବଂ ଉତ୍ତର ପୂର୍ବ ରାଜ୍ୟର ଆର୍ଥିକ ବିକାଶରେ ଭାରତୀୟ ବାଣିଜ୍ୟ ମହାସଂଘର ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି |


ମୂଳ ଲେଖା : ଡକ୍ଟର ଲେଖା ଏସ ଚକ୍ରବର୍ତ୍ତି

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...