Skip to main content

ଚୀନକୁ ଭାରତର ଦୃଢ ପ୍ରତିବାଦ

ଲଦାଖର ପଶ୍ଚିମାଞ୍ଚଳ କ୍ଷେତ୍ର ଗଲୱାନ ଏବଂ ପାଙ୍ଗୋଙ୍ଗ ଅଞ୍ଚଳରେ ଚୀନର ବିସ୍ତାରବାଦି ନୀତି ଏବଂ ଆକ୍ରମଣାତ୍ମକ କାର୍ଯ୍ୟ ଯୋଗୁଁ ଜୁନ 15ରେ ଦୁଇ ଦେଶର ସୈନ୍ୟ ମଧ୍ୟରେ ହୋଇଥିବା ଧସ୍ତାଧସ୍ତି ଯୋଗୁଁ ଭାରତର 20 ଜଣ ସୈନ୍ୟ ଶହିଦ ହୋଇଥିବାବେଳେ ଚୀନର 43 ଜଣ ସୈନ୍ୟ ପ୍ରାଣ ହରାଇବା ଘଟଣା ଉତ୍ତେଜନାକୁ ବଢାଇ ଦେଇଛି | ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ତାଙ୍କର ଚୀନ ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ଫୋନ କରି ଦୃଢ ପ୍ରତିବାଦ ଜଣାଇଛନ୍ତି | ଜୁନ 6ରେ ହୋଇଥିବା ସ୍ଥାନୀୟ କମାଣ୍ତର ସ୍ତରୀୟ ବୁଝାମଣାକୁ ଚୀନ ଲଂଘନ କରିଥିବା ମଧ୍ୟ ଜୟଶଙ୍କର କହିଛନ୍ତି | ପ୍ରକୃତ ନିୟନ୍ତ୍ରଣ ରେଖାରେ ସ୍ଥିତାବସ୍ଥାକୁ ବଦଳାଇବା ପାଇଁ ଚୀନ ଚେଷ୍ଠା କରୁଥିବା ଜୟଶଙ୍କର ତାଙ୍କ ପ୍ରତିପକ୍ଷଙ୍କୁ ଜଣାଇ ଦେଇଛନ୍ତି | ଏପରି କାର୍ଯ୍ୟ ଦୁଇ ଦେଶ ମଧ୍ୟରେ ଥିବା ସଂପର୍କ ଉପରେ ସାଂଘାତିକ ପ୍ରଭାବ ପକାଇବ ବୋଲି ମଧ୍ୟ ଜୟଶଙ୍କର ଚେତାଇ ଦେଇଛନ୍ତି କିନ୍ତୁ ଏକ ଦାୟିତ୍ଵଶୀଳ ଭାବେ ପରିସ୍ଥିତିର ସମାଧାନ କରିବାକୁ ଦୁଇ ମନ୍ତ୍ରୀ ରାଜି ହୋଇଛନ୍ତି |

ମଇ 5 ତାରିଖରୁ ଚୀନର ସେନାବାହିନୀ ଲଦାଖରେ ପଙ୍ଗୋଙ୍ଗ ଏବଂ ଗଲୱାନ ତଥା ସିକ୍କିମର ନାକୁଲାରେ ଅନଧିକାର ପ୍ରବେଶ ପରେ ସୀମାରେ ଉତ୍ତେଜନା ସୃଷ୍ଟି ହୋଇ ଗଲୱାନ ଉପତ୍ୟକା ଘଟଣା ଘଟିଲା | ନାକୁଲା ଅନୁପ୍ରବେଶକୁ ରୋକାଯାଇଥିବାବେଳେ ଗଲୱାନ ଉପତ୍ୟକାର ଭାରତ ପଟରେ ଚୀନ ନିଜର ସୈନ୍ୟ ସଂରଜାନ ଏକତ୍ର କରିବା ଦ୍ଵାରା ଦୁଇ ପକ୍ଷ ମଧ୍ୟରେ ପଥର ଫିଙ୍ଗାଫିଙ୍ଗି ହୋଇଥିଲା |

ପ୍ରକୃତ ନିୟନ୍ତ୍ରଣ ରେଖା ଯଥାଯଥ ଭାବେ ଚିହ୍ନଟ ହୋଇ ନଥିବାରୁ ଦୁଇ ଦେଶ ସ୍ଥିତାବସ୍ଥା ବଜାୟ ରଖିବାକୁ ତଥା ଆଲୋଚନା ଜାରି ରଖିବାକୁ ବହୁ ପୂର୍ବରୁ ବୁଝାମଣା ହୋଇଛି କିନ୍ତୁ ବୁଝାମଣାକୁ ଲଂଘନ କରି ଚୀନ ଭାରତ ପଟରେ ଅବାଞ୍ଛିତ କାର୍ଯ୍ୟକଳାପ ଚଳାଇଥିଲା | 

ଲଦାଖ କ୍ଷେତ୍ରର ଦେପସାଙ୍ଗ ପ୍ଲେନରେ 2013 ମଇ 6ରେ ଚୀନର ସୈନ୍ୟମାନେ ପ୍ରବେଶ କରିଥିଲେ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ ଭାରତ ଗସ୍ତରେ ଥିଲେ ସେତେବେଳେ 2014 ସେପ୍ଟେମ୍ଵରରେ ଚୀନ ସୈନ୍ୟ ଚୁମାର ଅଞ୍ଚଳରେ ଅନୁପ୍ରବେଶ କରିଥିଲେ | ଯେତେବେଳେ ଚୀନର ସୈନ୍ୟ 2016 ମଇରେ ସୀମାର ମଧ୍ୟଭାଗ ବାରାହୋଟିରେ ଅନୁପ୍ରବେଶ କଲେ ସେତେବେଳେ ଭାରତ ବିସ୍ମିତ ହେଲା କାରଣ ଏହି ଅଞ୍ଚଳ ବିବାଦିତ ନଥିଲା | ସେହିପରି 2017ରେ ଚୀନ ଡୋକଲାମ ଅଞ୍ଚଳରେ ଅନୁପ୍ରବେଶ କରିଥିଲା ସେତେବେଳେ 73 ଦିନ ଯାଏଁ ଏହାକୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଥିଲା |

ଏସବୁରୁ ଏହା ସ୍ପଷ୍ଟ ପ୍ରତୀୟମାନ ଯେ ଚୀନ ସ୍ଥିତାବସ୍ଥାକୁ ପରିବର୍ତ୍ତନ କରିବାକୁ ସର୍ବଦା ହୀନ ଉଦ୍ୟମ କରି ଆସିଛି | 2017 ଏବଂ 2018ରେ ଅରୁଣାଚଳ ପ୍ରଦେଶର ସୀମା ଅଞ୍ଚଳ ଟୁଟିଙ୍ଗ ଏବଂ ଦିବାଙ୍ଗରେ ଏପରି ଘଟଣା ଚୀନ ଘଟାଇଥିବାବେଳେ 2019ରେ ପୋଙ୍ଗାଙ୍ଗ ହ୍ରଦ ନିକଟରେ ପଥର ଫିଙ୍ଗା ଘଟଣା ଘଟିଥିଲା |

ତିଦ୍ବତ ଏବଂ ସିଂଜିୟାଙ୍ଗରେ ଚୀନ ସଡ଼କ, ରେଳପଥ, ବିମାନ ବନ୍ଦର ଏବଂ ଫାଇବର ଅପଟିକ ପରି ଅନେକ ଭିତ୍ତିଭୂମି ନିର୍ମାଣ କରିଛି ଏବଂ ଏହାର ସୈନ୍ୟମାନଙ୍କୁ ଏଲଏସିକୁ ବଦଳି କରି ଆଞ୍ଚଳିକ ସ୍ଥିତିକୁ ହଇଚଇ କରିବାକୁ ଚେଷ୍ଠା କରିଆସୁଛି | ସୀମା ଅଞ୍ଚଳରେ ଚୀନ ସୁଢଙ୍ଗ ପଥ ନିର୍ମାଣ କରୁଛି | ସାମରିକ କାର୍ଯ୍ୟ ପାଇଁ ଏହାକୁ ଭାରତ ଅନେକ ଥର ପ୍ରତିବାଦ କରି ଆସିଛି |

ଏବେ ଗଲୱାନ ଉପତ୍ୟକା ଘଟଣା ଭାରତ ସହିତ ହୋଇଥିବା ଦ୍ଵିପକ୍ଷୀୟ ରାଜିନାମାର ଘୋର ଲଂଘନକୁ ଦର୍ଶାଉଛି | 1978 ରେ ପଶ୍ଚିମାଞ୍ଚଳ ସେକ୍ଟର ଚୁଶୁଲରେ ହୋଇଥିବା ବୁଝାମଣା ପରେ ନିୟମିତ ଭାବେ ଫ୍ଲାଗ ବୈଠକ ହୋଇ ଆସୁଛି | ଦୁଇ ଦେଶର ସୈନ୍ୟମାନଙ୍କ ମଧ୍ୟରେ ମତଭେଦ ଯେପରି ନହୁଏ ସେଥିପାଇଁ ସୀମା ବିବାଦର ସମାଧାନ ପାଇଁ 1993, 1996 ଏବଂ 2013ରେ ସ୍ଵତନ୍ତ୍ର ବୈଠକ କରାଯାଇଛି |

କିନ୍ତୁ ଦୀର୍ଘ ଦଶନ୍ଧି ଦଶନ୍ଧି ଧରି ଯେଉଁ ବୁଝାମଣା କାଏମ ରହିଥିଲା ତାହା ଭାରତର 20 ଜଣ ଯବାନଙ୍କ ଶହିଦ ହେବା ପରେ ତାହା ବିଚଳିତ କରିଛି | ଏହି ଘଟଣା 1962,1967 ଏବଂ 1975ର ହିଂସାତ୍ମକ ସଂଘର୍ଷକୁ ସ୍ମରଣ କରାଉଛି |

ଦ୍ଵିପକ୍ଷୀୟ ରାଜିନାମାକୁ ସମ୍ମାନ ଏବଂ କାର୍ଯ୍ୟକାରୀ କରିବାକୁ ବୈଦେଶିକ ମନ୍ତ୍ରୀ ଚେତାବନୀ ମାଧ୍ୟମରେ ଚୀନକୁ ମନେ ପକାଇ ଦେଇଛନ୍ତି |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଶାନ୍ତି ଚାହେଁ କିନ୍ତୁ ଉଚିତ ଜବାବ ଦେବାକୁ ମଧ୍ୟ ସକ୍ଷମ ଅଛି |

ମୂଳ ଲେଖା : ପ୍ରଫେସର ଶ୍ରୀକାନ୍ତ କୋଣ୍ତାପଲ୍ଲୀ, ଜେଏନୟୁ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...