Skip to main content

ଅର୍ଥବ୍ୟବସ୍ଥାରେ ସୁଧାର ପରିଲକ୍ଷିତ  ହେଉଛି  : ପ୍ରଧାନମନ୍ତ୍ରୀ  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଅନଲକ 1 ପରେ ଦେଶର ସ୍ଥିତି ଓ କୋଭିଡ-19 ମହାମାରୀର ମୁକାବିଲା ଲାଗି ଆଗକୁ ନେବାକୁ ଥିବା ପଦକ୍ଷେପ ସଙ୍କ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି | ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏହା ହେଉଛି ଷଷ୍ଠ ବୈଠକ | ଏହା ପୂର୍ବରୁ ମାର୍ଚ୍ଚ 20, ଅପ୍ରେଲ 2, 11, 27 ତାରିଖ ଓ ମେ 11 ତାରିଖରେ ବୈଠକ ବସିଥିଲା |

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହାମାରୀ ବିରୁଦ୍ଧରେ ସଂଗ୍ରାମ ଲାଗି ସମୟାନୁଯାୟୀ ନିଆଯାଇଥିବା ଫଳପ୍ରଦ ପଦକ୍ଷେପ ଦେଶରେ ଏହାର ସଂକ୍ରମଣକୁ ରୋକିପାରିଛି | ଯେତେବେଳେ ଆମେ ଅତୀତକୁ ଚାହିଁବା ଲୋକ ମାନେ ସ୍ମରଣ କରିବେ ଯେ ବିଶ୍ଵ ପାଇଁ ଆମେ ସହଯୋଗୀ ସଙ୍ଘିୟତାର ଏକ ଜ୍ଵଳନ୍ତ ଉଦାହରଣ ଉପସ୍ଥାପନ କରିଛୁ |ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ ପ୍ରତି ଟି ଜୀବନ ରକ୍ଷା ଲାଗି ପ୍ରାଣପଣେ ଉଦ୍ୟମ କରୁଛୁ | ସେ କହିଛନ୍ତି ପରିବହନର ସବୁ ସେବା ବର୍ତ୍ତମାନ ଖୋଲାଯାଇଛି, ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଘର ବାହୁଡା କରିଥିବା ବେଳେ ହଜାର ହଜାର ଭାରତୀୟ ବିଦେଶରୁ ଫେରିଛନ୍ତି | ଭାରତର ଜନସଂଖ୍ୟା ବହୁତ ଅଧିକ ହୋଇଥିଲେ ମଧ୍ୟ ଅନ୍ୟ ଦେଶ ଭଳି ଆମ ଦେଶରେ କାରୋନା ଭାଇରସ ଜୀବନ ପ୍ରତି ସେତେଟା ବିପଦ ସୃଷ୍ଟି କରିନାହିଁ | ବର୍ତ୍ତମାନ ଦେଶର ଆରୋଗ୍ୟ ହାର 50 ପ୍ରତିଶତ ଟପିଛି ବୋଲି ଦର୍ଶାଇ ସମଗ୍ର ବିଶ୍ଵର ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଭାରତୀୟ ମାନଙ୍କ ଦ୍ଵାରା ଗ୍ରହଣ କରାଯାଉଥିବା ଅନୁପାଳନର ଉଚ୍ଚ ପ୍ରଶଂସା କରୁଛନ୍ତି ବୋଲି ସେ ଜଣାଇଛନ୍ତି | କାରୋନା ଭାଇରସ ଯୋଗୁଁ ସ୍ୱଳ୍ପ ମୃତ୍ଯୁ ହୋଇଥିବା ଦେଶ ମଧ୍ୟରେ ଭାରତ ରହିଛି ବୋଲି ମଧ୍ୟ ସେ କହିଛନ୍ତି |

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ଯଦି ସବୁ ନିୟମ ଗୁଡିକୁ କଡାକଡି ଭାବେ ପାଳନ କରି ଶୃଙ୍ଖଳିତ ଜୀବନ ଯାପନ କରିବା ତେବେ କରୋନାଭାଇରସ ଆମର କିଛି କ୍ଷତି କରିପାରିବ ନାହିଁ | ସେ , ‘ଦୁଇ ଗଜ ଦୂରତା’ର ମନ୍ତ୍ର ଅନୁକରଣ କରିବା ସହ ମାସ୍କ ପିନ୍ଧିବା, ସାବୁନରେ ହାତ ଧୋଇବା ଓ ସାନିଟାଇଜର ବ୍ୟବହାର କରିବା ଆଦି ଉପରେ ଗୁରୁତ୍ଵାରୋପ କରିଛନ୍ତି | ସେ କହିଛନ୍ତି ଯେ କିଛି ସପ୍ତାହ ଧରି ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ଦେଶର ଅର୍ଥ ବ୍ୟବସ୍ଥାରେ ସବୁଜ ସଂକେତ ଦେଖିବାକୁ ମିଳିଛି | ସେ ଆହୁରି କହିଛନ୍ତି ଗତ ବର୍ଷ ତୁଳନାରେ ଖରିଫ ଚାଷ ବୃଦ୍ଧି ପାଇଛି , ଦୁଇ ଚକିଆ ଯାନର ଉତ୍ପାଦନ ବୃଦ୍ଧି ପାଇଛି, ଖୁଚୁରା ବ୍ୟବସାୟ କ୍ଷେତ୍ରରେ ଡିଜିଟାଲ ଅର୍ଥ ପଇଠ ଲକଡାଉନ ପୂର୍ବ ସ୍ଥିତିରେ ପହଞ୍ଚିଛି ଓ ଗତ ମାସରେ ଟୋଲ ଆଦାୟ ବୃଦ୍ଧି ପାଇବା ସହ ରପ୍ତାନୀରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି | ଏହି ସବୁ ସଂକେତ ଆମକୁ ଆଗକୁ ବଢିବାକୁ ଉତ୍ସାହିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ଜଣାଇଛନ୍ତି |


ଶ୍ରୀ ମୋଦୀ କହିଛନ୍ତି ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ କୃଷି, ଉଦ୍ୟାନକୃଷି, ମତ୍ସ୍ୟଚାଷ ଓ ଏମଏସଏମଇ ଉପରେ ଯଥେଷ୍ଟ ଗୁରୁତ୍ଵ ଦିଆଯାଇଛି | ସମ୍ପୃକ୍ତ ଉଦ୍ୟୋଗ ଗୁଡିକୁ ଯଥାଶୀଘ୍ର ଋଣ ପ୍ରଦାନ କରାଗଲେ ନିଯୁକ୍ତି ସୁଯୋଗ ନିଶ୍ଚିତ କରାଯାଇପାରିବ | ବାଣିଜ୍ୟ ଓ ଉଦ୍ୟୋଗ କ୍ଷେତ୍ରରେ ମିଳିମିଶି କାର୍ଯ୍ୟ କରିବାର ମହତ୍ଵ ବିଷୟରେ ସେ ବର୍ଣ୍ଣନା କରିଛନ୍ତି | ଅର୍ଥନୈତିକ କାର୍ଯ୍ୟକଳାପ ତ୍ୱରାନ୍ୱିତ ଲାଗି ରାଜ୍ୟ ଗୁଡିକ ଅହରହ କାର୍ଯ୍ୟ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି |



ଦୁଇଦିନିଆ ବୈଠକର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ଏକଥା କହିଛନ୍ତି | ଏହି ବୈଠକରେ ପଞ୍ଜାବ, ଆସାମ, କେରଳ, ଉତ୍ତରାଖଣ୍ଡ, ଝାଡଖଣ୍ଡ, ଛତିଶଗଡ, ତ୍ରିପୁରା, ହିମାଚଳପ୍ରଦେଶ, ଚଣ୍ଡିଗଡ, ଗୋଆ, ମଣିପୁର,

ନାଗାଲାଣ୍ଡ, ଲଦାଖ, ପୁଦ୍ଦୁଚେରି, ଅରୁଣାଚଳ ପ୍ରଦେଶ, ମେଘାଳୟ, ମିଜୋରାମ, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ, ଦାଦ୍ରା ନଗର ହଭେଲି ଓ ଡାମାନ ଡିଉ , ସିକିମ ଓ ଲାକ୍ଷାଦ୍ଵୀପ ଆଦି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ମାନେ ଯୋଗ ଦେଇଥିଲେ |



ମୁଖ୍ୟମନ୍ତ୍ରୀ ଓ ଉପ ରାଜ୍ୟପାଳ ମାନେ ବର୍ତ୍ତମାନର ଘଡିସନ୍ଧି ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ଵ ପାଇଁ ତାଙ୍କୁ ଧନ୍ୟବାଦ ଜଣେଇଥିଲେ | ଏହି ଅବସରରେ ସେମାନେ ନିଜ ରାଜ୍ୟରେ ଥିବା ସ୍ୱାସ୍ଥ୍ୟ ଜନିତ ଭିତ୍ତିଭୂମି ଓ କାରୋନା ଭାଇରସର ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ମତ ଆଦାନ ପ୍ରାଦାନ କରିଥିଲେ | ସେମାନେ ମଧ୍ୟ ରାଜ୍ୟରେ ଆରମ୍ଭ ହୋଇଥିବା ଅର୍ଥନୈତିକ କାର୍ଯ୍ୟକଳାପ, ଆରୋଗ୍ୟ ସେତୁ ଆପର ବ୍ଯବହାର, ଘର ବାହୁଡା କରିଥିବା ଶ୍ରମିକଙ୍କୁ ସହାୟତା ଯୋଗାଇବା ଓ ସେମାନଙ୍କ ଦ୍ଵାରା ପରିଚାଳିତ ସଚେତନତା ଅଭିଯାନ ବିଷୟରେ ବର୍ଣ୍ଣନା କରିଥିଲେ |

ଏହା ପୂର୍ବରୁ ଜୁନ 13 ତାରିଖରେ ପ୍ରଧାନମନ୍ତ୍ରୀ ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀ ମାନଙ୍କ ସହ ବୈଠକ କରି ଦେଶର କୋଭିଡ-19 ମହାମାରୀ ସ୍ଥିତି ସମୀକ୍ଷା କରିଥିଲେ | ଦେଶର ବଡ ବଡ ସହରରେ କାରୋନା ମାମଲା ବୃଦ୍ଧି ପାଇ ମୋଟ କୋଭିଡ ମାମଲା ମଧ୍ୟରୁ ଦୁଇ ତୃତୀୟାନ୍ଶ ମାମଲା 5ଟି ରାଜ୍ୟରେ ରହିଥିବାର ଜଣାପଡିଛି |

ପ୍ରଧାନମନ୍ତ୍ରୀ, ସହର ଓ ଜିଲ୍ଲା ଅନୁଯାୟୀ ହସ୍ପିଟାଲ ବେଡ ଓ ଆଇସୋଲେସନ ବେଡର ଆବଶ୍ୟକତା ଉପରେ କ୍ଷମତାପର୍ଣ୍ଣ ଗୋଷ୍ଠୀର ସୁପାରିଶକୁ ସଜ୍ଞାନରେ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ ସହ ପରାମର୍ଶ କରି ଜରୁରୀକାଳିନ ଯୋଜନା ପ୍ରସ୍ତୁତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ମୌସୁମୀର ଆଗମନକୁ ଦୃଷ୍ଟିରେ ରଖି ଉପଯୁକ୍ତ ପ୍ରସ୍ତୁତି ନିଶ୍ଚିତ କରିବା ଲାଗି ମଧ୍ୟ ସେ ମନ୍ତ୍ରଣାଳୟକୁ ପରାମର୍ଶ ଦେଇଛନ୍ତି |

ମୂଳ ଲେଖା : କୌଶିକ ରାୟ, ଆକାଶବାଣୀ ସମ୍ବାଦ ବିଶ୍ଳେଷକ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...