Skip to main content

ପ୍ରଧାନମନ୍ତ୍ରୀ କହିଛନ୍ତି ଆତ୍ମନିର୍ଭରଶୀଳ ହିଁ  ଆଗକୁ ବଢିବାର ଏକ ମାଧ୍ୟମ  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକାଶବାଣୀର ମନ କି ବାତ କାର୍ଯ୍ୟକ୍ରମର 67ତମ ସଂସ୍କରଣରେ କହିଛନ୍ତି ଯେ ଆମେ 2020 ବର୍ଷ ପାଇଁ ଏହାର ବିକାଶ ଯାତ୍ରାରେ ଅଧାରାସ୍ତାରେ ପହଞ୍ଚିଛୁ | ଏହି ସମୟରେ ବୈଶ୍ଵିକ ମହାମାରୀ ଅଧିକ ଚର୍ଚ୍ଚାର ବିଷୟ ହୋଇଛି ଓ ଏହାର କେବେ ଅନ୍ତ ଘଟିବ ତାହା ମଧ୍ୟ ଲୋକମାନେ ଆଲୋଚନା କରୁଛନ୍ତି | କୌଣସି ପ୍ରକାରେ ହେଉନା କାହିଁକି ଏହି ସଂକଟମୟ କରୋନା କାଳର ଅନ୍ତ ଘଟୁ ବୋଲି ଲୋକମାନେ ଚାହୁଁଛନ୍ତି ବୋଲି ସେ କହିଛନ୍ତି |

ସେ କହିଛନ୍ତି ଯେ 6-7 ମାସ ପୂର୍ବରୁ ଆମେ ଜାଣି ନଥିଲୁ ଯେ କରୋନା ଭାଇରସ ମହାମାରୀ ଆମକୁ ଏତେ ମାତ୍ରାରେ ପ୍ରଭାବିତ କରିବ ଓ ଏହା ବିରୁଦ୍ଧରେ ଦୀର୍ଘ ଦିନ ଧରି ଲଢେଇ କରିବାକୁ ପଡିବ | ଏହି କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ପୂର୍ବ ଉପକୂଳରେ ସାମୁଦ୍ରିକ ମହାବାତ୍ୟା ଅମ୍ଫାନ ଓ ପଶ୍ଚିମ ଉପକୂଳରେ ନିସର୍ଗ ଭଳି ଚାଲେଞ୍ଜର ମଧ୍ୟ ଆମେ ସମ୍ମୁଖୀନ ହୋଇଛୁ | ଅନେକ ରାଜ୍ୟରେ ପଙ୍ଗପାଳ ଆକ୍ରମଣ ଭଳି ସମସ୍ଯା ଯୋଗୁଁ କୃଷକ ମାନେ ଅତ୍ୟଧିକ କ୍ଷ୍ୟତିଗ୍ରସ୍ତ ହୋଇଛନ୍ତି ବୋଲି ସେ ଜଣାଇଛନ୍ତି | ଦେଶର ଅନେକ ଭାଗରେ ଭୂମିକମ୍ପ ମଧ୍ୟ ଅନୁଭୂତ ହୋଇଛି | ଏହିସବୁ ସମସ୍ଯା ମଧ୍ୟରେ ପଡୋଶୀ ଦେଶ ଦ୍ଵାରା ଦିଆଯାଉଥିବା ଉତ୍ତେଜନାର ମଧ୍ୟ ଆମେ ଦୃଢତାର ସହ ମୁକାବିଲା କରୁଛୁ |

ଶ୍ରୀ ମୋଦୀ କହିଛନ୍ତି ଆମ ସାମ୍ନାରେ ଅନେକ ଦୁର୍ବିପାକ ଓ ବିପର୍ଯ୍ୟୟ ସହ ବହୁ ଆହ୍ଵାନ ଆସିଚାଲିଛି କିନ୍ତୁ ଆମ ଦେଶର ଇତିହାସରୁ ସ୍ପଷ୍ଟ ପ୍ରତୀୟମାନ ହୋଇଛି ଯେ ଆମେ ସବୁ ପ୍ରତିବନ୍ଧକକୁ ଦୂର କରି ସଦା ସର୍ବଦା ଆହୁରି ଦୃଢ ଭାବରେ ବିକାଶ ପଥରେ ଆଗେଇ ଚାଲିଛୁ | ସେ କହିଛନ୍ତି ଯେ ସବୁବେଳେ ଆମେ ବିପଦର ସମ୍ମୁଖୀନ ହୋଇଆସିଛୁ କିନ୍ତୁ ସବୁ ପ୍ରକାରର ବିପର୍ଯ୍ୟୟ ଓ ସମସ୍ଯା ଉପରେ ବିଜୟ ହାସଲ ସୁନିଶ୍ଚିତ କରି ଭାରତ ଏକ ଦୃଢ ଶକ୍ତି ଭାବେ ଉଭା ହୋଇଥିବା ଇତିହାସରେ ମଧ୍ୟ ବର୍ଣ୍ଣନା କରାଯାଇଛି | ଶତାବ୍ଦୀ ଶତାବ୍ଦୀ ଧରି ବହୁ ଅତ୍ୟାଚାରୀ ମାନେ ଭାରତ ଉପରେ ଆକ୍ରମଣ କରି ଏହାକୁ ପ୍ରତିକୂଳ ଅବସ୍ଥାକୁ ଠେଲି ଦେଇଛନ୍ତି କିନ୍ତୁ ଭାରତ ଏହି ସବୁ ବିପଦରୁ ଗୌରବମୟ ଭାବେ ମୁକୁଳିଆସିଛି | ଭାରତୀୟ ମାନେ ଆମର ପ୍ରବାଦ ସହ ବେଶ ପରିଚିତ – ଯାହା ହେଲା ‘ ସୃଷ୍ଟି ସ୍ଥାୟୀ ......ସୃଷ୍ଟି ନିରନ୍ତର ଅଟେ’ |

ପ୍ରଧାନମନ୍ତ୍ରୀ କହିଛନ୍ତି ମହାମାରୀର ଶିକାର ହୋଇଥିବା ସତ୍ତ୍ୱେ ଭାରତର ସଂସ୍କାର, ଜୀବନ ଶୈଳୀ ସମସ୍ତଙ୍କୁ ନିଃସ୍ଵାର୍ଥପର ଭାବେ ସେବା କରିବାକୁ ପ୍ରେରଣା ଦେଇଥାଏ | ଏହିପରି ଘଡିସନ୍ଧି ମୁହୂର୍ତ୍ତରେ ଭାରତ ବିଶ୍ବଜଗତକୁ ସହାୟତାର ହାତ ବଢାଇଛି ଓ ଏହା ଶାନ୍ତି ଏବଂ ବିକାଶ କ୍ଷେତ୍ରରେ ଭାରତର ଭୂମିକାକୁ ପ୍ରତିପାଦିତ କରିଛି | ସାର୍ବଭୌମତ୍ଵ ଓ ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବା ଦିଗରେ ମଧ୍ୟ ଭାରତ ବିଶ୍ଵ ପଟଳରେ ଏହାର ପ୍ରତିବଦ୍ଧତା ପରିପ୍ରକାଶ କରିଛି | ଯେଉଁମାନେ ଭାରତୀୟ ମାଟି ଲଦାଖ ଉପରେ ଲୋଲୂପ ଦ୍ରୁଷ୍ଟି ରଖିବାର ପ୍ରୟାସ କରିଛନ୍ତି ସେମାନଙ୍କୁ କଡା ଜବାବ ମିଳିଛି | ସେ କହିଛନ୍ତି ଭାରତ ବନ୍ଧୁତ୍ଵକୁ ସମ୍ମାନ ଦେଇଥାଏ | ହେଲେ ଯେକୌଣସି ଶତ୍ରୁକୁ ଉଚିତ ଜବାବ ଦେବା ପାଇଁ ମଧ୍ୟ ଦେଶ ବେଶ ସକ୍ଷମ ଅଛି |ଆମର ବୀର ଯବାନ ମାନେ ପ୍ରମାଣ କରି ଦେଖେଇଛନ୍ତି ଯେ ସେମାନେ ଭାରତ ମାତାର ଗୌରବ ତଥା ସମ୍ମାନ ଉପରେ କାହାର ଖରାପ ନଜର ପକାଇବାକୁ ଦେବେ ନାହିଁ |

ଶ୍ରୀ ମୋଦୀ କହିଛନ୍ତି ଲଦାଖ ରେ ଆତ୍ମବଳିଦାନ ଦେଇ ସହିଦ ହୋଇଥିବା ବୀର ଯବାନ ମାନଙ୍କୁ ପୁରା ଦେଶ ମଥାନତ ହୋଇ ଶ୍ରଦ୍ଧା ସୁମନ ଅର୍ପଣ କରୁଛି | ଭାରତ ମାତାର ସୁରକ୍ଷା ପାଇଁ ସାହସୀ ଯବାନ ମାନେ ଯେଉଁ ପ୍ରତିବଦ୍ଧତା ସହ ଚରମ ବଳିଦାନ ଦେଇଛନ୍ତି ତାହା ଆମ ସମସ୍ତଙ୍କ ଜୀବନର ଲକ୍ଷ ହେବା ଉଚିତ ବୋଲି ସେ କହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ଆତ୍ମନିର୍ଭର ଭାରତ ଶହୀଦ ମାନଙ୍କ ପାଇଁ ଉପଯୁକ୍ତ ଓ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ|

ସ୍ଵାଧୀନତା ପୂର୍ବରୁ ଆମ ଦେଶ ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ଵର ବହୁ ଦେଶ ତୁଳନାରେ ଆଗୁଆ ଥିଲା ହେଲେ ଅନେକ ଦେଶ ଯାହା ସେତେବେଳେ ଆମ ପଛରେ ଥିଲେ ବର୍ତ୍ତମାନ ସେମାନେ ଆମ ଠାରୁ ଆଗରେ ଅଛନ୍ତି ବୋଲି ସେ କହିଛନ୍ତି | ସ୍ଵାଧୀନତା ପରେ ଆମ ପୂର୍ବ ଅଭିଜ୍ଞତାର ଫାଇଦା ନେଇ ଆମର ପ୍ରତିରକ୍ଷା କ୍ଷେତ୍ରର କ୍ଷମତା ବୃଦ୍ଧି ପାଇଁ ଉଦ୍ୟମ କରିବାର ଆବଶ୍ୟକତା ଥିଲା କିନ୍ତୁ ତାହା ଆମେ କରିନଥିଲୁ ତେବେ ଆଜି ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ନିରନ୍ତର ଉଦ୍ୟମ କରୁଛି ଓ ଆତ୍ମନିର୍ଭରଶୀଳ ଆଡକୁ ଦ୍ରୁତଗତିରେ ଆଗେଇ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି |

ଜନସାଧାରଣଙ୍କ ଅଂଶଗ୍ରହଣ ବିନା କୌଣସି ଅଭିଯାନ ସଫଳ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଜଣାଇଛନ୍ତି | ସାମୁହିକ ଅଙ୍ଗୀକାରବଦ୍ଧ ଓ ପ୍ରତିଶୃତିବଦ୍ଧତା ଦ୍ଵାରା ଏକ ଆତ୍ମନିର୍ଭର ଭାରତ ଗଢି ତୋଳିବା ପାଇଁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ଵାନ ଦେଇଛନ୍ତି | ସେ କହିଛନ୍ତି ଯେ ଯଦି ଆମେ ସ୍ଥାନୀୟ ଉତ୍ପାଦ କିଣିବା ତେବେ ଦେଶକୁ ଶକ୍ତିଶାଳୀ କରିବାରେ ଭୂମିକା ନିର୍ବାହ କରିପାରିବା |

ଦେଶ ବର୍ତ୍ତମାନ ଲକଡାଉନ ପର୍ଯ୍ୟାୟରୁ ଅନଲକ ପର୍ଯ୍ୟାୟରେ ପ୍ରବେଶ କରିଛି | ଏହି ଅନଲକ ସମୟରେ କରୋନାକୁ ହରାଇବା ଓ ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବା ଉପରେ ପ୍ରାଧାନ୍ଯ ଦେବାର ଆବଶ୍ୟକତା ଅଛି | ଲକଡାଉନ ତୁଳନାରେ ବର୍ତ୍ତମାନର ଅନଲକ ସମୟରେ ଆମକୁ ଅଧିକ ସତର୍କ ରହିବାକୁ ପଡିବ | କେବଳ ଆମର ସତର୍କତା ଆମକୁ କରୋନା କବଳରୁ ରକ୍ଷା କରିପାରିବ | ସେ କହିଛନ୍ତି ଆମେ ମାସ୍କ ପିନ୍ଧିବା ଓ ଦୁଇ ଗଜ ଦୂରତା ପାଳନ କରିବା ସହ ଅନ୍ୟାନ୍ୟ ନିୟମ ଗୁଡିକୁ କଡାକଡି ଭାବେ ଅନୁପାଳନ କରିବାକୁ ପଡିବ | ପ୍ରଧାନମନ୍ତ୍ରୀ, ଅବହେଳା ନକରି ନିଜ ତଥା ଅନ୍ୟ ମାନଙ୍କ ଉପଯୁକ୍ତ ଯତ୍ନ ନେବା ଲାଗି ଦେଶବାସୀଙ୍କୁ ନିବେଦନ କରିଛନ୍ତି |

ମୂଳ ଲେଖା : ପଦମ ସିଂ, ଆକାଶବାଣୀ ସମ୍ବାଦ ବିଶ୍ଳେଷକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...