କରୋନା ମହାମାରୀ କାରଣରୁ ବିଶ୍ଵରେ ଲାଗୁ ହୋଇଥିବା ଯାତ୍ରା କଟକଣା ଏବଂ ଲକଡାଉନ ମଧ୍ୟ ଭାରତ ଏବଂ ଅଷ୍ଟ୍ରେଲିଆ ନିଜର ପ୍ରଥମ ଭର୍ଚୁଆଲ ଶିଖର ସମ୍ମିଳନୀ ଆୟୋଜନ କରିଛନ୍ତି | ଦ୍ଵିପକ୍ଷୀୟ ସଂପର୍କକୁ ଅଧିକ ସୁଦୃଢ କରିବା ପାଇଁ ଜାନୁୟାରୀ ଏବଂ ମଇ 2020ରେ ହେବାକୁ ଥିବା ଦୁଇଟି ଗ୍ସତ କାର୍ଯ୍ୟକ୍ରମ ସ୍ଥନରେ ଏହି ଶିଖର ସମ୍ମିଳନୀ ହୋଇଛି | ସାମାଜିକ ଦୂରତା କାରଣରୁ ଏହି ସମ୍ମିଳନୀ ଦୁଇ ନେତାଙ୍କ ମଧ୍ୟରେ ଭର୍ଚୁଆଲ ରୂପରେ ହୋଇଛି |
ଦୁଇ ଦେଶର ଦ୍ଵିପକ୍ଷୀୟ ସଂପର୍କକୁ ବ୍ୟାପକ ରଣନୈତିକ ଭାଗିଦାରୀ ସ୍ତରକୁ ପହଞ୍ଚାଇବା ଉପରେ ଏହି ସମ୍ମିଳନୀରେ ଗୁରୁତ୍ଵ ଦିଆଯାଇଛି | ଏହି ସମ୍ମିଳନୀରେ ଦୁଇ ଦେଶ ଆର୍ଥିକ ଏବଂ ସୁରକ୍ଷା ସଂପର୍କୀୟ 9ଟି ରାଜିନାମାରେ ସ୍ଵାକ୍ଷର କରିଛନ୍ତି | ଦୁଇ ଦେଶ ମଧ୍ୟରେ 30 ବିଲିୟନ ଡଲାରର ବାଣିଜ୍ୟିକ କାରବାର ରହିଛି | ଆଜି ଅଷ୍ଟ୍ରେଲିଆ ଭାରତର ଅଷ୍ଟମ ସର୍ବାଧିକ ବାଣିଜ୍ୟିକ ଭାଗିଦାରୀ ହୋଇଛି |
କରନା ମୁକାବିଲା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମହାମାରୀ ପାଇଁ ସମନ୍ଵିତ ଏବଂ ସହଯୋଗପୂର୍ଣ୍ଣ ବ୍ୟବହାର ଉପରେ ଗୁରୁତ୍ଵ ଦେଇଛନ୍ତି | ଦୁଇ ଦେଶ ଚିକିତ୍ସା ସମ୍ଵନ୍ଧୀୟ ଗବେଷଣା ଏବଂ ବିକାଶ ଦିଗରେ ସହଯୋଗଭିତ୍ତିରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧତା ଦୋହରାଇଛନ୍ତି | ସ୍ଵାସ୍ଥ୍ୟ ସମ୍ପର୍କୀୟ ବିପଦର ମୁକାବିଲା ପାଇଁ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବାକୁ ସ୍ପଷ୍ଟ ସଙ୍କେତ ଦେଇଛନ୍ତି |
ସୁରକ୍ଷା ଦୃଷ୍ଟିରୁ ଏହି ଶିଖର ସମ୍ମିଳନୀ ଏକ ଗୁରୁତ୍ଵପୂର୍ଣ୍ଣ ବୁଝାମଣା ପରିବହନ ସହାୟକ ବୁଝାମଣାକୁ ଚୁଡାନ୍ତ ରୂପ ଦେଇଛି | ବୁଝାମଣା ଅନୁଯାୟୀ ଦୁଇ ଦେଶ ପରସ୍ପରର ସେନା ଘାଟିକୁ ପରିବହନ ପାଇଁ ବ୍ୟବହାର କରିପାରିବେ | ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସୁରକ୍ଷା ଦୃଷ୍ଟିରୁ ଏହି ବୁଝାମଣାର ଅନେକ ଗୁରୁତ୍ଵ ରହିଛି | ଦ୍ଵିପକ୍ଷୀୟ ଏବଂ ବହୁପକ୍ଷୀୟ ସ୍ତରରେ ସୁରକ୍ଷା ସଂପର୍କୀତ ସଂପର୍କକୁ ପ୍ରାଧାନ୍ୟ ଦେଉଥିବା ଏକ ବହୁବିଧ ବ୍ୟବସ୍ଥା ମାଧ୍ୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ଭାରତ ପ୍ରଶାନ୍ତ ମହାସାଗରରେ ସହଯୋଗକୁ ପ୍ରାଧାନ୍ୟ ଦେବାକୁ ସ୍ପଷ୍ଟ ଭାବେ ଧ୍ୟାନ ଦେଉଛନ୍ତି |
ସଦ୍ୟ ଶିଖର ସମ୍ମିଳନୀରେ ଦ୍ଵିପକ୍ଷୀୟ ସଂପର୍କ ଉପରେ ଆଲୋଚନା ହୋଇଥିଲେ ମଧ୍ୟ ଦୁଇ ଦେଶ ପୂର୍ବ ଏସିଆ ସମ୍ମିଳନୀ, ଆସିଆନ ପ୍ରତିରକ୍ଷା ମନ୍ତ୍ରୀ ବୈଠକ ତଥା ଭାରତ ମହାସାଗର ରିମ ସଂଗଠନ ପରି ଅନେକ ବହୁପକ୍ଷୀୟ ସଂଗଠନ ସହିତ ପୂର୍ବରୁ ଜଡିତ ଅଛନ୍ତି | ରିମ ସଂଗଠନ ମଧ୍ୟରେ ଇଣ୍ତୋନେସିଆ ସହିତ ଅଷ୍ଟ୍ରେଲିଆ-ଭାରତ-ଜାପାନ ଭାରତ ମହାସାଗର ଉପରେ ତ୍ରିପକ୍ଷୀୟ ଆଲୋଚନା ଏହି କ୍ଷେତ୍ରରେ ସହଯୋଗକୁ ବଢାଇ ଦେଇଛି |
ଏହି ଶିଖର ସମ୍ମିଳନୀ ପରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ ନିଜ ବକ୍ତବ୍ୟରେ ଦୁଇ ଦେଶକୁ ଏକତ୍ର ଯୋଜିବା ଉପରେ ଗୁରୁତ୍ଵ ଦେଇଛନ୍ତି | ସମ୍ମିଳନୀରେ ସେ କହିଥିଲେ ଯେ ଏହା ପରସ୍ପର ମଧ୍ୟରେ ବିଶ୍ଵାସ ଭରଷା ଏବଂ ହିତକୁ ପ୍ରାଧାନ୍ୟ ଦେଇଛି ଯାହା ଗଣତନ୍ତ୍ରର ମୂଲ୍ୟବୋଧକୁ ସାବ୍ୟସ୍ତ କରୁଛି | ଏହି ସଂପର୍କ ଭାରତ ପ୍ରଶାନ୍ତ ମହାସାଗର କ୍ଷେତ୍ର ପାଇଁ ନିର୍ଣ୍ଣାୟକ ଏବଂ ଏକ ମାନକ ଆଦର୍ଶର ଗୁରୁତ୍ଵକୁ ଦୃଢତାପୂର୍ବକ ପ୍ରତିପାଦିତ କରୁଛି |
ଭାରତ ଏବଂ ଅଷ୍ଟ୍ରେଲିଆ ନିକଟରେ ଚୀନ ସହିତ ନିଜର ସଂପର୍କରେ ଉତ୍ତେଜନା ଅନୁଭବ କରିଛନ୍ତି | ଲଦାଖରେ ସୀମା ଅଚଳାବସ୍ଥା କାରଣରୁ ଭାରତ ଏବଂ ଚୀନ ମଧ୍ୟରେ ସଂପର୍କରେ ଉତ୍ତେଜନା ଆସିଛି | ସେହିପରି ଏହି ମହାମାରୀର ଉତ୍ପତ୍ତି ସ୍ଥଳିର ଯାଞ୍ଚ କରିବାର ଆବସ୍ୟକତାକୁ ସମର୍ଥନ କରିବା ପରେ ଚୀନ ସହିତ ଅଷ୍ଟ୍ରେଲିଆର ସଂପର୍କରେ ଉତ୍ତେଜନା ଦେଖିବାକୁ ମିଳିଛି | ଏହି କାରଣରୁ ଦୁଇ ଦେଶ ମଧ୍ୟରେ ଆର୍ଥିକ ଏକୀକରଣ ସ୍ତରରେ ଚୀନ କଡା ପ୍ରତିକ୍ରିୟା ବ୍ୟକ୍ତ କରିଛି | ଏପରିସ୍ଥଳେ ଭାରତ ସହିତ ଅଷ୍ଟ୍ରେଲିଆର ଦୃଢ ସଂପର୍କ ଗୁରୁତ୍ଵ ବହନ କରୁଛି |
ମୂଳ ଲେଖା : ପ୍ରଫେସର ଶଙ୍କରୀ ସୁନ୍ଦରାରମଣ
Comments
Post a Comment