Skip to main content

ଭାରତ ବିଜେତା ଭାବେ ଉଭା ହେବ



ଗତ କିଛି ଦିନରୁ ଭାରତ ଏବଂ ଚୀନ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ଠାରେ ଅଚାନକ ଘଟିଥିବା ଅନାବଶ୍ୟକ ହିଂସା ଉପରେ ଖବର ପରିବେଶଣ କରିବାରେ ଗଣମାଧ୍ୟମ ବ୍ୟସ୍ତ ରହିଛି | ଅନେକ ଦେଶରେ ସୀମାକୁ ନେଇ ମତ ପାର୍ଥକ୍ୟ ରହିଛି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଦେଶ ଏହି ପାର୍ଥକ୍ୟକୁ ଦୂର କରିବା ପାଇଁ କୂଟନୈତିକ ଏବଂ ସୈନ୍ୟ ସ୍ତରରେ ପ୍ରଚେଷ୍ଟା କରୁଛନ୍ତି | ଏଥିରୁ ଭାରତ ଭିନ୍ନ ନୁହେଁ | କିନ୍ତୁ ଚୀନ ସୈନ୍ୟ ଏମିତି ଅନାବଶ୍ୟକ ଏବଂ ଅତର୍କୀତ ଭାବେ ଆକ୍ରମକତା କାହିଁକି ଦେଖାଇଲା ତାହା ପୁଣି ସମଗ୍ର ବିଶ୍ଵ ଚୀନରୁ ଉତ୍ପନ୍ନ କରୋନା ମହାମାରୀ ସହ ଲଢୁଥିବା ସମୟରେ | ଚୀନର ଏହି ବ୍ୟବହାରକୁ ନେଇ ଲୋକମାନଙ୍କ ମନରେ କ୍ରୋଧ ରହିଛି |

ଯଦିଓ କ୍ରୟ ଶକ୍ତି କ୍ଷେତ୍ରରେ ଉଭୟ ଦେଶରେ ବିକାଶଶୀଳ ଅର୍ଥବ୍ୟବସ୍ଥା ରହିଛି ଏବଂ ବିଶ୍ଵର ସର୍ବାଧିକ ଦ୍ଵିତୀୟ ଏବଂ ତୃତୀୟ ଅର୍ଥନୀତି ରହିଛି | ଦୁଇ ଦେଶର ବିକାଶର ବଡ ଉତ୍ସ ହେଉଛି ବିଶ୍ଵ ବ୍ୟାପାରରେ ଏମାନଙ୍କର ପ୍ରଭାବଶାଳି ଭାଗିଦାରୀ |

ରୁଢିବାଦି ମାର୍କବାଦି ଚିନ୍ତାଧାରା ଅନ୍ତରାଷ୍ଟ୍ରୀୟ ବ୍ୟାପାରକୁ ପୁଞ୍ଜିବାଦି ଶୋଷଣର ଏକ ଉପକରଣ ମାନିଥାଏ | ଯେଉଁ ପ୍ରଥମ ବ୍ୟବସ୍ଥା ଉପରେ ଲେନିନ ଦସ୍ତଖତ କରିଥିଲେ ତାହା ରୁଷର ବିଦେଶ ବ୍ୟାପାରର ରାଷ୍ଟ୍ରୀୟକରଣ ଉପରେ କେନ୍ଦ୍ରିତ ଥିଲା | ଚୀନ ମଧ୍ୟ ଏପରି ବ୍ୟବସ୍ଥା ଆପଣାଇଲା 1970 ଦଶନ୍ଧିର ଆରମ୍ଭରେ | ଏହାପରେ ଚୀନ ବିଶ୍ଵ ବ୍ୟାପାରରେ ଆଗଭର ହୋଇ ଭାଗ ନେଲା |

ଆମେରିକାର ବିଶାଳ ବଜାରର ଲାଭ ନେବା ପାଇଁ ଜାପାନ ନିଜର ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିଲା | 2001ରେ ଚୀନ ବିଶ୍ଵ ବାଣିଜ୍ୟ ସଂଗଠନରେ ନିଜର ପ୍ରଭାବଶାଳି ଭାଗିଦାରୀ ନେଲା | ଏହା ସବୁଠୁ ଅଧିକ ରପ୍ତାନୀକାରୀ ଦେଶ ହେଲା କିନ୍ତୁ କିଛି କଞ୍ଚାମାଲ ଛଡା ଅନ୍ୟ ଅଧିକାଂଶ କ୍ଷେତ୍ରରେ ନିଜର ବଜାରକୁ ଅନ୍ୟ ପାଇଁ ବନ୍ଦ ରଖିଲା |

ଏ ପ୍ରକାର ନୀତି ଯୋଗୁଁ ଚୀନ ବିଶ୍ଵର ଦ୍ଵିତୀୟ ବୃହତ ସୁପର ପାଵାର ଅର୍ଥ ବ୍ୟବସ୍ଥା ଭାବେ ଉଭା ହେଲା କିନ୍ତୁ ଏହା ବ୍ୟବସାୟୀକ ଭାଗିଦାରୀରେ ଉତ୍ତେଜନାକୁ ମଧ୍ୟ ଜନ୍ମ ଦେଲା | ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଚୀନ ବଜାରରେ ଅଧିକ ସ୍ଥାନ ଦେବାକୁ ଦାବି ଲଗାତାର ଦାବି କରିଆସୁଛନ୍ତି | କାରଣ ଦ୍ଵିପକ୍ଷୀୟ ବାଣିଜ୍ୟରେ ଚୀନର ଭାଗ ଅଧିକ ରହୁଛି | ଟ୍ରମ୍ପ ପ୍ରଶାସନ ପଦକ୍ଷେପ ନେଲା ଏବଂ ଚୀନ ଏହା ବିରୁଦ୍ଧରେ ପାଲଟା ଜବାବ ଦେଲା ଯାହା ଯୋଗୁଁ ଆଜି ବାଣିଜ୍ୟିକ ଯୁଦ୍ଧ ଆରମ୍ଭ ହୋଇଯାଇଛି |

ଭାରତ ମଧ୍ୟ ଏକ ସମାନ ସମସ୍ୟାର ସାମ୍ନା କରୁଛି | ଚୀନ ସହିତ ଏହାର ଦ୍ଵିପକ୍ଷୀୟ ବାଣିଜ୍ୟ କାରବାରରେ ଭାରତର ଭାଗ କମ ରହିଛି କିନ୍ତୁ ଆମେରିକା ପରି ଭାରତ କୌଣସି କଠୋର ପଦକ୍ଷେପ ନେଇ ନାହିଁ କେବଳ ଏହି ପ୍ରସଙ୍ଗକୁ ଉଠାଇ ଚାଲିଛି | ଭାରତ ମୌଳିକ ସିଦ୍ଧାନ୍ତର ଏକ ଦୃଢ ବିଶ୍ଵାସୀ ଦେଶ |

ଚୀନ ଏବେ ନିଜର ଅର୍ଥବ୍ୟବସ୍ଥାରେ ମାନ୍ଦାଳିଆ ସ୍ଥିତିରେ ରହିଛି | ଏହା ବ୍ୟତିତ ବିଶ୍ଵ ମହାମାରୀ କାରଣରୁ ବିଶ୍ଵର ଅର୍ଥ ବ୍ୟବସ୍ଥା ସଂକୁଚିତ ହୋଇଯାଇଛି | ଚୀନ ପରି ଏକ ରପ୍ତାନୀମୁଖୀ ଅର୍ଥବ୍ୟବସ୍ଥା ପାଇଁ ଏହା ଧ୍ଵଂସକାରୀ ସାବ୍ୟସ୍ତ ହେଉଛି ଏକଥା ଚୀନ ସ୍ଵୀକାର କରିବା ଉଚିତ |

ଭାରତରେ ଚୀନ ଉତ୍ପାଦର ଏକ ବିଶାଳ ବଜାର ରହିଛି | ଅନେକ କ୍ଷେତ୍ରରେ ଚୀନ ସାମଗ୍ରୀର ଏଠାରେ ଆଧିପତ୍ୟ ରହିଛି | ଭାରତ ସହିତ ଚୀନର 50 ବିଲିୟନର ବାର୍ଷିକ କାରବାର ରହିଛି କିନ୍ତୁ ସୀମା ବିବାଦକୁ ନେଇ ବାଣିଜ୍ୟିକ ସଂପର୍କରେ ଆସିବାକୁ ଥିବା ବାଧା ଦ୍ଵାରା ଭାରତ ଠାରୁ ଚୀନ ଅଧିକ କ୍ଷତିଗ୍ରସ୍ତ ହେବ | ଆଉ ପ୍ରତ୍ୟେକ୍ଷ ଭାବେ ଏହା କୋଟିକୋଟି ଲୋକଙ୍କର କର୍ମସଂସ୍ଥାନ ଉପରେ ପ୍ରଭାବ ପକାଇବ ଏବଂ ଚୀନରେ ବେରୋଜଗାରୀ ବଢିବ | ଚୀନର ଲୋକମାନେ ଦାରିଦ୍ରରୁ ଯେପରି ଲାଘବ ପାଇଛନ୍ତି ତାହା ସମାପ୍ତ ହୋଇଯିବ |

ଭାରତ ନିଜେ ସାମଗ୍ରୀ ଉତ୍ପାଦ କରିପାରେ କିମ୍ଵା ଅନ୍ୟ ଉତ୍ସରୁ ଚୀନ ସାମଗ୍ରୀ କିଣି ପାରେ | ଭାରତୀୟ କଂପାନୀମାନହ୍କର ଆଧୁନିକତା ଆଣିବାର ଯୋଗ୍ୟତା ରହିଛି ଏବଂ ଉତ୍ପାଦ ବଢାଇବାର କ୍ଷମତା ରହିଛି | ଏଣୁ ଭାରତ ଏକ ବିଶ୍ଵସ୍ତରୀୟ ପ୍ରତିଦ୍ଵନ୍ଦି ଭାବେ ଉଭା ହୋଇ ପାରିବ |

ଆଜି ଲୋକମାନେ ଚୀନ ସାମଗ୍ରୀ ବହିଷ୍କାର କରିବାକୁ ମନ ବଳାଇ ସାରିଛନ୍ତି ଏବଂ ଭାରତ ପରି ଏକ ଗଣତାନ୍ତ୍ରୀକ ଦେଶରେ ଏହାର ବହୁତ ଗୁରୁତ୍ଵ ରହିଛି |

ମୂଳ ଲେଖା: ବି. ଭଟ୍ଟାଚାର୍ଯ୍ୟ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...