Skip to main content

ଭାରତ ବିଜେତା ଭାବେ ଉଭା ହେବ



ଗତ କିଛି ଦିନରୁ ଭାରତ ଏବଂ ଚୀନ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ଠାରେ ଅଚାନକ ଘଟିଥିବା ଅନାବଶ୍ୟକ ହିଂସା ଉପରେ ଖବର ପରିବେଶଣ କରିବାରେ ଗଣମାଧ୍ୟମ ବ୍ୟସ୍ତ ରହିଛି | ଅନେକ ଦେଶରେ ସୀମାକୁ ନେଇ ମତ ପାର୍ଥକ୍ୟ ରହିଛି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଦେଶ ଏହି ପାର୍ଥକ୍ୟକୁ ଦୂର କରିବା ପାଇଁ କୂଟନୈତିକ ଏବଂ ସୈନ୍ୟ ସ୍ତରରେ ପ୍ରଚେଷ୍ଟା କରୁଛନ୍ତି | ଏଥିରୁ ଭାରତ ଭିନ୍ନ ନୁହେଁ | କିନ୍ତୁ ଚୀନ ସୈନ୍ୟ ଏମିତି ଅନାବଶ୍ୟକ ଏବଂ ଅତର୍କୀତ ଭାବେ ଆକ୍ରମକତା କାହିଁକି ଦେଖାଇଲା ତାହା ପୁଣି ସମଗ୍ର ବିଶ୍ଵ ଚୀନରୁ ଉତ୍ପନ୍ନ କରୋନା ମହାମାରୀ ସହ ଲଢୁଥିବା ସମୟରେ | ଚୀନର ଏହି ବ୍ୟବହାରକୁ ନେଇ ଲୋକମାନଙ୍କ ମନରେ କ୍ରୋଧ ରହିଛି |

ଯଦିଓ କ୍ରୟ ଶକ୍ତି କ୍ଷେତ୍ରରେ ଉଭୟ ଦେଶରେ ବିକାଶଶୀଳ ଅର୍ଥବ୍ୟବସ୍ଥା ରହିଛି ଏବଂ ବିଶ୍ଵର ସର୍ବାଧିକ ଦ୍ଵିତୀୟ ଏବଂ ତୃତୀୟ ଅର୍ଥନୀତି ରହିଛି | ଦୁଇ ଦେଶର ବିକାଶର ବଡ ଉତ୍ସ ହେଉଛି ବିଶ୍ଵ ବ୍ୟାପାରରେ ଏମାନଙ୍କର ପ୍ରଭାବଶାଳି ଭାଗିଦାରୀ |

ରୁଢିବାଦି ମାର୍କବାଦି ଚିନ୍ତାଧାରା ଅନ୍ତରାଷ୍ଟ୍ରୀୟ ବ୍ୟାପାରକୁ ପୁଞ୍ଜିବାଦି ଶୋଷଣର ଏକ ଉପକରଣ ମାନିଥାଏ | ଯେଉଁ ପ୍ରଥମ ବ୍ୟବସ୍ଥା ଉପରେ ଲେନିନ ଦସ୍ତଖତ କରିଥିଲେ ତାହା ରୁଷର ବିଦେଶ ବ୍ୟାପାରର ରାଷ୍ଟ୍ରୀୟକରଣ ଉପରେ କେନ୍ଦ୍ରିତ ଥିଲା | ଚୀନ ମଧ୍ୟ ଏପରି ବ୍ୟବସ୍ଥା ଆପଣାଇଲା 1970 ଦଶନ୍ଧିର ଆରମ୍ଭରେ | ଏହାପରେ ଚୀନ ବିଶ୍ଵ ବ୍ୟାପାରରେ ଆଗଭର ହୋଇ ଭାଗ ନେଲା |

ଆମେରିକାର ବିଶାଳ ବଜାରର ଲାଭ ନେବା ପାଇଁ ଜାପାନ ନିଜର ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିଲା | 2001ରେ ଚୀନ ବିଶ୍ଵ ବାଣିଜ୍ୟ ସଂଗଠନରେ ନିଜର ପ୍ରଭାବଶାଳି ଭାଗିଦାରୀ ନେଲା | ଏହା ସବୁଠୁ ଅଧିକ ରପ୍ତାନୀକାରୀ ଦେଶ ହେଲା କିନ୍ତୁ କିଛି କଞ୍ଚାମାଲ ଛଡା ଅନ୍ୟ ଅଧିକାଂଶ କ୍ଷେତ୍ରରେ ନିଜର ବଜାରକୁ ଅନ୍ୟ ପାଇଁ ବନ୍ଦ ରଖିଲା |

ଏ ପ୍ରକାର ନୀତି ଯୋଗୁଁ ଚୀନ ବିଶ୍ଵର ଦ୍ଵିତୀୟ ବୃହତ ସୁପର ପାଵାର ଅର୍ଥ ବ୍ୟବସ୍ଥା ଭାବେ ଉଭା ହେଲା କିନ୍ତୁ ଏହା ବ୍ୟବସାୟୀକ ଭାଗିଦାରୀରେ ଉତ୍ତେଜନାକୁ ମଧ୍ୟ ଜନ୍ମ ଦେଲା | ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଚୀନ ବଜାରରେ ଅଧିକ ସ୍ଥାନ ଦେବାକୁ ଦାବି ଲଗାତାର ଦାବି କରିଆସୁଛନ୍ତି | କାରଣ ଦ୍ଵିପକ୍ଷୀୟ ବାଣିଜ୍ୟରେ ଚୀନର ଭାଗ ଅଧିକ ରହୁଛି | ଟ୍ରମ୍ପ ପ୍ରଶାସନ ପଦକ୍ଷେପ ନେଲା ଏବଂ ଚୀନ ଏହା ବିରୁଦ୍ଧରେ ପାଲଟା ଜବାବ ଦେଲା ଯାହା ଯୋଗୁଁ ଆଜି ବାଣିଜ୍ୟିକ ଯୁଦ୍ଧ ଆରମ୍ଭ ହୋଇଯାଇଛି |

ଭାରତ ମଧ୍ୟ ଏକ ସମାନ ସମସ୍ୟାର ସାମ୍ନା କରୁଛି | ଚୀନ ସହିତ ଏହାର ଦ୍ଵିପକ୍ଷୀୟ ବାଣିଜ୍ୟ କାରବାରରେ ଭାରତର ଭାଗ କମ ରହିଛି କିନ୍ତୁ ଆମେରିକା ପରି ଭାରତ କୌଣସି କଠୋର ପଦକ୍ଷେପ ନେଇ ନାହିଁ କେବଳ ଏହି ପ୍ରସଙ୍ଗକୁ ଉଠାଇ ଚାଲିଛି | ଭାରତ ମୌଳିକ ସିଦ୍ଧାନ୍ତର ଏକ ଦୃଢ ବିଶ୍ଵାସୀ ଦେଶ |

ଚୀନ ଏବେ ନିଜର ଅର୍ଥବ୍ୟବସ୍ଥାରେ ମାନ୍ଦାଳିଆ ସ୍ଥିତିରେ ରହିଛି | ଏହା ବ୍ୟତିତ ବିଶ୍ଵ ମହାମାରୀ କାରଣରୁ ବିଶ୍ଵର ଅର୍ଥ ବ୍ୟବସ୍ଥା ସଂକୁଚିତ ହୋଇଯାଇଛି | ଚୀନ ପରି ଏକ ରପ୍ତାନୀମୁଖୀ ଅର୍ଥବ୍ୟବସ୍ଥା ପାଇଁ ଏହା ଧ୍ଵଂସକାରୀ ସାବ୍ୟସ୍ତ ହେଉଛି ଏକଥା ଚୀନ ସ୍ଵୀକାର କରିବା ଉଚିତ |

ଭାରତରେ ଚୀନ ଉତ୍ପାଦର ଏକ ବିଶାଳ ବଜାର ରହିଛି | ଅନେକ କ୍ଷେତ୍ରରେ ଚୀନ ସାମଗ୍ରୀର ଏଠାରେ ଆଧିପତ୍ୟ ରହିଛି | ଭାରତ ସହିତ ଚୀନର 50 ବିଲିୟନର ବାର୍ଷିକ କାରବାର ରହିଛି କିନ୍ତୁ ସୀମା ବିବାଦକୁ ନେଇ ବାଣିଜ୍ୟିକ ସଂପର୍କରେ ଆସିବାକୁ ଥିବା ବାଧା ଦ୍ଵାରା ଭାରତ ଠାରୁ ଚୀନ ଅଧିକ କ୍ଷତିଗ୍ରସ୍ତ ହେବ | ଆଉ ପ୍ରତ୍ୟେକ୍ଷ ଭାବେ ଏହା କୋଟିକୋଟି ଲୋକଙ୍କର କର୍ମସଂସ୍ଥାନ ଉପରେ ପ୍ରଭାବ ପକାଇବ ଏବଂ ଚୀନରେ ବେରୋଜଗାରୀ ବଢିବ | ଚୀନର ଲୋକମାନେ ଦାରିଦ୍ରରୁ ଯେପରି ଲାଘବ ପାଇଛନ୍ତି ତାହା ସମାପ୍ତ ହୋଇଯିବ |

ଭାରତ ନିଜେ ସାମଗ୍ରୀ ଉତ୍ପାଦ କରିପାରେ କିମ୍ଵା ଅନ୍ୟ ଉତ୍ସରୁ ଚୀନ ସାମଗ୍ରୀ କିଣି ପାରେ | ଭାରତୀୟ କଂପାନୀମାନହ୍କର ଆଧୁନିକତା ଆଣିବାର ଯୋଗ୍ୟତା ରହିଛି ଏବଂ ଉତ୍ପାଦ ବଢାଇବାର କ୍ଷମତା ରହିଛି | ଏଣୁ ଭାରତ ଏକ ବିଶ୍ଵସ୍ତରୀୟ ପ୍ରତିଦ୍ଵନ୍ଦି ଭାବେ ଉଭା ହୋଇ ପାରିବ |

ଆଜି ଲୋକମାନେ ଚୀନ ସାମଗ୍ରୀ ବହିଷ୍କାର କରିବାକୁ ମନ ବଳାଇ ସାରିଛନ୍ତି ଏବଂ ଭାରତ ପରି ଏକ ଗଣତାନ୍ତ୍ରୀକ ଦେଶରେ ଏହାର ବହୁତ ଗୁରୁତ୍ଵ ରହିଛି |

ମୂଳ ଲେଖା: ବି. ଭଟ୍ଟାଚାର୍ଯ୍ୟ

Comments