Skip to main content

ନେପାଳର ନୂତନ ମାନଚିତ୍ରକୁ ପ୍ରତ୍ୟାଖ୍ୟାନ କରିଛି ଭାରତ

ନେପାଳ ପାର୍ଲିଆମେଣ୍ଟର ନିମ୍ନ ସଦନ, ପ୍ରତିନିଧି ସଭା, ଜୁନ 13 ତାରିଖରେ ଦେଶର ରାଜନୈତିକ ଓ ଆଞ୍ଚଳିକ ମାନଚିତ୍ରରେ ପରିବର୍ତ୍ତନ ଆଣିବା ଲାଗି ଏକ ସାମ୍ବିଧାନିକ ସଂଶୋଧନ ବିଲ ଅନୁମୋଦନ କରିଛି | ଏହି ମାନଚିତ୍ରରେ ଉତ୍ତରପ୍ରଦେଶର ପିଥୋରାଗଡ ଜିଲ୍ଲାର ଭାରତୀୟ ଅଞ୍ଚଳର କେତୋଟି ଭାଗକୁ ନେପାଳର ଅଞ୍ଚଳ ଭାବେ ଦର୍ଶାଯାଇଛି | 

ଏସଂକ୍ରାନ୍ତରେ ଏକ ପ୍ରସ୍ତାବ ଆଣିବା ଲାଗି ପୂର୍ବରୁ ସଦନରେ ତନାଘନା ଆଲୋଚନା ହୋଇଥିଲା | କଳାପାଣି, ଲିମ୍ପିୟାଧୁରା ଓ ଲିପୁଲେଖ ଅଞ୍ଚଳକୁ ନେପାଳର ଭୂଖଣ୍ଡ ଭାବେ ମେ 18 ତାରିଖ 2020 ରେ କ୍ୟାବିନେଟ ଦ୍ଵାରା ନେପାଳର ନୂଆଁ ମାନଚିତ୍ରକୁ ଅନୁମୋଦନ ମିଳିଥିଲା | ଉତ୍ତରାଖଣ୍ଡର ପିଥୋରାଗଡ ଜିଲ୍ଲା ପ୍ରଶାସନ ଅଧୀନରେ ଏହି ଅଞ୍ଚଳ ଗୁଡିକ ସଦା ସର୍ବଦା ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଆସିଛି |ପାଖାପାଖି 350 ବର୍ଗ କିଲୋମିଟର ଭୂମି ବିଶିଷ୍ଟ ଏହି ଅଞ୍ଚଳର ରଣନୀତିକ ମହତ୍ଵ ରହିଛି | କୈଳାଶ-ମାନସରୋବର ଯାତ୍ରା ଲାଗି ପ୍ରତି ଭାରତୀୟଙ୍କ ପାଇଁ ଏହା ତୀର୍ଥଯାତ୍ରା ମାର୍ଗ ହୋଇଥିବା ବେଳେ ଭାରତ ଓ ତିବ୍ବତ ମଧ୍ୟରେ ଏହା ଏକ ବାଣିଜ୍ୟ ମାର୍ଗ ଭାବେ ରହିଆସିଛି | ଏହା ଭାରତ, ନେପାଳ ଓ ଚୀନର ତିବ୍ବତ ସ୍ଵୟଂଶାସିତ ଅଞ୍ଚଳର ତ୍ରିସଂଯୋଗସ୍ଥଳୀ ନିକଟରେ ରହିଛି | 

ନେପାଳ ଦ୍ଵାରା ନିଆଯାଇଥିବା ଏହି ପଦକ୍ଷେପକୁ ସୀମା ପ୍ରସଙ୍ଗ ନେଇ ଆଲୋଚନା କରିବା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ବୁଝାମଣାର ଲଙ୍ଘନ ବୋଲି ଭାରତ ବର୍ଣ୍ଣନା କରିଛି | ନୂଆଦିଲ୍ଲୀ କହିଛି ନେପାଳର ଦାବି ଗୁଡିକ କୌଣସି ଐତିହାସିକ ତଥ୍ୟ କିମ୍ବା ପ୍ରମାଣ ଉପରେ ଆଧାରିତ ନୁହେଁ ଏବଂ ଏହା ଆଦୌ ଗ୍ରହଣୀୟ ନୁହେଁ | ଏହାପୂର୍ବରୁ ଗତମାସ 20 ତାରିଖରେ ନେପାଳ ଯେତେବେଳେ ସଂଶୋଧିତ ମାନଚିତ୍ର ଜାରି କରିଥିଲା ସେତେବେଳେ ମଧ୍ୟ ଏଭଳି ଅଯୁକ୍ତିକର କାର୍ଯ୍ୟରୁ ନିବୃତ୍ତ ରହିବାକୁ ଭାରତ ଆହ୍ଵାନ ଜଣାଇଥିଲା | ନେପାଳର ନେତୃତ୍ଵ ସୀମା ବିବାଦର ସମାଧାନ ଲାଗି କୂଟନୈତିକ ସ୍ତରୀୟ କଥାବାର୍ତ୍ତା କରିବା ପାଇଁ ଏକ ସକାରାତ୍ମକ ବାତାବରଣ ସୃଷ୍ଟି କରିବେ ବୋଲି ଭାରତ ଆଶାବାଦି ଥିଲା | 

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଉତ୍ତରାଖଣ୍ଡର ଧର୍ଚୁଲା ସହରରୁ ଲିପୁଲେଖ ପର୍ଯ୍ୟନ୍ତ 80 କିଲୋମିଟର ଦୀର୍ଘ ବିଶିଷ୍ଟ ଏକ ସଡକ ପଥର ଉଦଘାଟନ କରିବା ପରେ ନେପାଳ ଦ୍ଵାରା ଅଯଥାରେ କଳାପାଣି ପ୍ରସଙ୍ଗ ତୀବ୍ର ରୂପ ନେଇଥିଲା |ଏନେଇ ନେପାଳର ପ୍ରତିବାଦ ପରେ ତୀର୍ଥଯାତ୍ରୀ ଓ ବ୍ୟବସାୟୀ ମାନଙ୍କ ସୁବିଧା ଲାଗି ପାରମ୍ପରିକ ମାନସରୋବର ମାର୍ଗରେ ଏହି ରାସ୍ତା ନିର୍ମାଣ କରାଯାଇଛି ଏବଂ ଏହା ଭାରତୀୟ ଭୂଖଣ୍ଡ ମଧ୍ୟରେ ରହିଛି ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଥିଲା | 

ଏହାପୂର୍ବରୁ ନଭେମ୍ବର 2019ରେ ଜାମ୍ମୁ ଓ କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜନ କରିବା ପରେ ଭାରତର ଏକ ନୂତନ ଆଞ୍ଚଳିକ ମାନଚିତ୍ର ଜାରି କରିବା ଉପରେ ମଧ୍ୟ ନେପାଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା | ଭାରତର ସାର୍ବଭୌମ୍ୟ ଭୂଖଣ୍ଡ ଭାବେ କଳାପାଣି, ଲିମ୍ପିୟାଧୁରା ଓ ଲିପୁଲେଖକୁ ଅନ୍ତର୍ଭୁକ୍ତ କରିବା ନେଇ ନେପାଳ ଆପତ୍ତି ଉଠାଇଥିଲା ଯାହାକି ଭାରତର ପୂର୍ବ ମାନଚିତ୍ରରେ ମଧ୍ୟ ଦର୍ଶାଯାଇଥିଲା | ଏହା ସ୍ମରଣ କରିଦିଆଯାଇପାରେ ଯେ ଏହି ଅଞ୍ଚଳ ଗୁଡିକ ଭାରତର ହିଁ ଅଂଶବିଶେଷ ଓ ଏହା ଭାରତର ଆଞ୍ଚଳିକ ମାନଚିତ୍ରରେ ମଧ୍ୟ ପ୍ରଦର୍ଶିତ ହୋଇଛି | ତେଣୁ ନେପାଳ ଦ୍ଵାରା ଏଭଳି ଉତ୍ତେଜନାପୂର୍ଣ୍ଣ ଅଯୁକ୍ତିକର ପ୍ରତିକ୍ରିୟାର କୌଣସି ମୂଲ୍ୟ ନାହିଁ | 

ତେଣେ ନେପାଳ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ସୀମା ବିବାଦର ସମାଧାନ ଲାଗି ବୈଦେଶିକ ସଚିବ ସ୍ତରୀୟ କଥାବାର୍ତ୍ତା ପାଇଁ ଦାବି କରିଛି | ଦୁଇ ଦେଶ କୋଭିଡ19 ମହାମାରୀ ସଙ୍କଟ ଦେଇ ଗତି କରୁଥିବା ଯୋଗୁଁ ଏନେଇ କଥାବାର୍ତ୍ତା ଲାଗି ତାରିଖ ଧାର୍ଯ୍ୟ କରାଯାଇପାରିନାହିଁ | ଏହି ବିବାଦୀୟ ଅଞ୍ଚଳକୁ ନେପାଳର ଅଞ୍ଚଳ ଭାବେ ଅନ୍ତର୍ଭୁକ୍ତ କରିବା ଲାଗି ସଂଶୋଧିତ ମାନଚିତ୍ର ଜାରି କରିବାକୁ ନେପାଳ ସଂସଦରେ ଏକ ବିଲ ଆଗତ କରିବାକୁ କେପି ଶର୍ମା ଓଲି ସରକାର ତତ୍ପରତା ଦେଖାଇଥିବା ବେଳେ ନେପାଳରେ ଶ୍ରୀ ଓଲି ଓ ଅନ୍ୟ ନେତାମାନେ କଥାବାର୍ତ୍ତା ଜରିଆରେ ଏହି ମାମଲାର ସମାଧାନ ହୋଇପାରିବ ବୋଲି ଏବେ ମଧ୍ୟ ବିଶ୍ଵାସ କରନ୍ତି |

ସମ୍ବିଧାନ ସଂଶୋଧନ ବିଲ ଗୃହିତ ହେବାର ଚାରି ଦିନ ପୂର୍ବରୁ ଜୁନ 10 ତାରିଖ 2020ରେ ନେପାଳ ସରକାର ବିବାଦୀୟ ଅଞ୍ଚଳ ସଙ୍କ୍ରାନ୍ତୀୟ ଐତିହାସିକ ତଥ୍ୟ ଓ ପ୍ରମାଣ ସଂଗ୍ରହ କରିବା ଲାଗି ଏକ ବିବେଷଜ୍ଞ ଦଳ ଗଠନ କରିଥିଲେ | ଏହି ବିଲ ନେପାଳ କ୍ୟାବିନେଟ ଦ୍ଵାରା ଅନୁମୋଦନ ଲାଭ କଲାପରେ ମଧ୍ୟ ବୋଧହୁଏ ନେପାଳ ନେତୃତ୍ଵଙ୍କ ମନରେ ସନ୍ଦେହ ଜାତ ହୋଇଛି ତେଣୁ ଏହି ଦଳ ଗଠନ କରାଯାଇଛି |

ଭାରତ ଓ ନେପାଳ ମଧ୍ୟରେ ପାରମ୍ପାରିକ ଭାବେ ଭୌଗୋଳିକ, ସାଂସ୍କୃତିକ, ଐତିହାସିକ ଓ ଦୃଢ ଧାର୍ମିକ ସମ୍ପର୍କ ରହିଛି | ଦୁଇ ଦେଶ ମଧ୍ୟରେ ଘନିଷ୍ଠ ଜନସମ୍ପର୍କ ମଧ୍ୟ ରହିଛି | ସେମାନଙ୍କର ଏକ ସୀମା ବିବାଦ ସମାଧାନର ପଦ୍ଧତି ଅଛି ଓ ଉଭୟଙ୍କ 98 ପ୍ରତିଶତ ସୀମା ସଙ୍କ୍ରାନ୍ତୀୟ ସମସ୍ୟାର ସମାଧାନ ହୋଇସାରିଲାଣି | ତେବେ ଦୁଇ ପଡୋଶୀ ରାଷ୍ଟ୍ର ମଧ୍ୟରେ କୂଟନୈତିକ ଓ ରାଜନୈତିକ ସ୍ତରରେ ଆଲୋଚନା ମାଧ୍ୟମରେ ବର୍ତ୍ତମାନ ଉଭା ହୋଇଥିବା ଅଚଳାବସ୍ଥାର ଯଥାଶୀଘ୍ର ସମାଧାନ ହୋଇଯିବ ବୋଲି ଆଶା କରାଯାଉଛି | 

ମୂଳ ଲେଖା : ରତନ ସାଲଦି, ରାଜନୈତିକ ଭାଷ୍ୟକାର

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...