Skip to main content

ନେପାଳର ନୂତନ ମାନଚିତ୍ରକୁ ପ୍ରତ୍ୟାଖ୍ୟାନ କରିଛି ଭାରତ

ନେପାଳ ପାର୍ଲିଆମେଣ୍ଟର ନିମ୍ନ ସଦନ, ପ୍ରତିନିଧି ସଭା, ଜୁନ 13 ତାରିଖରେ ଦେଶର ରାଜନୈତିକ ଓ ଆଞ୍ଚଳିକ ମାନଚିତ୍ରରେ ପରିବର୍ତ୍ତନ ଆଣିବା ଲାଗି ଏକ ସାମ୍ବିଧାନିକ ସଂଶୋଧନ ବିଲ ଅନୁମୋଦନ କରିଛି | ଏହି ମାନଚିତ୍ରରେ ଉତ୍ତରପ୍ରଦେଶର ପିଥୋରାଗଡ ଜିଲ୍ଲାର ଭାରତୀୟ ଅଞ୍ଚଳର କେତୋଟି ଭାଗକୁ ନେପାଳର ଅଞ୍ଚଳ ଭାବେ ଦର୍ଶାଯାଇଛି | 

ଏସଂକ୍ରାନ୍ତରେ ଏକ ପ୍ରସ୍ତାବ ଆଣିବା ଲାଗି ପୂର୍ବରୁ ସଦନରେ ତନାଘନା ଆଲୋଚନା ହୋଇଥିଲା | କଳାପାଣି, ଲିମ୍ପିୟାଧୁରା ଓ ଲିପୁଲେଖ ଅଞ୍ଚଳକୁ ନେପାଳର ଭୂଖଣ୍ଡ ଭାବେ ମେ 18 ତାରିଖ 2020 ରେ କ୍ୟାବିନେଟ ଦ୍ଵାରା ନେପାଳର ନୂଆଁ ମାନଚିତ୍ରକୁ ଅନୁମୋଦନ ମିଳିଥିଲା | ଉତ୍ତରାଖଣ୍ଡର ପିଥୋରାଗଡ ଜିଲ୍ଲା ପ୍ରଶାସନ ଅଧୀନରେ ଏହି ଅଞ୍ଚଳ ଗୁଡିକ ସଦା ସର୍ବଦା ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଆସିଛି |ପାଖାପାଖି 350 ବର୍ଗ କିଲୋମିଟର ଭୂମି ବିଶିଷ୍ଟ ଏହି ଅଞ୍ଚଳର ରଣନୀତିକ ମହତ୍ଵ ରହିଛି | କୈଳାଶ-ମାନସରୋବର ଯାତ୍ରା ଲାଗି ପ୍ରତି ଭାରତୀୟଙ୍କ ପାଇଁ ଏହା ତୀର୍ଥଯାତ୍ରା ମାର୍ଗ ହୋଇଥିବା ବେଳେ ଭାରତ ଓ ତିବ୍ବତ ମଧ୍ୟରେ ଏହା ଏକ ବାଣିଜ୍ୟ ମାର୍ଗ ଭାବେ ରହିଆସିଛି | ଏହା ଭାରତ, ନେପାଳ ଓ ଚୀନର ତିବ୍ବତ ସ୍ଵୟଂଶାସିତ ଅଞ୍ଚଳର ତ୍ରିସଂଯୋଗସ୍ଥଳୀ ନିକଟରେ ରହିଛି | 

ନେପାଳ ଦ୍ଵାରା ନିଆଯାଇଥିବା ଏହି ପଦକ୍ଷେପକୁ ସୀମା ପ୍ରସଙ୍ଗ ନେଇ ଆଲୋଚନା କରିବା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ବୁଝାମଣାର ଲଙ୍ଘନ ବୋଲି ଭାରତ ବର୍ଣ୍ଣନା କରିଛି | ନୂଆଦିଲ୍ଲୀ କହିଛି ନେପାଳର ଦାବି ଗୁଡିକ କୌଣସି ଐତିହାସିକ ତଥ୍ୟ କିମ୍ବା ପ୍ରମାଣ ଉପରେ ଆଧାରିତ ନୁହେଁ ଏବଂ ଏହା ଆଦୌ ଗ୍ରହଣୀୟ ନୁହେଁ | ଏହାପୂର୍ବରୁ ଗତମାସ 20 ତାରିଖରେ ନେପାଳ ଯେତେବେଳେ ସଂଶୋଧିତ ମାନଚିତ୍ର ଜାରି କରିଥିଲା ସେତେବେଳେ ମଧ୍ୟ ଏଭଳି ଅଯୁକ୍ତିକର କାର୍ଯ୍ୟରୁ ନିବୃତ୍ତ ରହିବାକୁ ଭାରତ ଆହ୍ଵାନ ଜଣାଇଥିଲା | ନେପାଳର ନେତୃତ୍ଵ ସୀମା ବିବାଦର ସମାଧାନ ଲାଗି କୂଟନୈତିକ ସ୍ତରୀୟ କଥାବାର୍ତ୍ତା କରିବା ପାଇଁ ଏକ ସକାରାତ୍ମକ ବାତାବରଣ ସୃଷ୍ଟି କରିବେ ବୋଲି ଭାରତ ଆଶାବାଦି ଥିଲା | 

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଉତ୍ତରାଖଣ୍ଡର ଧର୍ଚୁଲା ସହରରୁ ଲିପୁଲେଖ ପର୍ଯ୍ୟନ୍ତ 80 କିଲୋମିଟର ଦୀର୍ଘ ବିଶିଷ୍ଟ ଏକ ସଡକ ପଥର ଉଦଘାଟନ କରିବା ପରେ ନେପାଳ ଦ୍ଵାରା ଅଯଥାରେ କଳାପାଣି ପ୍ରସଙ୍ଗ ତୀବ୍ର ରୂପ ନେଇଥିଲା |ଏନେଇ ନେପାଳର ପ୍ରତିବାଦ ପରେ ତୀର୍ଥଯାତ୍ରୀ ଓ ବ୍ୟବସାୟୀ ମାନଙ୍କ ସୁବିଧା ଲାଗି ପାରମ୍ପରିକ ମାନସରୋବର ମାର୍ଗରେ ଏହି ରାସ୍ତା ନିର୍ମାଣ କରାଯାଇଛି ଏବଂ ଏହା ଭାରତୀୟ ଭୂଖଣ୍ଡ ମଧ୍ୟରେ ରହିଛି ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଥିଲା | 

ଏହାପୂର୍ବରୁ ନଭେମ୍ବର 2019ରେ ଜାମ୍ମୁ ଓ କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜନ କରିବା ପରେ ଭାରତର ଏକ ନୂତନ ଆଞ୍ଚଳିକ ମାନଚିତ୍ର ଜାରି କରିବା ଉପରେ ମଧ୍ୟ ନେପାଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା | ଭାରତର ସାର୍ବଭୌମ୍ୟ ଭୂଖଣ୍ଡ ଭାବେ କଳାପାଣି, ଲିମ୍ପିୟାଧୁରା ଓ ଲିପୁଲେଖକୁ ଅନ୍ତର୍ଭୁକ୍ତ କରିବା ନେଇ ନେପାଳ ଆପତ୍ତି ଉଠାଇଥିଲା ଯାହାକି ଭାରତର ପୂର୍ବ ମାନଚିତ୍ରରେ ମଧ୍ୟ ଦର୍ଶାଯାଇଥିଲା | ଏହା ସ୍ମରଣ କରିଦିଆଯାଇପାରେ ଯେ ଏହି ଅଞ୍ଚଳ ଗୁଡିକ ଭାରତର ହିଁ ଅଂଶବିଶେଷ ଓ ଏହା ଭାରତର ଆଞ୍ଚଳିକ ମାନଚିତ୍ରରେ ମଧ୍ୟ ପ୍ରଦର୍ଶିତ ହୋଇଛି | ତେଣୁ ନେପାଳ ଦ୍ଵାରା ଏଭଳି ଉତ୍ତେଜନାପୂର୍ଣ୍ଣ ଅଯୁକ୍ତିକର ପ୍ରତିକ୍ରିୟାର କୌଣସି ମୂଲ୍ୟ ନାହିଁ | 

ତେଣେ ନେପାଳ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ସୀମା ବିବାଦର ସମାଧାନ ଲାଗି ବୈଦେଶିକ ସଚିବ ସ୍ତରୀୟ କଥାବାର୍ତ୍ତା ପାଇଁ ଦାବି କରିଛି | ଦୁଇ ଦେଶ କୋଭିଡ19 ମହାମାରୀ ସଙ୍କଟ ଦେଇ ଗତି କରୁଥିବା ଯୋଗୁଁ ଏନେଇ କଥାବାର୍ତ୍ତା ଲାଗି ତାରିଖ ଧାର୍ଯ୍ୟ କରାଯାଇପାରିନାହିଁ | ଏହି ବିବାଦୀୟ ଅଞ୍ଚଳକୁ ନେପାଳର ଅଞ୍ଚଳ ଭାବେ ଅନ୍ତର୍ଭୁକ୍ତ କରିବା ଲାଗି ସଂଶୋଧିତ ମାନଚିତ୍ର ଜାରି କରିବାକୁ ନେପାଳ ସଂସଦରେ ଏକ ବିଲ ଆଗତ କରିବାକୁ କେପି ଶର୍ମା ଓଲି ସରକାର ତତ୍ପରତା ଦେଖାଇଥିବା ବେଳେ ନେପାଳରେ ଶ୍ରୀ ଓଲି ଓ ଅନ୍ୟ ନେତାମାନେ କଥାବାର୍ତ୍ତା ଜରିଆରେ ଏହି ମାମଲାର ସମାଧାନ ହୋଇପାରିବ ବୋଲି ଏବେ ମଧ୍ୟ ବିଶ୍ଵାସ କରନ୍ତି |

ସମ୍ବିଧାନ ସଂଶୋଧନ ବିଲ ଗୃହିତ ହେବାର ଚାରି ଦିନ ପୂର୍ବରୁ ଜୁନ 10 ତାରିଖ 2020ରେ ନେପାଳ ସରକାର ବିବାଦୀୟ ଅଞ୍ଚଳ ସଙ୍କ୍ରାନ୍ତୀୟ ଐତିହାସିକ ତଥ୍ୟ ଓ ପ୍ରମାଣ ସଂଗ୍ରହ କରିବା ଲାଗି ଏକ ବିବେଷଜ୍ଞ ଦଳ ଗଠନ କରିଥିଲେ | ଏହି ବିଲ ନେପାଳ କ୍ୟାବିନେଟ ଦ୍ଵାରା ଅନୁମୋଦନ ଲାଭ କଲାପରେ ମଧ୍ୟ ବୋଧହୁଏ ନେପାଳ ନେତୃତ୍ଵଙ୍କ ମନରେ ସନ୍ଦେହ ଜାତ ହୋଇଛି ତେଣୁ ଏହି ଦଳ ଗଠନ କରାଯାଇଛି |

ଭାରତ ଓ ନେପାଳ ମଧ୍ୟରେ ପାରମ୍ପାରିକ ଭାବେ ଭୌଗୋଳିକ, ସାଂସ୍କୃତିକ, ଐତିହାସିକ ଓ ଦୃଢ ଧାର୍ମିକ ସମ୍ପର୍କ ରହିଛି | ଦୁଇ ଦେଶ ମଧ୍ୟରେ ଘନିଷ୍ଠ ଜନସମ୍ପର୍କ ମଧ୍ୟ ରହିଛି | ସେମାନଙ୍କର ଏକ ସୀମା ବିବାଦ ସମାଧାନର ପଦ୍ଧତି ଅଛି ଓ ଉଭୟଙ୍କ 98 ପ୍ରତିଶତ ସୀମା ସଙ୍କ୍ରାନ୍ତୀୟ ସମସ୍ୟାର ସମାଧାନ ହୋଇସାରିଲାଣି | ତେବେ ଦୁଇ ପଡୋଶୀ ରାଷ୍ଟ୍ର ମଧ୍ୟରେ କୂଟନୈତିକ ଓ ରାଜନୈତିକ ସ୍ତରରେ ଆଲୋଚନା ମାଧ୍ୟମରେ ବର୍ତ୍ତମାନ ଉଭା ହୋଇଥିବା ଅଚଳାବସ୍ଥାର ଯଥାଶୀଘ୍ର ସମାଧାନ ହୋଇଯିବ ବୋଲି ଆଶା କରାଯାଉଛି | 

ମୂଳ ଲେଖା : ରତନ ସାଲଦି, ରାଜନୈତିକ ଭାଷ୍ୟକାର

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...