Skip to main content

ଭାରତୀୟ ଅର୍ଥନୀତି ଏହାର ପୂର୍ବ ଅଭିବୃଦ୍ଧି ପଥକୁ ଖୁବ ଶୀଘ୍ର ଫେରିବ କହିଲେ ପ୍ରଧାନମନ୍ତ୍ରୀ



ଭାରତ ଅଧିକ ଗଠନମୂଳକ ସଂସ୍କାର ସହ ଏହାର ଅଭିବୃଦ୍ଧି ପଥକୁ ଖୁବ ଶୀଘ୍ର ଫେରିବ ଯାହାକି ବିକାଶ ଯାତ୍ରାରେ ବେସରକାରୀ କ୍ଷେତ୍ର ସହ ଏକ ସହଭାଗିତା ଭାବେ କୋଭିଡ-19ର ଚାଲେଞ୍ଜକୁ ମୁକାବିଲା କରିବା ଲାଗି ଆମ ଦେଶର ଗତିପଥକୁ ପରିବର୍ତ୍ତନ କରିବ | ଭାରତୀୟ ଶିଳ୍ପ ସଂଘ (ସିଆଇଆଇଆଇ) ର 125 ବର୍ଷ ପୂର୍ତ୍ତି ଉତ୍ସବରେ ଏକ ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକଥା କହିଛନ୍ତି | ଏହି ଅବସରରେ ତାଙ୍କ ସମ୍ଭାଷଣରେ ଆମେ ନିଶ୍ଚିତ ଭାବେ ପୂର୍ବ ଅଭିବୃଦ୍ଧି ପଥକୁ ଫେରିବା ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି |

ଦେଶୀୟ ଉଦ୍ୟୋଗ ମାନଙ୍କ ଉପରେ ଆତ୍ମବିଶ୍ଵାସ ସୃଷ୍ଟି କରି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି ଯେ ଦେଶର ଦକ୍ଷତା ଓ ସଙ୍କଟ ପରିଚାଳନା, ଭାରତର ବିବିଧ ପ୍ରତିଭା ତଥା ପ୍ରଯୁକ୍ତି ବିଦ୍ୟା, ଏହାର ଅଭିନବତା ଓ ଜ୍ଞାନ, ଦେଶର କୃଷକ ମାନଙ୍କ ବଳିଷ୍ଠ ପରିଶ୍ରମ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ଯୋଗ (ଏମଏସଏମଇ) ଗୁଡିକ ପାଇଁ ଅର୍ଥନୀତି ପୁଣି ଥରେ ଦୌଡିବ ବୋଲି ସେ ଆଶାବାଦୀ ଅଛନ୍ତି | ଜିଡିପିରେ ଏମଏସଏମଇର 30 ପ୍ରତିଶତ ଅବଦାନ ରହିଛି | ସମ୍ପ୍ରତ୍ତି ଏହାର ପରିଭାଷାରେ ସ୍ପଷ୍ଟତା ଅଣାଯାଇଛି ଏବଂ 200 କୋଟି ଟଙ୍କା ପର୍ଯ୍ୟନ୍ତ କ୍ରୟ ପାଇଁ ବୈଶ୍ଵିକ ଟେଣ୍ଡର ଆହ୍ଵାନ ନିୟମକୁ ସରକାର ବାତିଲ କରିଦେଇଛନ୍ତି | ଯାହାକି ଏମଏସଏମଇକୁ ଏକ ଆତ୍ମନିର୍ଭର ଅର୍ଥନୀତିରେ ପରିଣତ ହେବାକୁ ସହାୟକ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି |

କୋଭିଡ-19 ସଂକ୍ରମଣକୁ ରୋକିବା ଲାଗି ମାର୍ଚ୍ଚ 25 ପରଠୁ ଲକଡାଉନ କଟକଣା ଯୋଗୁଁ ରିଅଲ ସେକ୍ଟରର କାର୍ଯ୍ୟକଳାପ ମନ୍ଥର ଗତିରେ ଚାଲିଥିବାରୁ ଏହାର ପୁନରୁଦ୍ଧାର ଲାଗି ସରକାର ଅବିଶ୍ରାନ୍ତ ପ୍ରୟାସ ଚଳେଇଛନ୍ତି | ସବୁ ଅଂଶୀଦାର ମାନଙ୍କୁ ସହାୟତା ପ୍ରଦାନ ଲାଗି 20 ଲକ୍ଷ କୋଟି ଟଙ୍କାର ଏକ ଆର୍ଥିକ ପ୍ଯାକେଜ ସହ କିଛି ସପ୍ତାହ ପୂର୍ବରୁ ପ୍ରଧାନମନ୍ତ୍ରୀ ଅର୍ଥନୀତି, ଭିତ୍ତିଭୂମି, ବ୍ୟବସ୍ଥା, ବିବିଧ ଜନସାଙ୍ଖ୍ୟିକ ଓ ଚାହିଦା ଆଦି ପାଞ୍ଚୋଟି ସ୍ତମ୍ଭ ସହିତ ଆତ୍ମନିର୍ଭରଶୀଳ ଭାରତ ପାଇଁ ଏକ ଆହ୍ଵାନ ଜଣାଇଛନ୍ତି |

ଦେଶରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ କିପରି ବ୍ୟବସ୍ଥିତ, ଏକୀକୃତ ଓ ଆନ୍ତଃ-ସଂଯୋଗୀକରଣ ସେ ନେଇ ବିସ୍ତୃତ ଭାବେ ବର୍ଣ୍ଣନା କରି ସମ୍ପ୍ରତ୍ତି ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଧିନିୟମ, କୃଷି ଉତ୍ପାଦନ ମାର୍କେଟିଙ୍ଗ କମିଟି ଅଧିନିୟମରେ ସଂଶୋଧନ ଆଣିବା ସହ ଗୋଦାମରେ ମହଜୁଦ ଥିବା ଶସ୍ୟ ଓ କୃଷି ଉତ୍ପାଦ ଗୁଡିକୁ ବିକ୍ରି ପାଇଁ ଇଲେକ୍ଟ୍ରୋନିକ କାରବାର ଜରିଆରେ କୃଷି ବ୍ୟବସାୟ କରିବା ଲାଗି ଅନୁମତି ଦିଆଯାଇଛି ବୋଲି ସେ କହିଛନ୍ତି | ଉତ୍ପାଦନ କ୍ଷେତ୍ରରେ ଶ୍ରମିକ ଅଭାବ ଓ କ୍ଷେତ୍ର ଗୁଡିକରେ ସେମାନଙ୍କ ଆତଯାତ ଯୋଗୁଁ ଯେପରି କୌଣସି ପ୍ରକାରର ବାଧା ନପହଞ୍ଚେ ସେଥିପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ଲାଗି ମଧ୍ୟ ଶ୍ରମ କ୍ଷେତ୍ରରେ ଅନେକ ସଂସ୍କାର ମୂଳକ ପଦକ୍ଷେପ ନିଆଯାଇଛି |

ଅଣ-ରଣନୀତିକ କ୍ଷେତ୍ରରେ ପୂର୍ବରୁ ଅନୁମତି ଦିଆଯାଉନଥିବା ବେସରକାରୀ ଶିଳ୍ପକୁ ବର୍ତ୍ତମାନ ଅନୁମତି ଦିଆଯାଉଛି | କୋଇଲା କ୍ଷେତ୍ରରେ ବାଣିଜ୍ୟିକ ଖଣି ଖନନକୁ ଅନୁମତି ମିଳିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସରକାର ଖଣି ହେଉ ବା ଶକ୍ତି ହେଉ କିମ୍ବା ଅନୁସନ୍ଧାନ ଏବଂ ପ୍ରଯୁକ୍ତିବିଦ୍ୟା ହେଉ ଯେଉଁସବୁ କ୍ଷେତ୍ରରେ ସରକାର ପଦକ୍ଷେପ ନେଇଛନ୍ତି ତାହା ଉଭୟ ଶିଳ୍ପ କ୍ଷେତ୍ର ଏବଂ ଯୁବକ ମାନଙ୍କୁ ଫାଇଦା ପହଞ୍ଚାଇବ ଓ ସେମାନେ ଆଗକୁ ବଢିବା ଲାଗି ଅନେକ ସୁଯୋଗ ପାଇବେ |

ସେହିପରି ନିଯୁକ୍ତି ସୃଷ୍ଟିର ଏକ ପ୍ରମୁଖ ଆୟୁଧ ମେକ ଇନ ଇଣ୍ଡିଆ ଅଭିଯାନର ଅଂଶ ବିଶେଷ ସ୍ୱରୂପ ଆସବାବପତ୍ର, ଏୟାର କଣ୍ଡିସନର, ଚମଡା ଓ ଜୋତା ଭଳି କ୍ଷେତ୍ରର ଆମଦାନୀ ଉପରେ ନିର୍ଭରତା ହ୍ରାସ ଲାଗି କାର୍ଯ୍ୟ ଆରମ୍ଭ ହୋଇଯାଇଛି | ତିନି ମାସ ପୂର୍ବେ ଦେଶରେ ଗୋଟିଏ ବି ବ୍ୟକ୍ତିଗତ ସୁରକ୍ଷା କୀଟ ବା ପିପିଇ କୀଟ ତିଆରି କରାଯାଉନଥିଲା ହେଲେ ବର୍ତ୍ତମାନ ଦିନକୁ କିପରି ତିନି ଲକ୍ଷ ପିପିଇ କିଟ ତିଆରି କରାଯାଉଛି ସେ ନେଇ ବର୍ଣ୍ଣନା କରି ଏହା ସ୍ବଦେଶିକରଣ ପ୍ରୟାସର ଜ୍ଵଳନ୍ତ ଉଦାହରଣ ବୋଲି ସେ କହିଛନ୍ତି |

ଆତ୍ମନିର୍ଭର ଭାରତର ଅର୍ଥ ହେଲା ବୈଶ୍ଵିକ ଅର୍ଥନୀତି ସହ ସଂପୂର୍ଣ୍ଣ ଐକ୍ୟକରଣ କିନ୍ତୁ ପକ୍ଷପାତି ନୀତି ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି | ଏହି ପରିପ୍ରେକ୍ଷୀରେ ଦେଶୀୟ ବଜାର ତଥା ବିଶ୍ଵ ବଜାରକୁ ଯୋଗାଣ ଲାଗି ଦେଶରେ ଉତ୍ପାଦନ ବୃଦ୍ଧି କରିବା ଉପରେ ଅଧିକ ପ୍ରାଥମିକତା ଦେବା ଲାଗି ଶିଳ୍ପ ସଂଘକୁ ନିବେଦନ ଜଣାଇଛନ୍ତି | ମୋଟାମୋଟି ଭାବେ କହିବାକୁ ଗଲେ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟୋଗ ପ୍ରତି ଆତ୍ମବିଶ୍ଵାସ ମୂଳକ ପଦକ୍ଷେପ ଓ ଅଭିବୃଦ୍ଧିକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ଲାଗି ଆତ୍ମନିର୍ଭରଶୀଳ ବିକାଶ ପାଇଁ ଆର୍ଥିକ ସହାୟତା, ଉଚିତ ସମୟରେ ପ୍ରଦାନ କରାଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ |

ମୂଳ ଲେଖା : ଜି ଶ୍ରୀନିବାସନ, ବରିଷ୍ଠ ଅର୍ଥନୈତିକ ସମ୍ବାଦଦାତା

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...