Skip to main content

ଭାରତ ଗାଲୱାନ ଉପତ୍ୟକା ଉପରେ ଚୀନର ଦାବିକୁ ପ୍ରତ୍ୟାଖ୍ୟାନ କରିଛି

ଭାରତ –ଚୀନ ସୀମାର ପ୍ରକୃତ ନିୟନ୍ତ୍ରଣ ସୀମାରେଖା (ଏଲଏସି)ରେ ଜୁନ 15 ତାରିଖରେ 20 ଜଣ ଭାରତୀୟ ଯବାନ ଓ ଅଧିକାରୀଙ୍କ ଜଘନ୍ୟ ହତ୍ୟାକାଣ୍ଡ ପରେ ଚୀନ, ଲଦାଖରେ ଗଲୱାନ ଉପତ୍ୟକା ଉପରେ ଏହାର ମିଥ୍ୟା ଦାବି ଉପସ୍ଥାପନ କରିଛି | ଏହା ହେଉଛି ଏକ ଅଞ୍ଚଳ ଯାହାକି ଭାରତୀୟ ସାର୍ବଭୌମ୍ୟ ଭୂଖଣ୍ଡ ପରିସିମାରେ ରହିଛି | ଚୀନ ଭାରତ ସହ ପ୍ରତାରଣା ଓ ବିଶ୍ଵାସଘାତକତା କରି ଏହାର ପୂର୍ବ ଆଭିମୁଖ୍ୟ ପ୍ରତି ବିରୁଦ୍ଧାଚରଣ କରିଛି | ଚୀନର ଏଭଳି ଅଯୁକ୍ତିକର ଦାବିକୁ ଭାରତ ସରକାର ତୀବ୍ର ରୂପରେ ଖଣ୍ଡନ କରିଛନ୍ତି | ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ ଗଲୱାନ ଉପତ୍ୟକାରେ ଭାରତର ଐତିହାସିକ ପ୍ରତିଷ୍ଠା ବିଷୟ ଦୋହୋରାଯାଇଛି | ଏଲଏସି ସଙ୍କ୍ରାନ୍ତରେ ଚୀନର ଅମୂଳକ ପ୍ରୟାସ ତଥା ଭିତ୍ତିହୀନ ଦାବି ଆଦୌ ଗ୍ରହଣୀୟ ନୁହେଁ ବୋଲି ନୂଆଦିଲ୍ଲୀ ଦୃଢୋକ୍ତି ପ୍ରକାଶ କରିଛି |

ଏହି ଅଞ୍ଚଳ କେବଳ ଭାରତ ଅଧିକାରରେ ନାହିଁ ବରଂ ଏହି ନାମରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ବ୍ରିଟିଶ-ଭାରତ ସମୟରେ ଗୁଲାମ ରସୁଲ ଗାଲୱାନ ନାମକ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ନାମରେ ଏହା ନାମିତ ହୋଇଥିଲା | ଯଥେଷ୍ଟ ତଥ୍ୟ ଓ ପ୍ରମାଣ ଥିବା ସତ୍ତ୍ୱେ ବେଜିଂ ଏହି ଅଞ୍ଚଳ ଉପରେ ଅଧିକାର ନେଇ ଅଯଥା ଦାବି କରୁଛି | କିନ୍ତୁ ଚୀନର ଏଭଳି ବିଭ୍ରାନ୍ତିକର ପ୍ରୟାସ ଐତିହାସିକ, ଭୌଗୋଳିକ ଏବଂ ଆଇନସମ୍ବନ୍ଧୀୟ ପ୍ରମାଣକୁ ନଷ୍ଟ କରିପାରିବ ନାହିଁ | ପ୍ରକୃତ ତଥ୍ୟ ଓ ପ୍ରମାଣକୁ ଅବମାନନା କରି ପିଏଲଏର ୱେସ୍ଟର୍ନ ଥିଏଟର କମାଣ୍ଡ ଜୁନ 16 ତାରିଖରେ ଏକ ବିବୃତ୍ତି ଜାରି କରି ସମଗ୍ର ଗଲୱାନ ଉପତ୍ୟକାରେ ଚୀନର ଆଞ୍ଚଳିକ ସାର୍ବଭୌମତ୍ଵ ଦାବି କରିଛି | ଏହା ପରେ ଜୁନ 17 ରେ ଚୀନର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମଧ୍ୟ ଏହାକୁ ସମର୍ଥନ ଜଣାଇ ଏକ ବିବୃତ୍ତି ଜାରି କରିଥିଲେ | ବିନାକାରଣରେ ସମସ୍ୟା ଉତ୍ପର୍ଣ୍ଣ କରିବା ହେଉଛି ଚୀନର ଚିରାଚରିତ ଅଭ୍ୟାସ |

ଚୀନର ଦୋମୁହାଁ ରୀତି ପଦାରେ ପଡିଯାଇଛି ବୋଲି ବର୍ଣ୍ଣନା କରି ଭାରତ କହିଛି ପ୍ରକୃତ ନିୟନ୍ତ୍ରଣ ସୀମାରେଖାର ଭାରତ ପଟରେ ଢାଞ୍ଚା ନିର୍ମାଣକୁ ଭାରତୀୟ ଯବାନ ମାନେ ରୋକିବା ପରେ ଜୁନ 15 ରେ ଚୀନ ସେନାବାହିନୀ ହିଂସାତ୍ମକ ଆକ୍ରମଣ କରିଥିଲା ଯାହାକି ସମୟ ସମୟରେ ଉଭୟ ପକ୍ଷ ଦ୍ଵାରା ସହମତ ହୋଇଥିବା ବିଶ୍ଵାସ ପ୍ରତିଷ୍ଠା ସଙ୍କ୍ରାନ୍ତୀୟ ରାଜିନାମାର ଘୋର ଲଙ୍ଘନ | ପ୍ରକୃତ ନିୟନ୍ତ୍ରଣ ସୀମାରେଖାରେ ଉତ୍ତେଜନା ହ୍ରାସ କରିବା ଓ ଉଭୟ ପକ୍ଷର ଯବାନ ମାନେ ସେଠାରୁ ହଟିଯିବା ନେଇ ଜୁନ 6 ତାରିଖରେ ଦୁଇ ପକ୍ଷର ବରିଷ୍ଠ ସାମରିକ କମାଣ୍ଡର ମାନେ ସହମତ ହୋଇଥିଲେ ବୋଲି ମଧ୍ୟ ଭାରତ ଜଣାଇଛି |

ନୂଆଦିଲ୍ଲୀ କହିଛି ଯେ ଉଭୟ ପକ୍ଷ ଏଲଏସି ପାଇଁ ଉଦ୍ଦିଷ୍ଟ ନିୟମାବଳୀକୁ କଡାକଡି ଭାବେ ଅନୁପାଳନ କରିବା ଓ ଏହାକୁ ସମ୍ମାନ କରିବା ସହ ଯଥାସ୍ଥିତିରେ ପରିବର୍ତ୍ତନ ଆଣିବା ଲାଗି କୌଣସି କାର୍ଯ୍ୟକଳାପ ନକରିବାକୁ ରାଜି ହୋଇଥିଲେ | ତେବେ ଚୀନ ଏହି ବୁଝାମଣାରୁ ଓହରିଯାଇ ଏଲଏସି ନିକଟରେ ଢାଞ୍ଚା ନିର୍ମାଣ କରିଥିଲା | ହେଲେ ଭାରତୀୟ ସେନାବାହିନୀ ଏହି ଉଦ୍ୟମକୁ ପଣ୍ଡ କରିଦେଇଥିବାରୁ ଚୀନ ସେନାବାହିନୀ ଜୁନ 15 ତାରିଖରେ ହିଂସାକାଣ୍ଡ ଭିଆଇଥିଲା ଫଳରେ ଭାରତୀୟ ଯବାନ ମାନେ ସହିଦ ହୋଇଥିଲେ |

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଭାରତୀୟ ସେନାବାହିନୀ ଗଲୱାନ ଉପତ୍ୟକା ସମେତ ସବୁ କ୍ଷେତ୍ରରେ ପ୍ରକୃତ ନିୟନ୍ତ୍ରଣ ସୀମାରେଖାର ନିୟମାବଳୀକୁ କଡାକଡି ଭାବେ ପାଳନ କରିଥାଏ ଓ ଏଲଏସି ଠାରେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ | ଭାରତୀୟ ବାହିନୀ କୌଣସି ପ୍ରକାରର ଅଘଟଣ ବିନା ଦୀର୍ଘ ଦିନ ହେଲା ଗଲୱାନ ଉପତ୍ୟକାରେ ପହରା ଦେଇଆସୁଛନ୍ତି |

ନୂଆଦିଲ୍ଲୀ ଆହୁରି ମଧ୍ୟ କହିଛି ଯେ “ସୀମା ଇଲାକାରେ ଶାନ୍ତି ଓ ସ୍ଥିରତା ନିଶ୍ଚିତ କରିବା ଲାଗି ଊଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବୁଝାମଣାକୁ ଚୀନ ଆନ୍ତରିକତାର ସହ ପାଳନ କରିବ ବୋଲି ଆମର ଆଶା ରହିଛି ଯାହାକି ଆମର ଦ୍ଵିପକ୍ଷୀୟ ସମ୍ପର୍କର ସର୍ବାଙ୍ଗୀନ ବିକାଶ ପାଇଁ ଏକାନ୍ତ କାମ୍ୟ”|

ଭାରତ-ଚୀନ ସୀମା ପ୍ରସଙ୍ଗକୁ ନେଇ ଚୀନର ଆକ୍ରୋଶକୁ ଆନ୍ତର୍ଜାତୀୟ ସ୍ତରରେ ତୀବ୍ର ନିନ୍ଦା କରାଯାଇଛି | ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଭାରତ-ଚୀନ ସୀମା ସଂଘର୍ଷ ଲାଗି ଚୀନ ଦାୟୀ ବୋଲି ବର୍ଣ୍ଣନା କରି ଏହାକୁ ଏକ ଦାୟିତ୍ଵହୀନ ରାଷ୍ଟ୍ର ବୋଲି ଆଖ୍ୟା ଦେଇଛନ୍ତି | ଆମଷ୍ଟରଡାମ ଭିତ୍ତିକ ୟୁରୋପୀୟ ଫାଉଣ୍ଡେସନ ଫର ସାଉଥ ଏସିଆନ ଷ୍ଟଡିଜ (ଇଏଫଏସଏଏସ) ଏକ ବିବୃତ୍ତିରେ କହିଛି ଯେ ଏହା ଏକ ସୁଚିନ୍ତିତ, ଯୋଜନାବଦ୍ଧ ଏବଂ ବର୍ବର ଆକ୍ରମଣ ଥିଲା ଓ ଏହା ଦୀର୍ଘ ଦଶନ୍ଧି ପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ସହମତ ହୋଇଥିବା ରାଜିନାମାର ସ୍ପଷ୍ଟ ଲଙ୍ଘନ ହୋଇଛି | ଇଏଫଏସଏଏସ ଆହୁରି ମଧ୍ୟ କହିଛି ଯେ ଦକ୍ଷିଣ ଚୀନ ସାଗର, ତାଇୱାନ ବା ହଙ୍ଗକଙ୍ଗ ରେ ଚୀନ ଏହାର ଆଧିପତ୍ୟ ବିସ୍ତାର ଲାଭ କରିଚାଲିଥିବା ବେଳେ ଭାରତୀୟ ସେନାବାହିନୀ ଉପରେ ମଧ୍ୟ ଏହି ଜଘନ୍ୟ ଆକ୍ରମଣ କରିଛି | ଚୀନ ଏହିପରି ଭାବେ ସମଗ୍ର ଅଞ୍ଚଳରେ ନିଜର ପ୍ରାଦୁର୍ଭାବ ବଢାଇ ଚାଲିଛି |

ମୂଳଲେଖା : ଡଃ ରୂପା ନାରାୟଣ ଦାସ, ଚୀନ ବ୍ୟାପାରୀୟ ରଣନୀତିକ ବିଶ୍ଳେଷକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...