Skip to main content

ଚୀନ ର ଯୁଦ୍ଧଖୋର ନୀତିକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ସମାଲୋଚନା

କୋଭିଡ-19 ମହାମାରୀ ବ୍ୟାପିବା ମାମଲାରେ ଚୀନ ସୂଚନା ପ୍ରଦାନ କରିବାରେ ଅସଫଳତା ପାଇଁ ବିଶ୍ଵବ୍ୟାପୀ ସମାଲୋଚିତ ହେଉଥିବାବେଳେ ଏବେ ନିଜର ଯୁଦ୍ଧଖୋର ମନବୃତି ପାଇଁ ଗତ ସପ୍ତାହରେ ମନିଲାରେ ହୋଇଥିବା ଆସିଆନ ସମୁହର 10ଟି ରାଷ୍ଟ୍ରର ଭର୍ଚୁଆଲ ବୈଠକରେ ଏହାର କଡା ନିନ୍ଦା କରାଯାଇଛି | ଏହି ସମୁହ ନିଜର ଆଭିମୁଖ୍ୟକୁ ଦୋହରାଇବାକୁ ଯାଇ କହିଛି ଯେ ସମୁଦ୍ର ଆଇନ ଉପରେ 1982ରେ ଜାତିସଂଘ ସମ୍ମିଳନୀରେ ହୋଇଥିବା ସମୁଦ୍ରର ଅଧିକାରୀତା, ସଂପ୍ରଭୁ ଅଧିକାରିତା ତଥା ସାମୁଦ୍ରିକ ଅଞ୍ଚଳରେ ବୈଧ ହିତ ନିର୍ଦ୍ଧାରିତ କରିବା ଉପରେ ଆଦାରିତ ଥିଲା | ଏ କ୍ଷେତ୍ରରେ ମଧ୍ୟ ଚୀନର ହଟଧର୍ମିତା ତଥା ଅନ୍ତରାଷ୍ଟ୍ରୀୟ ଆଇନ ପ୍ରତି କମ ସମ୍ମାନ ପ୍ରଦର୍ଶନକୁ ଉଜାଗର କରୁଛି |

ଏହା ଅତ୍ୟନ୍ତ ଦୁର୍ଭାଗ୍ୟର କଥା ଯେ ଚୀନରୁ ଉତ୍ପନ୍ନ ମହାମାରୀର ମୁକାବିଲାରେ ବିଶ୍ଵ ବ୍ୟସ୍ତ ଥିବାବେଳେ ଚୀନ ହଙ୍ଗକଙ୍ଗ ହେଉ, ତାଇଵାନ ହେଉ କିମ୍ଵା ଭାରତ ଚୀନ ମଧ୍ୟରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା ଠାରେ ନିଜର ଯୁଦ୍ଧଖୋର ନୀତିରେ ବ୍ୟସ୍ତ ରହିଛି | ଚଳିତ ବର୍ଷ ଏପ୍ରିଲ ମାସରେ ନିର୍ଦୟପୂର୍ଣ୍ଣ କାମ କରିବାକୁ ଯାଇ ଏକ ଚୀନ ଜାହଜ ଦକ୍ଷିଣ ଚୀନ ସାଗରର ବିବାଦୀୟ ପେରାସିଲ ଦ୍ଵୀପ ନିକଟରେ ଚାଳକଦଳର ଆଠ ଜଣ ସଦସ୍ୟ ସହିତ ଭିଏତନାମର ଏକ ଜାହଜକୁ ବୁଡାଇଦେଲା | ମାଛ ମାରୁଥିବା ଭିଏତନାମର ଦୁଇଟି ଡଙ୍ଗାରେ ମତ୍ସଜୀବିମାନଙ୍କୁ ଉଦ୍ଧାର କରିବାରେ ଲାଗିଥିବା ବେଳେ ଚୀନ ସେମାନଙ୍କୁ ଧରି ଗିରଫ କଲା | ଚୀନର ଏକତରଫା ମନବୃତି ବିରୁଦ୍ଧରେ ଆସିଆନ ରାଷ୍ଟ୍ର ସମୁହ ବକ୍ତବ୍ୟ ଜାକି କରିଛି | ଚୀନର ଏହି ପଦକ୍ଷେପ ଅନ୍ତରାଷ୍ଟ୍ରୀୟ ଉତ୍ତେଜନାକୁ ଜନ୍ମ ଦେଲା | ଦକ୍ଷିଣ ପୂର୍ବ ଏସିଆର କେତେକ ରାଜନୀତିଜ୍ଞ କହିଛନ୍ତି ଆସିଆନ ରାଷ୍ଟ୍ର ସମୁହ ଏକ ଗୁରୁତ୍ଵପୂର୍ଣ୍ଣ ଦୀଗ ପ୍ରତି ଧ୍ୟାନ ଦେଇଛି | ଆସିଆନ ଏହା ପୂର୍ବରୁ କେବେ ମଧ୍ୟ ଶିଖର ସମ୍ମିଳନୀ ପରେ ଚୀନର ସମାଲୋଚନା କରିନଥିଲା |

ଭାରତ ତଥା ଭିଏତନାମ ମଧ୍ୟରେ ସର୍ବଦା ସୁସଂପର୍କ ରହିଆସିଛି | ଉଭୟ ରାଷ୍ଟ୍ର ସାଂସ୍କୃତିକ, ଐତିହାସୀକ ଏବଂ ରାଜନୈତିକ ଭାବେ ଯୋଡି ହୋଇ ରହିଛନ୍ତି | ଦକ୍ଷିଣ ଚୀନ ସାଗର ବିବାଦ ଉପରେ ଭାରତର ସ୍ଥିତି ଭିଏତନାମ ସହିତ ଏହାର ସଂପର୍କ କୁ ଏକ ନୂଆ ଦୀଗ ଦେଇଛି | ଚୀନର ହଟ ସ୍ଵଭାବ ଭିଏତନାମ ସମେତ କ୍ଷେତ୍ରର ଅନ୍ୟ ଦେଶମାନଙ୍କୁ ଏହି ଅଞ୍ଚଳରେ ଶାନ୍ତି ତଥା ସ୍ଥିରତା ଆଣିବା ପାଇଁ ଭାରତ ଆଡକୁ ଦେଖିବାକୁ ବାଧ୍ୟ କରିଛି |

ଭାରତ, ଆମେରିକା, ଜାପାନ, ଇଣ୍ତୋନେସିଆ ତତା ଭିଏତନାମ ସମେତ ଆସିଆନ ଶିଖର ସମ୍ମିଳନୀ ପରି ବହୁପକ୍ଷୀୟ ମଞ୍ଚରେ ଏବଂ ଦ୍ଵିପକ୍ଷୀୟ ମିଳିତ ଘୋଷଣାନାମରେ ନେଭିଗେସନର ସ୍ଵତନ୍ତ୍ରତାକୁ ଲଗାତାର ସମର୍ଥନ କରିଆସିଛି | ଦକ୍ଷିଣ ଚୀନ ସାଗରରେ ଭାରତର ନୌବାହିନୀ ଅଭ୍ୟାସ ତଥା ଏହି ସାଗରରେ ନିରୀକ୍ଷଣ କରିବା ମଧ୍ୟ ଭିଏତନାମ ପ୍ରତି ଭାରତର ସାମରିକ ସମର୍ଥନକୁ ଦର୍ଶାଉଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ କାଳରେ ଋଣ ସୀମା ତଥା ଭାରତର ପ୍ରତିରକ୍ଷା ସହଯୋଗ, ବିଶେଷ କରି ଭିଏତନାମ ସହିତ ନୌବାହିନୀ ସହଯୋଗ ଏବଂ ଭାରତ ଠାରୁ ଦ୍ରୁତ ଗତିଶୀଳ ପ୍ରହରା ଜାହଜ ନେବା ମଧ୍ୟ ଭିଏତନାମର ସୁରକ୍ଷା ଏବଂ ସାର୍ବଭୌମତ୍ଵ ପ୍ରତି ଭାରତର ବଚନବଦ୍ଧତାକୁ ଦର୍ଶାଉଛି |

ସମୁଦ୍ରରେ ଚୀନର ଆକ୍ରମଣାତ୍ମକ ବ୍ୟବହାର ବିରୁଦ୍ଧରେ କେବଳ ବିଶ୍ଵ ସଂଘର୍ଷ କରୁନାହିଁ ବରଂ ସ୍ଥଳବିଶେଷରେ କୋଭିଡ-19 ବିରୁଦ୍ଧରେ ଏକ ଭର୍ଚୁଆଲ ଯୁଦ୍ଧର ମଧ୍ୟ ମୁକାବିଲା କରୁଛି | ଅଧିକାଂଶ ଦେଶର ମତ ଯେ ଚୀନ ଯଦି ଠିକ ସମୟରେ କୋଭିଡ-19 ମହାମାରୀ ସଂପର୍କରେ ସୂଚନା ଦେଇଥାନ୍ତା ତେବେ ଅନେକ ଅମୂଲ୍ୟ ଜୀବନକୁ ରକ୍ଷା କରାଯାଇ ପାରିଥାନ୍ତା |

ମଇ 20 ତାରିଖରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ 122ଟି ଦେଶର ସମର୍ଥନ ଥିବା ଏକ ପ୍ରସ୍ଥାବକୁ ସ୍ଵୀକୃତି ଦେଲା ଯେଉଁଥିରେ ଏହି ଭୁତାଣୁର ଜେନେଟିକ ଉତ୍ସକୁ ଚିହ୍ନଟ କରିବା ଏବଂ ମଧ୍ୟବର୍ତ୍ତି ଆୟୋଜକର ସମ୍ଭାବିତ ଭୂମିକା ସମେତ ମାନବ ଜନସଂଖ୍ୟାରେ ଏହାର ପ୍ରବେଶର ମାର୍ଗକୁ ଜାଣିବା ପାଇଁ ବିଶ୍ଵବାସୀକୁ ଆହ୍ଵାନ କରିଛି | ଚଳିତ ବର୍ଷ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଭାରତକୁ କୋଭିଡ-19 ଉପରେ ଏକ ପ୍ରସ୍ଥାବ ଆଣିବାକୁ କୁହାଯାଇଛି | ମହାମାରୀ ପ୍ରତି ଆମର ପ୍ରତିକ୍ରୀୟାର ମୂଲ୍ୟାଙ୍କନ କରିବା ପାଇଁ ତଥ୍ୟ ଏବଂ ବିଜ୍ଞାନର ପ୍ରୟୋଗ କରିବା ଏବଂ ଭବିଷ୍ୟତ ପ୍ରସ୍ତୁତି ପାଇଁ ଶିକ୍ଷା ନେବାକୁ ଭାରତ ପାଇଁ ଏହା ବିଶ୍ଵର ଏକ ସୁଯୋଗ | ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନରେ ତାଇଵାନ ସାମିଲ ହେବାର ଆଶା ରହିଛି | 2009ରେ ତାଇଵାନ ପ୍ରଥମ ଥର ପାଇଁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନରେ ଏକ ପର୍ଯ୍ୟବେକ୍ଷକ ଭାବେ ସ୍ଥାନ ପାଇଥିଲା |

ଆଲେଖ୍ୟ: ରୂପ ନାରାୟଣ ଦାସ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...