ଭାରତ ଜାତିସଂଘର ଏକ ପ୍ରତିଷ୍ଠାତା ସଦସ୍ୟ | ଏହା 26 ଜୁନ 1945ରେ ସାନ ଫ୍ରାନ୍ସସିସ୍କୋ ସମ୍ମିଳନୀରେ ଜାତିସଂଘ ସନନ୍ଦରେ ସ୍ଵାକ୍ଷର କରିଥିଲା | ଜାତିସଂଘ ସନନ୍ଦ ପାଞ୍ଚୋଟି ଅଣ-ନିର୍ବାଚିତ ସ୍ଥାୟୀ ସଦସ୍ୟ (ଚୀନ, ଫ୍ରାନ୍ସ, ବ୍ରିଟେନ, ଆମେରିକା ଓ ସୋଭିଏତ ସଂଘ) ଓ 10 ଟି ନିର୍ବାଚିତ ସଦସ୍ୟ ଙ୍କୁ ନେଇ ଜାତିସଂଘ ସୁରକ୍ଷା ପରିଷଦ ଗଠନ କରିଥିଲା | ଏହି ନିର୍ବାଚିତ ସଦସ୍ୟ ମାନଙ୍କ ଦୁଇ ବର୍ଷର କାର୍ଯ୍ୟକାଳ ହୋଇଥାଏ | ଜାତିସଂଘ ସନନ୍ଦରେ ଆନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ଲାଗି ୟୁଏନଏସସିକୁ ଦାୟିତ୍ଵ ଦିଆଯାଇଛି |
1947 ଅଗଷ୍ଟ ମାସରେ ଭାରତ ସ୍ଵାଧୀନତା ହାସଲ କରିବା ପରେ ଜାତିସଂଘ ସୁରକ୍ଷା ପରିଷଦର 1950-51 କାର୍ଯ୍ୟକାଳ ପାଇଁ ଭାରତ ପ୍ରଥମ ଥର ଲାଗି ନିର୍ବାଚିତ ହୋଇଥିଲା | ସେବେଠାରୁ ଭାରତ ସାତଥର ନିର୍ବାଚିତ ହୋଇଛି ଓ ପ୍ରତି ଦଶନ୍ଧିରେ ଗୋଟିଏ ଥର କାର୍ଯ୍ୟ କରିଆସିଛି | ସୁରକ୍ଷା ପରିଷଦରେ ଭାରତର ଶେଷ କାର୍ଯ୍ୟକାଳ ଡିସେମ୍ବର 2012ରେ ଶେଷ ହୋଇଥିଲା |
2013 ନଭେମ୍ବର ମାସରେ, ଅଷ୍ଟମ କାର୍ଯ୍ୟକାଳ ପାଇଁ ଭାରତର ପ୍ରାର୍ଥିତ୍ଵ ନେଇ ଆଫଗାନିସ୍ତାନ ଓ ଭାରତ ପକ୍ଷରୁ ମିଳିତ ଭାବେ ୟୁଏନଜିଏକୁ ଆନୁଷ୍ଠାନିକ ଭାବେ ଜଣାଇଦିଆଯାଇଥିଲା | ଏହାପରେ ଭାରତ ପ୍ରତି ସମର୍ଥନ ଜଣାଇ 2021-22 ପାଇଁ ଆଫଗାନିସ୍ତାନ ଏହାର ପ୍ରାର୍ଥିତ୍ଵରୁ ଓହରି ଯାଇଥିଲା |
2021-22 ଲାଗି ଖାଲିହେଉଥିବା ପାଞ୍ଚୋଟି ଆସନ ପାଇଁ ୟୁଏନଜିଏରେ 17 ଜୁନ 2020ରେ ହୋଇଥିବା ନିର୍ବାଚନରେ ଭାରତ ଏସିଆ-ପ୍ରଶାନ୍ତ ମହାସାଗରୀୟ ସମୂହର 54 ସଦସ୍ୟ ବିଶିଷ୍ଟ ରାଷ୍ଟ୍ରର ଏକମାତ୍ର ଅନୁମୋଦିତ ପ୍ରାର୍ଥୀ ଥିଲା | ଭାରତ ଇଣ୍ଡୋନେସିଆର ସ୍ଥାନ ନେବ | ଏହି ନିର୍ବାଚନରେ 193ଟି ମଧ୍ୟରୁ ଭାରତକୁ 184ଟି ଭୋଟ ମିଳିଛି |
କୋଭିଡ-19 ମହାମାରୀ ଯୋଗୁଁ ଗୁପ୍ତ ବାଲଟ ସମୟରେ ସାମାଜିକ ଦୂରତା ପାଳନ କରାଯାଇଥିଲା | ୟୁଏନଜିଏ ପ୍ରଥମଥର ଲାଗି ଏହାର ସମସ୍ତ 193 ସଦସ୍ୟ ରାଷ୍ଟ୍ରକୁ ଏକ ଅଧିବେଶନରେ ଡାକିନଥିଲା ଓ ମନୋନୀତ ପ୍ରାର୍ଥୀ ମାନେ ଏକ ନିର୍ଦ୍ଧାରିତ ସମୟରେ ୟୁଏନଜିଏ ହଲରେ ଭୋଟ ଦେଇଥିଲେ |
ଜାତିସଂଘ ସୁରକ୍ଷା ପରିଷଦର ଏକ ନିର୍ବାଚିତ ସଦସ୍ୟ ଭାବେ 1 ଜାନୁଆରୀ 2021ରୁ ଆରମ୍ଭ ହେଉଥିବା କାର୍ଯ୍ୟକାଳ ପାଇଁ ଭାରତର ପ୍ରାଥମିକତା ବିଷୟରେ 5 ଜୁନ 2020ରେ ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କର ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଅବଗତ କରିଥିଲେ | ଭାରତ ଏହାର କାର୍ଯ୍ୟକାଳ ସମୟରେ ଆନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ଲାଗି ଜଟିଳ ଚାଲେଞ୍ଜ ଗୁଡିକର ମୁକାବିଲା କରିବା ପାଇଁ ଏକ ସଂସ୍କାରମୂଳକ ସୁରକ୍ଷା ପରିଷଦ ସମେତ ଏକ ସଂସ୍କାରୀତ ବହୁପକ୍ଷୀୟ ବ୍ୟବସ୍ଥା ସ୍ଥାପନ ଲାଗି ଏକ ନୂତନ ଦିଗ ଗଠନ କରିବା ଉପରେ ପ୍ରାଧାନ୍ୟ ଦେବ |
ସନ୍ତ୍ରାସବାଦର ଦମନ ଲାଗି ସୁରକ୍ଷା ପରିଷଦ ଦ୍ଵାରା ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ପ୍ରାଧାନ୍ୟ ଦେବା ସହ ସନ୍ତ୍ରାସବାଦୀ ଦ୍ଵାରା ସାଇବର ସ୍ପେସର ଅପବ୍ଯବହାର, ବର୍ତ୍ତମାନର ସୁରକ୍ଷା ପରିଷଦ କଟକଣା ନିୟମକୁ ଲାଗୁ କରିବା ଓ ଆତଙ୍କବାଦ ଅର୍ଥ ଯୋଗାଣକୁ ବନ୍ଦ କରିବା ପାଇଁ ପରିଷଦର ଧ୍ୟାନ ଆକର୍ଷଣ କରିବା ହେଉଛି ଭାରତର ମୂଳ ଲକ୍ଷ୍ୟ | ଆର୍ଥିକ କ୍ରିୟାନ୍ବୟନ ଟାସ୍କ ଫୋର୍ସ (ଏଫଏଟିଏଫ) ଭଳି ସଂସ୍ଥା ସହ ପରିଷଦର ସମନ୍ଵୟ ରଖିବା ଉପରେ ମଧ୍ୟ ଭାରତ ନିଘା ରଖିବ |
ସୁରକ୍ଷା ପରିଷଦର ଏକ ସଦସ୍ୟ ଭାବେ ଭାରତ 13ଟି ଜାତିସଂଘ ଶାନ୍ତିରକ୍ଷାକାରୀ ମିଶନ ପାଇଁ ଅଧିକ ସ୍ବଚ୍ଛତା ଓ ପାରଦର୍ଶିତା ଅବଲମ୍ବନ କରିବାକୁ ଲକ୍ଷ ରଖିଛି | ଏହି ମିଶନ ଲାଗି ସମ୍ପ୍ରତ୍ତି ଭାରତର ମହିଳା ଶାନ୍ତିରକ୍ଷାକାରୀଙ୍କ ସମେତ 6000 ବାହିନୀ ବିଶେଷକରି ଦକ୍ଷିଣ ସୁଦାନ, କଙ୍ଗୋ ଗଣରାଜ୍ଯ ଓ ଲେବାନନରେ ମୁତୟନ ଅଛନ୍ତି |
ସୁରକ୍ଷା ପରିଷଦରେ ଭାରତ ଏପରି ସମୟରେ ନିର୍ବାଚିତ ହୋଇଛି ଯେତେବେଳେ ଆମେରିକା ଓ ଚୀନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି ଏବଂ ଏହା କୋଭିଡ-19କୁ ପ୍ରତିହତ କରିବା ଲାଗି ବୈଶ୍ଵିକ ପ୍ରୟାସ ପାଇଁ ଏକ ସ୍ପଷ୍ଟ ରାଜନୈତିକ ସମର୍ଥନ ଲୋଡି ଏକ ପ୍ରସ୍ତାବ ଆଗତ କରିବାରେ ପରିଷଦକୁ ରୋକିଛି | ଏସିଆରେ ଚୀନ ନିଜର ସ୍ଥିତି ଜାହିର କରୁଥିବା ବେଳେ ଏହା ପରିଷଦ ପାଇଁ ଆଉ ଏକ ଚାଲେଞ୍ଜ ସଦୃଶ ହେବ |
ଭାରତ 2022ରେ ହେବାକୁ ଥିବା ଜି20 ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିବ, ସେତେବେଳେ ଏହା ସୁରକ୍ଷା ପରିଷଦର ଏକ ସଦସ୍ୟ ମଧ୍ୟ ଥିବ | ଆନ୍ତର୍ଜାତୀୟ ଶାନ୍ତି, ସୁରକ୍ଷା ଓ ବିକାଶ ମଧ୍ୟରେ ଯୋଗାଯୋଗ ବଜାୟ ରଖିବା ଲାଗି ପରିଷଦକୁ ସକ୍ରିୟ କରିବା ପାଇଁ ଭାରତକୁ ଏହା ଏକ ଅଦ୍ଵିତୀୟ ନେତୃତ୍ଵର ସୁଯୋଗ ପ୍ରଦାନ କରିବ କହିଲେ ଅତ୍ୟୁକ୍ତି ହେବ ନାହିଁ |
ମୂଳଲେଖା : ଅଶୋକ ମୁଖାର୍ଜୀ, ଜାତିସଂଘରେ ଭାରତର ପୂର୍ବତନ ସ୍ଥାୟୀ ପ୍ରତିନିଧି

Comments
Post a Comment