Skip to main content

ବ୍ରେକଜିଟ ବୁଝାମଣା ଲାଗି ଅନ୍ତିମ ପ୍ରୟାସ

ବ୍ରିଟେନ ସଂସଦ, ସୁଶ୍ରୀ ଥେରେସା ମେ ଙ୍କ ବ୍ରେକଜିଟ ବୁଝାମଣାକୁ ତିନି ଥର ପ୍ରତ୍ୟାଖ୍ୟାନ କରିଦେଇଥିବା ବେଳେ ବ୍ରିଟେନ ନେତା ବ୍ରେକଜିଟ ଚୁକ୍ତିରୁ ଓହରିବା ନେଇ ତାଙ୍କ ଅନ୍ତିମ ଚାଲେଞ୍ଜ ର ସମ୍ମୁଖୀନ ହେଉଛନ୍ତି | ଯଦି ପୁଣି ଥରେ  ଏହାକୁ ପ୍ରତ୍ୟାଖ୍ୟାନ କରିଦିଆଯିବ ତେବେ ଏହାର ପରିଣାମ ଉଭୟ ବୁଝାମଣା ପାଇଁ ଓ ବର୍ତ୍ତମାନର ସରକାର ପାଇଁ  ସଂକଟପୂର୍ଣ୍ଣ ହେବ | ୟୁରୋପୀୟ ସଂଘରୁ ଓହରିବା  ସଙ୍କ୍ରାନ୍ତୀୟ ବୈଦେଶିକ ସଚିବ ଷ୍ଟିଫନ ବାର୍କଲେ ଏକଥା ଘୋଷଣା କରିଛନ୍ତି | ସେ କହିଛନ୍ତି ଯେ ଏକ୍ଷେତ୍ରରେ ବୁଝାମଣା ଯଦି ବିଫଳ ହୁଏ ତେବେ ବ୍ରେକଜିଟ ଚୁକ୍ତି ପ୍ରାୟତଃ ସମାପ୍ତ ହୋଇଯିବ | ଥେରେସା ମେ ଏବେ ଘଡି ସନ୍ଧି ମୂହୁର୍ତ୍ତ ରେ ଅଛନ୍ତି ଓ ସେ ଖୁବ ଶୀଘ୍ର ସଂସଦର ଅନୁମୋଦନ ଲାଭ ପାଇଁ ଏହି ଚୁକ୍ତିକୁ ସଦନରେ ଉପସ୍ଥାପନା କରିବେ | ତେବେ ଏହାକୁ ବିରୋଧ କରୁଥିବା ସାଂସଦ ମାନଙ୍କର ସବୁଠୁ ବଡ ଉଦବେଗ ହେଲା କଥାବାର୍ତ୍ତାର ଏହି 6 ସପ୍ତାହ ମଧ୍ୟରେ ଏଦିଗରେ କୌଣସି ନୂତନ ପରିବର୍ତ୍ତନ କରାଯାଇଛି ନା ନାହିଁ |
ତାଙ୍କ ନିଜ କଞ୍ଜରଭେଟିଭ ପାର୍ଟିର ୟୁରୋସଂଶୟବାଦୀ ମାନେ କହିଛନ୍ତି ଯେ ଏହି ବୁଝାମଣା ଦ୍ଵାରା ବ୍ରିଟେନ କଷ୍ଟମ ୟୁନିଅନ ମଧ୍ୟରେ ରହିଯିବ ଯାହାକି ଏକ ବ୍ୟାପାରିକ ଅବରୋଧ ଅଟେ | ତେଣେ ଡେମୋକ୍ରାଟିକ ୟୁନିଅନିଷ୍ଟ ପାର୍ଟି (DUP) ବିବୃତ୍ତି ଦେଇଛି ଯେ ଏହି ବୁଝାମଣା ସେତେବେଳେ ଯାଇଁ ସଫଳ ହେବ ଯେତେବେଳେ ବ୍ରିଟେନ ର ଆର୍ଥିକ ଓ ସାମ୍ବିଧାନିକ ଅଖଣ୍ଡତାର ରକ୍ଷା ପାଇଁ  ଏଥିରେ ପରିବର୍ତ୍ତନ କରାଯିବ ଓ ଗ୍ରେଟବ୍ରିଟେନ ଏବଂ ଉତ୍ତର ଆୟାରଲାଣ୍ଡ ମଧ୍ୟରେ ଦୃଢ ସୀମା ନିର୍ମାଣ କରାନଯିବ| କର୍ମଚାରୀ ମାନଙ୍କ ଅଧିକାର, ବ୍ରିଟେନ ରେ ବସ ବାସ କରୁଥିବା ୟୁରୋପୀୟ ସଂଘ ର ନାଗରିକ ଓ ଇୟୁ ରେ  ଥିବା ବ୍ରିଟେନ ନାଗରିକ ମାନଙ୍କ ଅଧିକାରର ରକ୍ଷା ପାଇଁ ଲେବର ପାର୍ଟି ଏହି ବୁଝାମଣା ର ବିରୋଧ କରିଆସୁଛି  | ସେମାନେ ଇୟୁ  ସଦସ୍ୟତା ଲାଗି ଦ୍ଵିତୀୟ ଜନମତ ସଂଗ୍ରହ ପାଇଁ ଦାବି କରୁଛନ୍ତି | ଲେବର ପାର୍ଟି ଚତୁର୍ଥ ଥର ଲାଗି ମତଦାନରେ ଅଂଶ ଗ୍ରହଣ ନକରିବାର ସମ୍ଭାବନା ରହିଛି ଯଦ୍ୱାରା  ଥେରେସା ମେ ଙ୍କ ପ୍ରତ୍ୟାହାର ଚୁକ୍ତି  ସଂସଦ ଅନୁମୋଦନର ପ୍ରଥମ ପର୍ଯ୍ୟାୟରେ ଗୃହିତ ହୋଇଯାଇପାରେ | ଗ୍ରୀନ ପାର୍ଟି, ଲିବରେଲ ଡେମୋକ୍ରେଟ୍ସ ଓ ସ୍କଟିଶ ନେସନାଲ ପାର୍ଟି ଆଦି ସମସ୍ତେ ବେକଜିଟକୁ ସମ୍ପୁର୍ଣ୍ଣ ଭାବେ ବିରୋଧ କରୁଛନ୍ତି  |
ଆଗାମୀ ଦିନ ଗୁଡିକରେ କଞ୍ଜରଭେଟିଭ ପାର୍ଟି କୁ କଡା ଚାଲେଞ୍ଜ ର ସମ୍ମୁଖୀନ ହେବାକୁ ପଡିବ | ସଂସଦରେ ସ୍ଥିତି ଜଟିଳ ହୋଇପଡିଥିବା ବେଳେ ‘ବୁଝାମଣା ନାହିଁ’ (ନୋ ଡିଲ) ବା ‘ବ୍ରେକଜିଟ ନାହିଁ’ (ନୋ ବ୍ରେକଜିଟ) ମଧ୍ୟରେ ମତଦାନ ର ସ୍ଥିତି ଉଭା ହୋଇଛି | ବ୍ରେକଜିଟ ଅଶାନ୍ତି ବ୍ୟତୀତ ଏହି ପାର୍ଟି  ଚଳିତ ମାସ ସ୍ଥାନୀୟ ନିର୍ବାଚନରେ ମଧ୍ୟ ଶୋଚନୀୟ ଭାବେ  ପରାଜୟ ଲାଭ କରିଛି | ଏହି ପାର୍ଟି 1334 ପରିଷଦର ସଭ୍ଯ (କାଉନସିଲର) ହରେଇଥିବା ବେଳେ ଇୟୁର ଦୃଢ  ସମର୍ଥକ ଲିବରାଲ ଡେମୋକ୍ରାଟ୍ସ ପାର୍ଟି 703 ଟି ଆସନ ଲାଭ କରିଥିଲା | 23 ମେ 2019 ରେ ହେବାକୁ ଥିବା ଇୟୁ ସଂସଦୀୟ ନିର୍ବାଚନରେ  ସବିଶେଷ ମତଦାନ ହାର ରିପୋର୍ଟ ଅନୁଯାୟୀ ଦୁଇଟି ପ୍ରମୁଖ ପାର୍ଟି ଯଥା  ଲେବର ପାର୍ଟି କୁ 21 ପ୍ରତିଶତ ଓ ଟୋରିସ କୁ 12 ପ୍ରତିଶତ ମିଳିବାକୁ ଥିବା ବେଳେ ନିଜେଲ ଫାରାଜ ର ବ୍ରେକଶିଟ ପାର୍ଟିକୁ ସର୍ବାଧିକ 30 ପ୍ରତିଶତ ମିଳିବାର ଆକଳନ   କରାଯାଇଛି |
ପ୍ରଧାନମନ୍ତ୍ରୀ ସୁଶ୍ରୀ ମେ ପ୍ରତି ଥର ଏହି ଚୁକ୍ତି ରେ ପରାଜିତ ହେବା ପରେ ଇସ୍ତଫା ଦେବା ବିଷୟକୁ ଏଡେଇଦେଇଆସିଛନ୍ତି | ସେ କହିଛନ୍ତି ଯେ ଏହି ଚୁକ୍ତି ଯଦି ଚତୁର୍ଥ ଥର ମଧ୍ୟ ପରାଜିତ ହୁଏ ତେବେ ବି ସେ ଚାହିଁବେ ଯେ ସାଂସଦ ମାନେ ଜନମତ ସଂଗ୍ରହର ଫଳାଫଳକୁ ସମ୍ମାନ କରନ୍ତୁ | ଯଦି ସୁଶ୍ରୀ ମେ କଳେ ବଳେ କୌଶଳେ ଏହି ଚୁକ୍ତି କୁ  ଗୃହିତ କରିଦିଅନ୍ତି ବା ଏହାର କୌଣସି ସମାଧାନ ର ପନ୍ଥା ବାହାର କରିଦିଅନ୍ତି ତେବେ ତାଙ୍କୁ ଓ ତାଙ୍କ ସରକାରଙ୍କୁ ଏହାର ପୂର୍ଣ୍ଣ ଶ୍ରେୟ ଯିବ  | ଆଉ ଯଦି ଏପରି ସମ୍ଭବ ନ ହୁଏ, ତେବେ ବାସ୍ତବିକ ଆର୍ଥିକ ଓ ସାମ୍ବିଧାନିକ ଅଖଣ୍ଡତା ସ୍ଥାପିତ ହେବା ପୂର୍ବରୁ ବ୍ରିଟେନ କୁ  ବହୁ ଜଟିଳ ପରିସ୍ଥିତି ର ସମ୍ମୁଖୀନ ହେବାକୁ ପଡିବ | କୌଣସି ବି ପରିସ୍ଥିତି ହେଉନା କାହିଁକି ବ୍ରିଟେନ ଚଳିତ ବର୍ଷ ଅକ୍ଟୋବର 31 ତାରିଖ ସୁଦ୍ଧା ୟୁରୋପୀୟ ସଂଘ ରୁ ଓହରିଯିବା ପାଇଁ ପ୍ରସ୍ତୁତ ଅଛି | ଏହା ପୂର୍ବରୁ ଇୟୁର  ଅବଶିଷ୍ଟ 27 ସଦସ୍ୟ  ବ୍ରିଟେନକୁ ଓହରିଯିବା  ଚୁକ୍ତି ଉପରେ ପୁଣି ଥରେ ବିଚାର ବିମର୍ଶ କରିବା ଲାଗି  6 ମାସ ସମୟ ଦେଇଥିଲେ |
ଭାରତରେ ଏହି ପ୍ରସଙ୍ଗ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି ଯେ “ବୁଝାମଣା” ବା “ବୁଝାମଣା ନାହିଁ”  ସ୍ଥିତିରେ ବ୍ରିଟେନ ସହ ଭାରତ ର ବାଣିଜ୍ୟ କାରବାର ଓ ନିବେଶ ଉପରେ କଣ ପ୍ରଭାବ ପଡିବ | ଭାରତର ରିଜର୍ବ ବ୍ୟାଙ୍କ ର ଫେବ୍ରୁଆରି 2019 ର ରିପୋର୍ଟ ଅନୁଯାୟୀ ମାର୍ଚ୍ଚ 2019 ରେ ବ୍ରେକଜିଟ ସମ୍ଭବ ହେଲେ ଯଦି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ରାଜିନାମା  ଉପରେ ପୁଣି ଥରେ କଥାବାର୍ତ୍ତା ଆରମ୍ଭ କରାଯିବ ତେବେ ଭାରତୀୟ ରପ୍ତାନିକାରୀ ମାନଙ୍କୁ ବହୁ ସୁଯୋଗର ଅବସର ମିଳିପାରିବ | ଅନ୍ୟ ପକ୍ଷରେ ବ୍ରେକଜିଟକୁ ଏକ ଏପରି ପ୍ରସଙ୍ଗ ଭାବେ ଦେଖାଯାଉଛି ଯାହାର  ଦୃଢ ନିବେଶ ସମ୍ପର୍କ ଯୋଗୁଁ ଭାରତ ର ବାହ୍ୟ  କ୍ଷେତ୍ର ଉପରେ ଅତ୍ୟଧିକ ପ୍ରଭାବ ପଡିବ | ବୁଝାମଣା ନହେବା ସ୍ଥଳେ ପ୍ରଥମେ ବ୍ରିଟେନ ର ମୁଦ୍ରା  ପାଉଣ୍ଡ ଉପରେ ଏହାର ପ୍ରଭାବ ପଡିପାରେ ଓ ଏହାପରେ ବର୍ତ୍ତମାନ ଉଭା ହେଉଥିବା ବଜାର ଉପରେ ଏହାର ପ୍ରଭାବ ପଡିବ | ଯଦି ଏପରି ହୁଏ ତେବେ ବ୍ରିଟେନର ତିକ୍ତତାପୂର୍ଣ୍ଣ ଆର୍ଥିକ ବଜାର ଉପରେ ପଡିଥିବା ପ୍ରଭାବ ତଥା ଏହାର  କୁପ୍ରଭାବ ଗୁଡିକରୁ ମୁକୁଳିବା ଲାଗି ବାସ୍ତବିକ ଭାବେ ଅତ୍ୟଧିକ ସମୟ ଲାଗିବ |
ମୂଳ ଲେଖା : ଡଃ ସଙ୍ଘମିତ୍ରା ଶର୍ମା, ୟୁରୋପୀୟ ବ୍ୟାପାର ଉପରେ ସାମରିକ ବିଶ୍ଳେଷକ
ଅନୁବାଦ : ରୀତା ଯୋଶୀ

Comments

Popular posts from this blog

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...