Skip to main content

ଜାରିରହିଛି ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ନିର୍ଯାତନା


ପାକିସ୍ତାନରେ ରହୁଥିବା ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ ଦେଶର ଭେଦଭାବ ନୀତି ଯୋଗୁଁ ସରକାରଙ୍କ ଦ୍ବାରା ପ୍ରତାଡ଼ିତ ହେବା ସହିତ ସେଠାକାର ମୌଳବାଦିମାନଙ୍କ ଦ୍ବାରା ଅତ୍ୟାଚାରିତ ହୋଇଆସୁଛନ୍ତି । ପାକିସ୍ତାନରେ ମୋଟ ଜନସଂଖ୍ୟାର ପ୍ରାୟ 30 ଲକ୍ଷ ହିନ୍ଦୁ, ଖ୍ରୀଷ୍ଟିଆନ ଏବଂ ଶିଖ ସଂପ୍ରଦାୟର ଲୋକମାନଙ୍କ ଧର୍ମ ପାଳନ ବିପଦରେ ସର୍ବଦା ରହିଆସିଛି। ସଂଖ୍ୟାଲଘୁମାନଙ୍କ ସହ ଭେଦଭାବ କରୁଥିବା ସବୁଠୁ ଘୃଣ୍ୟ ଆଇନ ହେଉଛି ଈଶ୍ବର ଅବମାନନା ଆଇନ । ଯାହା ବଳରେ ଇସଲାମ ଧର୍ମ ଏବଂ ଦର୍ଶନକୁ ସମାଲୋଚନା କିମ୍ବା ଅବମାନନା କଲେ ଗିରଫ କରାଯାଇଥାଏ।

ଏହି ଆଇନ ଅନ୍ତର୍ଗତ ସଦ୍ୟତମ ମାମଲା ହେଉଛି ସିନ୍ଦୁ ପ୍ରଦେଶରେ ଜଣେ ସଂଖ୍ୟାଲଘୁ ଡାକ୍ତରଙ୍କୁ ଏହି ଆଇନ ବଳରେ ଗିରଫ କରାଯିବା । କିଛି ସପ୍ତାହ ପୂର୍ବେ ପଞ୍ଜାବ ପ୍ରଦେଶରେ ଜଣେ ସଂଖ୍ୟା ଲଘୁ ସଂପ୍ରଦାୟର ଦମ୍ପତ୍ତିଙ୍କୁ ଜଣେ ବ୍ୟକ୍ତି ପାଖକୁ ଏକ ଆପତ୍ତିଜନକ ସନ୍ଦେଶ ପଠାଇଥିବା କାରଣରୁ ଗିରଫ କରାଯିବାର ଖବର ରହିଛି । ଏହା ବ୍ୟତିତ ପାକିସ୍ତାନରେ ରହୁଥିବା ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ ସର୍ବଦା ଭୟ ମଧ୍ୟରେ ଜୀବନ ବିତାଉଛନ୍ତି । ଲାହୋରର ଉପକଣ୍ଠରେ ଥିବା ଶିଖ ଧର୍ମ ସ୍ଥାନ ଗୁରୁ ନାନକଙ୍କ ପ୍ରାସାଦକୁ ଭାଙ୍ଗି ଦିଆଯିବା ଏହାର ଜ୍ବଳନ୍ତ ଉଦାହରଣ ।

ଏହା କେବଳ ଗୋଟିଏ ଘଟଣା ନୁହେଁ, ସଂଖ୍ୟାଲଘୁମାନଙ୍କ ଅଧିକାରକୁ ଲଗାତାର ଭାବେ ଲଂଘନ କରାଯାଇ ଆସୁଛି । ଈଶ୍ବର ଅବମାନନା ଆଇନ ବଳରେ ବହୁ ସଂଖ୍ୟକ ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନଙ୍କୁ ଗିରଫ କରାଯାଇଛି । ଆସିଆବିବି ମାମଲା ହେଉଛି ସଦ୍ୟତମ ମାମଲା ଯାହାକୁ ନେଇ ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କ ଅଧିକାରକୁ କିପରି ଦଳିମକଚି ଦିଆଯାଉଛି ତାକୁ ନେଇ ବିତର୍କ ଦେଖାଦେଇଛି । ବିଭିନ୍ନ ଦିଗରୁ ସମାଲୋଚନା ସତ୍ତ୍ବେ ମଧ୍ୟ ପାକିସ୍ତାନରେ ଏହି ଘୃଣ୍ୟ ଆଇନ ବଳରେ ଗିରଫ କରାଯିବା ଜାରି ରହିଛି ।

ଏକ ସ୍ଥାନିୟ ମସଜିଦର ଇମାମଙ୍କ ଦ୍ବାରା ଦାୟର ଅଭିଯୋଗକୁ ଭିତ୍ତି କରି ଡାକ୍ତରଙ୍କୁ ହାଜତରେ ରଖାଯାଇଛି । ତାଙ୍କ ଉପରେ ଈଶ୍ବର ଅବମାନନା ନେଇ ଯେଉଁ ଦଫା ଲାଗିଛି ତାହା ପାକିସ୍ତାନରେ କଠିନ ଦଣ୍ତର ଅନ୍ତର୍ଗତରେ ଆସୁଛି । ଏହି ଆଇନ ବଳରେ ସେଠାରେ ସଂଖ୍ୟାଲଘୁମାନଙ୍କୁ ଲୋକମାନେ ମାଡପିଟ ମଧ୍ୟ କରିଥାନ୍ତି । ସିନ୍ଧୁ ପ୍ରଦେଶରେ ଏହି ଡାକ୍ତରଙ୍କୁ ଗିରଫ କରାଯିବା ପରେ ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟର ଦୋକାନଗୁଡିକୁ ଲୋକମାନେ ନିଆଁ ଲଗାଇ ଦେଇଛନ୍ତି । ଏହି ଘୃଣ୍ୟ ଆଇନ ବଳରେ ସଂଖ୍ୟାଲଘୁ ଧର୍ମର ଲୋକମାନଙ୍କ ଉପରେ ଆକ୍ରମଣ କରାଯାଉଛି ଏବଂ ଅନେକ ସମୟରେ ବ୍ୟକ୍ତିଗତ ବିଦ୍ବେଷ କାରଣରୁ ଏହି ଆଇନକୁ ପାଥେୟ କରି ସେମାନଙ୍କୁ ନାମରେ ମିତ୍ୟା ମକଦ୍ଦମା ଚଳାଯାଉଛି ଏବଂ ହଇରାଣ ହରକତ କରାଯାଉଛି ।

ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କ ଧାର୍ମିକ ସ୍ଥଳିର ସୁରକ୍ଷା ପାଇଁ କୌଣସି ଗ୍ୟାରେଣ୍ଟି ନାହିଁ । ସେଠାରେ ଅନ୍ୟ ଧର୍ମର ଐତିହାସିକ ଏବଂ ପ୍ରସିଦ୍ଧ ପୀଠଗୁଡିକୁ ମୌଳବାଦିମାନେ ଆକ୍ରମଣ କରୁଛନ୍ତି । ଏହାର ଜ୍ବଳନ୍ତ ଉଦାହରଣ ହେଉଛି ଗୁରୁ ନାନକ ପ୍ରାସାଦକୁ ଭାଙ୍ଗି ଦେବା। ଏପରି ଘୃଣ୍ୟ କାର୍ଯ୍ୟ ପାଇଁ କେହି ପ୍ରତିବାଦ ମଧ୍ୟ କରିନାହାନ୍ତି କି କେହି ପ୍ରଶ୍ନ ମଧ୍ୟ ଉଠାଇ ନାହାନ୍ତି। ଏହା ମଧ୍ୟ ଖବର ଅଛି ଯେ ଏହି ପଞ୍ଚଦଶ ଶତାବ୍ଦିର ଗୁରୁଦ୍ବାରରେ ବ୍ୟବହୃତ ହୋଇଥିବା ମୂଲ୍ୟବାନ କବାଟ, ଝରକା ଏବଂ ଅନ୍ୟ ସାମଗ୍ରୀଗୁଡିକୁ ନେଇ ବଜାରରେ ବିକ୍ରି କରାଯାଇଛି । ଏହି ପ୍ରସଙ୍ଗ ଉପରେ ପ୍ରଶାସନ ମଧ୍ୟ ନିରବ ରହିଛି । ଏହି ଘଟଣା ଶିଖ ସଂପ୍ରଦାୟର ଭାବନାକୁ ଦୃଢ ଆଘାତ ଦେଇଥିବାବେଳେ ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା କର୍ତ୍ତାରପୁର ସାହିବ କରିଡରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସ୍ଥାନୀୟ ଲୋକମାନେ ଏହି ଐତିହାସିକ ପୀଠର ଧ୍ବଂସ କରାଯିବା ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ମଧ୍ୟ ପ୍ରଶ୍ନ ଉଠୁଛି ଯେ ଅତୀତରେ ଏପରି ଅପରାଧ ପାଇଁ କଣ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ?

ପାକିସ୍ତାନରେ ଅଣ ମୁସଲମାନମାନଙ୍କୁ କାଫିର ବୋଲି କୁହାଯାଇଥାଏ ଏବଂ ସବୁଠୁ ବଡ ସମସ୍ୟା ହେଲା ଯେ ପାକିସ୍ତାନର ସମ୍ବିଧାନ ଏବଂ ରାଷ୍ଟ୍ରୀୟ ଢାଞ୍ଚା ଏହି ନୀତିକୁ ସମର୍ଥନ କରିଥାଏ । ପାକିସ୍ତାନରେ ଯଦିଓ ଶତକଡ଼ା 5 ଭାଗ ଆସନ ପାର୍ଲାମେଣ୍ଟ ପାଇଁ ସଂରକ୍ଷିତ ରହିଛି କିନ୍ତୁ ବାସ୍ତବ ପକ୍ଷେ ସଂଖ୍ୟାଲଘୁମାନଙ୍କର କୌଣସି ପ୍ରକୃତ ପ୍ରତିନିଧିତ୍ବ ନାହିଁ । ସେଠାରେ ମନ୍ଦିର, ଗୁରୁଦ୍ବାର କିମ୍ବା ଚର୍ଚ ପାଇଁ କୌଣସି ସୁରକ୍ଷାର ବ୍ୟବସ୍ଥା ନାହିଁ । ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କ ପ୍ରତି ଅତ୍ୟାଚାର କିମ୍ବା ସେମାନଙ୍କ ଧାର୍ମିକ ସ୍ଥଳିକୁ ଭଙ୍ଗାରୁଜା କରୁଥିବା ଅପରାଧିମାନଙ୍କୁ ଦଣ୍ତ ଦେବାର ମଧ୍ୟ କୌଣସି ବ୍ୟବସ୍ଥା ନାହିଁ । ଏହାହିଁ ଦର୍ଶାଉଛି ଯେ ପାକିସ୍ତାନରେ ସିଆ, ହଜାରା ଏବଂ ଅହମଦିଙ୍କ ସମେତ ଅନ୍ୟ ସମସ୍ତ ସଂଖ୍ୟାଲଘୁମାନଙ୍କ ଅଧିକାରକୁ କିପରି ଦଳିମକଚା ଯାଉଛି ।

ମୂଳ ଲେଖା : ଡକ୍ଟର ଜୈନବ ଅଖତର
ଅନୁବାଦ : ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...