Skip to main content

କଣ ଆରବ ଉପସାଗର ଯୁଦ୍ଧମୁହାଁ ହୋଇଛିକି?


ଆମେରିକା ତଥା ଏହାର ସହଯୋଗୀ ଏବଂ ଇରାନ ମଧ୍ଯରେ ନିକଟରେ ଯେପରି ଭାବରେ ବିବୃତ୍ତି ଦିଆଯାଉଛି ତାଦ୍ବାରା ଆରବ ଉପସାଗରରେ ଉତ୍ତେଜନାକୁ ଆହୁରି ବଢାଇ ଦେଇଛି । ଯଦିଓ ଆମେରିକା ଏବଂ ଇରାନ ମଧ୍ୟରେ ଏହି ସମସ୍ୟା ବହୁତ ଜଟିଳ ଏବଂ ପୁରୁଣା କିନ୍ତୁ  ବର୍ତ୍ତମାନ ଯେଉଁ ଉତ୍ତେଜନା ଦେଖାଦେଇଛି ତାପଛରେ ରହିଛି ମିଳିତ ବ୍ୟାପକ କାର୍ଯ୍ୟଯୋଜନା ଅର୍ଥାତ (JCPoA) ବା ଇରାନ ପରମାଣୁ ରାଜିନାମାରୁ ଆମେରିକା 2018 ମଇରେ ଓହରି ଯିବା । ସେତେବେଳେୈ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଦୋଷାରୋପ କରିଥିଲେ ଯେ ଇରାନ ପରମାଣୁ ରାଜିନାମା ସତ୍ତ୍ବେ ପରମାଣୁ ଅସ୍ତ୍ର ଏବଂ ବାଲେଷ୍ଟିକ କ୍ଷେପଣାସ୍ତ୍ର ବିକଶିତ କରୁଛି ଏବଂ ଆଞ୍ଚଳିକ ଶାନ୍ତି ତଥା ନିରାପତ୍ତା ଉପରେ ବିପଦ ସୃଷ୍ଟି କରୁଛି । ଏହାପରେ ଟ୍ରମ୍ପ ପ୍ରଶାସନ ପୁଣି ଇରାନ ଉପରେ ଏକତରଫା ଆର୍ଥିକ କଟକଣା ଲାଗୁ କରିଥିଲେ । କଟକଣାର ଉଦ୍ଦେଶ୍ୟ ଥିଲା ଇରାନ ଉପରେ ଅଧିକ ଚାପ ପକାଇବା ପାଇଁ ବୁଝାମଣାଉପରେ ପୁଣି କଥାବାର୍ତ୍ତା କରିବା ଥିଲା । କିନ୍ତୁ ଇରାନ ଏପରି କରିବାକୁ ସିଧା ମନା କରିଦେଇଥିଲା । 2019 ମଇ 8 ତାରିଖରେ ଆମେରିକାର JCPoAରୁ ଓହରିବାର ପ୍ରଥମ ବାର୍ଷିକ ଉପଲକ୍ଷେ ଇରାନ ୟୁରୋପୀୟ ଦେଶ, ରୁଷ ଏବଂ ଚୀନକୁ ଅନୁରୋଧ କଲା ଯେ ସେମାନେ ଆଗାମୀ 60 ଦିନରେ ଇରାନ ଉପରେ ଲାଗିଥିବା କଟକଣାକୁ ଦୂର କରିବାରେ ତାକୁ ସାହାର୍ଯ୍ୟ କରନ୍ତୁ । ଯଦି ଏପରି ନହୁଏ ତେବେ  ଇରାନ ପରମାଣୁ ବୁଝାମଣାରୁ ଓହରି ଯିବାକୁ ବାଧ୍ୟ ହେବ ।
ଏବେ ପରିସ୍ଥିତି ଏମିତି ଯେ ଆନ୍ତର୍ଜାତୀୟ ସମୁଦାୟର ପୁରା ଧ୍ୟାନ ଏହି ଘଟଣାକ୍ରମରେ ସାମିଲ ସମସ୍ତ ପକ୍ଷ ମଧ୍ୟରେ ଚାଲିଥିବା ବାକବିତଣ୍ତା ଉପରେ କେନ୍ଦ୍ରିତ ରହିଛି । ଆମେରିକା ଘୋଷଣା କରିଛି ଯେ ସେ ଆରବ ଉପସାଗରରେ ମୁତୟନ ପାଇଁ  USS Arlington’ ଯୁଦ୍ଧ ଜାହାଜ ଏବଂ  ‘Patriot’ ରୁ ନେଇ ସେଣ୍ଟ୍ରାଲ କମାଣ୍ତ ପର୍ଯ୍ୟନ୍ତକୁ ପଠାଉଛି। ଇରାନ ଏହାର ଜବାବରେ ଏକ ସରକାରୀ ବିବୃତ୍ତିରେ କହିଛି ଯେ ଯୁଦ୍ଧ ପରିସ୍ଥିତି ଦେଖାଦେଲେ  ଆରବ ଉପସାଗରରେ ମୁତୟନ ଥିବା ଆମେରିକାର ଯୁଦ୍ଧ ଜାହାଜ ଉପରେ ଆକ୍ରମଣ କରାଯିବ । ଇତିମଧ୍ୟରେ ସଂଯୁକ୍ତ ଆରବ ଏମିରେଟରେ ଫୁଜେରା ତଟରୁ ଦୂରରେ ଥିବା ସାଉଦି ତୈଳ ଟ୍ୟାଙ୍କଗୁଡିକୁ ଭଙ୍ଗାରୁଜା କରାଯିବା ଘଟଣା ଆରବ ଉପସାଗରର ଦେଶମାନଙ୍କ ଚିନ୍ତାକୁ ବଢାଇ ଦେଇଛି । କେତେକ ସନ୍ଦିଗ୍ଧ ବେଆଇନ ତତ୍ତ୍ବ ଏହି ସବୁ ଦେଶର ହିତକୁ କ୍ଷତି କରିବା କାମ କରୁଛନ୍ତି । ସାଉଦି ଆରବରେ ଦୁଇଟି ତୈଳ ଉତ୍ପାଦନ ଷ୍ଟେସନ ଉପରେ ଡ୍ରୋନ ଆକ୍ରମଣ  ଖବର ଏହି ଚିନ୍ତାକୁ ଆହୁରି ବଢାଇ ଦେଇଛି ।
ଏମିତିରେ ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ ମଧ୍ୟରେ ଇରାନ ଆଲୋଚନାର କେନ୍ଦ୍ର ହୋଇଛି । ଉଭୟ ରାଷ୍ଟ୍ର ଇରାନ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ବ ଦେଉଛନ୍ତି ଯାହାଦ୍ବାରା ଏହି କ୍ଷେତ୍ରରେ ସାଉଦି ଆରବ ଏବଂ ଯୁଏଇର ହିତ ଉପରେ ଆକ୍ରମଣକୁ ଯେମିତି ରୋକା ଯାଇପାରିବ । ସାଉଦି ଆରବର ବିଦେଶ ରାଷ୍ଟ୍ରମନ୍ତ୍ରୀ ଆଦେଲ ଅଲ ଜୁବେର କହିଛନ୍ତି ଯେ ଏମିତିତ ସାଉଦି ଯୁଦ୍ଧର ପକ୍ଷଧର ନୁହେଁ କିନ୍ତୁ ଇରାନର ପ୍ରତ୍ୟେକ କାର୍ଯ୍ୟାନୁଷ୍ଠାନର ସେ ଦୃଢ ଉତ୍ତର ଦେବ । ଇରାନ ଆକ୍ରମଣକୁ ନେଇ ସାଉଦି କେତେ ଚିନ୍ତିତ ତାହା ଏହି କଥାରୁ ଜଣା ପଡୁଛି ଯେ ସାଉଦି ରାଜା ସଲମାନ ମଇ 30 ତାରିଖରେ ଆରବ ଏବଂ ଉପସାଗରୀୟ ଦେଶମାନଙ୍କର ଏକ ଜରୁରିକାଳିନ ବୈଠକ ଡାକିଛନ୍ତି ଯାହାକୁ ଆଗାମୀ ଇସଲାମିକ ଶିଖର ସମ୍ମିଳନୀ ସହିତ ଆୟୋଜନ କରାଯିବ । ଏହା ମଧ୍ୟରେ ସେଠାରେ ଦେଖାଦେଇଥିବା ବର୍ତ୍ତମାନର ସ୍ଥିତି ଏବଂ ତାକୁ ମୁକାବିଲା କରିବା ପାଇଁ କରାଯିବାକୁ ଥିବା ସାମୁହିକ ପ୍ରୟାସ ଉପରେ ଆଲୋଚନା ହେବ ।
ରିୟାଦ ଏବଂ ତେହରାନ ମଧ୍ୟରେ ବଢୁଥିବା ବାକଯୁଦ୍ଧକୁ ଦୃଷ୍ଟିରେ ରଖି ଉଭୟଙ୍କ ମଧ୍ୟରେ ସଂଘର୍ଷ କିମ୍ବା ଯୁଦ୍ଧକୁ ଅସ୍ବୀକାର କରାଯାଇ ନପାରେ । ଏହା କେବଳ ଏହି ଅଞ୍ଚଳ ପାଇଁ ବିପଦଜନକ ହେବ ନାହିଁ ବରଂ ପୁରା ବିଶ୍ବ ଉପରେ ଏହାର ପ୍ରଭାବ ପଡ଼ିବ । ବିଶେଷକରି ଏସିଆର ଅର୍ଥବ୍ୟବସ୍ଥା ଉପରେ ଏହାର ଅଧିକ ପ୍ରଭାବ ପଡ଼ିବ କାରଣ ଏସିଆର ଅର୍ଥବ୍ୟବସ୍ଥା ଏହି କ୍ଷେତ୍ରରୁ ଅଧିକ ମାତ୍ରାରେ ତେଲ ଆମଦାନି କରିଥାଏ ।
ଭାରତ ସାଉଦି ଆରବର ତେଲ ଟ୍ୟାଙ୍କ ଉପରେ ହୋଇଥିବା ଆକ୍ରମଣକୁ କଡ଼ା ଶବ୍ଦରେ ନିନ୍ଦା କରି କହିଛି ଯେ ସେ ସନ୍ତ୍ରାସବାଦ ଏବଂ ହିଂସାତ୍ମକ ଘଟଣାଗୁଡିକ ସହିତ ମୁକାବିଲା କରିବାକୁ ପ୍ରତିବଦ୍ଧ ଅଛି । ଆରବ ଉପସାଗରରେ ବର୍ତ୍ତମାନର ପରିସ୍ଥିତି ଉପରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ ରହିଛି । ଆରବ ଉପସାଗରୀୟ ଦେଶମାନଙ୍କୁ ଭାରତ ଅନୁରୋଧ କରିଛି ଯେ ସେମାନେ ପରସ୍ପରର ମତଭେଦକୁ ଯୁଦ୍ଧ ପରିବର୍ତ୍ତେ ସୌହାର୍ଦ୍ଧପୂର୍ଣ୍ଣ ଭାବରେ ସମାଧାନ କରନ୍ତୁ । ଭାରତର ଅନେକ ସ୍ବାର୍ଥ ଏହି କ୍ଷେତ୍ରରେ ରହିଛି ଏବଂ ଉପସାଗରୀୟ ଦେଶମାନଙ୍କ ସହିତ ଭାରତର ଘନିଷ୍ଠ ଏବଂ ମଜବୁତ ଦ୍ବିପକ୍ଷୀୟ ସଂପର୍କ ରହିଛି । ଏହି କ୍ଷେତ୍ରର ଗୁରକୁତ୍ବ ବାରତ ପାଇଁ ଶକ୍ତି ସୁରକ୍ଷା ସହିତ ଜଡିତ । ଏହାବ୍ୟତିତ ଭାରତର 8.5 ମିଲିୟନରୁ ଅଧିକ ନାଗରିକ ଉପସାଗରୀୟ ଦେଶମାନଙ୍କରେ ରହୁଛନ୍ତି । ଏହି କାରଣରୁ ଏଠାରେ କୌଣସି ପ୍ରକାର ଉତ୍ତେଜନା ଏବଂ ସଂଘର୍ଷର ସିଧା ପ୍ରଭାବ ଏହି ଭାରତୀୟ ନାଗରିକମାନଙ୍କ ଉପରେ ପଡ଼ିବ ।
ଏଣୁ ଏହା ଆବଶ୍ୟକ ଯେ ଆନ୍ତର୍ଜାତୀୟ ସମୁଦାୟ ଏହି କ୍ଷେତ୍ରରେ ଯୁଦ୍ଧକୁ ରୋକିବା ପାଇଁ ସକରାତ୍ମକ ପଦକ୍ଷେପ ନିଅନ୍ତୁ କାରଣ ଏଠାରେ ଯୁଦ୍ଧ ହେଲେ ଏହାର ପ୍ରଭାବ ବ୍ୟାପକ ଭାବେ ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ସ୍ତରରେ ଦେଖାଦେବ ।
ମୂଳ ଲେଖା : ଡକ୍ଟର ମହମ୍ମଦ ମୁଦାସୀର କମର

ଅନୁବାଦ :  ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...