Skip to main content

ଶେଷ ହେଲା ଗଣତନ୍ତ୍ରର ମହାପର୍ବ

ଦେଶର 17 ତମ ଲୋକସଭା ନିର୍ବାଚନ 7ଟି ପର୍ଯ୍ୟାୟରେ  ସଫଳତାର ସହ ସମ୍ପୁର୍ଣ୍ଣ ହୋଇଛି |ଚଳିତ ନିର୍ବାଚନରେ ବହୁ ସଂଖ୍ଯାରେ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି |ମୋଟାମୋଟି ଭାବେ କହିବାକୁ ଗଲେ ଏହି ନିର୍ବାଚନରେ  900 ନିୟୁତ ମତଦାତା  ମଧ୍ୟରୁ ଶତକଡା 66 ଭାଗ ଭୋଟର ମତଦାନ କରିଛନ୍ତି | ଭାରତ, ଅଂଶଗ୍ରହଣ ମୂଳକ ଗଣତନ୍ତ୍ରରେ ଏହାର ଅନ୍ତର୍ନିହିତ ଶକ୍ତି, ଆସ୍ଥା ତଥା  ବିଶ୍ଵାସର ପୁନଃ ପ୍ରତିଷ୍ଠା କରିଛି  |
ବିଶ୍ଵର ସର୍ବ ବୃହତ ଗଣତନ୍ତ୍ର ରେ ବିପୁଳ ସଂଖ୍ଯାରେ ଭୋଟ ଦାନ ହୋଇଛି |ଭାରତ ର ନିର୍ବାଚନ କମିଶନ ଏହି ଭୋଟ ଗ୍ରହଣ ଲାଗି ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମତଦାତା  ମାନଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରିଥିଲେ | ମଧ୍ୟପ୍ରଦେଶର ଇନ୍ଦୋର ବାସିନ୍ଦା ତିନି ଫୁଟ ଉଚ୍ଚ ବିନୀତା ଜୈନ ଭୋଟ ଦାନ କରି ଗର୍ବ ର ସହ ତାଙ୍କ କାଳି ଯୁକ୍ତ ଆଙ୍ଗୁଳି  ପ୍ରଦର୍ଶନ କରିଥିଲେ | ବିହାର ର ପାଟଣା ରେ ଯୋଡା ଜାଁଆଳା ଭଗ୍ନୀ ସବା ଓ ଫାରା  ପ୍ରଥମ ଥର ଲାଗି ଚଳିତ ନିର୍ବାଚନରେ ଦୁଇଜଣ ପୃଥକ  ଭାବେ ମତଦାନ କରିଥିଲେ | ବିଦେଶରେ ବସବାସ କରୁଥିବା ଭାରତୀୟ ମାନଙ୍କୁ ମଧ୍ୟ ଏହି ଲୋକସଭା ନିର୍ବାଚନ ଗଭୀର ଭାବେ ଅନୁପ୍ରାଣିତ କରିଛି | ଚଳିତ ଭୋଟ  ଗ୍ରହଣ ସମୟରେ ବହୁ ସଂଖ୍ଯାରେ ଭାରତୀୟ କେବଳ ଭୋଟ ଦାନ ପାଇଁ ଭାରତକୁ ଆସି  ନିଜର ମତାଧିକାର ସାବ୍ୟସ୍ତ କରିଥିଲେ | ଦୈନିକ ମଜୁରି କରୁଥିବା ଶ୍ରମିକ ମାନଙ୍କ ସମେତ ବହୁ ସଂଖ୍ଯାରେ ଲୋକ ନିଜ ନିଜ କାର୍ଯ୍ୟସ୍ଥଳୀ ରୁ ଛୁଟି ନେଇ ଭୋଟ ଦେବାକୁ ନିଜ ଜନ୍ମସ୍ଥାନକୁ ଯାଇଥିଲେ | ଭୋଟ ଦେବା ଲାଗି  ସଚେତନତା ସୃଷ୍ଟି ପାଇଁ ଅପ୍ରତ୍ଯାଶିତ ଭାବେ ପ୍ରଚାର ଅଭିଯାନ କରାଯାଇଥିବାରୁ ଚଳିତ ନିର୍ବାଚନରେ ବିପୁଳ  ସଂଖ୍ଯାରେ  ଭୋଟ ରେକର୍ଡ କରାଯାଇଛି | ଚଳିତ ବର୍ଷ 85 ନିୟୁତ ନୂତନ ମତଦାତାଙ୍କ  ନାମ ପଞ୍ଜୀକୃତ ହୋଇଥିବା  ବିଷୟରୁ   ନିର୍ବାଚନ କମିଶନଙ୍କ ବ୍ୟାପକ ପ୍ରସ୍ତୁତି ବିଷୟ ସ୍ପଷ୍ଟ ପ୍ରତୀତ ହେଇଛି |
ରବିବାର ଦିନ ଆଠୋଟି ରାଜ୍ୟରେ 59ଟି ଲୋକସଭା ଆସନ ପାଇଁ ଚୁଡାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ହୋଇଥିଲା | ସମସ୍ତ 542ଟି ଲୋକସଭା ଆସନ ପାଇଁ ନିର୍ବାଚନ ସମ୍ପର୍ଣ୍ଣ ହୋଇଛି | ନିର୍ବାଚନ କମିଶନ, ମତଦାତା ମାନଙ୍କୁ ପ୍ରଭାବିତ କରିବା ଲାଗି ଅର୍ଥ ବଳର ବ୍ୟବହାର କରାଯାଉଥିବା ଅଭିଯୋଗ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାମିଲନାଡୁ ର ଭେଲୋର ନିର୍ବାଚନମଣ୍ଡଳୀ ର ନିର୍ବାଚନ ବାତିଲ କରିଦେଇଥିଲେ | ରାଷ୍ଟ୍ରପତି 545 ଆସନ ବିଶିଷ୍ଟ ଲୋକସଭାକୁ  ଦୁଇ ଜଣ ଆଙ୍ଗ୍ଲୋ-ଇଣ୍ଡିଆନ ସମ୍ପ୍ରଦାୟ ର ବ୍ୟକ୍ତି ଙ୍କୁ ମନୋନୀତ କରିଥାନ୍ତି  |
ହିମାଚଳପ୍ରଦେଶର କିନଉର ରେ 102 ବର୍ଷ ବୟସ୍କ ଶ୍ୟାମ ସାରନ ନେଗୀ ଭୋଟ ଦେବାକୁ ଯାଇଥିବା ବେଳେ  ପୋଲିଂ ଅଧିକାରୀ ମାନେ ତାଙ୍କୁ ସାଦରେ ସ୍ଵାଗତ ଜଣାଇଥିଲେ | ସେ କେବଳ ଜଣେ  ବରିଷ୍ଠ ନାଗରିକ ନୁହେଁ ବରଂ ଭାରତ ର ପ୍ରଥମ ମତଦାତା , ତେଣୁ ବାସ୍ତବରେ ସେ ହିଁ ସ୍ଵାଗତ ସମ୍ବର୍ଦ୍ଧନାର ପାତ୍ର ଅଟନ୍ତି  | ଉଲ୍ଲେଖ ଯୋଗ୍ୟ ଯେ ସେ ବିଗତ  1951 ରେ ଅନୁଷ୍ଠିତ ନିର୍ବାଚନରେ ମଧ୍ୟ ନିଜର ମତଦାନ କରିଥିଲେ | ତାଙ୍କ ରାଜ୍ୟ ହିମାଚଳପ୍ରଦେଶ ସହ ବିହାର, ପଶ୍ଚିମବଙ୍ଗ, ପଞ୍ଜାବ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଝାଡଖଣ୍ଡ ଓ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ହୋଇଥିଲା | ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ 918ରୁ ଅଧିକ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନ ରେ ପ୍ରତିଦ୍ୱନ୍ଦିତା କରୁଛନ୍ତି  |ଶେଷ ପର୍ଯ୍ୟାୟ ନିର୍ବାଚନରେ ପ୍ରାୟ 10 ନିୟୁତ ମତଦାତା ସେମାନଙ୍କ ମତ ଦାନ ଲାଗି ଯୋଗ୍ୟ ବିବେଚିତ  ହୋଇଥିବା ବେଳେ ଏଥିରେ 64 ପ୍ରତିଶତ ମତଦାନ   ରେକର୍ଡ କରାଯାଇଛି |
ଚଳିତ  ନିର୍ବାଚନରେ ବିପୁଳ ସଂଖ୍ଯାରେ ଭୋଟ ପଡିଥିବାରୁ ଅବାଧ  ଓ ନିରପେକ୍ଷ ତଥା ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ କରେଇଥିବା  ନିର୍ବାଚନ କମିଶନକୁ  ଏହାର ସବୁ ଶ୍ରେୟ ଯାଉଛି |2009 ନିର୍ବାଚନ ସମୟରେ ପୁରୁଷ ଓ ମହିଳା ମତଦାତାଙ୍କ ମଧ୍ୟରେ 9 ପ୍ରତିଶତ ବ୍ଯବଧାନ  ରହିଥିବା ବେଳେ 2014 ରେ ଏହା ହ୍ରାସ ପାଇ 1.4 ପ୍ରତିଶତ ରହିଥିଲା ଓ  ଚଳିତ ନିର୍ବାଚନରେ ଏହି ବ୍ଯବଧାନ ମାତ୍ର 0.4 ପ୍ରତିଶତ ରହିଛି |ଏପରିକି କେତୋଟି ରାଜ୍ୟରେ  ପୁରୁଷ ମାନଙ୍କ ତୁଳନାରେ ଅଧିକ ମହିଳା ମତଦାତା ଭୋଟ ଦେଇଥିବାର ମଧ୍ୟ ଦେଖିବାକୁ ମିଳିଛି |
ନିର୍ବାଚନ ପ୍ରକ୍ରିୟାର ଏହି ଦୀର୍ଘ 38 ଦିନ ମଧ୍ୟରେ ବିଭିନ୍ନ କେନ୍ଦ୍ରୀୟ ତଥା ରାଜ୍ୟ ସରକାରୀ ବିଭାଗ ଗୁଡିକର ବହୁ ସଂଖ୍ଯାରେ କର୍ମଚାରୀ ମାନଙ୍କ ସହାୟତାରେ ନିର୍ବାଚନ କମିଶନ ସୂଚାରୁ ରୂପେ  ଭୋଟ ଗ୍ରହଣ ସମ୍ପର୍ଣ୍ଣ କରିଛି |ଅବାଧ ଓ ନିରପେକ୍ଷ ନିର୍ବାଚନ କରେଇବା ନିମନ୍ତେ ଅର୍ଦ୍ଧସାମରିକ ବାହିନୀ ର ବହୁ ଯବାନ ଙ୍କୁ ମୁତୟନ କରାଯାଇଥିଲା | ନିର୍ବାଚନ କମିଶନ, ନଗଦ ଅର୍ଥ, ମଦ୍ୟ ତଥା ଅନ୍ୟ ପ୍ରକାରର ପ୍ରଲୋଭନ ସାମଗ୍ରୀ ଉପରେ କଡା ନଜର ରଖିଥିଲେ | ଏହି ନିର୍ବାଚନ ସମୟରେ ମୋଟ  3,400 କୋଟି ଟଙ୍କା ସମ୍ବଳିତ ନିଷିଦ୍ଧ ସାମଗ୍ରୀ ଜବତ କରାଯାଇଛି | ଜବତ ହୋଇଥିବାଏହି ସାମଗ୍ରୀ ର ମୂଲ୍ୟ ସରକାରଙ୍କ ଦ୍ଵାରା ନିର୍ବାଚନ ଲାଗି କରାଯାଇଥିବା  ଖର୍ଚ୍ଚରୁ ମଧ୍ୟ  ଅଧିକ ବୋଲି ଜଣାପଡିଛି  |ଜବତ କରାଯାଇଥିବା ଅର୍ଥରାଶିକୁ ଭାରତ ର ସମେକିତ ପାଣ୍ଠି ରେ ଜମା କରାଯିବ ଯାହା ଦ୍ଵାରା କେନ୍ଦ୍ରୀୟ ବଜେଟ ପ୍ରସ୍ତୁତ କରାଯାଇଥାଏ |
ମୋଟ 17ଟି  ଲୋକସଭା ନିର୍ବାଚନରେ  ନବମ ଥର ଲାଗି 60 ପ୍ରତିଶତରୁ ଅଧିକ  ଭୋଟ ପଡିଥିବାରୁ ଏହାର ଶ୍ରେୟ ଦେଶର ଜାଗୃତ ମତଦାତା ମାନଙ୍କୁ ଯାଉଛି | ବିପୁଳ ସଂଖ୍ଯାରେ ଭୋଟଦାନ ଭାରତର ଗଣତାନ୍ତ୍ରିକ ରାଜନୀତି ପ୍ରତି  ଲୋକମାନଙ୍କ ପ୍ରଗାଢ ଆସ୍ଥା ଦର୍ଶାଇଥାଏ |
ମେ 23 ତାରିଖରେ ଭୋଟ ଗଣନା କରାଯିବ ଓ ଏଥି ସହ ଅତିରିକ୍ତ ପଦକ୍ଷେପ ସ୍ୱରୂପ  ଭିଭିପାଟ ଅର୍ଥାତ ନିର୍ବାଚନ କେନ୍ଦ୍ର ଗୁଡିକର  ପେପର  ସ୍ଲିପ ଗୁଡିକ  ସହ  ମିଳାଯିବ   | 2019 ଲୋକସଭା ନିର୍ବାଚନରେ ଏହା  ସ୍ପଷ୍ଟ ହୋଇଛି ଯେ ଭାରତରେ ବାସ୍ତବିକ ଭାବେ ଜନମତରେ ହିଁ ପ୍ରକୃତ  କ୍ଷମତା ନିହିତ ରହିଛି |
ମୂଳ ଲେଖା : ମନୀଷ ଆନନ୍ଦ, ବରିଷ୍ଠ ସ୍ଵତନ୍ତ୍ର ସମ୍ବାଦଦାତା, ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ
ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...