Skip to main content

ଏସସିଓ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ଵରାଜ ଚଳିତ  ସପ୍ତାହରେ ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ର ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେବାପାଇଁ କିରଗିଜସ୍ଥାନର  ବିଶକେକ ଗସ୍ତରେ ଯାଇଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ଏହା ଥିଲା ତାଙ୍କର ଶେଷ ବିଦେଶ ଗସ୍ତ | ଭାରତର ସାଧାରଣ ନିର୍ବାଚନର  ଫଳାଫଳ ପ୍ରକାଶ ପାଇବାର ମାତ୍ର ଦିନକ ପୂର୍ବରୁ ଶ୍ରୀମତୀ ସ୍ଵରାଜଙ୍କ ଏହି ଗସ୍ତରୁ ଜଣାପଡୁଛି ଯେ ଏସସିଓ ବୈଠକ ଭାରତ ପାଇଁ କେତେ ମହତ୍ବପୂର୍ଣ୍ଣ | ଭାରତର  ନେତା ମାନେ ବହୁ ବର୍ଷ ହେଲା ନିୟମିତ ଭାବେ ଏହି ଏସସିଓ ବୈଠକ ରେ ଯୋଗ ଦେଇ ଆସୁଛନ୍ତି | 2015ରେ ରୁଷ ର ଉଫାରେ ପଞ୍ଚଦଶ ଏସସିଓ ଶିଖର ସମ୍ମିଳନୀ ପରଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସସିଓ ଶିଖର ବୈଠକରେ ଯୋଗ ଦେଇ ଆସୁଛନ୍ତି |
ଗତ ବର୍ଷ ଶ୍ରୀମତୀ ସୁଷମା ସ୍ଵରାଜ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିଥାରମଣ ଓ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ  ଡୋଭାଲ ଚୀନରେ ଅନୁଷ୍ଠିତ ସେମାନଙ୍କ ବିଭାଗୀୟ ଏସସିଓ ବୈଠକ ଗୁଡିକରେ ଯୋଗ ଦେଇଥିଲେ | ଡୋକଲାମ ଅଚଳାବସ୍ଥା ପରେ ଚୀନ ପ୍ରତିପକ୍ଷ ମାନଙ୍କ ସହ କଥାବାର୍ତ୍ତା କରିବା ଲାଗି ଏହି ବୈଠକ ଗୁଡିକ ମଞ୍ଚ ପ୍ରଦାନ କରିବା ସହ ମଧ୍ୟ-ଏସିଆ ଓ ରୁଷ ସହ ଏକ ବହୁପକ୍ଷୀୟ ବୈଠକ କରିବା ଲାଗି ସୁଯୋଗ ପ୍ରଦାନ କରିଥିଲା | 2019 ଏସସିଓ ବୈଠକ ଅବସରରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଶ୍ରୀମତୀ ସ୍ଵରାଜ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଙ୍କ ସହ ସାକ୍ଷାତ କରି ଉହାନ ଅଣାନୁଷ୍ଠାନିକ ଶିଖର ସମ୍ମିଳନୀ ସମୟରେ ଉପନୀତ ହୋଇଥିବା ନିୟମାବଳୀର ଗୁରୁତ୍ଵ ପ୍ରତି ଜୋର ଦେଇଥିଲେ |
2017 ଜୁନରେ ଭାରତ ଏକ ପୂର୍ଣ୍ଣ ସଦସ୍ୟ ଭାବେ ଏସସିଓ ରେ ସାମିଲ ହୋଇଥିଲା | ଭାରତ ଓ ପାକିସ୍ତାନ ର ସଦସ୍ୟତା ସହ ଏସସିଓ ସମଗ୍ର ୟୁରୋସିଆ ତଥା ଭାରତୀୟ ମହାଦେଶ ରେ ସ୍ଥିତି ବିସ୍ତାର କରିଛି  ଏସସିଓ ବୈଠକରେ ବିଭିନ୍ନ ସ୍ତରରେ ନିୟମିତ ବାର୍ତ୍ତାଳାପ ବହୁ କାରଣରୁ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ |
ଏସସିଓ ରେ ଭାରତର ସଦସ୍ୟତା ଏହାର ‘ମଧ୍ୟ-ଏସିଆ ସଂଯୋଗୀକରଣ’ ନୀତିକୁ ପ୍ରୋତ୍ସାହିତ କରିଥାଏ | ଆଫଗାନିସ୍ତାନ ଓ ଇରାନ ଭଳି ରାଷ୍ଟ୍ର  ଏସସିଓ ରେ ପର୍ଯ୍ୟବେକ୍ଷକ ଅଛନ୍ତି | ଶ୍ରୀମତୀ ସ୍ଵରାଜ ଏହି ଶିଖର ବୈଠକରେ ଉଦବୋଧନ ଦେବା ବେଳେ ଆଫଗାନିସ୍ତାନରେ ସୂଚାରୁ ରୂପେ ଶାନ୍ତି ବୁଝାମଣା ଲାଗି ଭାରତର ପ୍ରତିଶୃତିବଦ୍ଧତା ଦୋହୋରାଇଥିଲେ | ‘ଏସସିଓ ଆଫଗାନିସ୍ତାନ ଯୋଗାଯୋଗ ଗୋଷ୍ଠୀ’ ପ୍ରକ୍ରିୟାରେ ଭାରତ ପୂର୍ଣ୍ଣ ସମର୍ଥନ କରିବା ନେଇ ସେ ପ୍ରସ୍ତାବ ଦେଇଥିଲେ |ଏହି ଅବସରରେ  ଯୋଗାଯୋଗ ଗୋଷ୍ଠୀର ପରବର୍ତ୍ତୀ କ୍ରିୟାନ୍ବୟନର ଚିଠା ରୂପରେଖ ଅତି ଶୀଘ୍ର ପ୍ରସ୍ତୁତ କରିବା ପାଇଁ ସେ ଆହ୍ଵାନ ଜଣାଇଥିଲେ | ଆଞ୍ଚଳିକ ଅଂଶୀଦାର ଗୁଡିକର ଦୃଢ ସମର୍ଥନ ଓ ସାମୁହିକ ପ୍ରୟାସ ବିନା ଏହି ପ୍ରକ୍ରିୟା ମରୀଚିକା ସଦୃଶ ହେବ ଓ ଏହାର ସମାଧାନ ଦୀର୍ଘସ୍ଥାୟୀ ହେବ ନାହିଁ ବୋଲି କୁହାଯାଉଛି | ଭାରତ, ଆଫଗାନିସ୍ଥାନରେ ଶାନ୍ତି ପ୍ରକ୍ରିୟା ପାଇଁ ଆଞ୍ଚଳିକ ସହଯୋଗ ଲାଗି ଏସସିଓ କୁ ଏକ ମଞ୍ଚ ରୂପେ ଦେଖିଥାଏ |
 ଏସସିଓରେ ଭାରତ ର ସମାବେଶ ସନ୍ତ୍ରାସବାଦ ବିରୁଦ୍ଧରେ ଆଞ୍ଚଳିକ ସଂଗ୍ରାମ ପାଇଁ ମହତ୍ବପୂର୍ଣ୍ଣ ଅଟେ | ଫେବୃୟାରୀ 2019ର ପୁଲୱାମା ଆକ୍ରମଣ ପରେ ସନ୍ତ୍ରାସବାଦ ବିରୁଦ୍ଧରେ ସଂଗ୍ରାମ ଦିଗରେ ଭାରତ ଅଧିକ  ସକ୍ରିୟ ହୋଇପଡିଛି | ଏସସିଓ ର ପ୍ରମୁଖ ସଂସ୍ଥା ଆଞ୍ଚଳିକ ସନ୍ତ୍ରାସବାଦୀ ବିରୋଧୀ ଢାଞ୍ଚା (RATS) ର ସ୍ଥାପନା ସନ୍ତ୍ରାସବାଦ, ବିଚ୍ଛିନ୍ନତାବାଦ ଓ ଉଗ୍ରବାଦ ର ମୁକାବିଲା ଲାଗି କରାଯାଇଥିଲା | ଭାରତ ଏସସିଓ ର ବାର୍ଷିକୀ ସନ୍ତ୍ରାସବାଦ ନିରୋଧୀ ଅଭ୍ୟାସ ‘ଶାନ୍ତି ମିଶନ’ରେ ଅଂଶଗ୍ରହଣ       କରିଥିଲା | ଭାରତ ପାଇଁ ଏସସିଓ ରେ ସାମିଲ ହେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଞ୍ଚଳରେ ସନ୍ତ୍ରାସବାଦ ନିରୋଧୀ ପ୍ରୟାସ କୁ ଆହୁରି ମଜବୁତ କରିବା |
ଅଞ୍ଚଳର ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ କାର୍ଯ୍ୟ କରିବା ସହ ସଂଯୋଗୀକରଣ କୁ ଆହୁରି ସଶକ୍ତ କରିବା ଲାଗି ଭାରତ ସଙ୍କଳ୍ପବଦ୍ଧ | ଆନ୍ତଃ-ଆଞ୍ଚଳିକ ସଂଯୋଗୀକରଣ ର ବାସ୍ତବତା ଦୃଷ୍ଟିକୋଣ ରେ ଭାରତର ପ୍ରତିଶୃତିବଦ୍ଧତା ନେଇ ସେ ପୁଣି ଥରେ ଦୋହୋରାଇଥିଲେ | ସେ କହିଥିଲେ ଯେ ଭାରତ ଆନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କୋରିଡର, ଚବାହାର ବନ୍ଦର, ଆଶଗାବାଟ ରାଜିନାମା ଓ ଭାରତ-ମିଆଁମାର-ଥାଇଲାଣ୍ଡ ତ୍ରିପକ୍ଷୀୟ ରାଜପଥ ଭଳି ଯୋଗାଯୋଗ ପ୍ରକଳ୍ପ ଗୁଡିକ ସହ ସମ୍ପୃକ୍ତ ଥିବାରୁ ଭାରତର ସଙ୍କଳ୍ପବଦ୍ଧତା ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି | ତେବେ ଚୀନ ର ବେଲ୍ଟ ଏଣ୍ଡ ରୋଡ ଇନିସିଏଟିଭ (ବିଆରଆଇ) ଭାରତର ବୈଦେଶିକ ନୀତି ପାଇଁ ଏକ ଚାଲେଞ୍ଜ ଭାବେ ବଜାୟ ରହିଛି | ଭାରତ ଏକ ‘ସମଷ୍ଟିଗତ, ନିରନ୍ତର ଓ ପାରଦର୍ଶିତା ପଦକ୍ଷେପ’ ଗ୍ରହଣ ଲାଗି ଦେଶ ଗୁଡିକୁ ଦାବି କରିଆସୁଛି ଏବଂ ସାର୍ବଭୌମତା ଓ ଆଞ୍ଚଳିକ ଅଖଣ୍ଡତା ର ସିଦ୍ଧାନ୍ତ ଗୁଡିକ ପ୍ରତି  ସମ୍ମାନ ଜଣାଇବା ପାଇଁ ନିବେଦନ କରିଛି ।
ଏସସିଓ, ଭାରତକୁ କେବଳ ମଧ୍ୟ ଏସୀୟ ଦେଶ ଗୁଡିକ ସହ ନୁହେଁ  ବରଂ ରୁଷ ଓ ଚୀନ ଭଳି ଦୁଇଟି ପ୍ରମୁଖ ଏସୀୟ ରାଷ୍ଟ୍ର ସହ ଯୋଗାଯୋଗ ରକ୍ଷା ଲାଗି ଏକ ମଞ୍ଚ ପ୍ରଦାନ କରିଛି | ୟୂରାସୀୟ ଅଞ୍ଚଳ ସନ୍ତ୍ରାସବାଦ, ଯୋଗାଯୋଗର ଅଭାବ, ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ଏବଂ ଆଞ୍ଚଳିକ ଅର୍ଥନୈତିକ  ଏକୀକରଣର ମାନ୍ଦା ଗତି ଆଦି ବିଭିନ୍ନ ଚାଲେଞ୍ଜ ଗୁଡିକର ସମ୍ମୁଖୀନ ହେଉଛି |ଏହି ସବୁ ପ୍ରମୁଖ ପ୍ରତିବନ୍ଧକ ଭାବେ ଦଣ୍ଡାୟମାନ ହୋଇଛି |  
ବିଗତ କିଛି ବର୍ଷ ମଧ୍ୟରେ ଏସସିଓ ନିଜକୁ ଏକ ବଳିଷ୍ଠ ଆଞ୍ଚଳିକ ଗୋଷ୍ଠୀ ଭାବେ ସ୍ଥାପିତ କରିପାରିଛି | ଏହା ଦେଶ ଗୁଡିକୁ କଥାବାର୍ତ୍ତାରେ ସାମିଲ କରିବା  ଲାଗି ବିବିଧ ହିତ ଗୁଡିକ ସହ ଏକ ମଞ୍ଚ ପ୍ରଦାନ କରିଛି | ଭାରତ ଏହାର ଭୂୟସୀ ପ୍ରଶଂସା କରିଛି ଓ ଏସସିଓ ର ତତ୍ତ୍ଵାବଧାନରେ ଦେଶ ଗୁଡିକ ସହ ରୀତିମତ ଭାବେ କଥାବାର୍ତ୍ତା କରୁଛି |
ମୂଳ ଲେଖା : ସାନା ହାସମୀ, ଚୀନ ଓ ୟୁରାସିଆନ ବ୍ୟାପାର ଉପରେ ସାମରିକ ବିଶ୍ଳେଷକ
ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...