Skip to main content

ଏକ ଦୃଢ ସରକାର ପାଇଁ ଜନାଦେଶ

ଭାରତୀୟ ଜନତା ପାର୍ଟି (BJP) ନେତୃତ୍ଵାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)କୁ 900 ନିୟୁତରୁ ଅଧିକ ମତଦାତାଙ୍କ ଏକ ସ୍ପଷ୍ଟ ତଥା ଏକ ନିର୍ଣ୍ଣାୟକ ଜନାଦେଶ ମିଳିଛି | ବିଗତ 35 ବର୍ଷରେ ପ୍ରଥମ ଥର ଲାଗି ଭାରତ ସରକାରଙ୍କ ଜନ ପ୍ରତିନିଧି ସଦନ ଲୋକସଭାରେ ଏକମାତ୍ର ପାର୍ଟି ବିଜେପି 303 ଆସନ ଦାଖଲ କରି ଏକକ ସଂଖ୍ୟା ଗରିଷ୍ଠ ଦଳର ମାନ୍ୟତା ପାଇଛି | ଏହି ମହାବିଜୟର ମହାନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ସୁରକ୍ଷା ଓ ବିକାଶ ପ୍ରସଙ୍ଗ ନେଇ ଦଳୀୟ ମନ୍ତ୍ର ସହ ଲଗାତାର ଦ୍ଵିତୀୟ ଥର ଲାଗି ବିଜୟ ହାସଲ କରିଛନ୍ତି |କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ବରେ ପୁଣି ଆଉ ପାଞ୍ଚ ବର୍ଷ ପାଇଁ ଜନତା ରାୟ ଦେଇଛନ୍ତି|.

ସପ୍ତଦଶ ଲୋକସଭା ଗଠନ ଲାଗି ଅନୁଷ୍ଠିତ ସାତ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନରେ ଭାରତୀୟ ମତଦାତା ମାନେ ବିପୁଳ ସଂଖ୍ଯାରେ ଭୋଟ ଦେଇ ବିଜେପିକୁ ଭାରି ସମର୍ଥନ ଦେଇଛନ୍ତି ଓ ଉଣେଇଶ ଜନାଦେଶ ସ୍ଥିତାବସ୍ଥା ସପକ୍ଷରେ ଯାଇଛି | ପୂର୍ବରୁ ଅଳ୍ପ ମାତ୍ର ସ୍ଥିତି ରହିଥିବା ପଶ୍ଚିମବଙ୍ଗ ଓ ତେଲେଙ୍ଗନା ଭଳି ରାଜ୍ୟରେ ମଧ୍ୟ ବିଜେପି ନିଜର ସ୍ଥିତି ସୁଦୃଢ କରିବାରେ ସଫଳ ହୋଇଛି | ତେଣେ ଇଣ୍ଡିଆନ ନେସନାଲ କଂଗ୍ରେସ (ଆଇଏନଏସ) ନେତୃତ୍ଵାଧୀନ ବିରୋଧୀ ପାର୍ଟି ଶୋଚନୀୟ ଭାବେ ପରାଜୟ ବରଣ କରିଛି |

ଗତ ପାଞ୍ଚ ବର୍ଷ ମଧ୍ୟରେ 133 ଟି ଉନ୍ନୟନ ମୂଳକ ପ୍ରକଳ୍ପ ଉନ୍ମୋଚିତ କରି ଏନଡ଼ିଏ ସରକାର ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି | ସ୍ବଚ୍ଛତା ,ରନ୍ଧନ ଗ୍ଯାସ, ସବସିଡି ପ୍ରଦାନ, ବ୍ଯାଙ୍କ ଖାତା ନଥିବା ବହୁ ସଂଖ୍ଯାରେ ଲୋକ ମାନଙ୍କ ଲାଗି ବ୍ୟାଙ୍କ ଖାତା ଖୋଲିବା ଆଦି ଭଳି ଅନେକ ମୂଳ ସ୍ତରର ପ୍ରସଙ୍ଗ ଉପରେ ଏନଡ଼ିଏ ର ମହତ୍ବପୂର୍ଣ୍ଣ କାର୍ଯ୍ୟକୁ ଦେଶବାସୀଙ୍କ ଦ୍ଵାରା ଉଚ୍ଛ୍ଵସିତ ଭାବେ ସାଦରେ ଗ୍ରହଣ କରାଯାଇଥିଲା |

ଏନଡ଼ିଏ ସରକାର ଜାତୀୟ ସୁରକ୍ଷା କ୍ଷେତ୍ରରେ ଦୃଢ ତଥା ଅତ୍ୟନ୍ତ ସାହସିକ ପଦକ୍ଷେପ ଗ୍ରହଣ କରିଛନ୍ତି | ସନ୍ତ୍ରାସବାଦ କୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଏହି ସରକାର ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି |ସନ୍ତ୍ରାସବାଦର ମୂଳୋତ୍ପାଟନ ଲାଗି ବିଶେଷକରି ସୀମା ପାର ସନ୍ତ୍ରାସବାଦ ର ମୂଳୋପୋଛ ପାଇଁ ସଂଗ୍ରାମ ଦିଗରେ ଭାରତୀୟ ନିରାପତ୍ତାବାହିନୀ ଉଚ୍ଚ ସଫଳତା ହାସଲ କରିଛନ୍ତି | ସେମାନେ ଜାମ୍ମୁ ଓ କାଶ୍ମୀର ରେ ଉତ୍ପାତ କରୁଥିବା ସନ୍ତ୍ରାସବାଦୀ ମାନଙ୍କ ଉପରେ ଉଚିତ ଲଗାମ ଲଗେଇଛନ୍ତି | ଏହା ବ୍ଯତୀତ ପୁଲୱାମା ସନ୍ତ୍ରାସବାଦୀ ଆକ୍ରମଣ ପରେ ପାକିସ୍ତାନ ଅଧିକୃତ କାଶ୍ମୀର ର ବାଲାକୋଟ, ଚକଉଟି ଓ ମୁଜାଫରାବାଦ ରେ ଜେସ –ଏ-ମହମ୍ମଦ(JeM) ର ଶିବିର ଉପରେ ଭାରତର ପାଲଟା ଆକ୍ରମଣ ଏକ ଦୃଷ୍ଟାନ୍ତ ସ୍ୱରୂପ | ଏଥିସହିତ ପାକିସ୍ତାନ ଅଞ୍ଚଳରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଭାରତୀୟ ବିମାନ ବାହିନୀ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ନିରାପଦରେ ମୁକୁଳେଇବାରେ ମଧ୍ୟ ମୋଦୀ ସରକାର ସକ୍ଷମ ହୋଇଥିଲେ |

ପ୍ରଧାନମନ୍ତ୍ରୀ ମୋଦୀ ଭାରତ ର ବିଦେଶୀ ନୀତି କୁ ମଧ୍ୟ ଏକ ନୂତନ ଦିଗ ଦେବାରେ ସଫଳ ହୋଇଛନ୍ତି | ଭାରତର ପୂର୍ବାଞ୍ଚଳ ପଡୋଶୀ ରାଷ୍ଟ୍ର ଗୁଡିକ ସହ ସମନ୍ଵୟ ରକ୍ଷା ପାଇଁ ତାଙ୍କର ‘ଆକ୍ଟ ଇଷ୍ଟ’ ନୀତି ମହତ୍ବପୂର୍ଣ୍ଣ ଭୂମିକା ନିଭାଇଛି | ସଫଳତା ର ସହ ଡୋକଲାମ ଅଚଳାବସ୍ଥା ର ପରିସମାପ୍ତି ଘଟିଥିବାରୁ ଆମେରିକା, ରୁଷ,ଚୀନ,ସାଉଦି ଆରବ, ଇରାନ ଓ ଇସ୍ରାଏଲ ସହ ଘନିଷ୍ଠ ସମ୍ପର୍କ ସ୍ଥାପନ ଭାରତୀୟ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା |

ଉଣେଇଶ ନିର୍ବାଚନ ହେଉଛି ଏକ ଆଶା ଓ ଆକାଂକ୍ଷା ଭରା ଜନାଦେଶ | ମତଦାତା ମାନେ ଜାତି, ଧର୍ମ, ଭାଷା, ଲିଙ୍ଗ ତଥା ବର୍ଣ୍ଣ ନିର୍ବିଶେଷରେ ଶ୍ରୀ ମୋଦୀଙ୍କୁ ସ୍ପଷ୍ଟ ବହୁମତ ଦେଇଥିବା ବେଳେ ଜାତିଗତ ମେଣ୍ଟକୁ ପ୍ରତ୍ୟାକ୍ଷାନ କରିଛନ୍ତି | ଭୋଟର ମାନେ ଏକ ଉତ୍ତମ ଜୀବନ ମାନର ଆକାଂକ୍ଷା ରଖିଛନ୍ତି ଓ ଶ୍ରୀମୋଦୀ ଙ୍କ ଭଳି ଜଣେ ଟାଣୁଆ ନେତା ହିଁ ଏହି ଆଶା ପୂରଣ କରିପାରିବେ ବୋଲି ଦେଶବାସୀ ବିଶ୍ଵାସ କରନ୍ତି |

ଏବେ ପ୍ରଧାନମନ୍ତ୍ରୀ ଙ୍କ ପାଇଁ କାର୍ଯ୍ୟ ଆହୁରି ଜଟିଳ ହୋଇପଡିବ | କାରଣ ଭୋଜନ,ନଗଦ ସହାୟତା, ବାସଗୃହ ତଥା ଶୌଚଳୟ ଭଳି ସୁବିଧା ପାଉଥିବା ଗରିବ ତଥା ନିଃସହାୟ ଲୋକଙ୍କ ଆଶା ଆକାଂକ୍ଷା ଆହୁରି ବଢିଯିବ |ଭାରତ ପ୍ରାୟ 2,000 ଡଲାର ପ୍ରତି ବ୍ୟକ୍ତି ଆୟ ସହ ମଧ୍ୟବିତ୍ତ ଆୟ ବର୍ଗରେ ସାମିଲ ହେବାକୁ ଯାଉଛି | ଅଳ୍ପ ଦାବି କରୁଥିବା ଗ୍ରାମୀଣ ଯୁବକ ମାନେ ମଧ୍ୟ ରୋଜଗାର ମାମଲା ନେଇ ସହରୀ ଯୁବକ ମାନଙ୍କ ସହ ତାଳ ଦେଇ ଚାଲିବାକୁ ଚେଷ୍ଟା କରିବେ |

ଭାରତୀୟ ଅର୍ଥବ୍ୟବସ୍ଥାକୁ ମଧ୍ୟ ମଜବୁତ କରିବାର ଆବଶ୍ୟକତା ରହିଛି | ଗତ ପାଞ୍ଚ ବର୍ଷ ମଧ୍ୟରେ ଏକ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥିବାରୁ ଖାଦ୍ୟ ସାମଗ୍ରୀରେ ସାମାନ୍ୟ ବୃଦ୍ଧି ପାଇଛି | ଏବେ ଆନ୍ତର୍ଜାତୀୟ ଅର୍ଥନୈତିକ ମାନ୍ଦାବସ୍ଥା ହ୍ରାସ ପାଇବାକୁ ଯାଉଛି |ବର୍ତ୍ତମାନ ସ୍ଥିତିରେ ବୈଶ୍ଵିକ ବାଣିଜ୍ୟ ବିବାଦ ଜାରି ରହିଥିବା ବେଳେ ଏହି ବିବାଦ ଆହୁରି ଘନୀଭୂତ ହେବାର ଅନୁମାନ କରାଯାଉଛି |

ପରବର୍ତ୍ତୀ ସରକାରଙ୍କୁ ନିଯୁକ୍ତି ସୃଷ୍ଟି କରିବା ନେଇ ପ୍ରମୁଖତାର ସହ କାର୍ଯ୍ୟ କରିବାକୁ ପଡିବ |ଦେଶର କୋଟି କୋଟି ବେରୋଜଗାର ଯୁବପିଢିଙ୍କୁ ନିଯୁକ୍ତି ଦେବା ସେତେଟା ସହଜ ସାଧ୍ୟ ହେବ ନାହିଁ |’ସ୍କିଲ ଇଣ୍ଡିଆ’ ଓ ‘ମୁଦ୍ରା’ ଋଣ ଯୋଜନା ଭଳି ଯୋଜନାକୁ ଅଧିକ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଅଛି ତେଣୁ ବର୍ତ୍ତମାନ ଶିକ୍ଷା ଓ ବିନିର୍ମାଣ କ୍ଷେତ୍ର ଉପରେ ଅଧିକ ଜୋର ଦେବାକୁ ପଡିବ |

ଟିକସ ବ୍ୟବସ୍ଥାରେ ସଂସ୍କାର ଆଣିବାର ଆବଶ୍ୟକତା ରହିଛି କାରଣ ଏକ ରାଷ୍ଟ୍ର ଯୁକ୍ତ ଜିଏସଟି ଲାଗୁ ହୋଇସାରିଛି କିନ୍ତୁ ଏବେ ମଧ୍ୟ ଏହାକୁ ସରଳୀକରଣ କରିବାର ଜରୁରୀ ରହିଛି | ଏହାକୁ କାର୍ଯ୍ୟକାରୀ କରିବା ଏତେ ସହଜ କଥା ନୁହେଁ କାରଣ ଲୋକମାନଙ୍କ କ୍ରୟ କ୍ଷମତା ବୃଦ୍ଧି କରିବା ସହ ସରକାରଙ୍କ ରାଜସ୍ୱ ମଧ୍ୟ ବୃଦ୍ଧି କରିବାକୁ ପଡିବ |

2014 ତୁଳନାରେ ବର୍ତ୍ତମାନ ଲୋକଙ୍କ ଆହୁରି ଆଶା ବଢି ଯାଇଛି | ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଶ୍ଚିତ ରୂପରେ ଏହି ସବୁ ସମସ୍ଯାର ସମାଧାନ କରିବେ ଓ ଭାରତକୁ ଏକ ପ୍ରମୁଖ ଅର୍ଥନୀତିରେ ପରିଣତ କରିବେ ବୋଲି ଦେଶବାସୀଙ୍କ ପ୍ରଗାଢ ବିଶ୍ଵାସ ରହିଛି | ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଭାରତ ଏକ ନୂତନ ଶିଖର ଛୁଇଁବ ବୋଲି ପ୍ରତୀଟି ଭାରତୀୟଙ୍କ ଆଶା ଉଜ୍ଜୀବିତ ହୋଇଛି |

ଦ୍ଵିତୀୟ ଥର ପାଇଁ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରି କ୍ଷମତାର ଶୀର୍ଷ ଆସନ ଅଳଙ୍କୃତ କରିବାକୁ ଯାଉଥିବା ମହାନ ନେତା ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମେତ ବହୁ ବିଶ୍ଵ ନେତାଙ୍କ ଅଭିନନ୍ଦନର ସୁଅ ଛୁଟିଛି |ଏକ ସୁବ୍ୟବସ୍ଥିତ ବିଶ୍ଵ ଗଠନ ଲାଗି ତାଙ୍କ ସହ ମିଳି ମିଶି କାର୍ଯ୍ୟ କରିବାକୁ ସେମାନେ ଇଚ୍ଛା ବ୍ୟକ୍ତ କରିଛନ୍ତି |


ମୂଳ ଲେଖା : ପ୍ରୋଫେସର ଶିବାଜୀ ସରକାର, ରାଜନୈତିକ ଭାଷ୍ୟକାର

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...