ଭାରତର 90 କୋଟିରୁ ଉର୍ଦ୍ଧ୍ୱ ମତଦାତାଙ୍କର ଅଭୂତପୂର୍ବ ଗଣତାନ୍ତ୍ରିକ ଜନାଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2014 ମସିହାରୁ ଆରମ୍ଭ ହୋଇଥିବା ମହତ୍ୱାକାଂକ୍ଷୀ ନୂତନ ଭାରତ ପାଇଁ ବୈଦେଶିକ ନୀତିରେ ଆସନ୍ତା ପାଞ୍ଚ ବର୍ଷରେ ଅନେକ ସୁଯୋଗ ପ୍ରଦାନ କରିଛି |
ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ମନ୍ତ୍ର ଅଧୀନରେ ସମଷ୍ଟିଗତ ପ୍ରଶାସନ ତାଙ୍କ ସରକାରଙ୍କର ପ୍ରମୁଖ ନୀତି ରହିବ | ଏକ ନୂତନ ଭାରତ ଗଠନ କରିବା ପାଇଁ ଆନ୍ତର୍ଜାତୀୟ କାର୍ଯ୍ୟକଳାପ ଗୁଡିକୁ ବୃଦ୍ଧି କରାଯାଇ ଭାରତର ବୈଦେଶିକ ନୀତିକୁ ପ୍ରାଧାନ୍ୟ ଦିଆଯିବ |
ଆନ୍ତର୍ଜାତୀୟ ସ୍ତରରେ ବୃଦ୍ଧି ପାଉଥିବା ବିଶୃଙ୍ଖଳା ସମୟରେ ଚୀନ, ଆମେରିକା ଏବଂ ରୁଷ ଭଳି ପ୍ରମୁଖ ରାଷ୍ଟ୍ର ଗୁଡିକ ସହିତ ସମ୍ପର୍କ ସୁଦୃଢ କରି ଭାରତ ଏହାର ବିଦେଶ ନୀତିକୁ ଆହୁରି ଦୃଢ କରିବା ଲକ୍ଷ୍ୟରେ ରହିଛି | ଭାରତକୁ ସୁରକ୍ଷିତ, ସଶକ୍ତ ଏବଂ ପରିବର୍ତ୍ତନ କରିବା ସକାଶେ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ତଥା ବୈଷୟିକ ଜ୍ଞାନ କୌଶଳ ବିକାଶ ସମେତ ପ୍ରତ୍ୟେକ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି | ଆମେରିକା, ଚୀନ, ୟୁରୋପୀୟ ସଂଘ, ଜାପାନ, ASEAN ଏବଂ ରୁଷ ଭଳି ବିଶ୍ବର ପ୍ରମୁଖ ଅର୍ଥନୈତିକ ଶକ୍ତି ଗୁଡିକ ସହ ମଧ୍ୟ ଭାରତର ସମ୍ପର୍କ ବୃଦ୍ଧି ପାଉଛି |
ବିଶ୍ବରେ ଏକ ଦ୍ରୁତତମ ବିକାଶମୁଖୀ ଅର୍ଥନୈତିକ ରାଷ୍ଟ୍ର ଭାବେ ନିଜର ପ୍ରତିଷ୍ଠାକୁ ବଜାୟ ରଖିବା ସକାଶେ ଭାରତ ପାଇଁ ଏକ ସୁରକ୍ଷିତ ଓ ବିଶ୍ୱସ୍ତ ପଡୋଶୀ ନିତାନ୍ତ ଆବଶ୍ୟକ | ଭାରତର ବିକାଶ ଏହା ଦର୍ଶାଇଛି ଯେ, ଶାନ୍ତି ଓ ନିରାପତ୍ତା ବିନା, ନିରନ୍ତର ବିକାଶ ହୋଇପାରିବ ନାହିଁ | ଭାରତ ଚତୁଃପାର୍ଶ୍ବରେ ଏକ ସକାରାତ୍ମକ ପରିବେଶ ସୁନିଶ୍ଚିତ କରିବା ଭାରତର ବିଦେଶ ନୀତିର ଏକ ଉଲ୍ଲେଖନୀୟ ପ୍ରାଥମିକତା ରହିବ | ଏଥିପାଇଁ ଭାରତର ପଡୋଶୀ ରାଷ୍ଟ୍ର ଗୁଡିକର ସନ୍ତ୍ରାସବାଦ ବିରୁଦ୍ଧରେ ମୁକାବିଲା ପାଇଁ ସହଯୋଗ ଓ ସାମାଜିକ-ଅର୍ଥନୈତିକ ବିକାଶ ନିମନ୍ତେ ଆସ୍ଥା ସୂଚକ ପଦକ୍ଷେପ ସମେତ ସମନ୍ବିତ ଭାବଧାରାର ମଧ୍ୟ ଆବଶ୍ୟକତା ରହିଛି |
ଏସିଆରେ, ଆସନ୍ତା ପାଞ୍ଚ ବର୍ଷ ଭାରତକୁ ଆଫ୍ରିକାରୁ ଆମେରିକା ପର୍ଯ୍ୟନ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ରଣକୌଶଳ ଜନିତ ଢାଞ୍ଚା ପ୍ରସ୍ତୁତ କରିବାରେ ଅପୂର୍ବ ସୁଯୋଗ ପ୍ରଦାନ କରିଛି | ଏହାକୁ ଭାରତର ପ୍ରଧାନମନ୍ତ୍ରୀ 2015 ମସିହା ମାର୍ଚ୍ଚ ମାସରେ SAGAR - ସମସ୍ତ ଅଞ୍ଚଳ ସକାଶେ ସୁରକ୍ଷା ଓ ବିକାଶ ଏବଂ 2018 ମସିହା ଜୁନ ମାସରେ ସିଙ୍ଗାପୁରରେ ଶଁଗ୍ରୀଲା କଥାବାର୍ତ୍ତା ସମୟରେ ଦେଇଥିବା ବିବୃତ୍ତିରେ ଉଲ୍ଲେଖ କରିଥିଲେ |
ଗତ ପାଞ୍ଚ ବର୍ଷରେ ଗ୍ରହଣ କରାଯାଇଥିବା ଐତିହାସିକ ପଦକ୍ଷେପ ଗୁଡିକ ଦ୍ୱାରା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ପଶ୍ଚିମ ଭାଗ, ଉପସାଗରୀୟ ଅଞ୍ଚଳ ଏବଂ ପଶ୍ଚିମ ଏସିଆ ପାଇଁ ଭାରତର ବିଦେଶ ନୀତି ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବାର ଆଶା କରାଯାଇପାରେ | ସେହି ଅଞ୍ଚଳ ଗୁଡିକରେ ଭାରତର 80 ଲକ୍ଷ ଲୋକ ବସବାସ କରନ୍ତି ଏବଂ କାର୍ଯ୍ୟରତ ରହିଛନ୍ତି | ଚାବାହାର ପ୍ରକଳ୍ପ ଭଳି ସଂଯୋଗ ପ୍ରକଳ୍ପ ଗୁଡିକର ଯଥାଶୀଘ୍ର ସମ୍ପନ୍ନ ସକାଶେ ନୂଆଦିଲ୍ଲୀ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି |
ଭାରତ-ଆଫ୍ରିକା ଫୋରମ ସମ୍ମିଳନୀ, ଭାରତ-ପ୍ରଶାନ୍ତ ମହାସାଗର ଦ୍ଵୀପପୁଞ୍ଜ ସହଯୋଗ ବୈଠକ ଏବଂ ଭାରତ-ଲାଟିନ ଆମେରିକା ସମ୍ମିଳନୀରେ ପ୍ରସ୍ତାବିତ କାର୍ଯ୍ୟ ଅନୁଯାୟୀ ଗତ ପାଞ୍ଚ ବର୍ଷରେ ଗ୍ରହଣ କରାଯାଇଥିବା ଭାରତୀୟ ବିଦେଶ ନୀତି କାର୍ଯ୍ୟକ୍ରମ ଗୁଡିକର କାର୍ଯ୍ୟକାରୀତାକୁ ପ୍ରାଧାନ୍ୟ ଦିଆଯିବା ଉଚିତ | ଏହି ପଦକ୍ଷେପ ଗୁଡିକ ଆନ୍ତର୍ଜାତୀୟ ସ୍ତରରେ ଭାରତର ଭୂମିକାକୁ ଉଲ୍ଲେଖନୀୟ କରାଇବାରେ ସହାୟକ ହେବ |
ଚତୁର୍ଥ ଶିଳ୍ପ ବିପ୍ଳବର କ୍ଷୀପ୍ର ଆବିର୍ଭାବ ସହିତ ଭାରତର ବିଦେଶ ନୀତି ଏକ ବିଂଶ ଶତାଦ୍ଦୀରେ ବିଶ୍ୱକୁ ଏକ ରୂପରେଖ ପ୍ରଦାନ କରିବାର ସୁଯୋଗ ଦେଇଛି | 'ଡିଜିଟାଲ ଇଣ୍ଡିଆ'କୁ ଆହୁରି ପ୍ରଗତି ଏବଂ ପ୍ରଭାବଶାଳୀ ତଥା ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ବିଶ୍ବ ସ୍ତରରେ ଏକ ପ୍ରମୁଖ ସ୍ଥାନ ହାସଲ ନିମନ୍ତେ ଭାରତ ସକ୍ରିୟ ଭାବେ ଏହି କ୍ଷେତ୍ରରେ ଅଂଶ ଗ୍ରହଣ କରିବା ଉଚିତ |
2020 ମସିହା ଜୁନ ମାସରେ ଭାରତ ଜାତିସଂଘ ନିରାପତ୍ତା ପରିଷଦର ଏନ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହେବ ଯାହାର କାର୍ଯ୍ୟକାଳ ଦୁଇ ବର୍ଷ ଅର୍ଥାତ 2022 ପର୍ଯ୍ୟନ୍ତ ରହିବ | 2021 ମସିହାରେ ଭାରତ ତିନି ବର୍ଷ ପାଇଁ ଅର୍ଥାତ 2024 ମସିହା ପର୍ଯ୍ୟନ୍ତ ଜାତିସଂଘ ମାନବାଧିକାର ପରିଷଦକୁ ପୁନଃ ନିର୍ବାଚିତ ହେବା ବାକି ରହିଛି | 2022 ମସିହାରେ ଭାରତ G-20 ଶୀଖର ସମ୍ମିଳନୀରେ ଅଧ୍ୟକ୍ଷତା କରିବ | ଏହି ସବୁ ପ୍ରମୁଖ ଆନ୍ତର୍ଜାତୀୟ ନେତୃତ୍ୱ ଗୁଡିକ ଭାରତକୁ ନିଜ ସ୍ଥିତି ମଜବୁତ କରିବାର ଅପୂର୍ବ ସୁଯୋଗ ପ୍ରଦାନ କରିବା ସହ ଆନ୍ତର୍ଜାତୀୟ ସହଯୋଗ ବୃଦ୍ଧି କରିବାର ସୁଯୋଗ ଦେଇଛି ଯାହା ଭାରତର ପରିବର୍ତ୍ତନ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ରହିଛି |
ମୂଳ ଲେଖା : ଅଶୋକ କୁମାର ମୁଖାର୍ଜୀ, ଜାତିସଂଘକୁ ଭାରତର ପୂର୍ବତନ ସ୍ଥାୟୀ ପ୍ରତିନିଧି
ଅନୁବାଦ : ଅନୀଲ କୁମାର ପଟ୍ଟନାୟକ

Comments
Post a Comment