Skip to main content

ମୋଦିଙ୍କ ଦ୍ଵିତୀୟ ଥରର ସରକାରରେ ଭାରତର ବୈଦେଶିକ ନୀତି ପଦକ୍ଷେପ


ଭାରତର 90 କୋଟିରୁ ଉର୍ଦ୍ଧ୍ୱ ମତଦାତାଙ୍କର ଅଭୂତପୂର୍ବ ଗଣତାନ୍ତ୍ରିକ ଜନାଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2014 ମସିହାରୁ ଆରମ୍ଭ ହୋଇଥିବା ମହତ୍ୱାକାଂକ୍ଷୀ ନୂତନ ଭାରତ ପାଇଁ ବୈଦେଶିକ ନୀତିରେ ଆସନ୍ତା ପାଞ୍ଚ ବର୍ଷରେ ଅନେକ ସୁଯୋଗ ପ୍ରଦାନ କରିଛି |

ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ମନ୍ତ୍ର ଅଧୀନରେ ସମଷ୍ଟିଗତ ପ୍ରଶାସନ ତାଙ୍କ ସରକାରଙ୍କର ପ୍ରମୁଖ ନୀତି ରହିବ | ଏକ ନୂତନ ଭାରତ ଗଠନ କରିବା ପାଇଁ ଆନ୍ତର୍ଜାତୀୟ କାର୍ଯ୍ୟକଳାପ ଗୁଡିକୁ ବୃଦ୍ଧି କରାଯାଇ ଭାରତର ବୈଦେଶିକ ନୀତିକୁ ପ୍ରାଧାନ୍ୟ ଦିଆଯିବ |

ଆନ୍ତର୍ଜାତୀୟ ସ୍ତରରେ ବୃଦ୍ଧି ପାଉଥିବା ବିଶୃଙ୍ଖଳା ସମୟରେ ଚୀନ, ଆମେରିକା ଏବଂ ରୁଷ ଭଳି ପ୍ରମୁଖ ରାଷ୍ଟ୍ର ଗୁଡିକ ସହିତ ସମ୍ପର୍କ ସୁଦୃଢ କରି ଭାରତ ଏହାର ବିଦେଶ ନୀତିକୁ ଆହୁରି ଦୃଢ କରିବା ଲକ୍ଷ୍ୟରେ ରହିଛି | ଭାରତକୁ ସୁରକ୍ଷିତ, ସଶକ୍ତ ଏବଂ ପରିବର୍ତ୍ତନ କରିବା ସକାଶେ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ତଥା ବୈଷୟିକ ଜ୍ଞାନ କୌଶଳ ବିକାଶ ସମେତ ପ୍ରତ୍ୟେକ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି | ଆମେରିକା, ଚୀନ, ୟୁରୋପୀୟ ସଂଘ, ଜାପାନ, ASEAN ଏବଂ ରୁଷ ଭଳି ବିଶ୍ବର ପ୍ରମୁଖ ଅର୍ଥନୈତିକ ଶକ୍ତି ଗୁଡିକ ସହ ମଧ୍ୟ ଭାରତର ସମ୍ପର୍କ ବୃଦ୍ଧି ପାଉଛି |

ବିଶ୍ବରେ ଏକ ଦ୍ରୁତତମ ବିକାଶମୁଖୀ ଅର୍ଥନୈତିକ ରାଷ୍ଟ୍ର ଭାବେ ନିଜର ପ୍ରତିଷ୍ଠାକୁ ବଜାୟ ରଖିବା ସକାଶେ ଭାରତ ପାଇଁ ଏକ ସୁରକ୍ଷିତ ଓ ବିଶ୍ୱସ୍ତ ପଡୋଶୀ ନିତାନ୍ତ ଆବଶ୍ୟକ | ଭାରତର ବିକାଶ ଏହା ଦର୍ଶାଇଛି ଯେ, ଶାନ୍ତି ଓ ନିରାପତ୍ତା ବିନା, ନିରନ୍ତର ବିକାଶ ହୋଇପାରିବ ନାହିଁ | ଭାରତ ଚତୁଃପାର୍ଶ୍ବରେ ଏକ ସକାରାତ୍ମକ ପରିବେଶ ସୁନିଶ୍ଚିତ କରିବା ଭାରତର ବିଦେଶ ନୀତିର ଏକ ଉଲ୍ଲେଖନୀୟ ପ୍ରାଥମିକତା ରହିବ | ଏଥିପାଇଁ ଭାରତର ପଡୋଶୀ ରାଷ୍ଟ୍ର ଗୁଡିକର ସନ୍ତ୍ରାସବାଦ ବିରୁଦ୍ଧରେ ମୁକାବିଲା ପାଇଁ ସହଯୋଗ ଓ ସାମାଜିକ-ଅର୍ଥନୈତିକ ବିକାଶ ନିମନ୍ତେ ଆସ୍ଥା ସୂଚକ ପଦକ୍ଷେପ ସମେତ ସମନ୍ବିତ ଭାବଧାରାର ମଧ୍ୟ ଆବଶ୍ୟକତା ରହିଛି |

ଏସିଆରେ, ଆସନ୍ତା ପାଞ୍ଚ ବର୍ଷ ଭାରତକୁ ଆଫ୍ରିକାରୁ ଆମେରିକା ପର୍ଯ୍ୟନ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ରଣକୌଶଳ ଜନିତ ଢାଞ୍ଚା ପ୍ରସ୍ତୁତ କରିବାରେ ଅପୂର୍ବ ସୁଯୋଗ ପ୍ରଦାନ କରିଛି | ଏହାକୁ ଭାରତର ପ୍ରଧାନମନ୍ତ୍ରୀ 2015 ମସିହା ମାର୍ଚ୍ଚ ମାସରେ SAGAR - ସମସ୍ତ ଅଞ୍ଚଳ ସକାଶେ ସୁରକ୍ଷା ଓ ବିକାଶ ଏବଂ 2018 ମସିହା ଜୁନ ମାସରେ ସିଙ୍ଗାପୁରରେ ଶଁଗ୍ରୀଲା କଥାବାର୍ତ୍ତା ସମୟରେ ଦେଇଥିବା ବିବୃତ୍ତିରେ ଉଲ୍ଲେଖ କରିଥିଲେ |

ଗତ ପାଞ୍ଚ ବର୍ଷରେ ଗ୍ରହଣ କରାଯାଇଥିବା ଐତିହାସିକ ପଦକ୍ଷେପ ଗୁଡିକ ଦ୍ୱାରା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ପଶ୍ଚିମ ଭାଗ, ଉପସାଗରୀୟ ଅଞ୍ଚଳ ଏବଂ ପଶ୍ଚିମ ଏସିଆ ପାଇଁ ଭାରତର ବିଦେଶ ନୀତି ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବାର ଆଶା କରାଯାଇପାରେ | ସେହି ଅଞ୍ଚଳ ଗୁଡିକରେ ଭାରତର 80 ଲକ୍ଷ ଲୋକ ବସବାସ କରନ୍ତି ଏବଂ କାର୍ଯ୍ୟରତ ରହିଛନ୍ତି | ଚାବାହାର ପ୍ରକଳ୍ପ ଭଳି ସଂଯୋଗ ପ୍ରକଳ୍ପ ଗୁଡିକର ଯଥାଶୀଘ୍ର ସମ୍ପନ୍ନ ସକାଶେ ନୂଆଦିଲ୍ଲୀ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି |

ଭାରତ-ଆଫ୍ରିକା ଫୋରମ ସମ୍ମିଳନୀ, ଭାରତ-ପ୍ରଶାନ୍ତ ମହାସାଗର ଦ୍ଵୀପପୁଞ୍ଜ ସହଯୋଗ ବୈଠକ ଏବଂ ଭାରତ-ଲାଟିନ ଆମେରିକା ସମ୍ମିଳନୀରେ ପ୍ରସ୍ତାବିତ କାର୍ଯ୍ୟ ଅନୁଯାୟୀ ଗତ ପାଞ୍ଚ ବର୍ଷରେ ଗ୍ରହଣ କରାଯାଇଥିବା ଭାରତୀୟ ବିଦେଶ ନୀତି କାର୍ଯ୍ୟକ୍ରମ ଗୁଡିକର କାର୍ଯ୍ୟକାରୀତାକୁ ପ୍ରାଧାନ୍ୟ ଦିଆଯିବା ଉଚିତ | ଏହି ପଦକ୍ଷେପ ଗୁଡିକ ଆନ୍ତର୍ଜାତୀୟ ସ୍ତରରେ ଭାରତର ଭୂମିକାକୁ ଉଲ୍ଲେଖନୀୟ କରାଇବାରେ ସହାୟକ ହେବ |

ଚତୁର୍ଥ ଶିଳ୍ପ ବିପ୍ଳବର କ୍ଷୀପ୍ର ଆବିର୍ଭାବ ସହିତ ଭାରତର ବିଦେଶ ନୀତି ଏକ ବିଂଶ ଶତାଦ୍ଦୀରେ ବିଶ୍ୱକୁ ଏକ ରୂପରେଖ ପ୍ରଦାନ କରିବାର ସୁଯୋଗ ଦେଇଛି | 'ଡିଜିଟାଲ ଇଣ୍ଡିଆ'କୁ ଆହୁରି ପ୍ରଗତି ଏବଂ ପ୍ରଭାବଶାଳୀ ତଥା ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ବିଶ୍ବ ସ୍ତରରେ ଏକ ପ୍ରମୁଖ ସ୍ଥାନ ହାସଲ ନିମନ୍ତେ ଭାରତ ସକ୍ରିୟ ଭାବେ ଏହି କ୍ଷେତ୍ରରେ ଅଂଶ ଗ୍ରହଣ କରିବା ଉଚିତ |

2020 ମସିହା ଜୁନ ମାସରେ ଭାରତ ଜାତିସଂଘ ନିରାପତ୍ତା ପରିଷଦର ଏନ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହେବ ଯାହାର କାର୍ଯ୍ୟକାଳ ଦୁଇ ବର୍ଷ ଅର୍ଥାତ 2022 ପର୍ଯ୍ୟନ୍ତ ରହିବ | 2021 ମସିହାରେ ଭାରତ ତିନି ବର୍ଷ ପାଇଁ ଅର୍ଥାତ 2024 ମସିହା ପର୍ଯ୍ୟନ୍ତ ଜାତିସଂଘ ମାନବାଧିକାର ପରିଷଦକୁ ପୁନଃ ନିର୍ବାଚିତ ହେବା ବାକି ରହିଛି | 2022 ମସିହାରେ ଭାରତ G-20 ଶୀଖର ସମ୍ମିଳନୀରେ ଅଧ୍ୟକ୍ଷତା କରିବ | ଏହି ସବୁ ପ୍ରମୁଖ ଆନ୍ତର୍ଜାତୀୟ ନେତୃତ୍ୱ ଗୁଡିକ ଭାରତକୁ ନିଜ ସ୍ଥିତି ମଜବୁତ କରିବାର ଅପୂର୍ବ ସୁଯୋଗ ପ୍ରଦାନ କରିବା ସହ ଆନ୍ତର୍ଜାତୀୟ ସହଯୋଗ ବୃଦ୍ଧି କରିବାର ସୁଯୋଗ ଦେଇଛି ଯାହା ଭାରତର ପରିବର୍ତ୍ତନ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ରହିଛି |

ମୂଳ ଲେଖା : ଅଶୋକ କୁମାର ମୁଖାର୍ଜୀ, ଜାତିସଂଘକୁ ଭାରତର ପୂର୍ବତନ ସ୍ଥାୟୀ ପ୍ରତିନିଧି
ଅନୁବାଦ : ଅନୀଲ କୁମାର ପଟ୍ଟନାୟକ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...