Skip to main content

ତୁର୍କୀ-ଭାରତ ସମ୍ପର୍କରେ ଗଭୀରତା

ଭାରତ ଓ ତୁର୍କୀ ବରିଷ୍ଠ ଅଧିକାରୀ ସ୍ତରୀୟ ଦୁଇଟି ଲଗାତାର ବୈଠକ ସହ ସେମାନଙ୍କ ସହଭାଗିତାକୁ ଉନ୍ନତ କରିବା ଲାଗି ବର୍ତ୍ତମାନ ନୀରବ ସ୍ଥିତିରେ ରହିଥିଲା ବେଳେ ଏଦିଗରେ ସେମାନେ ଯଥେଷ୍ଟ ପ୍ରଗତି ହାସଲ କରିଛନ୍ତି |ତୁର୍କୀ ଅଧୁନା ଉଭା ହେଉଥିବା ସହଯୋଗୀ ରାଷ୍ଟ୍ର ଭାରତ ଓ ପାରମ୍ପରିକ ସହଯୋଗୀ ପାକିସ୍ତାନ ମଧ୍ୟରେ ନିଜର ସମ୍ପର୍କ ବୃଦ୍ଧି କରିବା ପାଇଁ ଲକ୍ଷ ରଖିଛି |ଅଙ୍କାରା ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଡଃ ଇବ୍ରାହିମ କାଲିନ,  ନୂଆଦିଲ୍ଲୀ ଗସ୍ତ ସମୟରେ ଅନୁଷ୍ଠିତ ବୈଠକରେ  ଭାଗୀଦାରୀତାର ଅର୍ଥନୈତିକ ସ୍ଥିତି ସୁଦୃଢ ଲାଗି ପଦକ୍ଷେପ ଗ୍ରହଣ ସମେତ ବ୍ୟାପକ ଆତଙ୍କବାଦ ନିରୋଧୀ ସହଯୋଗ ବିଷୟ ଉତଥାପନ କରିଥିଲେ |
ଭାରତ ଦୀର୍ଘ ଦିନ ଧରି ଶିକାର ହୋଇ ଆସୁଥିବା ସୀମା ପାର ଆତଙ୍କବାଦ ବିପଦର ଦୂରୀକରଣ ଲାଗି ତୁର୍କୀ ର ସହଭାଗିତା ଲୋଡିଛି | ଡଃ ଇବ୍ରାହିମ କାଲିନ  ଭାରତର ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲଙ୍କ ସହ ସାକ୍ଷାତ କରିବା ସମୟରେ ଶ୍ରୀଲଙ୍କାରେ ସମ୍ପ୍ରତ୍ତି ଘଟିଥିବା ସନ୍ତ୍ରାସବାଦ ଆକ୍ରମଣ ପ୍ରସଙ୍ଗ ମଧ୍ୟ ମୁଖ୍ୟ ଆଲୋଚ୍ୟ  ବିଷୟ ରହିଥିଲା |ଉଭୟ ପକ୍ଷ, ଦକ୍ଷିଣ ଏସିଆ ଓ ପଶ୍ଚିମ ଏସିଆ ସଙ୍କ୍ରାନ୍ତୀୟ ପ୍ରସଙ୍ଗ ସମେତ ଆନ୍ତର୍ଜାତୀୟ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ମତାମତ ଆଦାନ ପ୍ରଦାନ କରିଥିଲେ |ଉଭୟଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକ ସମୟରେ ସନ୍ତ୍ରାସବାଦ ଆକ୍ରମଣର ପ୍ରାୟୋଜକ ତଥା  ଏହି ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସବୁ ରୂପରେ ସନ୍ତ୍ରାସବାଦର ମୂଳୋତ୍ପାଟନ ଲାଗି ପରସ୍ପର ମଧ୍ୟରେ ସହଯୋଗ ସ୍ଥାପନର ମହତ୍ଵ ଉପରେ ପ୍ରାଧାନ୍ୟ ଦେଇଥିଲେ |ଦୁଇ ଦେଶର ବରିଷ୍ଠ ଅଧିକାରୀ ମାନେ ସଭ୍ୟତା ଓ ସାଂସ୍କୃତିକ ସମ୍ପର୍କ ଉପରେ ମଧ୍ୟ ଗୁରୁତ୍ଵାରୋପ କରିଥିଲେ |
ନୂଆଦିଲ୍ଲୀ ଓ ଅଙ୍କାରା, କଠୋରପନ୍ଥୀ ହ୍ରାସ  କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ଚାହୁଁଥିବାରୁ ଡଃ କାଲିନ ତାଙ୍କ ଗସ୍ତ କାଳରେ  ବରିଷ୍ଠ ଇସଲାମୀୟ ବିଦ୍ଵାନ ଓ ବୁଦ୍ଧିଜୀବି ମାନଙ୍କ ସହ ମଧ୍ୟ ଆଳାପ ଆଲୋଚନା କରିଥିଲେ |ଭାରତୀୟ ସାଂସ୍କୃତିକ ଓ ବହୁଳବାଦ ମୋଜେସ ଏବଂ ଇସଲାମୀୟ ପରମ୍ପରା ନେଇ ଉତ୍ତମ ବୁଝାମଣା ଏହି ବୈଠକର ମୂଳ ଉଦ୍ଦେଶ୍ୟ ଥିଲା |
ଡଃ କାଲିନଙ୍କ ଭାରତ ଗସ୍ତର କିଛି ଦିନ ପରେ ତୁର୍କୀର ଉପ ବୈଦେଶିକ ମନ୍ତ୍ରୀ ସେଦାତ ଅନାଲ ତିନି ଦିନିଆ ଭାରତ ଗସ୍ତରେ ଆସିଥିଲେ |ସେ ବୈଦେଶିକ ମନ୍ତ୍ରଣାଳୟ ସଚିବ (ୱେଷ୍ଟ ) ଗିତେଶ ଏ ଶର୍ମାଙ୍କ ସହ ସାକ୍ଷାତ କରି ବାଣିଜ୍ୟ ଓ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ସମ୍ପର୍କ  ବୃଦ୍ଧି ଲାଗି ସମ୍ଭାବନା ଗୁଡିକର ପରୀକ୍ଷା ନିରୀକ୍ଷା କରିବା ସମେତ ବିଭିନ୍ନ କ୍ଷେତ୍ରରେ ଦ୍ଵିପକ୍ଷୀୟ ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ବ୍ୟାପକ ଆଳାପ  ଆଲୋଚନା କରିଥିଲେ |ଊଭୟ ପକ୍ଷ  ପାରସ୍ପରିକ ଆଞ୍ଚଳର ବର୍ତ୍ତମାନ ସ୍ଥିତିର ପ୍ରଗତି ନେଇ ସମୀକ୍ଷା କରିଥିଲେ ଓ ଅନେକ ବହୁପକ୍ଷୀୟ ପ୍ରସଙ୍ଗ ଉପରେ ବିଚାରଧାରା ଆଦାନ ପ୍ରଦାନ କରିଥିଲେ |
ପାକିସ୍ତାନରୁ ଚାଲେଞ୍ଜ ଗୁଡିକୁ ମୁକାବିଲା କରିବା ପାଇଁ ତୁର୍କୀର ସମର୍ଥନ ଅତ୍ୟନ୍ତ ମହତ୍ବପୂର୍ଣ୍ଣ କାରଣ ଅଙ୍କାରା ଇସଲାମାବାଦର ପାରମ୍ପରିକ ସହଯୋଗୀ ରାଷ୍ଟ୍ର ରହିଆସିଛି |ତେବେ ରାଷ୍ଟ୍ରପତି ରେସେପ ତାଈପ ଏର୍ଡୋଗାନ, ଦକ୍ଷିଣ ଏସିଆରେ  ବ୍ୟାପକ ରୂପରେ ତୁର୍କିର ଉପସ୍ଥିତି ଜାହିର କରିବାକୁ ପ୍ରୟାସ କରିଆସୁଛନ୍ତି  |
2017ରେ ଶ୍ରୀ ଏର୍ଡୋଗାନଙ୍କ ଭାରତ ଗସ୍ତ  ସଂକେତ ଦେଇଥିଲା ଯେ ସେ ଭାରତର ପ୍ରଧାନମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ବିକଶିତ କରିବାକୁ ଚାହାନ୍ତି |ପାକିସ୍ତାନ ସୀମାପାର ସନ୍ତ୍ରାସବାଦକୁ ଏକ ଆୟୁଧ ଭାବେ ବ୍ୟବହାର କରୁଥିବା ସମସ୍ୟାର ମୁକାବିଲା କରିବା ଲାଗି ଭାରତ, ପଶ୍ଚିମ ଏସିଆର ତିନୋଟି ମେରୁ ସାଉଦି  ଆରବ, ଇରାନ ଓ ତୁର୍କୀ ସହ ରୀତି ମତ ସକ୍ରିୟ ଭାବେ  କଥାବାର୍ତ୍ତା ଜାରି ରଖିଛି  |
ପର୍ଯ୍ୟଟନ,ସ୍ମାର୍ଟ ସିଟି, ନିର୍ମାଣ, ମୌଳିକଢାଞ୍ଚା ଓ ସୂଚନା ପ୍ରଯୁକ୍ତି ବିଦ୍ୟା ଭଳି  ନିର୍ଦ୍ଦିଷ୍ଟ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ର ସମ୍ଭାବନା ନେଇ ଉଭୟ ଦେଶ ଦ୍ଵାରା ଅନୁସନ୍ଧାନ କରାଯାଉଛି |2017ରେ  ତୁର୍କୀ ରାଷ୍ଟ୍ରପତି ଙ୍କ ଭାରତ ଗସ୍ତ ପରେ ଦ୍ଵିପକ୍ଷୀୟ ବାଣିଜ୍ୟ କାରବାର ବୃଦ୍ଧି ପାଇ ବର୍ତ୍ତମାନ 8.6 ବିଲିଅନ ଆମେରିକୀୟ ଡଲାରରେ ପହଞ୍ଚିଛି |ତେବେ 2020 ସୁଦ୍ଧା ଏହାକୁ 10 ବିଲିୟନ ଡଲାର କରିବା ପାଇଁ ଲକ୍ଷ ରଖାଯାଇଛି |ତୁର୍କୀ ର ଫାଷ୍ଟ ମୁଭିଙ୍ଗ ଉପଭୋକ୍ତା ସାମଗ୍ରୀ (ଏଫଏମସିଜି)ଉତ୍ପାଦ ଗୁଡିକ ଭାରତୀୟ ବଜାର ରେ ପ୍ରବେଶ ଲାଗି ଉଦ୍ୟମଚଳେଇଛନ୍ତି|
ଭାରତ-ତୁର୍କୀ ବାଣିଜ୍ୟ କାରବାର ଗତ ଦେଢ ଦଶନ୍ଧିରେ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି |ଭରତ ତୁର୍କୀକୁ ରପ୍ତାନି କରୁଥିବା ପ୍ରମୁଖ ସାମଗ୍ରୀ ଗୁଡିକ ହେଲା ମଧ୍ୟମ ତୈଳ ଓ ଇନ୍ଧନ,ମାନବ ନିର୍ମିତ ଫିଲାମେଣ୍ଟ୍ସ ଓ ଷ୍ଟେପଲ ଫାଇବର, ଅଟୋମୋଟିଭ ସ୍ପେଆର ପାର୍ଟ୍ସ ଓ ସହାୟକ ଉପକରଣ , କାର୍ବୋନିକ ରସାୟନ ଇତ୍ୟାଦି | ସେହିପରି ତୁର୍କୀ ଭାରତକୁ ରପ୍ତାନି କରୁଥିବା ସାମଗ୍ରୀ ଗୁଡିକ ହେଲା ଭଙ୍ଗା ଓ ଅଭଙ୍ଗା ପପି ସିଡ୍ସ,ଯନ୍ତ୍ରପାତି ଓ ଯାନ୍ତ୍ରିକ ଉପକରଣ, ଲୁହା ଓ ଇସ୍ପାତ ଲେଖା, ଅକାର୍ବନିକ ରସାୟନ,ମୋତି ଓ ମୁଲ୍ୟବାନ/ଅର୍ଦ୍ଧ ମୁଲ୍ୟବାନ ପଥର ଓ ଧାତୁ (ନକଲି ଅଳଙ୍କାର), ଶଙ୍ଖମଲମଲ ଇତ୍ୟାଦି |
ଭାରତ ଓ ତୁର୍କୀ ମଧ୍ୟରେ ଐତିହାସିକ ସମ୍ପର୍କ ରହିଛି |ତୁର୍କୀ ସୁଲତାନ ଓ ଉପମହାଦ୍ଵୀପର ଶାସକ ମାନଙ୍କ ମଧ୍ୟରେ କୂଟନୈତିକ ମିଶନର ପ୍ରଥମ ଆଦାନ ପ୍ରଦାନ 1481 ରୁ 82 ପର୍ଯ୍ୟନ୍ତ ରହିଥିଲା |ମଉଲାନା ଜଲାଲୁଦ୍ଦିନ ରୁମିଙ୍କ ସୁଫି ଦର୍ଶନ ଏହାର ପରମ୍ପରା ସୁଫିବାଦ ଓ ଭକ୍ତି ଆନ୍ଦୋଳନ ସହ ଭାରତୀୟ ଉପମହାଦ୍ଵୀପରେ ପ୍ରତ୍ବୀନିତ ହୋଇଥିଲା |ଭାରତ ଓ ତୁର୍କୀ ମଧ୍ୟରେ ବର୍ତ୍ତମାନର ଐତିହାସିକ ସମ୍ପର୍କ, 1912 ରେ ବାଲ୍କନ ଯୁଦ୍ଧ ଓ ଖିଲାଫତ ଆନ୍ଦୋଳନ (1919-1924) ସମୟରେ ପ୍ରସିଦ୍ଧ ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ଡଃ ଏମଏ ଅନସାରୀ ଙ୍କ ନେତୃତ୍ବରେ ଚିକିତ୍ସା ମିଶନରେ ପ୍ରତିଫଳିତ  ହୋଇଥିଲା |ଭାରତ 1920 ରେ ତୁର୍କୀର ସ୍ଵାଧୀନତା ସଂଗ୍ରାମ ଓ ତୁର୍କୀ ଗଣରାଜ୍ୟ ଗଠନରେ ମଧ୍ୟ ସମର୍ଥନ ଦେଇଥିଲା |ମହାତ୍ମା ଗାନ୍ଧୀ ସ୍ଵୟଂ ପ୍ରଥମ ବିଶ୍ଵ ଯୁଦ୍ଧ ଶେଷ ହେବା ପରେ ତୁର୍କୀ ପ୍ରତି ହୋଇଥିବା ଅନ୍ୟାୟ ବିରୁଦ୍ଧରେ କଡା ଆଭିମୁଖ୍ଯ ଗ୍ରହଣ କରିଥିଲେ |
ମୂଳ ଲେଖା : ଦୀପାଞ୍ଜନ ରାୟ ଚୌଧୁରୀ, କୂଟନୈତିକ ସମ୍ବାଦଦାତା
ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...