Skip to main content

ଦ୍ବିତୀୟ ଥର ମୋଦି ସରକାର

ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ ପରେ ନରେନ୍ଦ୍ର ମୋଦି ଲଗାତାର ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ 58 ଜଣିଆ ମନ୍ତ୍ରୀ ମଣ୍ତଳର ସଦସ୍ୟମାନଙ୍କୁ ଶପଥ ପାଠ କରାଇଛନ୍ତି। ମନ୍ତ୍ରୀମଣ୍ତଳରେ ଭାରତର ପୂର୍ବତନ ବୈଦେଶିକ ସଚିବ ସୁବ୍ରମଣ୍ୟମ ଜୟଶଙ୍କରଙ୍କ ବ୍ୟତିତ ଭାରତୀୟ ଜନତା ପାର୍ଟି ଏବଂ ଏହାର ମେଣ୍ଟ ଦଳର ପାରଙ୍ଗମ ସଦସ୍ୟମାନେ ସ୍ଥାନ ପାଇଛନ୍ତି। ଜୟଶଙ୍କରଙ୍କୁ ମନ୍ତ୍ରୀମଣ୍ତଳରେ ସାମିଲ କରି ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କୁ ଚକିତ କରିଛନ୍ତି । ଭାରତର ବୈଦେଶିକ ମନ୍ତ୍ରଣାଳୟରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ଚୀନ ଉପରେ ତାଙ୍କର ଅଭିଜ୍ଞତା ସରକାରଙ୍କ ପାଇଁ ନିଶ୍ଚିତ ଭାବେ ଏକ ସମ୍ବଳ ସଦୃଶ୍ୟ। ବିଜେପି ସଭାପତି ଅମିତ ଶାହ ମଧ୍ୟ ମନ୍ତ୍ରୀମଣ୍ତଳରେ ସାମିଲ ହୋଇଛନ୍ତି । ଆଶା କରାଯାଉଛି ଯେ ସେ ସରକାରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ମୋଦି ସରକାରଙ୍କ ପ୍ରତି ମିଳିଥିବା ସଂଖ୍ୟା ଗରିଷ୍ଠତାକୁ ଶ୍ରୀ ମୋଦି ସମଗ୍ର ଦେଶରେ ଲୋକମାନଙ୍କର ଆଶା ଆକାଂକ୍ଷାର ପ୍ରତିଫଳନ ବୋଲି ବର୍ଣ୍ଣନା କରିଛନ୍ତି। ଲୋକମାନଙ୍କର ଆକଂକ୍ଷାକୁ ଦୃଷ୍ଟିରେ ରଖି ମନ୍ତ୍ରୀମଣ୍ତଳରେ ଦେଶର ସମସ୍ତ ଭାଗରୁ ପ୍ରତିନିଧିତ୍ବ ବିଶେଷକରି ଯୁବମାନଙ୍କୁ ଦିଆ ଯାଇଛି । ଶ୍ରୀ ମୋଦି ପୂର୍ବରୁ କହିଛନ୍ତି ଯେ ତାଙ୍କର ଦ୍ବିତୀୟ ସରକାର “NARA” (ଜାତୀୟ ଆକାଂକ୍ଷା ଏବଂ ଆଞ୍ଚଳିକ ଅଭିଳାଷ) ଉପରେ କାର୍ଯ୍ୟ କରିବ। ସେ କହିଛନ୍ତି ଉତ୍ତମ ପ୍ରଶାସନ ସହିତ ସାମଗ୍ରୀକ ବିକାଶ ତାଙ୍କ ସରକାରଙ୍କର ମୂଳ ମନ୍ତ୍ର। ଏହି ମୂଳ ମନ୍ତ୍ର ଆଧାରରେ ମନ୍ତ୍ରୀମାନଙ୍କ ଚୟନ କରାଯାଇଛି । ରାଜନାଥ ସିଂହ, ନିତୀନ ଗଡକରୀ, ରାମବିଳାଶ ପାସୱାନ, ନରେନ୍ଦ୍ର ସିଂହ ତୋମର, ପିୟୁଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ ଏବଂ ସ୍ମୃତି ଇରାନିଙ୍କ ପରି ପୂର୍ବ ମନ୍ତ୍ରୀ ମଧ୍ୟ ମୋଦିଙ୍କର ଦିତ୍ବୀୟ ସରକାରରେ ସାମିଲ ହୋଇଛନ୍ତି । ଗଜେନ୍ଦ୍ର ସିଂହ ସେଖାୱତ, ଗିରିରାଜ ସିଂହ ଏବଂ ମହେନ୍ଦ୍ର ନାଥ ପାଣ୍ତେଙ୍କ ପରି କେତେଜଣ କନିଷ୍ଠ ମନ୍ତ୍ରୀ ନିଜର ଦକ୍ଷତା ଯୋଗୁଁ କ୍ୟାବିନେଟ ମନ୍ତ୍ରୀକୁ ଉନ୍ନିତ ହୋଇଛନ୍ତି ।

58 ଜଣିଆ ମନ୍ତ୍ରୀଣଣ୍ତଳରେ 24 ଜଣ କ୍ୟାବିନେଟ ମନ୍ତ୍ରୀ ଥିବାବେଳେ 9 ଜଣ ରାଷ୍ଟ୍ର ମନ୍ତ୍ରୀ ସ୍ବାଧୀନ ଦାୟିତ୍ବ ଏବଂ ଅନ୍ୟ 24 ଜଣ ରାଷ୍ଟ୍ର ମନ୍ତ୍ରୀ ଭାବେ ସାମିଲ ହୋଇଛନ୍ତି । ଦେଶର ପ୍ରାୟ ସମସ୍ତ ରାଜ୍ୟର ପ୍ରତିନିଧି ଏହି ମନ୍ତ୍ରୀ ମଣ୍ତଳରେ ରହିଛନ୍ତି ଯାହାକି ପ୍ରକୃତ ଅର୍ଥରେ ଜାତୀୟ ସରକାରର ପ୍ରତିଛବିକୁ ପ୍ରମାଣିତ କରୁଛି।

ମନ୍ତ୍ରୀ ମଣ୍ତଳରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ସାମିଲ କରାଯାଇ ସମସ୍ତଙ୍କୁ ଚମତ୍କୃତ କରାଯାଇଛି। ଓଡ଼ିଶାର ବାଲେଶ୍ବର ସଂସଦୀୟ ଆସନରୁ ନିର୍ବାଚିତ ହୋଇଥିବା ଶ୍ରୀ ଷଡ଼ଙ୍ଗୀ ଛପର ଘରେ ରୁହନ୍ତି ଏବଂ ସାଧାରଣ ଜୀବନ ନିର୍ବାହ କରନ୍ତି। ତାଙ୍କର ସରଳତା ଏବଂ ଜନ କଲ୍ୟାଣ ପ୍ରତି ନିଷ୍ଠା ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ସମସ୍ତଙ୍କର ହୃଦୟ ଜୟ କରିଛି।

ନୂଆ ମନ୍ତ୍ରୀମଣ୍ତଳର ଶପଥ ଗ୍ରହଣ ସହିତ ସପ୍ତଦଶ ଲୋକସଭା ପାଇଁ ନିର୍ବାଚନ ପ୍ରକ୍ରିୟା ଇତି ମଧ୍ୟରେ ସମାପ୍ତ ହୋଇଛି। ଲୋକସଭା ସଦସ୍ୟମାନଙ୍କ ଶପଥ ଗ୍ରହଣ ପାଇଁ ପାର୍ଲାମେଣ୍ଟର ଏକ ସ୍ବଳ୍ପକାଳୀନ ଅଧିବେଶନ ଡକା ଯିବ। ଭାରତକୁ ଆକଂକ୍ଷାର ଗଣତନ୍ତ୍ର କୁହାଯିବା ପ୍ରକୃତରେ ଯଥାର୍ଥତା ରହିଛି । ଦେଶର ପ୍ରାୟ 67 ଭାଗ ଅର୍ଥାତ 90 କୋଟି ଲୋକ ମୋଦି ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଭୋଟ ଦେଇଛନ୍ତି।

ମୋଦି ସରକାର ଦ୍ବିତୀୟ ଥର ଦାୟିତ୍ବ ଗ୍ରହଣ କରିବା ସମୟରେ ବିଶ୍ବ ଅର୍ଥନୀତି ଏକ ମାନ୍ଦା ଅବସ୍ଥା ଦେଇ ଗତି କରୁଛି ଯାହାକି ନୂଆ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ । ଆମେରିକା ଏବଂ ଚୀନ ମଧ୍ୟରେ ଟିକସ ଯୁଦ୍ଧ ଏବଂ ଆମେରିକା ଦ୍ବାରା ଇରାନ ଉପରେ କଟକଣା ଯୋଗୁଁ ପାରସ୍ୟ ଉପସାଗରରେ ପୂର୍ବରୁ ସଂକଟ ମୁଣ୍ତ ଟେକି ରହିଛି । ଏହା ଦ୍ବାରା ଅଶୌଧିତ ତୈଳ ମୂଲ୍ୟରେ ଅହେତୁକ ବୃଦ୍ଧି ପାଇବ ଯାହାକି ଭାରତର ମୁଦ୍ରାସ୍ଫିତି ଉପରେ ପ୍ରଭାବ ପକାଇବ। ମୋଦି ସରକାର ତାଙ୍କ ପ୍ରଥମ କାର୍ଯ୍ୟକାଳରେ ମୁଦ୍ରାସ୍ଫିତିକୁ ନିୟନ୍ତ୍ରଣ ରଖିବାରେ ସଫଳ ହୋଇଛନ୍ତି। କୃଷକମାନଙ୍କ ଉନ୍ନତ ଜୀବନଶୈଳି ପାଇଁ ସରକାର କୃଷି କ୍ଷେତ୍ର ନିମନ୍ତେ ପଦକ୍ଷେପ ନେବାର ଆଶା କରାଯାଉଛି ।

ରାଷ୍ଟ୍ରପତି ଭବନରେ ହୋଇଥିବା ଭବ୍ୟ ଶପଥ ଗ୍ରହଣ ସମାରୋହରେ ବିମଷ୍ଟକ ଦେଶର ମୁଖ୍ୟମାନେ ଯୋଗ ଦେଇଥିଲେ । ଏହା ବ୍ୟତିତ କିରଗିଜସ୍ଥାନର ରାଷ୍ଟ୍ରପତି ତଥା ମରିସସର ପ୍ରଧାନମନ୍ତ୍ରୀ ମଧ୍ୟ ଯୋଗ ଦେବା ଭାରତର ପଡ଼ୋଶୀ ପ୍ରଥମ ନୀତିକୁ ପ୍ରତିପାଦିତ କରୁଛି। ଉଦ୍ଧେଶ୍ୟ ହେଉଛି ଅଞ୍ଚଳର ସାମଗ୍ରୀକ ବିକାଶ।

ମୂଳ ଲେଖା : ମନୀଷ ଆନନ୍ଦ
ଅନୁବାଦ : ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...