Skip to main content

2019 ICC ବିଶ୍ବ କପ କ୍ରିକେଟ ଆରମ୍ଭ


ଇଂଲଣ୍ଡ ଏବଂ ୱେଲସ ଦ୍ୱାରା ଆୟୋଜିତ ଦ୍ୱାଦଶ ବିଶ୍ବ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମେ 30 ତାରିଖରୁ 14 ଜୁଲାଇ 2019 ପର୍ଯ୍ୟନ୍ତ ଖେଳାଯିବ | ସଭ୍ୟ ପୁରୁଷଙ୍କ ଖେଳ କୁହାଯାଉଥିବା କ୍ରିକେଟ ଖେଳର ମହତ୍ୱ ଓ ମହିମା ବିଶ୍ବ କପ ପ୍ରତିଯୋଗୀତାରେ ପ୍ରତୀୟମାନ ହେବ | ପ୍ରାୟ ଦେଢ଼ ମାସ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଆନ୍ତର୍ଜାତୀୟ କ୍ରିକେଟ ପରିଷଦ - ICC ଆୟୋଜକ ରହିଛି | ପଞ୍ଚମ ଥର ପାଇଁ ବିଶ୍ବ କପ କ୍ରିକେଟ ପ୍ରତିଯୋଗୀତା ଇଂଲଣ୍ଡ ଏବଂ ୱେଲସରେ ଅନୁଷ୍ଠିତ ହେଉଛି | ଏହା ପୂର୍ବରୁ 1975, 1979, 1983 ଏବଂ 1999 ମସିହାରେ ବିଶ୍ବ କପ କ୍ରିକେଟ ପ୍ରତିଯୋଗୀତା ଏଠାରେ ଖେଳାଯାଇଥିଲା |

ଅଳ୍ପ କିଛି ଦେଶ କ୍ରିକେଟ ଖେଳୁଥିଲେ ମଧ୍ୟ ଏହା ଏକ ଅତି ଲୋକପ୍ରିୟ ଖେଳ | ଦର୍ଶକ ଏବଂ ଖେଳପ୍ରେମୀ ମାନଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଫୁଟବଲ ଓ ଲନ ଟେନିସ ପରେ କ୍ରିକେଟ ର ସ୍ଥାନ ରହିଛି | ଉପମହାଦେଶରେ କ୍ରିକେଟକୁ ପ୍ରାୟ ଏକ ଧର୍ମ ଏବଂ ଗୌଣ-ଦେବତା ଭାବେ ଲୋକମାନେ ବିବେଚନା କରିଥାଆନ୍ତି | ଭାରତ, ଶ୍ରୀଲଙ୍କା ଏବଂ ପାକିସ୍ତାନ ସେମାନଙ୍କ ମଧ୍ୟରେ 4 ଟି ବିଶ୍ବ କପ ବିଜୟୀ ହୋଇସାରିଛନ୍ତି | ଦକ୍ଷିଣ ଏସିଆର ଏକ ଦେଶରେ ଜଣେ ପୂର୍ବତନ କ୍ରିକେଟ ଖେଳାଳୀ ପ୍ରଧାନମନ୍ତ୍ରୀ ହୋଇଥିବାବେଳେ କ୍ରିକେଟରେ କୀର୍ତ୍ତିମାନ ଅର୍ଜନ କରିଥିବା ଅନ୍ୟ ପ୍ରମୁଖ ଦେଶ ଗୁଡିକରେ କିଛି ପୂର୍ବତନ କ୍ରିକେଟ ଖେଳାଳୀ ମନ୍ତ୍ରୀ ଏବଂ ଆଇନ ପ୍ରଣୟନକାରୀ ହେବା ଗୌରବ ହାସଲ କରିଛନ୍ତି |

ଚଳିତ ବିଶ୍ବ କପ କ୍ରିକେଟର ପ୍ରଥମ ମ୍ୟାଚ ଆୟୋଜକ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦି ଓଭାଲ, ଲଣ୍ଡନରେ ଖେଳାଯିବ ଏବଂ କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡସରେ ଫାଇନାଲ ମ୍ୟାଚ ଖେଳାଯିବ |

ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା 10 ଟି ଯାକ ଟିମର ଗୋଟିଏ ଗୃପ ରହିଛି ଏବଂ ପ୍ରତ୍ୟେକ ଟିମ ଅନ୍ୟ ପ୍ରତିଦ୍ବନ୍ଦୀ ଟିମ ସହ ଥରେ ଲେଖାଏଁ ମୁକାବିଲା କରିବେ, ଏବଂ ଗୃପ ପର୍ଯ୍ୟାୟର ଶେଷରେ ଶୀର୍ଷ ଚାରୋଟି ଟିମ ସେମି-ଫାଇନାଲକୁ ଉନ୍ନୀତ ହେବେ | ଚଳିତ ବିଶ୍ବ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ 10 ଟି ଦେଶ ଅଂଶ ଗ୍ରହଣ କରୁଥିବାବେଳେ ସମସ୍ତ ସହଯୋଗୀ ଟିମ ଗୁଡିକୁ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ମିଳିନାହିଁ | 2017 ମସିହା ଜୁନ ମାସରେ ଆଫଗାନିସ୍ତାନ ଏବଂ ଆୟରଲ୍ୟାଣ୍ଡ ଟେଷ୍ଟ ମାନ୍ୟତା ପାଇବା ସହ ଟେଷ୍ଟ ମ୍ୟାଚ ଖେଳୁଥିବା ଦେଶ ଗୁଡି଼କର ସଂଖ୍ୟା 10 ରୁ 12 କୁ ବୃଦ୍ଧି ପାଇଛି |

ଦୁଃଖର ବିଷୟ ଯେ, କ୍ରିକେଟ ଖେଳର ଆବିର୍ଭାବ ହୋଇଥିବା ସ୍ଥାନ ଇଂଲଣ୍ଡ ଏ ପର୍ଯ୍ୟନ୍ତ ବିଶ୍ବ କପ ବିଜୟୀ ହେବାର ସୌଭାଗ୍ୟ ପ୍ରାପ୍ତ କରିପାରିନାହିଁ | ତେବେ ଚଳିତ ବିଶ୍ବ କପର ଆୟୋଜକ ଭାବେ ଏଥର ବିଶ୍ବ କପ ଚମ୍ପିୟାନ ହେବା ପାଇଁ ଇଂଲଣ୍ଡ ଟିମ ସ୍ଥାନୀୟ ଲୋକମାନଙ୍କର ଲୋକପ୍ରିୟ ହୋଇଛି | ତେବେ ଭାରତୀୟ ଟିମ ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି ଏବଂ ଚଳିତ ବିଶ୍ବ କପ ବିଜୟୀ ହେବାର ଆଶା ରହିଛି | ଭାରତ ଏପର୍ଯ୍ୟନ୍ତ ଦୁଇଥର, 1983 ଏବଂ 2011 ମସିହାରେ ବିଶ୍ବ କପ ବିଜୟୀ ହୋଇପାରିଛି | 2003 ମସିହାରେ ଭାରତ ରନର-ଅପ ହୋଇଥିଲା ଏବଂ 2015 ମସିହାରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ବିଶ୍ବ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାରତ ସେମି-ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା |

ଭାରତୀୟ ଟିମର ନେତୃତ୍ୱ ବିରାଟ କୋହଲି ନେଉଛନ୍ତି ଯିଏକି ଜଣେ ପ୍ରତିଭାବାନ ଏବଂ ଚିତାକର୍ଷକ ଖେଳାଳୀ | ଭାରତର, ଖେଳର ସମସ୍ତ ବିଭାଗ - ବ୍ୟାଟିଙ୍ଗ, ବୋଲିଙ୍ଗ ଏବଂ ଫିଲଡିଂଗରେ ପାରଦର୍ଶିତା ରହିଛି | ୱିକେଟ କିପର ମହେନ୍ଦ୍ର ସିଂ ଧୋନୀ ମଧ୍ୟ ଟିମର ଜଣେ ବରିଷ୍ଠ ଖେଳାଳୀ ଏବଂ 2011 ଓ 2015 ମସିହାରେ ଭାରତୀୟ ବିଶ୍ବ କପ ଟିମର ଧୋନୀ କ୍ୟାପଟେନ ଥିବା ଦୃଷ୍ଟିରୁ ସେ ଓ ତାଙ୍କର ଅଭିଜ୍ଞତା ଟିମ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇବା ଆଶା ରଖାଯାଇଛି | 2011 ମସିହା ବିଶ୍ବ କପ କ୍ରିକେଟର ଫାଇନାଲରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସେ ଶ୍ରୀଲଙ୍କା ବିରୁଦ୍ଧରେ ବିଜୟ ସୂଚକ ଛକ୍କା ମାରି ଭାରତକୁ ଚମ୍ପିୟାନ କରାଇଥିଲେ | କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ତାହା ଏକ ସମ୍ମାନସୂଚକ ପୁରସ୍କାର ଥିବା ମଧ୍ୟ ବିବେଚନା କରାଯାଉଛି |

ଚଳିତ କ୍ରିକେଟ ବିଶ୍ବ କପରେ ଭାରତ ଏହାର ପ୍ରଥମ ମ୍ୟାଚରେ ଜୁନ 5 ତାରିଖରେ ଦକ୍ଷିଣ ଆଫ୍ରିକାକୁ ଭେଟିବ | ସାଉଥାମପ୍ଟନ, ରୋଜ ବାଉଲରେ ଏହି ମ୍ୟାଚ ଖେଳାଯିବ | ଭାରତ, ଏହା ପରେ ଜୁନ 9 ତାରିଖରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଏବଂ ଜୁନ 13 ତାରିଖରେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ପରବର୍ତ୍ତୀ ମ୍ୟାଚ ଖେଳିବ | ଜୁନ 16 ତାରିଖରେ ଓଲ୍ଡ ଟ୍ରାଫର୍ଡ, ମାଞ୍ଚେଷ୍ଟରରେ ଭାରତ ଏହାର ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନ ବିରୁଦ୍ଧରେ ମ୍ୟାଚ ଖେଳିବ | ଏହି ମ୍ୟାଚ ପାଇଁ ସମସ୍ତ ଟିକେଟ ବିକ୍ରୟ ଶେଷ ହୋଇଯାଇଛି | ବିଶ୍ବ କପ ପର୍ଯ୍ୟାୟରେ ଭାରତ ଏ ପର୍ଯ୍ୟନ୍ତ ପାକିସ୍ତାନ ଠାରୁ କୌଣସି ମ୍ୟାଚରେ ପରାଜିତ ହୋଇନାହିଁ | ଏହି ବିଜୟ ଅଭିଯାନ ବଜାୟ ରଖି ଭାରତ ଏହାର ରେକର୍ଡ ଜାରି ରଖିବା ଚାହିଁବ | ପରେ ଭାରତ ଏହାର ପରବର୍ତ୍ତୀ ମ୍ୟାଚ ଗୁଡିକରେ ଆଫଗାନିସ୍ତାନ, ୱେଷ୍ଟଇଣ୍ଡିଜ, ଆୟୋଜକ ଇଂଲଣ୍ଡ, ବାଙ୍ଗଲାଦେଶ ଏବଂ ଶ୍ରୀଲଙ୍କା ବିରୁଦ୍ଧରେ ମୁକାବିଲା କରିବ |

ପ୍ରଥମ ସେମି-ଫାଇନାଲ ମ୍ୟାଚ ଜୁଲାଇ 9 ତାରିଖରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ଏବଂ ଚତୁର୍ଥ କ୍ୱାଲିଫାୟର ଟିମ ମଧ୍ୟରେ ଓଲ୍ଡ ଟ୍ରାଫର୍ଡ, ମାଞ୍ଚେଷ୍ଟରରେ ଖେଳାଯିବ | ଦ୍ଵିତୀୟ ଏବଂ ତୃତୀୟ କ୍ୱାଲିଫାୟର ଟିମ ମଧ୍ୟରେ ଦ୍ଵିତୀୟ ସେମି-ଫାଇନାଲ ମ୍ୟାଚ ଜୁଲାଇ 11 ତାରିଖରେ ଏଜବାଷ୍ଟନ, ବର୍ମିଙ୍ଗହମରେ ଖେଳାଯିବ | ଫାଇନାଲ ମ୍ୟାଚର ବିଜେତା ଟିମ, ବିଶ୍ବ କପ ଟ୍ରଫି ସହ ନଗଦ 4 ମିଲିୟନ ଡଲାର ପୁରସ୍କାର ରାଶି ବିଜୟୀ ହେବ | କ୍ରିକେଟ ପ୍ରେମୀ ମାନେ ଇଂଲଣ୍ଡରେ ଚଳିତ ବର୍ଷର ଗ୍ରୀଷ୍ମ ଋତୁ ବେଶ ଉତ୍ସାହଜନକ ହେବାର ଆଶା ବାନ୍ଧି ରଖିଛନ୍ତି |

ମୂଳ ଲେଖା : କୌଶିକ ରାୟ, ଆକାଶବାଣୀ ସମ୍ବାଦ ବିଶ୍ଳେଷକ
ଅନୁବାଦ : ଅନୀଲ କୁମାର ପଟ୍ଟନାୟକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...