Skip to main content

ପୋମ୍ପେଓ ଏବଂ ଲାଭାରୋଭଙ୍କ ମଧ୍ୟରେ ଆଲୋଚନା ଏକ ନୂଆ ସଂପର୍କ ପାଇଁ ପଦକ୍ଷେପ

ଆମେରୀକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପେଓ ଯେତେବେଳେ ରୁଷକୁ ତାଙ୍କର ପ୍ରଥମ ଗସ୍ତ କରି ତାଙ୍କର ପ୍ରତିପକ୍ଷ ସର୍ଗଇ ଲାଭାରୋଭ ଏବଂ ରାଷ୍ଟ୍ରପତି ବ୍ଲାଦିମୀର ପୁତିନଙ୍କ ସହ ଆଲୋଚନା କଲେ ସେତେବେଳେ ଏହା ସ୍ପଷ୍ଟ ହୋଇଗଲା ଯେ ଟ୍ରମ୍ପ ପ୍ରଶାସନ ରୁଷ ସହିତ ଏକ ନୂଆ ସଂପର୍କ ଗଢିବାକୁ ମନସ୍ତ କରିଛି |

ଆମେରିକା ଏବଂ ରୁଷ ମଧ୍ୟରେ ନିକଟ ବର୍ଷମାନଙ୍କରେ ଯେଉଁ ନୂଆ କିନ୍ତୁ ଛୋଟିଆ ଶିତଳ ଯୁଦ୍ଧ ଦେଖାଦେଇଛି ତାହା ଆନ୍ତର୍ଜାତୀୟ ସମୁଦାୟକୁ ଅଛପା ନାହିଁ | ଆମେରିକାର ବିଦେଶ ନୀତି ବିଶ୍ଳେଷକ ଗୋଷ୍ଠିର ଅଧିକାଂଶ ବ୍ୟକ୍ତି ଆମେରିକା ଏବଂ ରୁଷ ମଧ୍ୟରେ ଖରାପ ସଂପର୍କକୁ ଏକ ଛୋଟିଆ ଶୀତଳ ଯୁଦ୍ଧ ଭାବେ ବର୍ଣ୍ଣନା କରିବାକୁ ଚାହାନ୍ତି ନାହିଁ କାରଣ ସେମାନେ ରୁଷକୁ କ୍ଷମତାଶାଳି ଭାବେ ବର୍ଣ୍ଣନା କରିବାକୁ ଚାହାନ୍ତି ନାହିଁ ଯେମିତିକି ପୂର୍ବର ସୋଭିଏତ ସଂଘ ଥିଲା |

ବାସ୍ତବରେ ଶିତଳ ଯୁଦ୍ଧ ସମୟରେ ମଧ୍ୟ ଆମେରିକାର ଶିକ୍ଷାବିତମାନେ ଆମେରିକା ଏବଂ ରୁଷ ମଧ୍ୟରେ ପରମାଣୁ ସମାନତାକୁ ଧ୍ୟାନ ଦେଉଥିବାବେଳେ ଆମେରିକାର ସଫଳ ପ୍ରଶାସକମାନେ ରୁଷକୁ ସର୍ବଦା ସମାନ ମର୍ଯ୍ୟଦା ଦେବାକୁ ଅନିଚ୍ଛୁକ ଥିଲେ | ବିଶ୍ବ ଶକ୍ତି ମଧ୍ୟ ସବୁବେଳେ ଆମେରିକାକୁ ଗୁରୁତ୍ବ ଦେଉଥିଲା କାରଣ ଥିଲା ଏହାର ଅର୍ଥନୈତିକ ଅଗ୍ରଗତି ଏବଂ ଶ୍ରେଷ୍ଠ ଜ୍ଞାନକୌଶଳ | ଏପରିକି ଆଜି ମଧ୍ୟ ଆମେରିକାର କେହିବି ରୁଷର ଶକ୍ତିକୁ ଗୁରୁତ୍ବ ଦେଉନାହାନ୍ତି, ସେମାନେ ଭାବୁନାହାନ୍ତି ଯେ ଏବେ ରୁଷ ଏବେ ମଧ୍ୟ ଶକ୍ତିଶାଳି ରାଷ୍ଟ୍ର ଭାବେ ରହିଆସିଛି ଏବଂ ଏହା ନିଜର ପରମାଣୁ କ୍ଷମତା ଦ୍ବାରା ଆମେରିକା ପାଇଁ ବିପଦ ସୃଷ୍ଟି କରିପାରେବୋଲି |

କିନ୍ତୁ ଆନ୍ତର୍ଜାତୀୟ ସମୁଦାୟ ଏସଂପର୍କରେ ଅବଗତ ଅଛନ୍ତି ଯେ ପୂର୍ବର ମହା ଶକ୍ତିଶାଳି ରୁଷ ଏବଂ ଏବେକାର ମହା ଶକ୍ତିଶାଳି ଆମେରିକା ମଧ୍ୟରେ ଏବେ ଛୋଟିଆ ଶିତଳ ଯୁଦ୍ଧ ଚାଲିଛି | ଇରାନର ପରମାଣୁ ରାଜିନାମା, ସିରିଆ ସରକାରଙ୍କୁ ସମର୍ଥନ ଏବଂ ନିକଟରେ ଭେନିଜୁଏଲାର ମଦୁରୋ ସରକାରଙ୍କୁ ସମର୍ଥନ ଆଦି ମାଧ୍ୟମରେ ରୁଷର ଶକ୍ତିକୁ ଅଣଦେଖା କରିବା ଏବେ ଆମେରିକା ସରକାରଙ୍କ ପାଇଁ କଷ୍ଟକର ହୋଇପଡିଛି | ଦକ୍ଷିଣ ଓସେଟିଆ, ଜର୍ଜିଆ, ପୂର୍ବ ୟୁକ୍ରେନରେ ରୁଷର ସୈନ୍ୟ କ୍ଷମତା ପ୍ରଦର୍ଶନ ଏବଂ ଏପରିକି କ୍ରିମିଆର ଦ୍ବାରଦେଶ ପର୍ଯ୍ୟନ୍ତ ପହଞ୍ଚି ଯାଇଥିବା ରୁଷର କ୍ଷମତାକୁ ଏହା ପୂର୍ବରୁ ଆମେରିକା କେବଳ ଦେଖୁଥିଲା | ଏଥିପାଇଁ ଆମେରିକା କେବଳ କେତେକ ପ୍ରତିବନ୍ଧକ ଲଗାଇଥିଲା କିନ୍ତୁ ରୁଷର କାର୍ଯ୍ୟାନୁଷ୍ଠାନ ଯୋଗୁଁ ସେଥିରେ ମଧ୍ୟ ବିଫଳ ହୋଇଥିଲା |

ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପରି ଟ୍ରମ୍ପ ମଧ୍ୟ ପ୍ରଥମ ପଦକ୍ଷେପ ଭାବେ ରୁଷ ସହିତ ସଂପର୍କ ସୁଧାରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଶକ୍ତିଶାଳି ନେତା ଭାବେ ବ୍ଲାଦିମୀର ପୁତିନଙ୍କୁ ପ୍ରଶଂସା କରିବା ପରିବର୍ତ୍ତେ ଆମେରିକା ନିଜର ଗଣତାନ୍ତ୍ରୀକ ମୂଲ୍ୟ ଯୋଗୁଁ ରୁଷର ନିଷ୍ପତ୍ତିକୁ ଆଖି ବୁଜିଦେଇ ପାରିବ ନାହିଁ | ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର ସମୟରେ ଗୋଟିଏ ସମୟ ଏମିତି ଆସିଲା ଯେତେବେଳେ ତାଙ୍କ ଉପରେ ରୁଷର ସମର୍ଥକ ହେବାର ଦୋଷାରୋପ କରାଗଲା କିନ୍ତୁ ଏବେ ପରିସ୍ଥିତି କଡ ଲେଉଟାଇଛି |

ମୁଲର ଯାଞ୍ଚ ରିପୋର୍ଟ ଆସିବା ପରେ ଆମେରିକା ବିଦେଶ ବିଭାଗର ପ୍ରାଥମିକତା ରୁଷ ସହିତ ଅବିଶ୍ବାସକୁ ଦୂର କରିବା ଏବଂ ସଂପର୍କ ସୁଧାରିବା ରହିଛି | ଏହି ପରିପ୍ରେକ୍ଷିରେ ପୋମ୍ପିଓ -ଲାଭାରୋଭଙ୍କ ମଧ୍ୟରେ ଆଲୋଚନା ରୁଷ ଏବଂ ଆମେରିକା ମଧ୍ୟରେ ଶାନ୍ତି ସ୍ଥାପନାର ଏକ ନୂଆ ପ୍ରୟାସ | ଏହି ପଦକ୍ଷେପ ସହିତ ଆମେରିକା ଅନେକ ଉଦ୍ଧେଶ୍ୟକୁ ପୁରା କରିବାକୁ ଚାହୁଁଛି | ପ୍ରଥମେ ତ ସେ ରୁଷ ଏବଂ ଚୀନ ମଧ୍ୟରେ ନିକଟତାକୁ ଧରିରଖିବାକୁ ଚାହୁଁଛି ଏବଂ ଅନ୍ୟପଟେ ଚୀନ ସହିତ ବାଣିଜ୍ୟିକ ମତଭେଦକୁ ଦୂର କରିବାରେ କଡା ସର୍ତ୍ତର ବ୍ୟବହାରର ବିକଳ୍ପ ଖୋଜୁଛି | ଯଦି ରୁଷ ଇରାନ ମାମଲାରେ ହସ୍ତକ୍ଷେପ କମ କରିଦେବ ତେବେ ଆମେରିକା ପାଇଁ ତା ବିରୁଦ୍ଧରେ ପ୍ରତିବନ୍ଧ ଦୃଢ କରିବାର ରାସ୍ତା ପରିସ୍କାର ହୋଇଯିବ | କେବଳ ଏତିକି ନୁହେଁ ରୁଷ ସହିତ ମିଶି ସେ ସିରିଆରେ ମଧ୍ୟ ନିଜର ଯୋଜନାକୁ କାର୍ଯ୍ୟକାରୀ କରିପାରିବ |

କିନ୍ତୁ ଏସବୁ ଏତେଟା ସହଜ ନୁହେଁ କେତେକ ସମୀକ୍ଷକ ଆଶଙ୍କା କରୁଛନ୍ତି ଯେ ରୁଷ ପ୍ରତି ଆମେରିକାର ନମନୀୟତା ନୂଆ ସମସ୍ୟା ସୃଷ୍ଟି କରିପାରେ | ରୁଷ ଆଗରୁ ମଧ୍ୟ ୟୁରୋପ ସହିତ ଶକ୍ତି ସହଯୋଗର ଲାଭ ନେଉଛି | ନାଟୋ ବିରୁଦ୍ଧରେ ଟ୍ରମ୍ପଙ୍କ ଆକ୍ରାମକ ଟିପ୍ପଣି ପରେ ଆମେରିକା ଏବଂ ଟ୍ରାନ୍ସ ଆଟଲାଣ୍ଟିକ ସହଯୋଗିଙ୍କ ମଧ୍ୟରେ ଅସହଯୋଗ ବଢି ଚାଲିଛି | ରୁଷ ଏହି ସ୍ଥିତି ଉପରେ ମଧ୍ୟ ନଜର ରଖିଛି ସେ ଚୀନ ସହିତ ଦୀର୍ଘକାଳିନ ଭାବରେ କୂଟନୈତିକ ଏବଂ ଶକ୍ତି ସହଯୋଗ କ୍ଷେତ୍ରରେ ଜଡିତ ରହିଛି | ଆମେରିକା ଦ୍ବାରା ଭାରତ ଏବଂ ତୁର୍କୀ ପରି ଦେଶମାନଙ୍କୁ ରୁଷ ଠାରୁ ଅସ୍ତ୍ର କିଣାକୁ ରୋକିବା ପାଇଁ ଜାରି ପ୍ରତିବନ୍ଧ ଯାଗୁଁ ମସ୍କୋ ସହିତ ତାର ସ୍ଥିତି ଅସମଞ୍ଜରେ ରହିଛି |

ଏହା ସତ୍ତ୍ବେ ମଧ୍ୟ ଆମେରିକା ଏବଂ ରୁଷ ମଧ୍ୟରେ ଉତ୍ତମ ସଂପର୍କ ଆନ୍ତର୍ଜାତୀୟ ଶାନ୍ତି ଏବଂ ସ୍ଥିରତା ଉପରେ ସକାରାତ୍ମକ ପ୍ରଭାବ ପଡିବ ଏହା ସତ | ଏହାଦ୍ବାରା ଭାରତ ପାଇଁ ମଧ୍ୟ ଅନେକ କ୍ଷେତ୍ରରେ ଲାଭଦାୟୀ ହେବ | ଅନେକ ବର୍ଷ ହେଲା ଭାରତ ରୁ, ଏବଂ ଆମେରିକା ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଆର୍ଥିକ କ୍ଷତି ସହୁଛି | ଏହି ଦୁଇ ଦେଶ ମଧ୍ୟରେ ଶିତଳ ଯୁଦ୍ଧରେ ଭାରତ କାହା ପକ୍ଷ ନନେଇ ନିରପେକ୍ଷ ରହୁଛି | ଆମେରିକା ଭାରତକୁ ଅସ୍ତ୍ର ବିକ୍ରି କରିବାକୁ ଚାହୁଁଛି କିନ୍ତୁ ରୁଷ ଠାରୁ ଅସ୍ତ୍ର ନକିଣିବାକୁ ସର୍ତ୍ତ ବି ରଖୁଛି | ଏହା ସତ୍ତ୍ବେ ମଧ୍ୟ ଭାରତ ରୁଷ ଠାରୁ ଏସ-400 କ୍ଷେପଣାସ୍ତ୍ର କିଣୁଛି | ଏହାର ସିଧା ପ୍ରଭାବ ଭାରତ ଆମେରିକା ସଂପର୍କ ଉପରେ ପଡିବା | ସ୍ବଭାବିକ ଏହିସବୁ କାରଣରୁ ଭାରତ ଚାହୁଁଛି ଯେ ଆମେରିକା ଏବଂ ରୁଷ ମଧ୍ୟରେ ସଂପର୍କ ଉତ୍ତମ ରହୁ |




ମୂଳ ଲେଖା : ପ୍ରଫେସର ଚିନ୍ତାମଣୀ ମହାପାତ୍ର, ଜେଏନୟୁ

ଅନୁବାଦ : ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...