Skip to main content

ଗୋତବାୟା ରାଜପକ୍ଷେ ଶ୍ରୀଲଙ୍କାର ସପ୍ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ

ଶ୍ରୀଲଙ୍କାରେ ଗତ ଶନିବାର ଦିନ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି | ଶ୍ରୀଲଙ୍କା ପୋଡୁଜନ ପେରାମୁନା(ଏସଏଲପିପି)ର ଶ୍ରୀ ଗୋତବାୟା ରାଜପକ୍ଷେ ମୋଟ 52.25 ପ୍ରତିଶତ ଭୋଟ ପାଇ ଦେଶର ସପ୍ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି | ଶ୍ରୀଲଙ୍କାର ଅନୁରାଧାପୁର ନଗରୀରେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ ବୋଲି ସେ ଘୋଷଣା କରିଛନ୍ତି | ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଭାରତର ପ୍ରଧାନମନ୍ତ୍ରୀ ସମେତ ବିଶ୍ଵନେତା ମାନେ ଶ୍ରୀ ଗୋତବାୟା ରାଜପକ୍ଷେଙ୍କୁ ଅଭିନନ୍ଦନ ଜଣାଇଛନ୍ତି |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସମ୍ପର୍କକୁ ଆହୁରି ଘନିଷ୍ଠ କରିବା ପାଇଁ ନବ ନିର୍ବାଚିତ ଶ୍ରୀଲଙ୍କା ରାଷ୍ଟ୍ରପତି ତାଙ୍କ ସହ ମିଳିମିଶି କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି | ଭାରତର ଜନସାଧାରଣ ଓ ନିଜ ତରଫରୁ ଶ୍ରୀ ଗୋତବୟାଙ୍କୁ ଶୁଭେଚ୍ଛା ଜଣାଇ ଶ୍ରୀ ମୋଦୀ କହିଛନ୍ତି ଯେ ଶ୍ରୀ ରାଜପକ୍ଷେଙ୍କ ଦକ୍ଷ ନେତୃତ୍ଵ ଅଧୀନରେ ଶ୍ରୀଲଙ୍କା ଶାନ୍ତି ଓ ସମୃଦ୍ଧି, ଭାଇଚାରା, ସାଂସ୍କୃତିକ ଓ ଐତିହାସିକ ପ୍ରଗତି ପଥରେ ଆଗେଇ ଚାଲିବ ଏବଂ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବହୁ ଦିନରୁ ପୁରୁଣା ସମ୍ପର୍କ ଆହୁରି ମଜବୁତ ହେବ ବୋଲି ତାଙ୍କର ଦୃଢ ବିଶ୍ଵାସ ରହିଛି | ଏହିସବୁ ଲକ୍ଷ ହାସଲ ପାଇଁ ଶ୍ରୀଲଙ୍କାର ନୂଆଁ ସରକାର ସହ ହାତକୁ ହାତ ମିଳାଇ ଭାରତ କାର୍ଯ୍ୟ ଜାରି ରଖିବ ବୋଲି ଭାରତର ପ୍ରତିଶୃତିବଦ୍ଧତାକୁ ଶ୍ରୀ ମୋଦୀ ଦୋହୋରାଇଛନ୍ତି | ଶ୍ରୀ ରାଜପକ୍ଷେ ମଧ୍ୟ ବିକାଶ ଓ ନିରାପତ୍ତାକୁ ନିଶ୍ଚିତ କରିବା ପାଇଁ ଭାରତ ସହ ଅତି ଘନୀଷ୍ଠ ଭାବେ କାମ କରିବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି |

ଶ୍ରୀଲଙ୍କାକୁ ଉନ୍ନୟନ ଓ ସୁରକ୍ଷା ସହାୟତା କ୍ଷେତ୍ରରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ ରାଷ୍ଟ୍ରର ଭୂମିକା ନିଭାଉଛି | କିନ୍ତୁ ମହିନ୍ଦା ରାଜପକ୍ଷଙ୍କ ଦ୍ଵିତୀୟ କାର୍ଯ୍ୟକାଳ ସମୟରେ ଭାରତ-ଶ୍ରୀଲଙ୍କା ସମ୍ପର୍କରେ ସାମାନ୍ୟ ଫିକା ପଡି ଯାଇଥିଲା | ତେବେ 2015 ରୁ 2019 ମଧ୍ୟରେ ସେହି ଦ୍ଵିପ ରାଷ୍ଟ୍ରରେ ନେସନାଲ ୟୁନିଟି ସରକାରଙ୍କ ଅମଳରେ ଦୁଇ ଦେଶ ମଧ୍ୟରେ ଆପୋଷ ବୁଝାମଣା ପୁନଃସ୍ଥାପିତ ହୋଇଥିଲା | ଦ୍ଵିପକ୍ଷୀୟ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧତା ପାଳନ କରିବା ସକାଶେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନେକ ବୁଝାମଣା ପତ୍ର ମଧ୍ୟ ସ୍ବାକ୍ଷରିତ ହୋଇଥିଲା | କିନ୍ତୁ ଶ୍ରୀଲଙ୍କାର ପ୍ରଶାସନିକ ବାଧାବିଘ୍ନ ଓ ଦେଶୀୟ ସ୍ତରରେ ପ୍ରତିବାଦ ଯୋଗୁଁ ଅନେକ ବୁଝାମଣା କାର୍ଯ୍ୟକାରୀ ହୋଇପାରି ନାହିଁ | ଶ୍ରୀ ଗୋତବାୟା ରାଜପକ୍ଷେ ଓ ତାଙ୍କ ପ୍ରଶାସନର ଆଭିମୁଖ୍ଯ ଓ ହାବଭାବ ଉପରେ ଏହିସବୁ ବୁଝାମଣାପତ୍ର ଗୁଡିକର ଭାଗ୍ୟ ଏବେ ନିର୍ଭର କରୁଛି |ଶ୍ରୀଲଙ୍କାରେ ଭାରତର ଉନ୍ନୟନମୂଳକ ପ୍ରକଳ୍ପର କାର୍ଯ୍ୟକାରିତାରେ ବିଳମ୍ବ ଓ ଶ୍ରୀଲଙ୍କାରେ ଚୀନ ତରଫରୁ ସାମରିକ ଉପସ୍ଥିତି ବୃଦ୍ଧି ଯାହାଦ୍ୱାରା ଶ୍ରୀଲଙ୍କାର ତାମିଲ ସମ୍ପ୍ରଦାୟକୁ ରାଜନୈତିକ ପୁନର୍ଥଇଥାନ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ଭାରତ-ଶ୍ରୀଲଙ୍କା ସମ୍ପର୍କ କ୍ଷ୍ୟତିଗ୍ରସ୍ତ ହେବା ଉଦବେଗର କାରଣ ହୋଇଛି |

ଶ୍ରୀ ଗୋତବାୟାଙ୍କ ବିଜୟ ଫଳରେ ପ୍ରଶାସନରେ ତାଙ୍କ ପରିବାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ଆଶା କରାଯାଉଛି| ରାଜପକ୍ଷଙ୍କ ଭାଇମାନେ ଯେଉଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବରେ ରହିଛନ୍ତି ସେ ଗୁଡିକ ସହ ନୂତନ ପ୍ରଶାସନ ସାଲିସ କରିବ କି ନାହିଁ ତାହା ଦେଖିବାକୁ ବାକି ଅଛି | ରାଜପକ୍ଷେଙ୍କ ପରିବାରର ଚୀନ ସହ ଘନିଷ୍ଠ ସମ୍ପର୍କ ଥିବା କାହାକୁ ଅଛପା ନାହିଁ | ମହିନ୍ଦା ରାଜପକ୍ଷେଙ୍କ ଶାସନ କାଳରେ ଗୋତାବାୟା ପ୍ରତିରକ୍ଷା ସଚିବ ଥିଲେ ଏବଂ ସେହି ସମୟରେ ଶ୍ରୀଲଙ୍କା ଦ୍ଵାରା ଭାରତର ସୁରକ୍ଷା ଉଦବେଗ ଗୁଡିକ ପ୍ରତି ଅଣଦେଖା କରାଯାଇଥିଲା | ତେବେ ପରବର୍ତ୍ତୀ ସମୟରେ ରାଜପକ୍ଷଙ୍କ ପରିବାର ନିଜର ଭୁଲ ବୁଝିପାରିଥିଲେ ଓ କ୍ଷମତାକୁ ଫେରିଲେ ଏଥିରେ ସଂଶୋଧନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ |

ପ୍ରତିରକ୍ଷା ସଚିବ ଥିବା ବେଳେ ଗୋତବାୟା ରାଜପକ୍ଷେ 2005 ରୁ 2009 ମସିହା ପର୍ଯ୍ୟନ୍ତ ଏଲଟିଟିଇ ବିରୁଦ୍ଧରେ ସଂଗ୍ରାମ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ | ତେବେ ମାନବାଧିକାର ଲଙ୍ଘନ ଓ ସିଂହଳ ବୌଦ୍ଧ ଜାତୀୟତାବାଦୀ ଉଗ୍ରବାଦୀ ଗୋଷ୍ଠୀକୁ ସମର୍ଥନ ତଥା ସାମ୍ପ୍ରଦାୟିକ କାର୍ଯ୍ୟକଳାପ ଆଦି ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା | ଏଥର ରାଷ୍ଟ୍ରପତି ନିର୍ବାଚନରେ ଶ୍ରୀଲଙ୍କାର ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିକାଂଶ ଭୋଟ ତାଙ୍କର ପ୍ରତିଦ୍ଵନ୍ଦୀ ସଜିଦ ପ୍ରେମଦାସାଙ୍କୁ ମିଳିଛି ହେଲେ ଶ୍ରୀଲଙ୍କାର ସବୁ ନାଗରିକ ମାନଙ୍କ ସେ ରାଷ୍ଟ୍ରପତି ବୋଲି ଗୋତବାୟା ଘୋଷଣା କରିଛନ୍ତି |

ନିର୍ବାଚନରେ ବିଜୟୀ ହେଲା ପରେ ଗୋତବାୟା ତାଙ୍କ ପ୍ରଥମ ଉଦବୋଧନରେ ଇଷ୍ଟର ରବିବାର ବୋମା ବିସ୍ଫୋରଣ ପରେ ଦେଶର ଭୁଷୁଡି ପଡିଥିବା ଅର୍ଥନିତୀକୁ ସଜାଡିବାରେ ସେ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି | ରାଷ୍ଟ୍ରପତି ଭାବେ ତାମିଲ ସମସ୍ୟା ପ୍ରତି ସେମାନଙ୍କ ଆଭିମୁଖ୍ୟ ଉପରେ ଭାରତ ତୀକ୍ଷଣ ଦ୍ରୁଷ୍ଟି ରଖିବ | କାରଣ ଭାରତ ଶ୍ରୀଲଙ୍କା ସମ୍ପର୍କରେ ତାମିଲ ସମ୍ପ୍ରଦାୟର ବିକାଶ ଏକ ମୁଖ୍ୟ ପ୍ରସଙ୍ଗ ବୋଲି ବିବେଚନା କରାଯାଉଛି | ଗୋତବାୟାଙ୍କ ଶାସନ କାଳରେ ନୂଆଦିଲ୍ଲୀ ଓ କଲୋମ୍ବୋ ମଧ୍ୟରେ ନିରାପତ୍ତା ସମ୍ପର୍କ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି |

ଭାରତ ଓ ଶ୍ରୀଲଙ୍କା ସମ୍ପର୍କକୁ ମଜବୁତ କରିବା ଏବଂ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଥିବା ସମ୍ପର୍କକୁ ଦୃଢୀଭୂତ କରିବା ପାଇଁ ଦୁଇ ଦେଶର ସରକାର ମଧ୍ୟରେ ଆପୋଷ ସହଯୋଗ ଓ ବୁଝାମଣାର ଆବଶ୍ୟକତା ରହିଛି | ସେହି ଦେଶ ଭିତରେ ଘଟୂଥିବା ଘଟଣାବଳୀ ଗୁଡିକ ଦୁଇ ଦେଶକୁ ପ୍ରଭାବିତ କରୁଛି | କୌଣସି ନିର୍ଦ୍ଧିଷ୍ଟ ଦେଶର ରାଜନୈତିକ, ଅର୍ଥନୈତିକ ଓ ନିରାପତ୍ତା ସହାୟତା ପାଇଁ କିମ୍ବା କାହାପ୍ରତି ପାତର ଅନ୍ତର ବିନା ଏକ ସମତୁଲ ବୈଦେଶିକ ନୀତି ଅବଲମ୍ବନ ପାଇଁ ଗୋତବାୟା ରାଜପକ୍ଷେ ପ୍ରଶାସନର ଇଚ୍ଛା ଓ ଦକ୍ଷତା ଉପରେ ଭାରତ ଶ୍ରୀଲଙ୍କା ମଧ୍ୟରେ ଭବିଷ୍ୟତ ସମ୍ପର୍କ ନିର୍ଭର କରୁଛି |

ମୂଳ ଲେଖା : ଡଃ ଗୁଲବୀନ ସୁଲତାନା, ଗବେଷଣା ବିଶ୍ଳେଷକ, ଆଇଡ଼ିଏସଏ

ଅନୁବାଦ : ଜଗନ୍ନାଥ ମଲ୍ଲିକ, ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...