Skip to main content

ଆମେରିକାର ବୈଦେଶିକ ବିଭାଗ ରିପୋର୍ଟରେ ପାକିସ୍ତାନର ତୀବ୍ର ସମାଲୋଚନା

ଆମେରିକାର ବୈଦେଶିକ ବିଭାଗ 2018 ବର୍ଷ ପାଇଁ ପାକିସ୍ତାନରେ ସନ୍ତ୍ରାସବାଦ ଉପରେ ଏହାର ରିପୋର୍ଟ ଜାରି କରିଛି | ଏହି ରିପୋର୍ଟରେ ସନ୍ତ୍ରାସବାଦ ବିରୁଦ୍ଧରେ ସଂଗ୍ରାମ ଲାଗି ପାକିସ୍ତାନ ଦ୍ଵାରା ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ବିଷୟ ଉଲ୍ଲେଖ କରାଯାଇଛି | ବିଭିନ୍ନ ଦେଶରେ ଆତଙ୍କବାଦର ସ୍ଥିତି ନେଇ ଆମେରିକା କଂଗ୍ରେସ ଦ୍ଵାରା ଆକଳନ କରାଯାଇଛି |

ଏହି ରିପୋର୍ଟ ବିଭିନ୍ନ ପରିପ୍ରେକ୍ଷୀରେ ପାକିସ୍ତାନ ପାଇଁ ସମାଲୋଚନାତ୍ମକ ଅଟେ | ଏଥିରେ କୁହାଯାଇଛି ଯେ ଇସଲାମାବାଦ, ଲସ୍କର-ଇ–ତୋଇବା ଓ ଜୈଶ-ଇ-ମହମ୍ମଦ ସନ୍ତ୍ରାସବାଦୀ ସଙ୍ଗଠନକୁ ପାକିସ୍ତାନରେ ସହାବସ୍ଥାନ କରିବା, ନିଯୁକ୍ତି ଦେବା ଓ ତାଲିମ ଦେବାରୁ ରୋକିବାରେ ବିଫଳ ହୋଇଛି | ଜୁଲାଇ 2018ରେ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଲସ୍କର ସଂଗଠନ ସହ ଜଡିତ ଥିବା ସଦସ୍ୟ ମାନଙ୍କୁ ପାକିସ୍ତାନ ସରକାର ଅନୁମତି ଦେଇଥିବା ନେଇ ପ୍ରମାଣ ମିଳିଥିବା ବିଷୟ ମଧ୍ୟ ଏହି ରିପୋର୍ଟରେ ଦର୍ଶାଯାଇଛି | କୁଖ୍ୟାତ ସନ୍ତ୍ରାସବାଦୀ ମାନଙ୍କୁ ଜାତୀୟ ମୁଖ୍ୟସ୍ରୋତରେ ଆଣି ସନ୍ତ୍ରାସବାଦୀ ସଂଗଠନ ଗୁଡିକୁ ରାଜନୈତିକ କ୍ଷମତା ହସ୍ତାନ୍ତରିତ କରିବା ଥିଲା ଏହାର ମୂଳ ଉଦ୍ଦେଶ୍ୟ | ଭାଗ୍ୟ ବଶତଃ ପାକିସ୍ତାନର ନିର୍ବାଚନ କମିଶନ ଏହାକୁ ଅନୁମତି ଦେଇନଥିଲେ | ଅର୍ଥ ହେରଫେର ଓ ସନ୍ତ୍ରାସବାଦ ଅର୍ଥ ଯୋଗାଣ ବିଷୟ ନେଇ ଏହି ରିପୋର୍ଟରେ କୁହାଯାଇଛି ଯେ ଏପରି କାର୍ଯ୍ୟକଳାପ ଅବୈଧ ଘୋଷିତ ହେବା ସତ୍ତ୍ୱେ ମଧ୍ୟ ଏହା ବିରୁଦ୍ଧରେ ଯଥାବିଧି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।

ଆଫଗାନିସ୍ତାନ ସମ୍ବନ୍ଧରେ ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନ, ଆଫଗାନ ସରକାର ଓ ଆଫଗାନ ତାଲିବାନ ମଧ୍ୟରେ କଥାବାର୍ତ୍ତା ଲାଗି ସମର୍ଥନ ଜଣାଇଥିବାରୁ ଏହାର ରାଜନୈତିକ ସମାଧାନ ହୋଇପାରିଲା | କିନ୍ତୁ ଆଫଗାନ ତାଲିବାନ ଓ ହକ୍କାନୀ ନେଟୱାର୍କକୁ ପାକିସ୍ତାନ ସ୍ଥିତ ସୁରକ୍ଷିତ ଆଡ୍ଡାସ୍ଥଳୀରୁ ଆତଙ୍କବାଦୀ କାର୍ଯ୍ୟ ଚଳେଇବା ଓ ଆଫଗାନିସ୍ତାନରେ ଆମେରିକା ଓ ଆଫଗାନ ବାହିନୀକୁ ଧମକ ଦେବାରୁ ପାକିସ୍ତାନ ପ୍ରତିବନ୍ଧିତ କରିନଥିଲା |

ଆର୍ଥିକ କ୍ରିୟାନ୍ବୟନ ଟାସ୍କ ଫୋର୍ସ, ଏଫଏଟିଏଫ ବିଷୟ ନେଇ ରିପୋର୍ଟରେ ଦର୍ଶାଯାଇଛି ଯେ ଜାତିସଂଘ ଦ୍ଵାରା ବେଆଇନ ଘୋଷିତ LeT ଓ ଏହାର ସହଯୋଗୀ ସନ୍ତ୍ରାସବାଦୀ ସଂଗଠନ ଉପରେ ଲଗାମ କସିବାରେ ପାକିସ୍ତାନ ବିଫଳ ହୋଇଛି | ଏହି ସଂଗଠନ ଗୁଡିକ ଏବେ ମଧ୍ୟ ଆର୍ଥିକ ସମ୍ବଳ ଉପଯୋଗ କରି ପାଣ୍ଠି ସଂଗ୍ରହ କରୁଛନ୍ତି | ଏଫଏଟିଏଫ, ଗତବର୍ଷ ଜୁନ ମାସରେ ପାକିସ୍ତାନକୁ ଗ୍ରେ ତାଲିକାଭୁକ୍ତ କରିଥିଲା ଓ ଏହାର ସବିଶେଷ ବୈଠକରେ ପାକିସ୍ତାନକୁ ଏହି ତାଲିକାରୁ ବାହାର କରିବା ପାଇଁ ମନା କରିଦେଇଥିଲା | ପାକିସ୍ତାନ 27ଟି ମାନଦଣ୍ଡ ମଧ୍ୟରୁ ମାତ୍ର 5ଟି ପଏଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଏଫଏଟିଏଫ ଦ୍ଵାରା ଏହି ନିଷ୍ପତ୍ତି ନିଆଯାଇଥିଲା | ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ବିନା ଲାଇସେନ୍ସରେ ଅର୍ଥ ହସ୍ତାନ୍ତରଣ ବ୍ୟବସ୍ଥା ସମଗ୍ର ଦେଶରେ ଜାରି ରହିଛି ଓ ସୀମାପାର ଇଲାକାରେ ସକ୍ରିୟ ଆତଙ୍କବାଦୀ କାର୍ଯ୍ୟକଳାପ ସହ ଆତଙ୍କବାଦ ଅର୍ଥ ଯୋଗାଣ ମଧ୍ୟ ଜାରିରହିଛି | ତେବେ ପରବର୍ତ୍ତୀ ସମୟ ସୀମା ପୂର୍ବରୁ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପାକିସ୍ତାନ ଏଫଏଟିଏଫକୁ ପ୍ରତିଶ୍ରୁତି ଦେଇଛି |

ସନ୍ତ୍ରାସବାଦର ମୁକାବିଲା ଲାଗି ପାକିସ୍ତାନର 2015 ର ଜାତୀୟ କାର୍ଯ୍ୟକାରୀ ଯୋଜନାର ଉଲ୍ଲେଖ କରି ଆମେରିକା ବୈଦେଶିକ ବିଭାଗ ରିପୋର୍ଟରେ କୁହାଯାଇଛି ଯେ ବ୍ୟାଙ୍କ ଗୁଡିକୁ ସନ୍ଦିଗ୍ଧ ଦେଣନେଣ ନେଇ ସୂଚନା ଦେବା, ପ୍ରତିଷେଧମୂଳକ ଅଟକ ରଖିବା , ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ମୃତ୍ୟୁଦଣ୍ଡ ଦେବା ଓ ସ୍ଵତନ୍ତ୍ର ସନ୍ତ୍ରାସବାଦୀ ନିରୋଧୀ ଅଦାଲତ ସ୍ଥାପନ କରିବା ନେଇ ନିୟମ ପ୍ରଣୟନ କରାଯାଇଥିବା ସତ୍ତ୍ୱେ ଏହାକୁ କାର୍ଯ୍ୟକାରି କରାଯାଉନାହିଁ | ରିପୋର୍ଟରେ, 2018ରେ ପାକିସ୍ତାନ ଦ୍ଵାରା ଗ୍ରହଣ କରାଯାଇଥିବା ଆତଙ୍କବାଦୀ ବିରୋଧୀ ଅଭିଯାନ ନେଇ ଉଲ୍ଲେଖ କରାଯାଇଥିବା ବେଳେ ସେଠାକାର ପରିସ୍ଥିତି ଉପରେ ସନ୍ତୋଷ ବ୍ୟକ୍ତ କରାଯାଇନାହିଁ |

ତୀବ୍ର ସମାଲୋଚନାର ଶିକାର ହେବା ପରେ ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ, ଲସ୍କର-ଇ-ତୋଇବା ଓ ଜେଶ-ଇ-ମହମ୍ମଦ ଭଳି ଆତଙ୍କବାଦୀ ସଙ୍ଗଠନ ଉପରେ ଅଙ୍କୁଶ ଲଗାଇବା ପାଇଁ ପର୍ଯ୍ୟାପ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାର ଦୋଷାରୋପ ପ୍ରତି ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲା | କୁହାଯାଇଛି ଯେ ଏହି ରିପୋର୍ଟରେ, ଗତ ଦୁଇ ଦଶନ୍ଧିରେ ସନ୍ତ୍ରାସବାଦ ବିରୁଦ୍ଧରେ ସଂଗ୍ରାମ ଲାଗି ପାକିସ୍ତାନ ଦ୍ଵାରା ନିଆଯାଇଥିବା ପଦକ୍ଷେପ ଓ ସେଠାକାର ମୂଳ ସ୍ଥିତି ନେଇ ସମ୍ପୁର୍ଣ୍ଣ ଭାବେ ଅଣଦେଖା କରାଯାଇଛି | ପାକିସ୍ତାନର ବୈଦେଶିକ ବିଭାଗ ଦ୍ଵାରା ଜାରୀ ବିବୃତ୍ତିରେ ଦାବି କରାଯାଇଛି ଯେ ତାଙ୍କର ଏହିପରି ପଦକ୍ଷେପ ଅଞ୍ଚଳରେ କେବଳ ଅଲକାଏଦା ସଂଗଠନର ମୂଳପୋଛ କରିନାହିଁ ବରଂ ବିଶ୍ଵକୁ ଏକ ସୁରକ୍ଷିତ ସ୍ଥଳୀ ଭାବେ ପରିଣତ କରିଛି | କିନ୍ତୁ ପାକିସ୍ତାନ, ଓସାମା ବିନ ଲାଦେନକୁ ଏବୋଟ୍ଟାବାଦର ସେନା ଛାଉଣି ଅଞ୍ଚଳରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଆଶ୍ରୟ ଦେଇଥିବା ବିଷୟ ନେଇ କୌଣସି ବିବୃତ୍ତି ଦେଇନାହିଁ | ଏଠାରେ ସ୍ମରଣ କରିଦିଆଯାଇପାରେ ଯେ ଆମେରିକା ବାହିନୀ ଲାଦେନକୁ ସେଠାରେ ଠାବ କରି ମାରିଦେଇଥିଲା | ପାକିସ୍ତାନ ଯଦି ବାସ୍ତବରେ ସନ୍ତ୍ରାସବାଦ ବିରୁଦ୍ଧରେ ସଂଗ୍ରାମ କରିବାକୁ ଚାହୁଁଥାନ୍ତା ତେବେ ଓସାମା ବିନ ଲାଦେନକୁ ଠାବ କରିବାରେ ସହାୟତା କରିଥିବା ଡାକ୍ତର ଶକିଲ ଆଫ୍ରିଦିଙ୍କୁ ଦେଶର ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରିଥାନ୍ତା | ହେଲେ ଏହା ପରିବର୍ତ୍ତେ ଗତ 9 ବର୍ଷ ହେଲା ସେ ପାକିସ୍ତାନୀ ଜେଲରେ ବନ୍ଦୀ ଭାବେ କାଳାତିପାତ କରୁଛନ୍ତି |

ପାକିସ୍ତାନ, ଭଲ ଓ ଖରାପ ସନ୍ତ୍ରାସବାଦୀ ମଧ୍ୟରେ ପ୍ରଭେଦ କରି ସନ୍ତ୍ରାସବାଦର ମୁକାବିଲା କରିବା ଦିଗରେ କିପରି ଦୋମୁହାଁ ରୀତି ଅବଲମ୍ବନ କରୁଛି ତାହା ସର୍ବବିଦିତ | ପାକିସ୍ତାନ, ଭଲ ସନ୍ତ୍ରାସବାଦୀ ଦେଶ ପାଇଁ ଏକ ସମ୍ପତ୍ତି ବୋଲି ଅଭିହିତ କରୁଥିବା ବେଳେ ସନ୍ତ୍ରାସବାଦକୁ ଏହାର ରାଷ୍ଟ୍ର ନୀତିର ଅଂଶ ବିଶେଷ ଭାବେ ବିବେଚନା କରୁଛି | ଇସଲାମାବାଦ ଯେତେଦିନ ପର୍ଯ୍ୟନ୍ତ ସବୁ ପ୍ରକାରର ସନ୍ତ୍ରାସବାଦର ମୂଳୋତ୍ପାଟନ ଲାଗି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିଛି ସେତେଦିନ ପର୍ଯ୍ୟନ୍ତ ସନ୍ତ୍ରାସବାଦର ମୁକାବିଲା ଦିଗରେ ଏହାର ଦାୟିତ୍ଵବୋଧତାକୁ ବିଶ୍ଵସନୀୟ କରିବାରେ ସକ୍ଷମ ହେବ ନାହିଁ |

ମୂଳ ଲେଖା : ଅଶୋକ ହାଣ୍ଡୁ , ରାଜନୈତିକ ଭାଷ୍ୟକାର
ଅନୁବାଦ: ରୀତା ଯୋଶୀ

Comments

Popular posts from this blog

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...