Skip to main content

ଭାରତ-ଆମେରିକା  ତ୍ରି-ସେବା ଅଭ୍ୟାସ 2019 

ମୋଦୀ ସରକାରଙ୍କ ଦ୍ଵିତୀୟ କାର୍ଯ୍ୟକାଳର ପ୍ରମୁଖ ପ୍ରାଥମିକତା ଗୁଡିକ ମଧ୍ୟରେ ଆମେରିକା ସହ ‘ବୈଶ୍ଵିକ ରଣନୀତିକ ଭାଗୀଦାରୀତା’ ସ୍ଥାପନା କରିବା ଅନ୍ୟତମ ଅଟେ | ଆମେରିକା, ସମ୍ପ୍ରତ୍ତି କିଛି ବର୍ଷରେ ଭାରତର ଅର୍ଥନୈତିକ ପରିବର୍ତ୍ତନରେ ଏକ ଅପରିହାର୍ଜ୍ୟ ଭାଗିଦାରୀ ଭାବେ ଉଭା ହୋଇଛି ଓ ବିଶ୍ଵ ସ୍ତରୀୟ ମଞ୍ଚରେ ଏକ ପ୍ରମୁଖ ଭୂମିକା ନିଭାଉଛି | ପ୍ରତିରକ୍ଷା ଭାଗୀଦାରୀତା ହେଉଛି ଦ୍ଵିପକ୍ଷୀୟ ସମ୍ପର୍କର ଏକ ପ୍ରମୁଖ ସ୍ତମ୍ଭ | ନିକଟ କିଛି ବର୍ଷ ମଧ୍ୟରେ ଏକ୍ଷେତ୍ରରେ ଦ୍ଵିପକ୍ଷୀୟ ସମ୍ପର୍କ ଆହୁରି ମଜବୁତ ହୋଇଛି |

ଭାରତ ଓ ଆମେରିକା ମଧ୍ୟରେ ପ୍ରଥମ ଭାରତ ଆମେରିକା ମିଳିତ ତ୍ରି-ସେବା ମାନବୀୟ ସହାୟତା ଏବଂ ଦୁର୍ବିପାକ ରିଲିଫ (ଏଚଏଡ଼ିଆର) ଅଭ୍ୟାସ ନଭେମ୍ବର 13 ରୁ 21 ତାରିଖ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ଉପକୂଳରେ କରାଯାଉଛି | ଏହି ତ୍ରି-ସେବା ଅଭ୍ୟାସ “ଟାଇଗର ଟ୍ରମ୍ଫ“ରେ ଆମେରିକାର ନୌବାହିନୀ ଓ ସାମରିକ ପର୍ଯ୍ୟବେକ୍ଷଣ ଟିମର ଏକ ସ୍ଵତନ୍ତ୍ର ବାହିନୀ, ଭାରତୀୟ ନୌବାହିନୀର ଦୂରଗାମୀ ସାମୁଦ୍ରିକ ସର୍ବେକ୍ଷଣକାରୀ ପି8i, ବୁଡାଜାହାଜ ନିରୋଧୀ ଯୁଦ୍ଧ ବିମାନ ଆଦି ଅଂଶଗ୍ରହଣ କରୁଛନ୍ତି | ବିଶାଖାପାଟଣା ଠାରେ ନଭେମ୍ବର 13 ରୁ 16 ତାରିଖ ପର୍ଯ୍ୟନ୍ତ ‘ପୋତାଶ୍ରୟ ପର୍ଯ୍ୟାୟ’ରେ ଓ କାକିନାଡା ଠାରେ ନଭେମ୍ବର 17 ରୁ 21 ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟରେ ସମରାଭ୍ୟାସ ହେବ | ଏହି ଅଭ୍ୟାସରେ ଭାରତୀୟ ସେନାବାହିନୀର ସିଗନାଲ, ଚିକିତ୍ସା ଦଳ ଓ ଯୋଗାଯୋଗ ଅସ୍ତ୍ରଶସ୍ତ୍ର ସମେତ ପ୍ରାୟ 400 ବାହିନୀ ଯୋଗ ଦେଉଛନ୍ତି | ପୂର୍ବରୁ ଭାରତ କେବଳ ରୁଷ ସହ ଏପରି ଅଭ୍ୟାସ କରିଥିଲା |

ସେପ୍ଟେମ୍ବର 2018ରେ ଭାରତ ଓ ଆମେରିକାର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ ମାନଙ୍କ ମଧ୍ୟରେ ‘2+2’ ଡାଇଲଗର ଉଦଘାଟନି ଅବସରରେ ଉଭୟଙ୍କ ମଧ୍ୟରେ ଏହି ତ୍ରି-ସେବା ଅଭ୍ୟାସ ଉପରେ ଆଲୋଚନା ହୋଇଥିଲା | ଉଭୟଙ୍କ ମଧ୍ୟରେ ସାମରିକ ସମ୍ପର୍କ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଦୁଇ ସାମରିକ ଓ ପ୍ରତିରକ୍ଷା ସଙ୍ଗଠନ ମଧ୍ୟରେ କର୍ମୀ ଆଦାନ ପ୍ରଦାନ ବୃଦ୍ଧି କରିବା ଲକ୍ଷ୍ୟରେ ଏକ ନୂତନ ତ୍ରି-ସେବା ଅଭ୍ୟାସର ଆୟୋଜନ କରିବା ଲାଗି ଦୁଇ ପକ୍ଷ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଥିଲେ | ସେପ୍ଟେମ୍ବର 2019ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଟେକ୍ସାସ ଠାରେ ‘ହାଉଡି ମୋଦୀ’ କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରପତି ଟ୍ରମ୍ଫ ଏହି ସମରାଭ୍ୟାସ ନେଇ ଘୋଷଣା କରିଥିଲେ |

ଏକ ସ୍ଥିର ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଉପରେ ଉଭୟ ରାଷ୍ଟ୍ରର ସମାନ ଆଭିମୁଖ୍ଯ ରହିଛି ଓ ରାଜନୈତିକ କ୍ଷେତ୍ରରେ ଉଭୟଙ୍କ ମଧ୍ୟରେ ତାଳମେଳ ବୃଦ୍ଧି ପାଉଛି | ଏଥିଯୋଗୁଁ ଦୁଇ ରାଷ୍ଟ୍ର ଲଜିଷ୍ଟିକ୍ସ ଏକ୍ସଚେଞ୍ଜ ମେମୋରେଣ୍ଡମ ଅଫ ଏଗ୍ରିମେଣ୍ଟ (LeMOA) ଓ କମ୍ୟୁନିକେସନ୍ସ କମ୍ପାଟିବିଲିଟି ଓ ସିକ୍ଯୁରିଟି ଏଗ୍ରିମେଣ୍ଟ (CCSA) ଭଳି ଦୁଇଟି ଆନ୍ତଃ-ସଂଚାଳନ ରାଜିନାମାରେ ସ୍ଵାକ୍ଷର କରିବା ଲାଗି ଏକମତ ହୋଇଛନ୍ତି | ସେମାନେ ବର୍ତ୍ତମାନ ଭୂ-ସ୍ଥାନିକ ମାନଚିତ୍ରର ମିଳିତ ଉପଯୋଗ ଲାଗି ବେସିକ ଏକ୍ସଚେଞ୍ଜ ଓ କୋଓପରେସନ ଏଗ୍ରିମେଣ୍ଟ (BECA) ଭଳି ତୃତୀୟ ରାଜିନାମା ଉପରେ ମଧ୍ୟ ଆଲୋଚନା କରୁଛନ୍ତି | ଭାରତ ଓ ଆମେରିକା ଗୋଟିଏ ବର୍ଷରେ ପରସ୍ପରର ସେବା ସମ୍ମିଳିତରେ ପଚାଶ ରୁ ଅଧିକ କାର୍ଯ୍ୟକ୍ରମର ଆୟୋଜନ କରନ୍ତି | ଭାରତ ଓ ଆମେରିକା ପ୍ରତି ବର୍ଷ ସେମାନଙ୍କ ସେନା ବାହିନୀ ମଧ୍ୟରେ ଅନେକ ଯୁଦ୍ଧ ଅଭ୍ୟାସ କରିଥାନ୍ତି | ଦୁଇ ପକ୍ଷ ମଧ୍ୟରେ ଏହି ମିଳିତ ସମରାଭ୍ୟାସ, ଦୁଇ ଦେଶର ସେନାବାହିନୀକୁ ଯୁଦ୍ଧ ପରିଦୃଶ୍ୟର ପୂର୍ବାଭ୍ୟାସ କରିବା ଓ ପରସ୍ପରର ପରିଚାଳନାଗତ ଢାଞ୍ଚାକୁ ବୁଝିବାରେ ସହାୟକ ହୋଇଥାଏ | ବର୍ତ୍ତମାନର ଭାରତ-ଆମେରିକା ଅଭ୍ୟାସରୁ ଭାରତ ଯୁଦ୍ଧ ଭଳି ପରିସ୍ଥିତିରେ ମିଳିତ ଅଭିଯାନରେ ଆମେରିକା ସେନାର ଅନୁଭୂତିରୁ ଫାଇଦା ଉଠାଇପାରିବ | ଏହା ମଧ୍ୟ ଭବିଷ୍ୟତର ଅଭିଯାନ ପାଇଁ ଦୁଇ ବାହିନୀର ମିଳିତ ପ୍ରସ୍ତୁତିକୁ ଆହୁରି ସୁଦୃଢ କରିବ | ମିଳିତ ଅଭ୍ୟାସ ଅତ୍ୟନ୍ତ ମହତ୍ବପୂର୍ଣ୍ଣ କାରଣ ଏହାଦ୍ବାରା ଭାରତ ଓ ଆମେରିକା ସେମାନଙ୍କ ପ୍ରତିରକ୍ଷା ସମ୍ପର୍କକୁ ଆହୁରି ମଜବୁତ କରିପାରିବେ |

ଭାରତ ଏହାର ଭୁସୀମା ଓ ସାମୁଦ୍ରିକ ପଥରେ ଉଭା ହୋଇଥିବା ବିପଦର ମୁକାବିଲା କରିବାଲାଗି ଏହାର ପ୍ରତିରକ୍ଷା କ୍ଷମତା ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି | ଏଥିପାଇଁ ଏହାକୁ ନବୀନତମ ଜ୍ଞାନକୌଶଳ ଓ ଉପକରଣର ଆବଶ୍ୟକତା ରହିଛି | ଭାରତ ‘ ମେକ ଇନ ଇଣ୍ଡିଆ’ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରତିରକ୍ଷା ବିନିର୍ମାଣ ର ଏକ ମହାତ୍ବାକାଙ୍ଖ୍ୟୀ କାର୍ଯ୍ୟକ୍ରମ ଆରମ୍ଭ କରିଛି | ତେଣୁ ପ୍ରତିରକ୍ଷା ଗବେଷଣା ଓ ବିକାଶ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ଆମେରିକା ସହ ଭାଗୀଦାରୀତା ସ୍ବାଗତଯୋଗ୍ୟ | ତେଣେ ଆମେରିକା ପାଇଁ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଉଭା ହୋଇଥିବା ଚାଲେଞ୍ଜ ଗୁଡିକର ମୁକାବିଲା ପାଇଁ ଭାରତ ହେଉଛି ଏକ ସମ୍ଭାବ୍ୟ ଭାଗୀଦାର ରାଷ୍ଟ୍ର | ଭାରତର ପ୍ରତିରକ୍ଷା ବଜାର ଏକ ପ୍ରମୁଖ ଆକର୍ଷଣ କ୍ଷେତ୍ର ପାଲଟିଛି |

ଆମେରିକା, ପ୍ରତିରକ୍ଷା ଭାଗୀଦାରୀତା ବୃଦ୍ଧି, କ୍ଷମତା କାର୍ଯ୍ୟକ୍ରମ ଓ ସଶସ୍ତ୍ର ବାହିନୀର ପାରସ୍ପରିକତା ପରିପ୍ରେକ୍ଷୀରେ ଭାରତ ସହ ଏହାର ସମ୍ପର୍କକୁ ଦେଖୁଛି | ଦୁଇ ଦେଶ ରପ୍ତାନି ବିକଳ୍ପ ଗୁଡିକର ଅନ୍ଵେଷଣ କରିବା ଲାଗି ଷ୍ଟାର୍ଟ-ଅପ ଓ ପ୍ରକଳ୍ପକୁ ତୃତୀୟ ଦେଶ ରେ ସାମିଲ କରିବା ପାଇଁ 2012ର ଭାରତ ଆମେରିକା ପ୍ରତିରକ୍ଷା ଜ୍ଞାନକୌଶଳ ଓ ବାଣିଜ୍ୟ ଅଭିଯାନରେ ସଂଶୋଧନ ଆଣିବା ପାଇଁ ଯୋଜନା ଚଳେଇଛନ୍ତି | ତେବେ 2018ରେ 2+2 ମନ୍ତ୍ରୀସ୍ତରୀୟ ବୈଠକ ପରେ ପ୍ରତିରକ୍ଷା, ସୁରକ୍ଷା ଓ ବିଦେଶୀ ନୀତି କ୍ଷେତ୍ରରେ ଦ୍ଵିପକ୍ଷୀୟ ସମ୍ପର୍କରେ କେତେ କଣ ପ୍ରଗତି ହୋଇଛି ସେ ନେଇ ସମୀକ୍ଷା କରିବା ଉପରେ ବର୍ତ୍ତମାନ ପ୍ରାଧାନ୍ୟ ଦିଆଯାଉଛି |

ମୂଳ ଲେଖା : ସ୍ତୁତି ବାନାର୍ଜୀ, ଆମେରିକା ବ୍ୟାପାରୀୟ ରଣନୀତିକ ବିଶ୍ଳେଷକ 

ଅନୁବାଦ: ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...