Skip to main content

ଆମେରିକା-ଭାରତ ମଧ୍ୟରେ ସପ୍ତମ ଅର୍ଥନୈତିକ ଓ ଆର୍ଥିକ  ଭାଗିଦାରୀତା ବୈଠକ 

ଭାରତ ଓ ଆମେରିକା ମଧ୍ୟରେ ସପ୍ତମ ଅର୍ଥନୈତିକ ଓ ଆର୍ଥିକ ଭାଗିଦାରୀତା ବୈଠକ ସମ୍ପ୍ରତ୍ତି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି | ଭାରତ ଓ ଆମେରିକା ମଧ୍ୟରେ ଅର୍ଥନୈତିକ ଭାଗିଦାରୀତାକୁ ଆହୁରି ଦୃଢୀଭୂତ କରିବା ହେଉଛି ଏହି ବୈଠକର ମୂଳ ଉଦ୍ଦେଶ୍ୟ | ଏହି ବୈଠକରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସିଥାରମଣ ଭାରତୀୟ ପ୍ରତିନିଧି ଦଳର ନେତୃତ୍ଵ ନେଇଥିବା ବେଳେ ଆମେରିକାର ଟ୍ରେଜେରୀ ସେକ୍ରେଟରୀ ଶ୍ରୀ ଷ୍ଟିଭେନ ମେନୁଚିନ ସେଠାକାର ପ୍ରତିନିଧି ଦଳର ନେତୃତ୍ଵ ନେଇଥିଲେ |

2022 ପାଇଁ ଜି-20 ଶିଖର ବୈଠକର ଅଧ୍ୟକ୍ଷତା କରିବା ପାଇଁ ଭାରତ ପ୍ରସ୍ତୁତି ଚଳେଇଥିବା ବେଳେ ନୂଆଦିଲ୍ଲୀ ବୈଠକରେ ଭାରତକୁ ସବୁ ପ୍ରକାରର ଆବଶ୍ୟକୀୟ ସାହାଯ୍ୟ ସମର୍ଥନ ଯୋଗାଇଦେବା ନେଇ ଆମେରିକା ପ୍ରତିଶ୍ରୁତି ଦେଇଛି | ଏହି ବୈଠକରେ ବୈଶ୍ଵିକ ଋଣ ସ୍ଥିରତା ଓ ଦ୍ଵିପକ୍ଷୀୟ ବିତ୍ତୀୟ କ୍ଷେତ୍ରରେ ପାରଦର୍ଶିତା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥିଲା | ଅର୍ଥନୈତିକ ଅଭିବୃଦ୍ଧି ପାଇଁ ନିବେଶ କ୍ଷେତ୍ରରେ ବୈଶ୍ଵିକ ଏକୀକରଣ ଲାଗି ଭାରତର ଯୋଜନା ଗୁଡିକର ସଂକେତ ମିଳିଛି | ଏହି ଅବସରରେ ଭାରତୀୟ ଅର୍ଥବ୍ୟବସ୍ଥାକୁ ମଜବୁତ କରିବା ଲାଗି ବିଦେଶୀ ନିବେଶକୁ ପ୍ରୋତ୍ସାହନ ଦେବା ନିମନ୍ତେ ବାହ୍ୟ ମାକ୍ରୋ-ଅର୍ଥନୈତିକ ପରିଦୃଶ୍ୟର ବିଶ୍ଳେଷଣ ପାଇଁ ଭାରତର ଉଚ୍ଚାଭିଳାଷ ନେଇ ମଧ୍ୟ ଆଲୋଚନା ହୋଇଥିଲା |

ଏହି ଦ୍ଵିପକ୍ଷୀୟ ବୈଠକରେ ବୈଶ୍ଵିକ ଅର୍ଥନୈତିକ ପ୍ରସଙ୍ଗ ଉପରେ ଅଧିକ ଆର୍ଥିକ ସହଯୋଗର ଆବଶ୍ୟକତା ଉପରେ ଜୋର ଦେବା ସହ ବିଶ୍ଵ ସମ୍ମୁଖୀନ ହେଉଥିବା “ସମକାଳିକ ଆର୍ଥିକ ମାନ୍ଦାବସ୍ଥା” ଭଳି ପରିସ୍ଥିର ମୁକାବିଲା କରିବା ଉପରେ ମଧ୍ୟ ବ୍ୟାପକ ଚର୍ଚ୍ଚା ହୋଇଥିଲା |ଏଥି ସକାଶେ “ବିତ୍ତୀୟ କ୍ଷେତ୍ରର ସଂସ୍କାର” ଗୁଡିକ ଉପରେ ମଧ୍ୟ ପ୍ରମୁଖତାର ସହ ଆଲୋଚନା ହୋଇଥିଲା | ସରକାରୀ ବ୍ୟାଙ୍କ ଓ ବ୍ୟାଙ୍କ ପୁନର୍ପୁଞ୍ଜିକରଣର ମିଶ୍ରଣ ହେବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା| ବିତ୍ତୀୟ ନିୟାମକ କତ୍ତୃପକ୍ଷ ମାନେ ବୀମା କ୍ଷେତ୍ରର ନିୟନ୍ତ୍ରଣ ସମେତ “ବିତ୍ତୀୟ ନିୟାମକ ଡାଇଲଗ”ରେ ବିତ୍ତୀୟ ନିୟାମକ ବିକାଶ ଉପରେ ମଧ୍ୟ ଆଲୋଚନା କରିଥିଲେ | ଶ୍ରୀ ଷ୍ଟିଭେନ ମେନୁଚିନ, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସହ ମୌଦ୍ରିକ-ମାକ୍ରୋ ଢାଞ୍ଚା ପ୍ରସଙ୍ଗ ନେଇ ମଧ୍ୟ ଆଳାପ ଆଲୋଚନା କରିଥିଲେ |

ଆମେରିକା ଓ ଭାରତ ଆର୍ଥିକ ବିକାଶ ପାଇଁ “ବିଦେଶୀ ପୋର୍ଟଫୋଲିଓ ନିବେଶକ” ଉପରେ ଧ୍ୟାନର ସହ ବିଶ୍ଳେଷଣ କରିବାର ଆବଶ୍ୟକତା ଅଛି ବୋଲି ଚର୍ଚ୍ଚା କରି ଅଧିକ ବିଦେଶୀ ପୋର୍ଟଫୋଲିଓ ନିବେଶ ପାଇଁ ବିଭିନ୍ନ ଉପାୟ ବା ପଦକ୍ଷେପ ଗୁଡିକ ଉପରେ ଏହି ଦ୍ଵିପକ୍ଷୀୟ ବୈଠକରେ ଆଲୋଚନା କରିଥିଲେ | ଏହି ଆଲୋଚନା ଯୋଗୁଁ ବାସ୍ତବତା ଓ ଆର୍ଥିକ କ୍ଷେତ୍ର ମଧ୍ୟରେ ସଂଯୋଗ ସ୍ଥାପନ ହୋଇପାରିବ |ଇଏଫପି ବୈଠକରେ “ପୁଞ୍ଜି ଖାତା” ଅର୍ଥାତ ବିଦେଶୀ ନିବେଶ ର ଗତିଶୀଳତା ଉପରେ ଆଲୋକପାତ କରାଯାଇଥିଲା | ଭାରତରେ “ଅର୍ଥନୈତିକ କୂଟନୀତି” ର ବିଶ୍ଳେଷଣ ପରିପ୍ରେକ୍ଷୀରେ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି |

ଭାରତ ଆରସିଇପି ସହ ମଧ୍ୟ ବୈଠକ କରିଥିଲା ଯାହା ଏକ ଆଞ୍ଚଳିକ ବ୍ୟାପକ ମୁକ୍ତ ବାଣିଜ୍ୟ ରାଜିନାମା | ଏହି ରାଜିନାମାରେ 10 ଆସିଆନ ସଦସ୍ୟ ରାଷ୍ଟ୍ର ଓ ଅଷ୍ଟ୍ରେଲିଆ, ଚୀନ, ଭାରତ, ଜାପାନ, କୋରିଆ ଓ ନ୍ୟୁଜିଲାଣ୍ଡ ଭଳି ଆସିଆନର ମୁକ୍ତ ବାଣିଜ୍ୟ ରାଜିନାମା ସହଯୋଗୀ ମାନଙ୍କ ମଧ୍ୟରେ ବୁଝାମଣା ହୋଇଛି | ଭାରତ ଏହାର ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ରାଜିନାମାରେ ସ୍ଵାକ୍ଷର କରିବାକୁ ମନା କରିଦେଇଛି | ଆରସିଇପି ବୈଠକରେ ବାଣିଜ୍ୟ ନିଅଣ୍ଟ ନେଇ ଭାରତର ଗମ୍ଭୀର ଉଦବେଗ ଗୁଡିକ ପ୍ରତି ଯଦି ଧ୍ୟାନ ଦିଆଯାଇଥାନ୍ତା ତେବେ ଏହା ଏକ ଗେମ ଚେଞ୍ଜର ସଦୃଶ୍ୟ ରାଜିନାମା ହୋଇଥାନ୍ତା | ଆରସିଇପି ରେ ଯୋଗ ନଦେବା ନେଇ ଭାରତ ଏକ ନିର୍ଣ୍ଣାୟକ ନିଷ୍ପତ୍ତି ନେଇଛି | ଶ୍ରୀମତୀ ସିଥାରମଣ ଓ ଶ୍ରୀ ମନୁଚିନଙ୍କ ମଧ୍ୟରେ ଅନୁଷ୍ଠିତ ଦ୍ଵିପକ୍ଷୀୟ ବୈଠକରେ ଟିକସ ଫାଙ୍କିବା ଓ ଅର୍ଥ ହେରଫେର ଭଳି ସମସ୍ୟାର ମୁକାବିଲା ଲାଗି ମିଳିତ ସହଯୋଗ କରିବା ସହ ଆର୍ଥିକ ସହଯୋଗ ସଙ୍କ୍ରାନ୍ତୀୟ ବିଭିନ୍ନ ପ୍ରସଙ୍ଗ ନେଇ ଆଳାପ ଆଲୋଚନା ହୋଇଥିଲା |

ଦୁଇ ଦେଶ, ସମ୍ପ୍ରତ୍ତି କିଛି ବର୍ଷରେ ଉଭୟଙ୍କ ମଧ୍ୟରେ ଦ୍ଵିପକ୍ଷୀୟ କର ବିବାଦର ସମାଧାନ ଲାଗି ମହତ୍ବପୂର୍ଣ୍ଣ ପ୍ରଗତି ଉପରେ ସମୀକ୍ଷା କରିବା ସହ ଏପରି ବିବାଦକୁ ରୋକିବା ପାଇଁ ଜାରିଥିବା ପ୍ରୟାସ ଓ ପ୍ରଚଳିତ ଆପୋଷ ସହମତି ପ୍ରକ୍ରିୟା ଏବଂ ଦ୍ଵିପକ୍ଷୀୟ ମୂଲ୍ୟ ରାଜିନାମା ସମ୍ପର୍କ ଜରିଆରେ କରଦାତା ମାନଙ୍କ ପାଇଁ ଅନିଶ୍ଚିତତା ଦୂର କରିବା ଲାଗି ଜାରି ପ୍ରୟାସର ଭୂୟଶୀ ପ୍ରଶଂସା କରିଥିଲେ |

ଉଭୟ ଦେଶ ଆନ୍ତଃ-ସରକାରୀ ରାଜିନାମା ଅନୁଯାୟୀ ବିଦେଶୀ ଖାତା କର ଅନୁପାଳନ ଅଧିନିୟମ (ଏଫଏଟିସିଏ) ଅନ୍ତର୍ଗତ ଦୁଇ ଦେଶ ମଧ୍ୟରେ ବିତ୍ତୀୟ ଖାତା ସୂଚନା ଆଦାନ ପ୍ରଦାନ କରିବା କ୍ଷେତ୍ରରେ ହୋଇଥିବା ପ୍ରଗତି ଉପରେ କଥାବାର୍ତ୍ତା କରିଥିଲେ | ତେବେ ଏହି କଥାବାର୍ତ୍ତାରେ ପାରସ୍ପରିକ ଲାଭ ପାଇଁ ଡାଟାର ଆଦାନ ପ୍ରଦାନ କରିବା ପ୍ରସଙ୍ଗ ଏବେ ମଧ୍ୟ ଏକ ସମ୍ବେଦନଶୀଳ ପ୍ରସଙ୍ଗ ରହିଛି | ସପ୍ତମ ଭାରତ-ଆମେରିକା ଇଏଫପି ବୈଠକ ଶେଷରେ ଜାରି ମିଳିତ ବିବୃତ୍ତିରେ ଦୁଇ ପକ୍ଷ ଆତଙ୍କବାଦକୁ ଅର୍ଥ ଯୋଗାଣ ଭଳି ପ୍ରମୁଖ ସମସ୍ୟାର ମୁକାବିଲା ଲାଗି ଆପୋଷ ସହଯୋଗ ଜାରି ରଖିବା ନେଇ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଛନ୍ତି |

ଭରତ, ଭାରତୀୟ ମୌଳିକ ଢାଞ୍ଚାରେ ବେସରକାରୀ ସଂସ୍ଥାଗତ ନିବେଶକୁ ପ୍ରୋତ୍ସାହନ କରିବା ଲାଗି ଜାତୀୟ ମୌଳିକ ଢାଞ୍ଚା ଏବଂ ନିବେଶ ପାଣ୍ଠି (ଏନଆଇଆଇଏଫ)ର ସ୍ଥାପନା କରିଛି ଯାହା ପାଇଁ ଆମେରିକା ଯାନ୍ତ୍ରିକ ସହାୟତା ପ୍ରଦାନ କରିଛି | ଆମେରିକା, ସରକାରଙ୍କ ସ୍ମାର୍ଟ ସହର ଅଭିଯାନର ସମର୍ଥନ କରିବା ପାଇଁ ସ୍ଥାନୀୟ ମୌଳିକ ଢାଞ୍ଚାର ଆବଶ୍ୟକତାକୁ ପୂରଣ କରିବା ଲାଗି 2017ରେ ଭାରତର ପୁଣେ ସହରରେ ସଫଳତାପୂର୍ବକ ନଗରପାଳିକା ବଣ୍ଡର ଶୁଭାରମ୍ଭ ପାଇଁ ସହାୟତା କରିଥିଲା| ଭିତ୍ତିଭୂମି ନିର୍ମାଣ ପାଇଁ ଭାରତରେ ପୁଞ୍ଜିଗତ ଖର୍ଚ୍ଚରେ ବେସରକାରୀ ସଂସ୍ଥାଗତ ନିବେଶକୁ ମଜବୁତ କରିବା ଲାଗି ଭାରତର ନବ ନିର୍ମିତ ଜାତୀୟ ମୌଳିକ ଢାଞ୍ଚା ଓ ନିବେଶ ପାଣ୍ଠି (ଏନଆଇଆଇଏଫ) ପରିପ୍ରେକ୍ଷୀରେ ଆମେରିକା, ଭାରତ ପାଇଁ ଯାନ୍ତ୍ରିକ ସହାୟତା ପ୍ରଦାନ କରିବା ଓ ଏକ ବ୍ୟାପକ କୌଶଳଗତ ଭାଗିଦାରୀତା ଜାରି ରଖିବ ବୋଲି ନିଶ୍ଚିତ କରିଛି |

ମୂଳ ଲେଖା : ଡଃ ଲେଖା ଏସ ଚକ୍ରବର୍ତ୍ତୀ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...