Skip to main content

କଳାପାଣି ପ୍ରସଙ୍ଗ

ଜମ୍ମୁ ଓ କଶ୍ମୀରକୁ ବିଭାଜିତ କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ଭାରତ ପକ୍ଷରୁ ଜାରି ସାନି ମାନଚ୍ଚିତ୍ର ଅନୁଯାୟୀ ହିମାଳୟ ଅଞ୍ଚଳ ସ୍ଥିତ ଭାରତ-ନେପାଳ ଓ ଚିନର ମିଳନ ସ୍ଥଳି କଳାପାଣି ଇଲାକା ଅକ୍ତିଆର କରିବା ପ୍ରସଙ୍ଗକୁ ନେଇ ବିବାଦ ଏବେ ପୁଣି ଥରେ ମୁଣ୍ତ ଟେକିଛି। ଭାରତୀୟ ଭୂଖଣ୍ତ ଭାବେ ଦର୍ଶାଯାଇଥିବା ମାନଚ୍ଚିତ୍ରରେ କଳାପାଣି ଓ ଏହାର ଆଖପାଖ ଅଞ୍ଚଳ ନେପାଳର ବୋଲି ସେ ଦେଶ ଦାବି କରିଛି।

1816 ମସିହାରେ ନେପାଳ ରାଜା ଓ ତତ୍କାଳିନ ବ୍ରିଟିଶ ସରକାରଙ୍କ ମଧ୍ୟରେ ଐତିହାସୀକ ସଗୌଲି ଚୁକ୍ତି ସମୟରୁ ହିଁ କଳାପାଣି ବିବାଦ ରହିଆସିଛି। ସେହି ଚୁକ୍ତି ଅନୁଯାୟୀ ମହାକାଳି ନଦୀ ହେଉଛି ଦୁଇ ଦେଶ ମଧ୍ୟରେ ସୀମାରେଖା କିନ୍ତୁ ଏହି ନଦୀର ଉତ୍ପତ୍ତି ସ୍ଥଳି କିମ୍ବା ତାହାର ଶାଖା ନଦୀ ବିଷୟରେ ଚୁକ୍ତିରେ କିଛି ଉଲ୍ଲେଖ କରାଯାଇ ନଥିଲା। କିନ୍ତୁ ତତ୍କାଳିନ ବ୍ରିଟିଶ ସରକାରଙ୍କ ସର୍ଭେୟରଙ୍କ ଦ୍ୱାରା ଜାରି ଭୂଖଣ୍ତ ମାନଚ୍ଚିତ୍ରରେ କଳାପାଣି, ଲିପୁ ଲେଖ ଏବଂ ଲିମ୍ପିୟାଧୁରା ଅଞ୍ଚଳକୁ ଭାରତୀୟ ଅଞ୍ଚଳ ବୋଲି ଦର୍ଶାଇଥିଲେ କିନ୍ତୁ ଏହି ଅଞ୍ଚଳ ନେପାଳ ତାର ଭୂଖଣ୍ତ ବୋଲି ଦାବି କରୁଥିବାରୁ ମହାକାଳି ନଦୀର ଉତ୍ପତ୍ତି ସ୍ଥଳ ସଂକ୍ତାନ୍ତରେ ବିବାଦ ସେହି ଦିନରୁ ରହିଆସିଛି। ନେପାଳ କହୁଛି ଧର୍ଚୁଲା ଜିଲ୍ଲାର ପଶ୍ଚିମାଞ୍ଚଳରେ ଥିବା କଳାପାଣି ଅଞ୍ଚଳ ଏକ ଅସମାଧିତ ଅଞ୍ଚଳ।

2019 ନଭେମ୍ୱର ମାସ 2 ତାରିଖରେ ଭାରତ ପକ୍ଷରୁ ଜାରି ମାନଚ୍ଛିତ୍ରରେ ସଂଶୋଧନ କରିବା ପାଇଁ ନେପାଳର ରାଜଧାନୀ କାଠମାଣ୍ତୁ ନଗରରେ କାଁଭାଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନେପାଳର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି କଳାପାଣି ନେପାଳର ଭୂଖଣ୍ତ ବୋଲି ସେ ଦେଶର ଦୃଢ ବିଶ୍ୱାସ ରହିଛି। ଏହାର ଜବାବ ଦେବାକୁ ଯାଇ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ନୂଆ ମାନଚ୍ଚିତ୍ରରେ ଭାରତର ସାର୍ବଭୌମ ଅ଼ଞ୍ଚଳକୁ ଦର୍ଶାଯାଇଛି ଏବଂ ନେପାଳର ସୀମାରେଖାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। 

କୂଟନୈତିକ ମାଧ୍ୟମରେ ଭାରତ ସହ ଏହି ସମସ୍ୟାର ସମାଧାନ କରିବା ପାଇଁ ଫଳପ୍ରଦ ପଦକ୍ଷେପ ନେବାକୁ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏକ ସର୍ବଦଳୀୟ ବୈଠକରେ ସେ ଦେଶର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଇଞ୍ଚେ ମାତ୍ର ଜାଗା ଛଡାଯିବ ନାହିଁ ବୋଲି ଶ୍ରୀ ଓଲି ବିବୃତ୍ତି ଦେଇଥିଲେ ମଧ୍ୟ ଭାରତ ସହ ଆପୋଷ କଥାବାର୍ତ୍ତା ଜରିଆରେ ଏହି ସମସ୍ୟାର ସମାଧାନ କରିବା ପାଇଁ ତାଙ୍କ ସରକାରଙ୍କ ପ୍ରତିଶ୍ତୁତିବଦ୍ଧତାକୁ ଦୋହରାଇଛନ୍ତି।

2015 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଜିଙ୍ଗ ଯାଇଥିବାବେଳେ ଲିପୁଲେଖ ଘାଟିର ଉନ୍ନୟନ ପାଇଁ ଭାରତ ଓ ଚିନ ମଧ୍ୟରେ ଏକ ରାଜିନାମାକୁ ମଧ୍ୟ ନେପାଳ ସେତେବେଳେ ବିରୋଧ କରିଥିଲା। ହିନ୍ଦୁ ମାନଙ୍କର ପବିତ୍ର ତୀର୍ଥ ସ୍ଥଳି ବୋଲି କୁହାଯାଉଥିବା ମାନସରୋବରକୁ ଯିବା ପାଇଁ ଲିପୁଲେଖ ଘାଟି ପଥ ହେଉଛି ସବୁଠାରୁ କମ ରାସ୍ତା। ସେହି ଅଞ୍ଚଳକୁ ନେପାଳ ସେତେବେଳେ ମଧ୍ୟ ତାର ବୋଲି ଦାବି କରିଥିଲା। ଏଣୁ ଏ କ୍ଷେତ୍ରରେ ବିଶେଷ କିଛି ଅଗ୍ରଗତି ହୋଇନଥିଲା ଏବଂ ଭାରତୀୟ ସୈନ୍ୟମାନେ ସେହି ଅଞ୍ଚଳକୁ ନିୟନ୍ତ୍ରଣରେ ରଖିଛନ୍ତି।

ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସଂପର୍କ ଥିବାରୁ ଆପୋଷ କଥାବାର୍ତ୍ତା ଜରିଆରେ ଏହି ସମସ୍ୟାର ସମାଧାନ କରିବାକୁ ଉଭୟ ଦେଶର ସମର୍ଥନ ରହିଛି। ଭାରତ କହିଛି ସୀମାରେଖା ସାନି ନିର୍ଦ୍ଧାରଣ ଏକ ନିୟମିତ ପ୍ରକ୍ରିୟା ଏବଂ ଉପସ୍ଥିତ ବ୍ୟବସ୍ଥା ଅଧିନରେ ଏହି ପ୍ରକ୍ରିୟାକୁ କାର୍ଯ୍ୟକାରୀ କରାଯାଇଥାଏ ଯାହାଦ୍ୱାରା ଏହିଭଳି ବିବାଦ ଗୁଡିକର ଆପୋଷ ସମାଧାନ ପାଇଁ ଉଦ୍ୟମ ବଳବତ୍ତର ରହିବ। ଦୁଇ ବନ୍ଧୁ ରାଷ୍ଟ୍ର ମଧ୍ୟରେ ମତପାର୍ଥକ ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଥିବା ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠିଗୁଡିକ ପ୍ରତି ସଜାଗ ରହିବାକୁ ଭାରତ ନେପାଳକୁ ପରାମର୍ଶ ଦେଇଛି।

ଦେଶ ଭିତରେ ଚାପ, ଅତିରିକ୍ତ ଜାତୀୟତାବାଦ ଏବଂ ନେପାଳ ବ୍ୟାପାରରେ ବାହ୍ୟ ସ୍ୱାର୍ଥ ପାଇଁ ଚାପ ବୃଦ୍ଧି ଯୋଗୁଁ ନିଜ ଦେଶରେ ସ୍ଥିତିକୁ ସାମାନ୍ୟ ରଖିବା ପାଇଁ ଭାରତ ସହ ଏହି ପ୍ରସଙ୍ଗକୁ ଉଜ୍ଜିବିତ ରଖିବା ପାଇଁ କାଠମାଣ୍ତୁ ବାଧ୍ୟ ହେଉଛି। କିନ୍ତୁ ଆପୋଷ କଥାବାର୍ତ୍ତା ଜରିଆରେ ଏହି ପ୍ରସଙ୍ଗର ସମାଧାନ ପାଇଁ ଉଭୟ ଦେଶର ନେତୃତ୍ୱ ଚାହୁଁଛନ୍ତି। ନେପାଳରେ ଭାରତର ରାଷ୍ଟ୍ରଦୂତ ନିଳାମ୍ୱର ଆଚାର୍ଯ୍ୟ ନୂଆଦିଲ୍ଲୀରେ ବୈଦେଶିକ ସଚିବ ବିଜୟ ଗୋଖଲେଙ୍କୁ ସାକ୍ଷାତ କରି ଏହି ବିଷୟରେ ତାଙ୍କ ସହ ଆଲୋଚନା କରିଛନ୍ତି। ଏହି ପ୍ରସଙ୍ଗ ଉପରେ ବୈଦେଶିକ ସଚିବ ସ୍ତରୀୟ ଆଲୋଚନା ପାଇଁ ମଧ୍ୟ ନେପାଳ ଅନୁରୋଧ କରିଛି। କଳାପାଣି ସଂକ୍ରାନ୍ତରେ ଐତିହାସୀକ ତଥ୍ୟ ଖୋଜି ବାହାର କରିବାକୁ ନେପାଳ ସରକାର ବିଶେଷଜ୍ଞମାନଙ୍କ ଏକ ଟାସ୍କ ଫୋର୍ସ ମଧ୍ୟ ଗଠନ କରିଛନ୍ତି। 

ଭାରତ ଓ ନେପାଳର ବୈଦେଶିକ ମନ୍ତ୍ରୀ ସ୍ତରୀୟ ଯୁଗ୍ମ କମିଶନର ପଞ୍ଚମ ବୈଠକ ଅଗଷ୍ଟ ମାସରେ କାଠମାଣ୍ତୁରେ ବସିଥିବାବେଳେ ଦୁଇ ଦେଶର ଦ୍ୱିପକ୍ଷୀୟ ସଂପର୍କ ସଂଙ୍କ୍ରାନ୍ତରେ ଆମୂଳଚୁଳ ଆଲୋଚନା କରାଯାଇଥିଲା। ଗତ ବର୍ଷ ରକ୍ସାଉଲ କାଠମାଣ୍ତୁ ବିଦ୍ୱୁତ ଚାଳିତ ରେଳ ଧାରଣା ଏବଂ ଜଳପଥ ତଥା କୃଷି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଉନ୍ନତମାନର ସହୋଯୋଗ ପାଇଁ ଉଭୟ ଦେଶ ତିନୋଟି ନୂଆ କ୍ଷେତ୍ରକୁ ଚିହ୍ନଟ କିଥିଲେ।

ଭାରତ ଓ ନେପାଳ ପାଇଁ କଳାପାଣି ପ୍ରସଙ୍ଗ ଏକ ସମ୍ୱେଦନଶୀଳ ବିଷୟ ନିଶ୍ଚିତ କିନ୍ତୁ ଉଭୟ ଦେଶର ସର୍ଭେ ଟିମ ଗୁଡିକ ଏହି ସମସ୍ୟା ଉପରେ ତର୍ଜମା କରୁଛନ୍ତି ଏବଂ ଆପୋଷ ଭାବେ ଖୁବ ଶିଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ଆଶା କରାଯାଉଛି।

ଆଲେଖ୍ୟ: ରତନ ସାଲଦି

ଭାଷାନ୍ତର: ଜଗନ୍ନାଥ ମଳ୍ଲିକ, ରାଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...