Skip to main content

ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆରସିଇପି ଚୁକ୍ତିରେ ସ୍ଵାକ୍ଷର କରିବାକୁ ମନା କଲା  ଭାରତ 

ରାଷ୍ଟ୍ର, ଜାତୀୟ ସ୍ଵାର୍ଥର ସୁରକ୍ଷା ତଥା ପ୍ରୋତ୍ସାହନ ଲାଗି ରାଷ୍ଟ୍ର ସମୂହ ଓ ଆଞ୍ଚଳିକ ଗୋଷ୍ଠୀ ସହ ବିଚାର ବିମର୍ଶ କରିଥାଏ | ସାତ ବର୍ଷ ପୂର୍ବେ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗୀଦାରୀତା (ଆରସିଇପି) ବୁଝାମଣା ନେଇ କଥାବାର୍ତ୍ତା ଆରମ୍ଭ ହୋଇଥିଲା | ଭାରତ ଏହାର ‘ଲୁକ ଇଷ୍ଟ’ ଓ ପରବର୍ତ୍ତୀ ସମୟରେ ନାମିତ ‘ଆକ୍ଟ ଇଷ୍ଟ ନୀତି’କୁ ଦୃଷ୍ଟିରେ ରଖି ଏହି ସମୂହରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସ୍ଵାଭାବିକ ଥିଲା | ଏକ ଆଧୁନିକ, ପାରସ୍ପରିକ ଲାଭପ୍ରଦ ଓ ବ୍ୟାପକ ଆଞ୍ଚଳିକ ସମୂହ ସ୍ଥାପନ କରିବା ଆରସିଇପିର ମୂଳ ଉଦ୍ଦେଶ୍ୟ ଥିଲା ଓ ଭାରତ ପ୍ରତି ବୈଠକରେ ଏହି ଉଦ୍ଦେଶ୍ୟ ସାଧନ ଲାଗି ନିଜ ପକ୍ଷ ଉପସ୍ଥାପନ କରିଆସୁଛି |

ପୂର୍ବ ଏସୀୟ ରାଷ୍ଟ୍ର ସହ ଅଧିକାଂଶ ମୁକ୍ତ ବାଣିଜ୍ୟ ରାଜିନାମା (ଏଫଟିଏ) ପ୍ରଭାବିତ ହେବା ପରେ ମଧ୍ୟ ଆଞ୍ଚଳିକ ବନ୍ଧୁତ୍ଵକୁ ଦୃଷ୍ଟିରେ ରଖି ଭାରତ ଆରସିଇପିରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନେଇଥିଲା | ଏଫଟିଏ ରାଜିନାମା ହେବା ପରଠୁ ଆସିଆନ, ଜାପାନ ଓ କୋରିଆ ସହ ଭାରତର ବାଣିଜ୍ୟ ନିଅଣ୍ଟ ଦୁଇଗୁଣା ରୁ ଅଧିକ ହୋଇଯାଇଛି | ଏଫଟିଏ ସହଯୋଗୀ ମାନଙ୍କ ଠାରୁ ଆମଦାନୀ ବୃଦ୍ଧି ପାଇଛି କିନ୍ତୁ ବଜାର ସୁବିଧା ଲାଗି ଅଣ-ଶୁଳ୍କ ପ୍ରତିବନ୍ଧକ ଯୋଗୁଁ ଭାରତର ଏଫଟିଏ ଉପଯୋଗ ଦର ହ୍ରାସ ପାଇଛି | ସେବା ରାଜିନାମାରେ ବାଣିଜ୍ୟ କ୍ଷେତ୍ରରେ ଲାଭ କରାଇବା ପାଇଁ ଆଶା ରଖି ଆସିଆନ ସହ ବାଣିଜ୍ୟ ରାଜିନାମା ଅନ୍ତର୍ଗତ ଭାରତ ଅତ୍ୟଧିକ ମାତ୍ରାରେ ଏହାର ଶୁଳ୍କ ହ୍ରାସ କରିଛି | ତେବେ ଦୁର୍ଭାଗ୍ୟ ବଶତଃ କେତୋଟି ଆସିଆନ ସଦସ୍ୟ ରାଷ୍ଟ୍ରଙ୍କ ଅନିଚ୍ଛା କାରଣରୁ ସାମଗ୍ରୀ ରାଜିନାମାରେ ବାଣିଜ୍ୟ କାରବାର ସମ୍ଭବ ହୋଇପାରିନାହିଁ |

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରସିଇପି ସଦସ୍ୟ ମାନଙ୍କୁ ସାମଗ୍ରୀ ଓ ସେବା ବୁଝାମଣା ମଧ୍ୟରେ ସଂଯୋଗ ସ୍ଥାପନା ଲାଗି ନିବେଦନ କରିଥିଲେ | ଏହାଦ୍ବାରା ସାମଗ୍ରୀ ବୁଝାମଣା କ୍ଷେତ୍ରରେ ଭାରତ ସମ୍ମୁଖୀନ ହେବାକୁ ଥିବା କ୍ଷତିରୁ ମୁକୁଳି ପାରିଥାନ୍ତା| ତେବେ କେତୋଟି ଦେଶ ସେମାନଙ୍କ ସେବା କ୍ଷେତ୍ରରେ ବାଣିଜ୍ୟ କାରବାର ଲାଗି ବଜାର ଉନ୍ମୁକ୍ତ ଲାଗି ଅନିଚ୍ଛା ପ୍ରକଟ କରିଥିବା ବେଳେ ସାମଗ୍ରୀ କ୍ଷେତ୍ରରେ କାରବାର ପାଇଁ ବଜାର ଖୋଲିବାକୁ ଭାରତ ଉପରେ ନିଜର ଦାବି ଜାହିର କରିଥିଲେ |

ଆରସିଇପିର ସମାପନ ପାଇଁ ସମୟ ସୀମା ଅନେକ ଥର ଘୁଞ୍ଚାଇଦିଆଯାଇଛି | ପୂର୍ବରୁ ବୁଝାମଣା ପାଇଁ 2014 ର ମୋଷ୍ଟ ଫେଭର୍ଡ ନେସନ ବା ସବୁଠୁ ମର୍ଯ୍ୟାଦା ଜନକ ରାଷ୍ଟ୍ର (ଏମଏଫଏନ) ଶୁଳ୍କ ଦରର ଉପଯୋଗ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା| ଆରସିଇପିକୁ 2020ରେ କାର୍ଯ୍ୟକାରୀ କରିବା ପାଇଁ ସ୍ଥିରୀକୃତ୍ୟ ହୋଇଥିବା ବେଳେ ସମ୍ପ୍ରତ୍ତି ବାସ୍ତବତାକୁ ପ୍ରତିଫଳିତ କରିବା ଲାଗି ସୀମା ଶୁଳ୍କ ହ୍ରାସ ପାଇଁ 2019କୁ ଆଧାର ବର୍ଷ ଭାବେ ବିବେଚନା କରିବାକୁ ଭାରତ ଅନୁରୋଧ କରିଥିଲା | ତେବେ ଅନେକ ଦେଶ ଏଥିପ୍ରତି ସହମତ ବ୍ୟକ୍ତ କରିନଥିଲେ | ବହୁ ବର୍ଷ ହେଲା ବିଶେଷକରି ଚୀନରୁ ଅତ୍ୟଧିକ ମାତ୍ରାରେ ସାମଗ୍ରୀ ରପ୍ତାନି ଯୋଗୁଁ ଭାରତୀୟ ବଜାରରେ କ୍ଷତି ପହଞ୍ଚିବା ସହ ଘରୋଇ ଉଦ୍ଯୋଗ ପ୍ରତି ମଧ୍ୟ ବିପଦ ଦେଖାଦେଇଛି | ତେଣୁ ଭାରତ ଏକ ସ୍ଵୟଂ ସୁରକ୍ଷା କବଚ ବ୍ୟବସ୍ଥା ଗ୍ରହଣ ଲାଗି ଅନୁରୋଧ କରିଥିଲା ଯାହାଦ୍ଵାରା ଆମଦାନୀ କ୍ଷେତ୍ରରେ ବୃଦ୍ଧିକୁ ରୋକିବା ଲାଗି ଉଚ୍ଚ ଶୁଳ୍କ ଲାଗୁ କରାଯାଇପାରିବ | ତେବେ ଅନେକ ଦେଶ ଭାରତର ବୃହତ ଦେଶୀୟ ବଜାର ଉପରେ ନଜର ରଖିଥିବାରୁ ଏହା ଉପରେ ସହମତ ପ୍ରକାଶ ପାଇନଥିଲା |

ଭାରତ, କଠୋର ମୂଳ ନିୟମ (ଆରଓଓ)କୁ କଡାକଡି ଭାବେ ପାଳନ କରିବା ପାଇଁ ଚାପ ପକାଇଥିଲା ଯଦ୍ୱାରା ନିୟମକୁ ଉଲ୍ଲଂଘନ କରାଯାଉଥିବା ଅନ୍ତର ଟିକସ ବ୍ୟବସ୍ଥାର ଅପବ୍ଯବହାରକୁ ରୋକା ଯାଇପାରିବ | ଭାରତ 20 ବର୍ଷ ଅବଧିରେ ଚୀନ ସାମଗ୍ରୀ ଉପରେ ଶୁଳ୍କ ହ୍ରାସ କରିବା ଲାଗି ରାଜି ହୋଇଥିଲା | ଭାରତ ମୁଖ୍ଯତଃ ଆସିଆନ ଏଫଟିଏ ଅନ୍ତର୍ଗତ ମୂଳ ନିୟମ ଉଲ୍ଲଂଘନ ନେଇ ଅନେକ ମାମଲା ଦାଏର କରିଛି ଓ ଅନୁଚିତ ଆନ୍ତର୍ଜାତୀୟ ବାଣିଜ୍ୟ ପ୍ରଥା ବିରୁଦ୍ଧରେ ଏହାର ଦେଶୀୟ ଉଦ୍ଯୋଗର ସୁରକ୍ଷା ଲାଗି ଏକ ପୂର୍ଣ୍ଣ ପ୍ରମାଣଗତ ବ୍ୟବସ୍ଥା ଗ୍ରହଣ କରିବାକୁ ଚାହେଁ | ଏହା ଏକ ଯୁକ୍ତିଯୁକ୍ତ ଦାବି ଥିଲା କିନ୍ତୁ ଆରସିଇପି ସଦସ୍ୟ ରାଷ୍ଟ୍ର ଗୁଡିକ ଦ୍ଵାରା ପ୍ରତିରୋଧ ଯୋଗୁଁ କାର୍ଯ୍ୟକାରୀ ହୋଇପାରିନଥିଲା |

ଆରସିପି ସମୂହର ସମୃଦ୍ଧ ରାଷ୍ଟ୍ର ଗୁଡିକ ଦ୍ଵାରା ଆଗତ ନିବେଶ ଓ ଇ-କମର୍ଷ ସମ୍ବନ୍ଧିତ ଅନ୍ୟ WTO ପ୍ଲସ ବ୍ୟବସ୍ଥା ଭାରତ ଭଳି ବିକାଶଶୀଳ ଦେଶ ଗୁଡିକ ଉପରେ ଗମ୍ଭୀର ପ୍ରଭାବ ପଡିବ | ବାଧ୍ୟତାମୂଳକ ଭାବେ ଜ୍ଞାନକୌଶଳର ହସ୍ତାନ୍ତରଣ ଉପରେ ପ୍ରତିବନ୍ଧକ ଲଗାଇବା ଓ ନିବେଶ ବ୍ୟବସ୍ଥା ଅନୁଯାୟୀ ରୋୟାଲଟିର ପ୍ରବାହକୁ ସୀମିତ କରିବା ଓ ଇ -କମର୍ଷ ବ୍ୟବସ୍ଥା ଅନୁଯାୟୀ ଡାଟା ସ୍ଥାନିୟକରଣ ପାଇଁ ବାରଣ ଲାଗି ଯଦି ସହମତି ପ୍ରକାଶ ପାଇବ ତେବେ ଏସଙ୍କ୍ରାନ୍ତୀୟ ନୀତି ନିୟମ ସୀମିତ ହୋଇଯିବ |

ଆରସିଇପି ମନ୍ତ୍ରୀସ୍ତରୀୟ ବୈଠକ ଓ କଥାବାର୍ତ୍ତା ସମୟରେ ଭାରତର ବାଣିଜ୍ୟ ଓ ଉଦ୍ଯୋଗ ମନ୍ତ୍ରୀ ତଥା ଅନ୍ଯାନ୍ଯ ବରିଷ୍ଠ ଅଧିକାରୀ ମାନଙ୍କ ଦ୍ଵାରା ଭାରତର ସ୍ଵାର୍ଥ ଜଡିତ ପ୍ରସଙ୍ଗ ଗୁଡିକ ଆରସିଇପି ସଦସ୍ୟ ରାଷ୍ଟ୍ର ମାନଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା| ଦେଶୀୟ କ୍ଷେତ୍ର ତଥା କ୍ଷୁଦ୍ର ବ୍ୟବସାୟୀ ମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆରସିଇପିରେ ସ୍ଵାକ୍ଷର ନକରିବା ପାଇଁ ଭାରତ ନିଷ୍ପତ୍ତି ନେଇଥିଲା | ତେବେ ଆରସିଇପି ଓ ଭାରତ ସରକାରଙ୍କ ନେତା ମାନେ ସ୍ପଷ୍ଟ କରିଛନ୍ତି ଯେ ଯଦି ଆରସିଇପି ସମୂହ ନୂଆଦିଲ୍ଲୀର ମୌଳିକ ସ୍ଵାର୍ଥ ସାଧନ କରିବ ଓ ଏକ ଆପୋଷ ସନ୍ତୋଷଜନକ ପ୍ରଣାଳୀରେ ବାକି ଥିବା ସମସ୍ଯା ଗୁଡିକୁ ସମାଧାନ କରିବ ତେବେ ଭାରତ ଆରସିଇପି ରାଜିନାମାରେ ସ୍ଵାକ୍ଷର କରିବା ଉପରେ ବିବେଚନା କରିବ |

ମୂଳଲେଖା : ସତ୍ୟଜିତ ମହାନ୍ତି,ଆଇଆରଏସ, ବରିଷ୍ଠ ଅର୍ଥନୈତିକ ବିଶ୍ଳେଷକ

ଅନୁବାଦ: ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...