Skip to main content

ବ୍ରିଟେନରେ ହଠାତ ନିର୍ବାଚନ ଏକ ବିହଙ୍ଗାବଲୋକନ 

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଙ୍କ ବ୍ରେକ୍ସିଟ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସଂସଦରେ ସଂଖ୍ୟା ଗରିଷ୍ଠ ହାସଲ ଲାଗି ଡିସେମ୍ବର 12 ତାରିଖରେ ଆଗୁଆ ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି ଯାହାକି ପାଞ୍ଚ ବର୍ଷ ମଧ୍ୟରେ ଏହା ଚତୁର୍ଥ ନିର୍ବାଚନ ହେବ | ଶ୍ରୀ ଜନସନ କହିଛନ୍ତି ଯେ 2016ରେ ବ୍ରେକ୍ସିଟ ଉପରେ ଜନମତ ନିଆଯିବା ପରଠାରୁ ବ୍ରିଟେନରେ ସୃଷ୍ଟି ହୋଇଥିବା ରାଜନୈତିକ ଅଚଳାବସ୍ଥାରୁ ମୁକୁଳିବା ପାଇଁ ନିର୍ବାଚନ ଏକମାତ୍ର ଉପାୟ | 2017 ମସିହାରେ ତତକାଳୀନ ପ୍ରଧାନମନ୍ତ୍ରୀ ଥେରେସା ମେ ମଧ୍ୟ ହଠାତ ନିର୍ବାଚନ କରେଇଥିଲେ ଏବଂ କଞ୍ଜରଭେଟିଭ ପାର୍ଟି ପାଇଁ ପାର୍ଲାମେଣ୍ଟରେ ସଂଖ୍ୟା ଗରିଷ୍ଠତା ହରେଇବାରୁ କ୍ଷମତା ରେ ରହିବା ପାଇଁ ଡେମୋକ୍ରାଟିକ ୟୁନିଅନିଷ୍ଟ ପାର୍ଟି (ଡ଼ିଇଉପି) ର ସମର୍ଥନ ନେଇଥିଲେ | 

ବ୍ରିଟେନରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ତୃତୀୟ ସପ୍ତାହରେ ପହଞ୍ଚିଥିବା ବେଳେ ଜନମତ ସର୍ଭେରୁ ଜଣା ପଡିଛି ଯେ ଲେବର ପାର୍ଟି ଠାରୁ କଞ୍ଜରଭେଟିଭ ପାର୍ଟି 19 ପଏଣ୍ଟ ରେ ଆଗୁଆ ଅଛି |ଏହି ସର୍ଭେ ଅନୁଯାୟୀ କଞ୍ଜରଭେଟିଭ ପାର୍ଟିକୁ ଶତକଡା 47 ଭାଗ ଭୋଟ ମିଳିବ ଏବଂ ଲେବର ପାର୍ଟିକୁ ଶତକଡା 28 ଭାଗ ତଥା ଲିବରାଲ ଡେମୋକ୍ରାଟିକ ପାର୍ଟିକୁ ଶତକଡା 12 ଭାଗ ଭୋଟ ମିଳିବ | ବ୍ରେକ୍ସିଟ ପାର୍ଟିକୁ ମାତ୍ର ଶତକଡା 3 ଭାଗ ଭୋଟ ମିଳିବାର ଆକଳନ କରାଯାଇଛି | ବଡବଡ ପାର୍ଟି ଗୁଡିକର ନିର୍ବାଚନ ଇସ୍ତାହାରରୁ ଜଣାପଡିଛି ଯେ ସମସ୍ତଙ୍କ ପାଇଁ ବ୍ରେକ୍ସିଟ ପ୍ରସଙ୍ଗ ବର୍ତ୍ତମାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | କଞ୍ଜରଭେଟିଭ ପାର୍ଟି ଏହାର ପ୍ରଚାରରେ କହୁଛି ଯେ ବ୍ରେକ୍ସିଟକୁ କାର୍ଯ୍ୟକାରୀ କରିବା ପାଇଁ ସେ ପ୍ରତିଶୃତିବଦ୍ଧ ଅଛି ଏବଂ ଏହାକୁ ଜାନୁଆରୀ ସୁଦ୍ଧା କାର୍ଯ୍ୟକାରୀ କରି ଏକ ନୂଆଁ ବ୍ରିଟେନ ଗଠନ କରିବ | ଏହି ପାର୍ଟି କହୁଛି ଯେ ବ୍ରେକ୍ସିଟକୁ କାର୍ଯ୍ୟକାରୀ କରାଯାଇ ଏନଏଚଏସ, ବିଦ୍ୟାଳୟ ଏବଂ ପୋଲିସ ବିଭାଗ ପାଇଁ ପୁଞ୍ଜି ନିବେଶ କରାଯିବ |

ଲେବର ପାର୍ଟି ପକ୍ଷରୁ ସମ୍ପ୍ରତ୍ତି ପ୍ରକାଶ ପାଇଥିବା ନିର୍ବାଚନୀ ଇସ୍ତାହାରରେ ପାର୍ଟି ନେତା ଜେରେମୀ କୋରବୀନ କହିଛନ୍ତି ଜନସାଧାରଣଙ୍କ ନିଷ୍ପତ୍ତି ଆଧାରରେ ଛ ମାସ ଭିତରେ ବ୍ରେକ୍ସିଟ ସମସ୍ୟାର ସମାଧାନ କରାଯିବ | ସେ କହିଛନ୍ତି ନୂଆ ଚୁକ୍ତି ଅଧୀନରେ ସାରା ଦେଶରେ ସ୍ଥାୟୀ ଓ ବ୍ୟାପକ ବାହ୍ୟଶୁଳ୍କ ଏବଂ ଏକକ ବଜାର ସୃଷ୍ଟି ଲାଗି ବ୍ୟବସ୍ଥା ରଖାଯିବ | ଶ୍ରୀ କୋରବୀନ କହିଛନ୍ତି ତାଙ୍କ ପାର୍ଟି କ୍ଷମତାକୁ ଆସିଲେ ବ୍ରେକ୍ସିଟରୁ ଓହରିବା ବା ରହିବା ପାଇଁ ସେ ଗୁରୁତ୍ଵ ଦେବେ ନାହିଁ | ବ୍ରିଟେନର ଜନସାଧାରଣ ରାଜନୈତିକ ଅଚଳାବସ୍ଥା ଦୂର କରି ସାମାଜିକ- ଅର୍ଥନୈତିକ ସ୍ଥିରତାକୁ ନିଶ୍ଚିତ କରିବା ପାଇଁ ଚାହୁଁ ଥିବାରୁ ଏଭଳି ନିରପେକ୍ଷ ଆଭିମୁଖ୍ୟ ତାଙ୍କ ପାଇଁ ବୁମେରାଙ୍ଗ ହୋଇପାରେ | ତେଣେ ଲିବରାଲ ଡେମୋକ୍ରାଟିକ ପାର୍ଟି କହୁଛି ଯଦି ସେମାନେ ଏକ ସଂଖ୍ୟାଗରିଷ୍ଠ ସରକାର ଗଠନ କରନ୍ତି ତେବେ ଧାରା 50କୁ ଉଚ୍ଛେଦ କରି ୟୁରୋପୀୟ ସଙ୍ଘରେ ବ୍ରିଟେନ ରହିବା ପାଇଁ ସେମାନେ ପ୍ରୟାସ କରିବେ | ସେପଟେ ବ୍ରେକ୍ସିଟ ପାର୍ଟି କହୁଛି ସେମାନେ ଏକ କ୍ଲିନ ବ୍ରେକ୍ସିଟ ଚାହୁଁଛନ୍ତି ଏବଂ ଏ ସଙ୍କ୍ରାନ୍ତୀୟ ଚୁକ୍ତି ପାଇଁ ସେମାନେ ଆହ୍ଵାନ ଜଣାଇଛନ୍ତି | 

ଇତିମଧ୍ୟରେ ଭାରତକୁ ଲେବର ପାର୍ଟି ଦ୍ଵାରା ବ୍ରିଟେନର ନିର୍ବାଚନ ଭିତରକୁ ଅଯଥା ଟଣା ଯାଇଛି | ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଗତ ସେପ୍ଟେମ୍ବର ମାସରେ ଲେବର ପାର୍ଟିର ଏକ ସମ୍ମିଳନୀରେ କାଶ୍ମୀରରେ ମାନବୀୟ ସଙ୍କଟ ଦେଖା ଦେଇଛି ବୋଲି ଏକ ପ୍ରସ୍ତାବ ଅନୁମୋଦନ କରାଯାଇଥିଲା ଏବଂ ଆତ୍ମ ନିର୍ଦ୍ଧାରଣ ପାଇଁ କାଶ୍ମୀରର ଲୋକ ମାନଙ୍କୁ ଅଧିକାର ଦିଆଯାଉ ବୋଲି କୁହାଯାଇଥିଲା | ଏଥିରେ ସତ୍ୟତା ନାହିଁ ଏବଂ ଅନୁମାନମୂଳକ ଭାବେ ଏପରି ପ୍ରସ୍ତାବ ଅନୁମୋଦନ କରେଇବା ଉଚିତ ନୁହେଁ କାରଣ ଏକ ସାର୍ବଭୌମ୍ୟ ରାଷ୍ଟ୍ର ଭାବେ ଆଭ୍ୟନ୍ତରୀଣ ପରିବର୍ତ୍ତନ ପାଇଁ ଭାରତର ପୂର୍ଣ୍ଣ ଅଧିକାର ରହିଛି | ଭାରତୀୟ ସମ୍ବିଧାନର ଧାରା 370ର ଉଚ୍ଛେଦକୁ ଦେଶ ଓ ବିଦେଶରେ ବ୍ୟାପକ ସମର୍ଥନ ମଧ୍ୟ ମିଳିଛି | ତେଣୁ କାଶ୍ମୀର ପ୍ରସଙ୍ଗକୁ ନିର୍ବାଚନରେ ନିର୍ଣ୍ଣାୟକ ବୋଲି ବିବେଚନା କରିବା ଦ୍ଵାରା ଏହା ଆଗକୁ ଉତ୍ତେଜନା ସୃଷ୍ଟି କରିବ | 

ୟୁରୋପୀୟ ସଙ୍ଘରୁ ଓହରିଯିବାକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଏହି ନିର୍ବାଚନ ଦ୍ଵାରା ଦୂର ହୋଇନପାରିଲେ ବ୍ରିଟେନର ଭବିଷ୍ୟତ ଅନ୍ଧକାରମୟ ହେବ ତେଣୁ ବର୍ତ୍ତମାନ ସମୟରେ ବ୍ରେକ୍ସିଟ ବ୍ୟାଧିକୁ ଦୂର କରାନଗଲେ ଭବିଷ୍ୟତରେ ବ୍ରିଟେନର ଅଭିବୃଦ୍ଧି ଓ ବିକାଶ କ୍ଷେତ୍ରରେ ଅନିଶ୍ଚିତତା ଲାଗିରହିବ | ଏଭଳି ସମୟରେ ଆଗୁଆ ନିର୍ବାଚନ କରିବା ପାଇଁ ପ୍ରଧାନମନ୍ତ୍ରୀ ଜନସନଙ୍କ ନିଷ୍ପତ୍ତି ତାଙ୍କ ପାଇଁ ଅନିଶ୍ଚିତତା ସୃଷ୍ଟି କରିଥିବା ବେଳେ କଞ୍ଜରଭେଟିଭ ଦଳ ବିଜୟୀ ହେଲେ ବ୍ରେକ୍ସିଟ ରାଜିନାମା ନକରିବା ପାଇଁ ପ୍ରସ୍ତୁତି ଚଳେଇଥିବା କଥା ସେ ଦେଶର ଅର୍ଥମନ୍ତ୍ରୀ ରିଷି ସୁନାକ କହିବା ଦ୍ଵାରା ପ୍ରଧାନମନ୍ତ୍ରୀଙ୍କ ପାଇଁ ପୁଣି ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି | 2020 ଡିସେମ୍ବର 31 ତାରିଖ ପରେ କଥାବାର୍ତ୍ତା ପାଇଁ ସମୟ ବୃଦ୍ଧି କରାଯିବ ନାହିଁ ବୋଲି ବ୍ରିଟେନ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଥିବାରୁ କୌଣସି ରାଜିନାମା ବିନା ବ୍ରିଟେନ ୟୁରୋପୀୟ ସଂଘରୁ ବାହାରି ଯିବ କି ୟୁରୋପୀୟ ସଂଘର ପ୍ରସ୍ତାବ ଗ୍ରହଣ କରିବ ସେ ସଙ୍କ୍ରାନ୍ତରେ ଆଉ କୌଣସି ମୂଲଚାଲ କରିବାର ସମ୍ଭାବନା ରହିବ ନାହିଁ | ବ୍ରିଟେନ ସଂସଦରେ ବ୍ରେକ୍ସିଟର ଫଳାଫଳ ପାଇଁ ସଂଖ୍ୟା ଗରିଷ୍ଠତା ହାସଲ ନହେଲେ ଯେଉଁ ପ୍ରତିବନ୍ଧକ ସୃଷ୍ଟି ହେବ କୌଣସି ପ୍ରକାରର ନିଷ୍ପତ୍ତି ପୂର୍ବରୁ ଏହି ପ୍ରତିବନ୍ଧକକୁ ଦୂର କରାଯାଇପାରିବ କି ନାହିଁ ତାହାକୁ ଏଠାରେ ଦେଖିବାକୁ ପଡିବ | 

ମୂଳ ଲେଖା : ଡଃ ସଙ୍ଘମିତ୍ରା ଶର୍ମା, ୟୁରୋପ ବ୍ୟାପାର ସଙ୍କ୍ରାନ୍ତ ସାମରିକ ବିଶ୍ଳେଷକ 

ଅନୁବାଦ : ଜଗନ୍ନାଥ ମଲ୍ଲିକ, ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...