Skip to main content

ଜେନେରାଲ ବାଜୱାଙ୍କ କାର୍ଯ୍ୟକାଳ ସଂପ୍ରସାରଣ ସଂପର୍କୀତ ବିବାଦ

ପାକିସ୍ତାନର ସେନାଧ୍ୟକ୍ଷ ଜେନେରାଲ କମର ଜାଭେଦ ବଜୱାଙ୍କ କାର୍ଯ୍ୟକାଳ ପୁଣି 3 ବର୍ଷ ବୃଦ୍ଧି କରିବା ଲାଗି ଗତ ଅଗଷ୍ଟ 19 ତାରିଖ ଦିନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଜାରି କରିଥିବା ଅନୁମୋଦନ ନିର୍ଦେଶକୁ ସେ ଦେଶର ସୁପ୍ରିମ କୋର୍ଟ ଆକସ୍ମିକ ଭାବେ ବାତିଲ କରିଛି। 59 ବର୍ଷ ବୟଷ୍କ ଜେନେରାଲ ବାଜୱା ସେନାଧ୍ୟକ୍ଷ ପଦରୁ 28 ତାରିଖ ମଧ୍ୟ ରାତ୍ରିରୁ ଅବସର ନେବାର ଥିଲା ଏବଂ ତାଙ୍କ କାର୍ଯ୍ୟକାଳ ସଂପ୍ରସାରଣ ସଂକ୍ରାନ୍ତ ବିଧେୟକକୁ ପାର୍ଲାମେଣ୍ଟରେ ଅନୁମୋଦନ କରିବା ପାଇଁ ସେଠାକାର ସରକାର ପ୍ରତିଶ୍ରୁତି ଦେବା ପରେ ସୁପ୍ରିମ କୋର୍ଟ ପକ୍ଷରୁ ସର୍ତ୍ତମୂଳକ 6 ମାସ ପାଇଁ ରିହାତି ଦିଆଯାଇଛି । ଅର୍ଥାତ ଜେନେରାଲ ବାଜୱା ଆଉ 6 ମାସ ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିବେ ଏବଂ ଏହି ସମୟକାଳ ମଧ୍ୟରେ ପାର୍ଲାମେଣ୍ଟ ତାଙ୍କ କାର୍ଯ୍ୟକାଳ ସଂପ୍ରସାରଣ ସଂକ୍ରାନ୍ତ ବିଧେୟକକୁ ପାସ କରିବାକୁ ପଡିବ।


ଏହି ବିଷୟକୁ ନେଇ ସେ ଦେଶରେ ଏବେ ତନାଘନା ବିତର୍କ ଚାଲିଛି ଓ ସୁପ୍ରିମ କୋର୍ଟରେ ଆଇନଗତ ଲଢେଇ ମଧ୍ୟ ଆରମ୍ଭ ହୋଇଯାଇଛି। ସେ ଦେଶର ପ୍ରଧାନ ବିଚାରପତି ଆସିଫ ସୟିଦ ଖୋସାଙ୍କ ତିନି ଜଣିଆ ଖଣ୍ତପୀଠ ପ୍ରଶାସନିକ ଏବଂ ଆଇନଗତ ଆଭିମୁଖ୍ୟ ଦୃଷ୍ଟିରୁ 6 ମାସ ପାଇଁ ରିହାତି ପ୍ରଦାନ କରିଛନ୍ତି। ସମଗ୍ର ପ୍ରକ୍ରିୟାରେ ଅନେକ ତାରତମ୍ୟ ଥିବା କଥା ଖଣ୍ତ ପୀଠ କହିବା ପରେ ପ୍ରଧାନମନ୍ତ୍ରୀ ଇମରାନ ଖାନ ଏବଂ ରାଷ୍ଟ୍ରପତି ଅରିଫ ଅଲଭିଙ୍କ ପାଇଁ ବଡ ଅପମାନଜନକ ସ୍ଥିତି ସୃଷ୍ଟି ହୋଇଛି। ଖଣ୍ତପୀଠ କହିଛନ୍ତି ପ୍ରଥମେ ଏହି ପ୍ରସ୍ଥାବ କ୍ୟାବିନେଟରେ ଅନୁମୋଦନ କରାଯାଉ ତାପରେ ଯାଇ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ସେନାଧ୍ୟକ୍ଷଙ୍କ କାର୍ଯ୍ୟକାଳ ସଂପ୍ରସାରଣ କରିବା ଉଚିତ। ତେଣେ ଗଣମାଧ୍ୟମ ଖବରରୁ ଜଣାପଡିଛି 25 ଜଣ ମନ୍ତ୍ରୀଙ୍କ ମଧ୍ୟରୁ ମାତ୍ର 11 ଜଣ ଏହି ପ୍ରସ୍ଥାବକୁ ଅନୁମୋଦନ କରିଛନ୍ତି। କୋର୍ଟ ଏକଥା ମଧ୍ୟ କହିଛନ୍ତି ସେନାବାହିନୀ ଆଇନରେ ସଂପ୍ରସାରଣ ଭଳି ଶବ୍ଦ କେଉଁଠି ହେଲେ ଉଲ୍ଲେଖ କରାଯାଇ ନାହିଁ ଏବଂ ସେନାଧ୍ୟକ୍ଷଙ୍କ କାର୍ଯ୍ୟକାଳ ସଂପର୍କରେ କେଉଁଠି ହେଲେ କିଛି ନିର୍ଦ୍ଧିଷ୍ଟ ଭାବେ ସ୍ପଷ୍ଟ କରାଯାଇ ନାହିଁ। ଏଭଳି ଅଡୁଆ ସ୍ଥିତିକୁ ସମ୍ଭାଳିବା ପାଇଁ ପ୍ରଧାନମନ୍ତ୍ରୀ ଇମରାନ ଖାନ କ୍ୟାବିନେଟର ଜରୁରିକାଳିନ ବୈଠକ ଡକାଇଥିଲେ ଏବଂ ପ୍ରଥମ ଅନୁମୋଦନକୁ ପ୍ରତ୍ୟାହାର କରିନେବା ପରେପରେ ସଂପ୍ରସାରଣ ଶବ୍ଦକୁ ସାମିଲ କରିବା ପାଇଁ ପାକିସ୍ତାନ ପ୍ରିରକ୍ଷା ସେବା ନିୟମରେ ସଂଶୋଧନ କରି ସାନି ପ୍ରସ୍ଥାବ ଅନୁମୋଦନ କରିଛନ୍ତି। ଜେନେରାଲ ବାଜୱାଙ୍କ କାର୍ଯ୍ୟକାଳ ସଂପ୍ରସାରଣ ପାଇଁ ସରକାର ଆଞ୍ଚଳିକ ନିରାପତ୍ତା ପରିବେଶ ବିଷୟ ଦର୍ଶାଇଛନ୍ତି କିନ୍ତୁ କଣ ପ୍ରକୃତରେ ଏଇଥିପାଇଁ ତାଙ୍କ କାର୍ଯ୍ୟକାଳ 3 ବର୍ଷ ସଂପ୍ରସାରଣ କରିବା ସମୀଚିନ ହେବ? 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଗରୁ କେବେହେଲେ ପାକିସ୍ତାନର ସୁପ୍ରିମ କୋର୍ଟ ଦେଶର ସେନାଧ୍ୟକ୍ଷଙ୍କ ବିରୁଦ୍ଧରେ ଏପରି ପଦକ୍ଷେପ ନେଇନାହାନ୍ତି। ଆଗରୁ ବାରମ୍ବାର ସାମରିକ ବିଦ୍ରୋହ କରାଯାଇଛି ଏବଂ ସରକାର ଆବଶ୍ୟକୀୟ ପ୍ରଶାସନ ପ୍ରଦାନ କ୍ଷେତ୍ରରେ ବିଫଳ ହେବାରୁ ସେନାବାହିନୀ କ୍ଷମତା ହାତକୁ ନେଇଛି। ନାଇନ ଇଲେଭେନ ଘଟଣା ପରେପରେ ପାକିସ୍ତାନ ସୁପ୍ରିମ କୋର୍ଟ ଜେନେରାଲ ମୁସାରଫଙ୍କ କାର୍ଯ୍ୟକଳାପ ପାଇଁ ଅତିରିକ୍ତ ସାମ୍ବିଧାନିକ କ୍ଷମତାକୁ ଅନୁମୋଦନ କରିବା ସଙ୍ଗେସଙ୍ଗେ ନିର୍ବାଚନ କରିବା ଏବଂ ସମ୍ବିଧାନରେ ସଂଶୋଧନ କରିବା ପାଇଁ ତାଙ୍କୁ ତିନି ବର୍ଷ ସମୟ ଦେଇଥିଲେ। ଏହାଦ୍ୱାରା ପାକିସ୍ତାନର ଶକ୍ତିଶାଳି ସେନାବାହିନୀ ସେ ଦେଶରେ ଅର୍ଧାଧିକ କାଳ ଶାସନ କ୍ଷମତାରେ ରହିବା ଦ୍ୱାରା ଉଭୟ ନିରାପତ୍ତା ଓ ବୈଦେଶିକ ବ୍ୟାପାର ଉପରେ ଯଥେଷ୍ଟ ପ୍ରଭାବ ବିସ୍ତାର କରିଥିଲା। ଏଠାରେ ସ୍ମରଣ କରାଯାଇ ପାରେ ଯେ କୋର୍ଟର ରାୟ ଅପେକ୍ଷା ବିଜ୍ଞପ୍ତିକୁ ବାତିଲ କରିବା ପାଇଁ ବାର୍ତ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପୂର୍ବରୁ ପାଞ୍ଚ କିମ୍ବା ଛଅ ଜଣ ଜେନେରାଲ ନିଜ ନିଜର କାର୍ଯ୍ୟକାଳ ସଂପ୍ରସାରଣ କରିଥିବା ବିଷୟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି ଏଭଳି ପଦକ୍ଷେପ ଆପତ୍ତିଜନକ ଏବଂ ଭବିଷ୍ୟତରେ ଏଭଳି ପଦକ୍ଷେପ ନିଆ ନଯିବା ଉଚିତ।

ତେଣେ ଆଇନ ବିଶେଷଜ୍ଞମାନଙ୍କର କହିବା କଥା ହେଲା ଆୟ ବହିର୍ଭୁକ୍ତ ପାଣ୍ଠି ମାମଲାରେ ଦୁଇ ଜଣ ବିଚାରପତିଙ୍କ ବିରୁଦ୍ଧରେ ସଂପ୍ରତି ରାଷ୍ଟ୍ରପତିଙ୍କ ଉଲ୍ଲେଖ ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ବିରୁଦ୍ଧରେ ସୁପ୍ରିମ କୋର୍ଟଙ୍କ ପକ୍ଷରୁ ପଦକ୍ଷେପ ନିଆଯିବକି? ବିଚାରପତିମାନଙ୍କ ନିଯୁକ୍ତି କ୍ଷେତ୍ରରେ ସରକାରଙ୍କ ହସ୍ତକ୍ଷେପକୁ ନେଇ ଆଇନଜୀବିମାନେ ଅଶନ୍ତୋଷ ପ୍ରକାଶ କରିଛନ୍ତି। ପାକିସ୍ତାନ ବାର କାଁଉସିଲ ପକ୍ଷରୁ ସେନାଧ୍ୟଙ୍କ କାର୍ଯ୍ୟକାଳ ସଂପ୍ରସାରଣ ବିରୁଦ୍ଧରେ ଆସନ୍ତା ସପ୍ତାହରେ ଆନ୍ଦୋଳନ ପାଇଁ ଆହ୍ୱାନ ଦିଆଯାଇଚି। ଅନେକ ରାଜନୈତିକ ଦଳମାନେ ମଧ୍ୟ ଏହି ସଂପ୍ରସାରଣକୁ ବିରୋଧ କରିଛନ୍ତି। ତେଣେ ଜେନେରାଲ ମିସାରଫଙ୍କ ବିରୁଦ୍ଧରେ ଦେଶଦ୍ରୋହ ସଂକ୍ରାନ୍ତୀୟ ମାମଲା ଉପରେ ସ୍ୱତନ୍ତ୍ର ଅଦାଲତରେ ଡିସେମ୍ୱର 5 ତାରିଖରୁ ଦୈନନ୍ଦିନ ଶୁଣାଣୀ ହେବାକୁ ଯାଉଥିବାରୁ ସେ ଦେଶର ରାଜନୈତିକ ପରିସ୍ଥିତି ସରଗରମ ହେଉଥିବାର ମନେ କରାଯାଉଛି। 

କେତେକଙ୍କ ମତରେ ଇମରାନ ଖାନ ସରକାର ସେନା ପାଖରେ ବିକି ହୋଇଯାଇଥିବାରୁ ଏଭଳି ଘଟଣାସବୁ ଘଟୁଛି ଏବଂ ଇମରାନ ଖାନଙ୍କ ସରକାର ଏକ ନିର୍ବାଚିତ ସରକାର ବଦଳରେ ମନୋନିତ ସରକାର ଭାବେ କାମ କରୁଥିବା ପରି ଜଣାପଡୁଛି। ସେମାନେ ଏକଥା ମଧ୍ୟ କହୁଛନ୍ତି ଇମରାନ ଖାନ ସେନାବାହିନୀ ପ୍ରତି କୃତଜ୍ଞତା ଜଣାଇବାକୁ ଯାଇ ଜେନେରାଲ ବାଜୱାଙ୍କୁ ସଂପୂର୍ଣ୍ଣ ତିନି ବର୍ଷ ସଂପ୍ରସାରଣ ଦେଉଛନ୍ତି। ସରକାରଙ୍କ ତରଫରୁ ପ୍ରତିନିଧିତ୍ୱ କରିବା ପାଇଁ ସୁପ୍ରିମ କୋର୍ଟ ନିର୍ଦେଶ ଜାରି କରିବା ପରେ ପରେ ପାକିସ୍ତାନର ଆଇନ ମନ୍ତ୍ରୀ ଫରୋଗ ନସୀମ ଇସ୍ତଫା ଦେବା ଘଟଣା ଏଭଳି କଳ୍ପନାଜଳ୍ପନା ପ୍ରତି ସମର୍ଥନ ଜଣାଉଥିବା ମନେ କରାଯାଉଛି। ତେବେ ସେ ଯାହା ହେଉନା କାହିଁକି ସେନାବାହିନୀ ପ୍ରତି ଏହା କୃତଜ୍ଞତା ହେଉକି ନହେଉ କିନ୍ତୁ ଦେଶକୁ ସମ୍ଭାଳିବାରେ ଇମରାନ ଖାନ ସରକାର ଅପରିପକ୍ୱ ବୋଲି ପଦାରେ ପଡିଯାଇଛି। ସବୁଠାରୁ ମଜାର କଥା ହେଲା ଜେନେରାଲ ବାଜୱା ଇସଲାମ ଧର୍ମର ଅହମଦି ସଂପ୍ରଦାୟର ହୋଇଥିବାରୁ ତାଙ୍କର ସଂପ୍ରସାରଣକୁ ବିରୋଧ କରି ପେଶବା ହାଇକୋର୍ଟରେ ମଧ୍ୟ ଏକ ପିଟିସନ ଦାୟର କରାଯାଇଛି କାରଣ ଅହମଦି ସଂପ୍ରଦାୟ ପାକିସ୍ତାନରେ ଅଣ ମୁସଲମାନ ବୋଲି ଘୋଷଣା କରାଯାଇଥିବାରୁ ଏହା ଆଗ ବିଚାର କରାଯିବା ଉଚିତ ବୋଲି ପିଟିସନରେ ଦର୍ଶାଯାଇଛି। ଏଣୁ ଏ କ୍ଷେତ୍ରରେ କୋର୍ଟ ପକ୍ଷରୁ କଣ ପଦକ୍ଷେପ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା।

ଆଲେଖ୍ୟ: ଅଶୋକ ହନ୍ଦୁ

ଭାଷାନ୍ତର: ଜଗନ୍ନାଥ ମଲ୍ଲିକ, ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...