Skip to main content

ଭାରତ ସର୍ବିଆ ସହ ସମ୍ପର୍କର ପୁନଃସ୍ଥାପନ କରିଛି

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ ଜୟଶଙ୍କର ସର୍ବିଆକୁ ଏକ ସଫଳ ଗସ୍ତ କରିଛନ୍ତି | ସେ ସର୍ବିଆରେ ତାଙ୍କ ପ୍ରତିପକ୍ଷ ଇଭିକା ଡେସିକଙ୍କ ସହ ବୈଠକ କରିବା ସହିତ ବେଲଗ୍ରେଡରେ ସର୍ବିଆର ରାଷ୍ଟ୍ରପତି ଆଲେକଜାଣ୍ଡାର ବୁସିକ ଓ ନେସନାଲ ଏସେମ୍ବ୍ଲିର ବାଚସ୍ପତିଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିଥିଲେ | ଏହି କଥାବାର୍ତ୍ତା ସମୟରେ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁଯାୟୀ ଦ୍ଵିପକ୍ଷୀୟ ଭାଗୀଦାରୀତାରେ ପରିବର୍ତ୍ତନ ଆଣିବା ଉପରେ ମୁଖ୍ୟତଃ ଆଲୋଚନା କରାଯାଇଥିଲା | ପ୍ରତିରକ୍ଷା ସହଯୋଗ ରାଜିନାମାରେ ସ୍ଵାକ୍ଷର କରିବା ଏହି ଗସ୍ତର ମୂଳ ଉଦ୍ଦେଶ୍ୟ ଥିଲା ଯାହାକି ଭବିଷ୍ୟତରେ ଦ୍ଵିପକ୍ଷୀୟ ସମ୍ପର୍କକୁ ଆହୁରି ସୁଦୃଢ କରିବ ।

ଭାରତ-ସର୍ବିଆ ମଧ୍ୟରେ ସମ୍ପର୍କ ଇତିହାସ ସହିତ ଜଡିତ ରହିଛି | ସର୍ବିଆ ପୂର୍ବ ଯୁଗୋସ୍ଲାଭିଆର ଏକ ଅଂଶବିଶେଷ | ଭାରତ ଓ ପୂର୍ବ ଯୁଗୋସ୍ଲାଭିଆ ହେଉଛନ୍ତି ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ (ଏନଏଏମ) ର ପ୍ରତିଷ୍ଠାତା ସଦସ୍ୟ | ଏହି ଆନ୍ଦୋଳନରେ ପରସ୍ପରର ଜାତୀୟ ଚେତନାରେ ପଣ୍ଡିତ ଜବାହରଲାଲ ନେହେରୁ ଓ ଜୋସେଫ ଟିଟୋଙ୍କ ନାମ ପ୍ରସ୍ତାବିତ କରାଯାଇଥିଲା | ଏହି ଦୁଇ ଦେଶର ଅତୀତରେ, ସ୍ଵାମୀ ବିବେକାନନ୍ଦ ଓ ରବୀନ୍ଦ୍ରନାଥ ଟାଗୋରଙ୍କ ସର୍ବିଆର ବୁଦ୍ଧିଜୀବୀଙ୍କ ମାନଙ୍କ ସହ ଭାବନାର ଆଦାନ ପ୍ରଦାନ ପ୍ରତିଫଳିତ ହୋଇଥାଏ |

ତେବେ ସେମାନଙ୍କ ମଧ୍ୟରେ ଥିବା ଅସାଧାରଣ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଶୀତଳ ଯୁଦ୍ଧ ଶେଷ ହେବା ପରେ ଏକ ଦୃଢ ଭାଗୀଦାରୀତାରେ ପରିବର୍ତ୍ତନ ହୋଇପାରିନଥିଲା | ଦୁଇ ଦେଶ ସମ୍ମୁଖିନ ହେଉଥିବା ଜଟିଳ ରଣନୀତିକ ପରିଦୃଶ୍ୟକୁ ପରିଚାଳନା କରିବା ପାଇଁ ଏହାର ବିଦେଶୀ ନୀତିର ପ୍ରାଥମିକତା ଗୁଡିକୁ ସେମାନଙ୍କ ନିକଟ ପଡୋଶୀ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ | ଏହି ବିକାଶହୀନତା ସମୟରେ ସେମାନଙ୍କ ଦ୍ଵିପକ୍ଷୀୟ ସମ୍ପର୍କ ପରବର୍ତ୍ତୀ ସମୟରେ ପ୍ରଭାବ ପକାଇଥିଲା |

ଉଭୟ ଦେଶ ଦ୍ରୁତ ଜାତୀୟ ପରିବର୍ତ୍ତନ ଦିଗକୁ ଅଗ୍ରସର ହେଉଥିବା ବେଳେ ଡଃ ଜୟଶଙ୍କରଙ୍କ ଏହି ଗସ୍ତକୁ, ଦ୍ଵିପକ୍ଷୀୟ ରାଜନୈତିକ ସମ୍ପର୍କ କ୍ଷେତ୍ରରେ ଜଣେ ପୁରୁଣା ବନ୍ଧୁ ସହ ପୁଣି ଥରେ ଯୋଗାଯୋଗ ସ୍ଥାପନ କରିବା ଭଳି ମନେ କରାଯାଉଛି | ଭାରତ ଏକ ଦ୍ରୁତ ବିକାଶଶୀଳ ଅର୍ଥନୀତି ଭାବେ ଉଭା ହୋଇଥିବା ବେଳେ ବିଶ୍ବସ୍ତରରେ ଏହାର ସ୍ଥିତି ଜାହିର କରିବା ଲାଗି ପ୍ରୟାସ ଚଳେଇଛି | ଯୁଗୋସ୍ଲାଭିଆର ବିଭାଜନ ପରେ ଏବଂ କୋସୋବୋର ବିଚ୍ଛିନ୍ନତା ଯୋଗୁଁ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ଆଦି ଆଭ୍ୟନ୍ତରୀଣ ତିକ୍ତତା ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ପରି ଜଣାପଡୁଛି | ମାନ୍ଦାବସ୍ଥା ଦେଇ ଗତି କରୁଥିବା ୟୁରୋପୀୟ ମହାଦେଶରେ ଏହା ପ୍ରଭାବଶାଳୀ ଅଭିବୃଦ୍ଧି ରେକର୍ଡ କରିଛି ଓ 2025 ସୁଦ୍ଧା ୟୁରୋପୀୟ ସଂଘ (ଇୟୁ)ରେ ସାମିଲ ହେବା ପାଇଁ ପ୍ରସ୍ତୁତ ଅଛି |

ବିଶ୍ଵରେ ବର୍ତ୍ତମାନ ଜାରିଥିବା ବୈପ୍ଳବିକ ପରିବର୍ତ୍ତନର ମୁକାବିଲା କରିବା ଲାଗି ଏକ ନୂତନ ଭାରତ ଓ ନୂତନ ସର୍ବିଆ ମଧ୍ୟରେ ସମନ୍ଵୟ ବୃଦ୍ଧି ପାଉଛି | ଏକବିଂଶ ଶତାବ୍ଦୀର ପ୍ରମୁଖ ସ୍ତମ୍ଭ ବୈଶ୍ଵିକରଣ, ଏବେ ସମସ୍ୟାର ସମ୍ମୁଖୀନ ହେଉଛି | ବୃଦ୍ଧି ପାଉଥିବା ସଂରକ୍ଷଣବାଦ, ସର୍ତ୍ତମୂଳକ ପୁଞ୍ଜି ପ୍ରଦାନ ଓ ଜ୍ଞାନକୌଶଳ ପ୍ରେରିତ ଭଳି ବ୍ୟାଘାତ ଯୋଗୁଁ ବୈଶ୍ଵିକ ରଣନୀତିକ ବାତାବରଣ ଅବ୍ୟବସ୍ଥିତ ହୋଇପଡୁଛି | ପାରମ୍ପରିକ ଓ ଅଣ-ପାରମ୍ପରିକ ସୁରକ୍ଷା ଜନିତ ବିପଦ ବୃଦ୍ଧି ପାଇଛି | ପୁରୁଣା କୌଶଳଗତ ସନ୍ତୁଳନ ବାଧାପ୍ରାପ୍ତ ହୋଇଥିବା ବେଳେ ଏକ ନୂତନ ସନ୍ତୁଳିତ ଶକ୍ତିର ଉଭା ହେବାର ବାକି ରହିଛି | ପାରସ୍ପରିକ ଶକ୍ତି ଓ ସାମର୍ଥ୍ୟର ସମ୍ମିଳିତ ହେଲେ ଭାରତ ଓ ସର୍ବିଆ, ବର୍ତ୍ତମାନ ଉଭା ହେଉଥିବା ଚାଲେଞ୍ଜ ଗୁଡିକର ସଠିକ ମୁକାବିଲା କରିପାରିବେ | ଏହା ସହଯୋଗାତ୍ମକ ଆଭିମୁଖ୍ୟ, ‘ବସୁଦେବ କୁଟୁମ୍ବକମ’ ଅର୍ଥାତ ସମଗ୍ର ବିଶ୍ଵ ଗୋଟିଏ ପରିବାର ଏବଂ ‘ବିଶ୍ଵ ବନ୍ଧୁତ୍ଵ’ ଅର୍ଥାତ ବିଶ୍ଵରେ ଭାଇଚାରା ସ୍ଥାପନ ସିଦ୍ଧାନ୍ତର ଅନୁରୂପ ଅଟେ | ଏହା ସମସ୍ତଙ୍କ ସହ କାମ କରିବା ଓ ଏକ ସହଯୋଗାତ୍ମକ ମନୋଭାବ ନେଇ ବିଶ୍ୱସ୍ତରୀୟ ସମସ୍ୟା ଗୁଡିକର ସମାଧାନ କରିବା ଲାଗି ଭାରତର ଇଚ୍ଛାକୁ ଦର୍ଶାଇଥାଏ |

ଦୁଇ ଦେଶ ମଧ୍ୟରେ ଆପୋଷ ରଣନୀତିକ ସହାନୁଭୁତି ସହ ଦ୍ଵିପକ୍ଷୀୟ ଭାଗିଦାରୀତା ସମ୍ପର୍କ ରହିଛି ଏବଂ ଭାରତ ଓ ସର୍ବିଆ ପରସ୍ପରର ପ୍ରମୁଖ ରଣନୀତିକ ଉଦବେଗ ଗୁଡିକୁ ସମର୍ଥନ କରିଆସୁଛନ୍ତି | ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗ ଭାରତର ଏକ ଆଭ୍ୟନ୍ତରୀଣ ମାମଲା ବୋଲି ବେଲଗ୍ରେଡ ଘୋଷନାମା ଜାରୀ କରିଥିଲା ଯାହାକି ପୂର୍ବରୁ କୋସୋବୋ ନିଜକୁ ସ୍ୱାଧିନ ବୋଲି କରିଥିବା ଏକତରଫା ଘୋଷଣା ବିରୁଦ୍ଧରେ ସର୍ବିଆକୁ ଭାରତର ସମର୍ଥନର ଅନୁରୂପ ଅଟେ | ସେମାନେ ପରମାଣୁ ଯୋଗାଣକାରୀ ଗୋଷ୍ଠୀ (ଏନଏସଜି) ଓ ଏକ ସମ୍ପ୍ରସାରିତ ଜାତିସଂଘ ସୁରକ୍ଷା ପରିଷଦ ପାଇଁ ଭାରତର ସଦସ୍ୟତା ସମେତ ବହୁପକ୍ଷୀୟ ମଞ୍ଚରେ ପରସ୍ପର ପ୍ରତି ସମର୍ଥନ ଜଣାଇଛନ୍ତି |

ଭାରତ ପାଇଁ ସର୍ବିଆର ଭୂ-ରଣନୀତିକ ସ୍ଥିତିର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି | ମଧ୍ୟ ଓ ଦକ୍ଷିଣ-ପୂର୍ବ ୟୁରୋପରେ ବେଲଗ୍ରେଡ, ପୂର୍ବ ୟୁରୋପ ଓ ବାଲକାନ ପାଇଁ ଭାରତର ପ୍ରବେଶ ଦ୍ଵାର ହେବାର କ୍ଷମତା ରଖିଛି | ଅଞ୍ଚଳରେ ଏକ ସଞ୍ଚାର କେନ୍ଦ୍ର ହେବା ବ୍ୟତୀତ ବେଲଗ୍ରେଡ ୟୁରୋପୀୟ ସଂଘ, ରୁଷ ଓ ତୁର୍କୀ ସହ ଅନୁକୂଳ ବାଣିଜ୍ୟ ରାଜିନାମା ରହିଛି |

ପରସ୍ପର ମଧ୍ୟରେ ପରିପୂରକ ହୋଇଥିବା ସତ୍ତ୍ୱେ ଦ୍ଵିପକ୍ଷୀୟ ବାଣିଜ୍ୟ କାରବାର ମାତ୍ର 200 ନିୟୁତ ଡଲାର ରହିଛି | ଭାରତ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀତା (ଆରସିଇପି) ବୁଝାମଣାରୁ ଓହରିଯାଇଥିବା ବେଳେ ନୂତନ ବାଣିଜ୍ୟ ବୁଝାମଣା ଓ ନିବେଶର ବୈକଳ୍ପିକ ସ୍ରୋତ ଅନୁସନ୍ଧାନ କରିବା ଦିଗରେ ପ୍ରୟାସ ଚଳେଇଛି | ଫାର୍ମା, କୃଷି, ଆଇଟି ଏବଂ ଆୟୁର୍ବେଦ ଓ ଯୋଗ ସମେତ ସମଗ୍ର ସ୍ୱାସ୍ଥ୍ୟ ସେବା, ପ୍ରତିରକ୍ଷା ଓ ପର୍ଯ୍ୟଟନ କ୍ଷେତ୍ର ଅର୍ଥନୈତିକ ଭାଗୀଦାରିତାକୁ ଆହୁରି ମଜବୁତ କରିବାର କ୍ଷମତା ରଖିଛି | ବିଶ୍ଵ ବ୍ୟାଙ୍କର ବ୍ୟବସାୟ ସୁଗମତା ରେଟିଙ୍ଗରେ ସେମାନଙ୍କ ଉନ୍ନତି ଓ ଦ୍ଵିପକ୍ଷୀୟ ଭିସା ଆବଶ୍ୟକତାରେ କୋହଳତା ଯୋଗୁଁ ଭାରତୀୟ ଓ ସର୍ବିଆ କମ୍ପାନୀ ଗୁଡିକ ପରସ୍ପର ମଧ୍ୟରେ ସମନ୍ଵୟ ରକ୍ଷା କରିପାରିବେ |

ଏହି ଭାଗୀଦାରିତାର ସମ୍ଭାବନା ଅତ୍ୟଧିକ ରହିଛି | ଗତିଶୀଳତାକୁ ଜାରି ରଖିବା ଓ ରାଜନୈତିକ ସଦଭାବନାକୁ ଏକ ମଜବୁତ ରଣନୀତିକ ଭାଗୀଦାରିତାରେ ରୂପାନ୍ତରିତ କରିବା ଏକ ବଡ ଚାଲେଞ୍ଜ ହେବ |

ମୂଳ ଲେଖା : ରାଜର୍ଷି ରାୟ, ଗବେଷଣା ବିଶ୍ଳେଷକ, IDSA 

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...