Skip to main content

ଭାରତ ସର୍ବିଆ ସହ ସମ୍ପର୍କର ପୁନଃସ୍ଥାପନ କରିଛି

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ ଜୟଶଙ୍କର ସର୍ବିଆକୁ ଏକ ସଫଳ ଗସ୍ତ କରିଛନ୍ତି | ସେ ସର୍ବିଆରେ ତାଙ୍କ ପ୍ରତିପକ୍ଷ ଇଭିକା ଡେସିକଙ୍କ ସହ ବୈଠକ କରିବା ସହିତ ବେଲଗ୍ରେଡରେ ସର୍ବିଆର ରାଷ୍ଟ୍ରପତି ଆଲେକଜାଣ୍ଡାର ବୁସିକ ଓ ନେସନାଲ ଏସେମ୍ବ୍ଲିର ବାଚସ୍ପତିଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିଥିଲେ | ଏହି କଥାବାର୍ତ୍ତା ସମୟରେ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁଯାୟୀ ଦ୍ଵିପକ୍ଷୀୟ ଭାଗୀଦାରୀତାରେ ପରିବର୍ତ୍ତନ ଆଣିବା ଉପରେ ମୁଖ୍ୟତଃ ଆଲୋଚନା କରାଯାଇଥିଲା | ପ୍ରତିରକ୍ଷା ସହଯୋଗ ରାଜିନାମାରେ ସ୍ଵାକ୍ଷର କରିବା ଏହି ଗସ୍ତର ମୂଳ ଉଦ୍ଦେଶ୍ୟ ଥିଲା ଯାହାକି ଭବିଷ୍ୟତରେ ଦ୍ଵିପକ୍ଷୀୟ ସମ୍ପର୍କକୁ ଆହୁରି ସୁଦୃଢ କରିବ ।

ଭାରତ-ସର୍ବିଆ ମଧ୍ୟରେ ସମ୍ପର୍କ ଇତିହାସ ସହିତ ଜଡିତ ରହିଛି | ସର୍ବିଆ ପୂର୍ବ ଯୁଗୋସ୍ଲାଭିଆର ଏକ ଅଂଶବିଶେଷ | ଭାରତ ଓ ପୂର୍ବ ଯୁଗୋସ୍ଲାଭିଆ ହେଉଛନ୍ତି ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ (ଏନଏଏମ) ର ପ୍ରତିଷ୍ଠାତା ସଦସ୍ୟ | ଏହି ଆନ୍ଦୋଳନରେ ପରସ୍ପରର ଜାତୀୟ ଚେତନାରେ ପଣ୍ଡିତ ଜବାହରଲାଲ ନେହେରୁ ଓ ଜୋସେଫ ଟିଟୋଙ୍କ ନାମ ପ୍ରସ୍ତାବିତ କରାଯାଇଥିଲା | ଏହି ଦୁଇ ଦେଶର ଅତୀତରେ, ସ୍ଵାମୀ ବିବେକାନନ୍ଦ ଓ ରବୀନ୍ଦ୍ରନାଥ ଟାଗୋରଙ୍କ ସର୍ବିଆର ବୁଦ୍ଧିଜୀବୀଙ୍କ ମାନଙ୍କ ସହ ଭାବନାର ଆଦାନ ପ୍ରଦାନ ପ୍ରତିଫଳିତ ହୋଇଥାଏ |

ତେବେ ସେମାନଙ୍କ ମଧ୍ୟରେ ଥିବା ଅସାଧାରଣ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଶୀତଳ ଯୁଦ୍ଧ ଶେଷ ହେବା ପରେ ଏକ ଦୃଢ ଭାଗୀଦାରୀତାରେ ପରିବର୍ତ୍ତନ ହୋଇପାରିନଥିଲା | ଦୁଇ ଦେଶ ସମ୍ମୁଖିନ ହେଉଥିବା ଜଟିଳ ରଣନୀତିକ ପରିଦୃଶ୍ୟକୁ ପରିଚାଳନା କରିବା ପାଇଁ ଏହାର ବିଦେଶୀ ନୀତିର ପ୍ରାଥମିକତା ଗୁଡିକୁ ସେମାନଙ୍କ ନିକଟ ପଡୋଶୀ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ | ଏହି ବିକାଶହୀନତା ସମୟରେ ସେମାନଙ୍କ ଦ୍ଵିପକ୍ଷୀୟ ସମ୍ପର୍କ ପରବର୍ତ୍ତୀ ସମୟରେ ପ୍ରଭାବ ପକାଇଥିଲା |

ଉଭୟ ଦେଶ ଦ୍ରୁତ ଜାତୀୟ ପରିବର୍ତ୍ତନ ଦିଗକୁ ଅଗ୍ରସର ହେଉଥିବା ବେଳେ ଡଃ ଜୟଶଙ୍କରଙ୍କ ଏହି ଗସ୍ତକୁ, ଦ୍ଵିପକ୍ଷୀୟ ରାଜନୈତିକ ସମ୍ପର୍କ କ୍ଷେତ୍ରରେ ଜଣେ ପୁରୁଣା ବନ୍ଧୁ ସହ ପୁଣି ଥରେ ଯୋଗାଯୋଗ ସ୍ଥାପନ କରିବା ଭଳି ମନେ କରାଯାଉଛି | ଭାରତ ଏକ ଦ୍ରୁତ ବିକାଶଶୀଳ ଅର୍ଥନୀତି ଭାବେ ଉଭା ହୋଇଥିବା ବେଳେ ବିଶ୍ବସ୍ତରରେ ଏହାର ସ୍ଥିତି ଜାହିର କରିବା ଲାଗି ପ୍ରୟାସ ଚଳେଇଛି | ଯୁଗୋସ୍ଲାଭିଆର ବିଭାଜନ ପରେ ଏବଂ କୋସୋବୋର ବିଚ୍ଛିନ୍ନତା ଯୋଗୁଁ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ଆଦି ଆଭ୍ୟନ୍ତରୀଣ ତିକ୍ତତା ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ପରି ଜଣାପଡୁଛି | ମାନ୍ଦାବସ୍ଥା ଦେଇ ଗତି କରୁଥିବା ୟୁରୋପୀୟ ମହାଦେଶରେ ଏହା ପ୍ରଭାବଶାଳୀ ଅଭିବୃଦ୍ଧି ରେକର୍ଡ କରିଛି ଓ 2025 ସୁଦ୍ଧା ୟୁରୋପୀୟ ସଂଘ (ଇୟୁ)ରେ ସାମିଲ ହେବା ପାଇଁ ପ୍ରସ୍ତୁତ ଅଛି |

ବିଶ୍ଵରେ ବର୍ତ୍ତମାନ ଜାରିଥିବା ବୈପ୍ଳବିକ ପରିବର୍ତ୍ତନର ମୁକାବିଲା କରିବା ଲାଗି ଏକ ନୂତନ ଭାରତ ଓ ନୂତନ ସର୍ବିଆ ମଧ୍ୟରେ ସମନ୍ଵୟ ବୃଦ୍ଧି ପାଉଛି | ଏକବିଂଶ ଶତାବ୍ଦୀର ପ୍ରମୁଖ ସ୍ତମ୍ଭ ବୈଶ୍ଵିକରଣ, ଏବେ ସମସ୍ୟାର ସମ୍ମୁଖୀନ ହେଉଛି | ବୃଦ୍ଧି ପାଉଥିବା ସଂରକ୍ଷଣବାଦ, ସର୍ତ୍ତମୂଳକ ପୁଞ୍ଜି ପ୍ରଦାନ ଓ ଜ୍ଞାନକୌଶଳ ପ୍ରେରିତ ଭଳି ବ୍ୟାଘାତ ଯୋଗୁଁ ବୈଶ୍ଵିକ ରଣନୀତିକ ବାତାବରଣ ଅବ୍ୟବସ୍ଥିତ ହୋଇପଡୁଛି | ପାରମ୍ପରିକ ଓ ଅଣ-ପାରମ୍ପରିକ ସୁରକ୍ଷା ଜନିତ ବିପଦ ବୃଦ୍ଧି ପାଇଛି | ପୁରୁଣା କୌଶଳଗତ ସନ୍ତୁଳନ ବାଧାପ୍ରାପ୍ତ ହୋଇଥିବା ବେଳେ ଏକ ନୂତନ ସନ୍ତୁଳିତ ଶକ୍ତିର ଉଭା ହେବାର ବାକି ରହିଛି | ପାରସ୍ପରିକ ଶକ୍ତି ଓ ସାମର୍ଥ୍ୟର ସମ୍ମିଳିତ ହେଲେ ଭାରତ ଓ ସର୍ବିଆ, ବର୍ତ୍ତମାନ ଉଭା ହେଉଥିବା ଚାଲେଞ୍ଜ ଗୁଡିକର ସଠିକ ମୁକାବିଲା କରିପାରିବେ | ଏହା ସହଯୋଗାତ୍ମକ ଆଭିମୁଖ୍ୟ, ‘ବସୁଦେବ କୁଟୁମ୍ବକମ’ ଅର୍ଥାତ ସମଗ୍ର ବିଶ୍ଵ ଗୋଟିଏ ପରିବାର ଏବଂ ‘ବିଶ୍ଵ ବନ୍ଧୁତ୍ଵ’ ଅର୍ଥାତ ବିଶ୍ଵରେ ଭାଇଚାରା ସ୍ଥାପନ ସିଦ୍ଧାନ୍ତର ଅନୁରୂପ ଅଟେ | ଏହା ସମସ୍ତଙ୍କ ସହ କାମ କରିବା ଓ ଏକ ସହଯୋଗାତ୍ମକ ମନୋଭାବ ନେଇ ବିଶ୍ୱସ୍ତରୀୟ ସମସ୍ୟା ଗୁଡିକର ସମାଧାନ କରିବା ଲାଗି ଭାରତର ଇଚ୍ଛାକୁ ଦର୍ଶାଇଥାଏ |

ଦୁଇ ଦେଶ ମଧ୍ୟରେ ଆପୋଷ ରଣନୀତିକ ସହାନୁଭୁତି ସହ ଦ୍ଵିପକ୍ଷୀୟ ଭାଗିଦାରୀତା ସମ୍ପର୍କ ରହିଛି ଏବଂ ଭାରତ ଓ ସର୍ବିଆ ପରସ୍ପରର ପ୍ରମୁଖ ରଣନୀତିକ ଉଦବେଗ ଗୁଡିକୁ ସମର୍ଥନ କରିଆସୁଛନ୍ତି | ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗ ଭାରତର ଏକ ଆଭ୍ୟନ୍ତରୀଣ ମାମଲା ବୋଲି ବେଲଗ୍ରେଡ ଘୋଷନାମା ଜାରୀ କରିଥିଲା ଯାହାକି ପୂର୍ବରୁ କୋସୋବୋ ନିଜକୁ ସ୍ୱାଧିନ ବୋଲି କରିଥିବା ଏକତରଫା ଘୋଷଣା ବିରୁଦ୍ଧରେ ସର୍ବିଆକୁ ଭାରତର ସମର୍ଥନର ଅନୁରୂପ ଅଟେ | ସେମାନେ ପରମାଣୁ ଯୋଗାଣକାରୀ ଗୋଷ୍ଠୀ (ଏନଏସଜି) ଓ ଏକ ସମ୍ପ୍ରସାରିତ ଜାତିସଂଘ ସୁରକ୍ଷା ପରିଷଦ ପାଇଁ ଭାରତର ସଦସ୍ୟତା ସମେତ ବହୁପକ୍ଷୀୟ ମଞ୍ଚରେ ପରସ୍ପର ପ୍ରତି ସମର୍ଥନ ଜଣାଇଛନ୍ତି |

ଭାରତ ପାଇଁ ସର୍ବିଆର ଭୂ-ରଣନୀତିକ ସ୍ଥିତିର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି | ମଧ୍ୟ ଓ ଦକ୍ଷିଣ-ପୂର୍ବ ୟୁରୋପରେ ବେଲଗ୍ରେଡ, ପୂର୍ବ ୟୁରୋପ ଓ ବାଲକାନ ପାଇଁ ଭାରତର ପ୍ରବେଶ ଦ୍ଵାର ହେବାର କ୍ଷମତା ରଖିଛି | ଅଞ୍ଚଳରେ ଏକ ସଞ୍ଚାର କେନ୍ଦ୍ର ହେବା ବ୍ୟତୀତ ବେଲଗ୍ରେଡ ୟୁରୋପୀୟ ସଂଘ, ରୁଷ ଓ ତୁର୍କୀ ସହ ଅନୁକୂଳ ବାଣିଜ୍ୟ ରାଜିନାମା ରହିଛି |

ପରସ୍ପର ମଧ୍ୟରେ ପରିପୂରକ ହୋଇଥିବା ସତ୍ତ୍ୱେ ଦ୍ଵିପକ୍ଷୀୟ ବାଣିଜ୍ୟ କାରବାର ମାତ୍ର 200 ନିୟୁତ ଡଲାର ରହିଛି | ଭାରତ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀତା (ଆରସିଇପି) ବୁଝାମଣାରୁ ଓହରିଯାଇଥିବା ବେଳେ ନୂତନ ବାଣିଜ୍ୟ ବୁଝାମଣା ଓ ନିବେଶର ବୈକଳ୍ପିକ ସ୍ରୋତ ଅନୁସନ୍ଧାନ କରିବା ଦିଗରେ ପ୍ରୟାସ ଚଳେଇଛି | ଫାର୍ମା, କୃଷି, ଆଇଟି ଏବଂ ଆୟୁର୍ବେଦ ଓ ଯୋଗ ସମେତ ସମଗ୍ର ସ୍ୱାସ୍ଥ୍ୟ ସେବା, ପ୍ରତିରକ୍ଷା ଓ ପର୍ଯ୍ୟଟନ କ୍ଷେତ୍ର ଅର୍ଥନୈତିକ ଭାଗୀଦାରିତାକୁ ଆହୁରି ମଜବୁତ କରିବାର କ୍ଷମତା ରଖିଛି | ବିଶ୍ଵ ବ୍ୟାଙ୍କର ବ୍ୟବସାୟ ସୁଗମତା ରେଟିଙ୍ଗରେ ସେମାନଙ୍କ ଉନ୍ନତି ଓ ଦ୍ଵିପକ୍ଷୀୟ ଭିସା ଆବଶ୍ୟକତାରେ କୋହଳତା ଯୋଗୁଁ ଭାରତୀୟ ଓ ସର୍ବିଆ କମ୍ପାନୀ ଗୁଡିକ ପରସ୍ପର ମଧ୍ୟରେ ସମନ୍ଵୟ ରକ୍ଷା କରିପାରିବେ |

ଏହି ଭାଗୀଦାରିତାର ସମ୍ଭାବନା ଅତ୍ୟଧିକ ରହିଛି | ଗତିଶୀଳତାକୁ ଜାରି ରଖିବା ଓ ରାଜନୈତିକ ସଦଭାବନାକୁ ଏକ ମଜବୁତ ରଣନୀତିକ ଭାଗୀଦାରିତାରେ ରୂପାନ୍ତରିତ କରିବା ଏକ ବଡ ଚାଲେଞ୍ଜ ହେବ |

ମୂଳ ଲେଖା : ରାଜର୍ଷି ରାୟ, ଗବେଷଣା ବିଶ୍ଳେଷକ, IDSA 

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...