Skip to main content

ରିଅଲ ଇଷ୍ଟେଟ କ୍ଷେତ୍ର ପାଇଁ ସରକାରଙ୍କ ସକାରାତ୍ମକ ପଦକ୍ଷେପ 

ବର୍ତ୍ତମାନ ସମୟରେ ବିଶ୍ଵ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଭାରତରେ ଭାରତୀୟ ଜନତା ପାର୍ଟି ନେତୃତ୍ଵାଧୀନ ଏନଡ଼ିଏ ସରକାର ଘର କିଣିବା ଲାଗି ଫସି ଯାଇଥିବା ଗ୍ରାହକ ମାନଙ୍କୁ ସହାୟତା ପ୍ରଦାନ କରିବା ଲାଗି ପାଣ୍ଠି ଗଠନ କରିଛନ୍ତି | ଏଥିପାଇଁ ରିଅଲ ଇଷ୍ଟେଟ କ୍ଷେତ୍ରରୁ ଦୀର୍ଘ ସମୟରୁ ଦାବି କରାଯାଉଥିଲା | ଭାରତୀୟ ଅର୍ଥବ୍ୟବସ୍ଥାକୁ ଉଚିତ ଦିଗଦର୍ଶନ ଦେବା ଲାଗି ଏହା ହେଉଛି ଏକ ସକାରାତ୍ମକ ପଦକ୍ଷେପ |

ଉଚ୍ଚ ଅଭିବୃଦ୍ଧି ହାର ବଜାୟ ରଖିବା ଓ ଅର୍ଥବ୍ୟବସ୍ଥାର ସମ୍ପ୍ରସାରଣ ଭଳି ଆହ୍ଵାନର ସମ୍ମୁଖୀନ ହେବା ସମୟରେ ସରକାର ରିଅଲ ଇଷ୍ଟେଟ କ୍ଷେତ୍ର ଲାଗି 25 ହଜାର କୋଟି ଟଙ୍କାର ନୂତନ ପାଣ୍ଠି ମଞ୍ଜୁର କରିଛନ୍ତି | ଦେଶରେ 1600 ଆବାସିକ ପ୍ରକଳ୍ପ ଅଧା ବାଟରେ ଲଟକି ରହି କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି ଯେଉଁଥିରେ 4 ଲକ୍ଷ 58 ହଜାର ଘର ନିର୍ମାଣଧୀନ ରହିଛି | ତେବେ ଏଥିରୁ କେବଳ ସେହି ପ୍ରକଳ୍ପକୁ ପାଣ୍ଠି ଦିଆଯିବ ଯେଉଁ ମାନଙ୍କ ଆର୍ଥିକ ସ୍ଥିତି ଭଲ ଥିବ |ଋଣ ଦେଇଥିବା ବ୍ୟାଙ୍କ ଯଦି କୌଣସି ପ୍ରକଳ୍ପକୁ ଏହି ପାଣ୍ଠିରୁ ଟଙ୍କା ଦିଆଯାଉ ବୋଲି କହିବେ ତେବେ ସେଭଳି କ୍ଷେତ୍ରରେ ଉକ୍ତ କମ୍ପାନୀକୁ ମଧ୍ୟ ଏହି ପାଣ୍ଠିରୁ ଟଙ୍କା ଦିଆଯିବ |

ଅର୍ଥମନ୍ତ୍ରୀ ନିର୍ମଳା ସିଥାରମଣ ସୂଚନା ଦେଇଛନ୍ତି ଯେ ଦେଶବ୍ୟାପୀ ଅଚଳ ରହିଥିବା ଆବାସିକ ପ୍ରକଳ୍ପରେ ନିଜର ଗୃହ ଋଣର ଇଏମଆଇ ପରିଶୋଧ କରିବାରେ ବିଫଳ ହେଉଥିବା ଗ୍ରାହକ ମାନଙ୍କ ଲାଗି ଏହା କିଛିଟା ଆଶ୍ବସ୍ତିକର ହେବ |

ସରକାର, ଅଟକି ରହିଥିବା ସୁଲଭ ଓ ମଧ୍ୟମ ଆୟ ବର୍ଗ ବାସଗୃହ ପ୍ରକଳ୍ପର କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ 200 ବିଲିୟନ ର ପାଣ୍ଠି ସ୍ଥାପନା କରିବାର ଘୋଷଣା କରିବାର ଦୁଇ ମାସ ପରେ ଏହି ନୂତନ ପାଣ୍ଠି ଗଠନ ବିଷୟ ଘୋଷଣା କରାଯାଇଛି | ବିଶେଷଜ୍ଞ ମାନେ କହିଛନ୍ତି ଯେ ସରକାରଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ଏହି ପଦକ୍ଷେ ଯୋଗୁଁ ରିଅଲ ଇଷ୍ଟେଟ କ୍ଷେତ୍ରର ପୁନରୁଦ୍ଧାର ହେବା ସହ ନୂଆଁ ଆପାର୍ଟମେଣ୍ଟ ବିକ୍ରି କରିପାରୁନଥିବା ବିଲଡର ମାନଙ୍କୁ ମଧ୍ୟ ସହାୟତା ପ୍ରାପ୍ତ ହେବ | ଏହି ପଦକ୍ଷେପ ଯୋଗୁଁ ଉଭୟ ଗୃହ କ୍ରେତା ଓ ରିଅଲ ଇଷ୍ଟେଟ ଡେଭେଲପର ଲାଭାନ୍ଵିତ ହେବେ |

ରିଅଲ ଇଷ୍ଟେଟ କ୍ଷେତ୍ର ହେଉଛି ବିଶ୍ଵ ସ୍ତରୀୟ ପ୍ରମୁଖ କ୍ଷେତ୍ର ମଧ୍ୟରୁ ଅନ୍ୟତମ ଯାହା ଅର୍ଥନୀତି ଅଭିବୃଦ୍ଧି ହାର ବୃଦ୍ଧି କରିବାରେ ମହତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ | ଭାରତରେ ମୁଖ୍ଯତଃ ଆବାସ ଓ ନିର୍ମାଣ କ୍ଷେତ୍ରକୁ ନେଇ ରିଅଲ ଇଷ୍ଟେଟ କ୍ଷେତ୍ର ଗଠିତ | ଏହା ନିଯୁକ୍ତି ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ | ଇସ୍ପାତ ଓ ସିମେଣ୍ଟ ଭଳି ମୁଖ୍ୟ କ୍ଷେତ୍ର ସମେତ ଅର୍ଥବ୍ୟବସ୍ଥାକୁ ପରିବ୍ୟାପ୍ତ କରିବାରେ ମଧ୍ୟ ଏହା ମୁଖ୍ୟ ଭୂମିକା ନିଭାଇଥାଏ |

ଭାରତୀୟ ଅର୍ଥବ୍ୟବସ୍ଥାକୁ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ଭାବେ ପ୍ରଭାବିତ କରୁଥିବା 14ଟି ପ୍ରମୁଖ କ୍ଷେତ୍ର ମଧ୍ୟରେ ରିଅଲ ଇଷ୍ଟେଟ ତୃତୀୟ ସ୍ଥାନରେ ରହିଛି | ରିଅଲ ଇଷ୍ଟେଟ କ୍ଷେତ୍ରରେ ବିକାଶକୁ ପ୍ରୋତ୍ସାହନ ଲାଗି ସରକାରଙ୍କ ଦ୍ଵାରା ନିଆଯାଇଥିବା କୌଣସି ପଦକ୍ଷେପ ମୋଟ ଦେଶୀୟ ଉତ୍ପାଦ (ଜିଡ଼ିପି) ର ସାମଗ୍ରିକ ଅଭିବୃଦ୍ଧି ହାର ବୃଦ୍ଧି ଲାଗି ସହାୟକ ହେବ |

ଭାରତୀୟ ଅର୍ଥବ୍ୟବସ୍ଥାର ଆକାରକୁ ଦୃଷ୍ଟିରେ ରଖି ଭାରତର ରିଅଲ ଇଷ୍ଟେଟ କ୍ଷେତ୍ରର ଆକାର 2030 ସୁଦ୍ଧା 1 ଟ୍ରିଲିୟନ ଡଲାରରେ ପହଞ୍ଚିବାର ଆଶା କରାଯାଉଥିବା ବେଳେ 2025 ସୁଦ୍ଧା ଦେଶର ଜିଡ଼ିପିରେ ରିଅଲ ଇଷ୍ଟେଟ କ୍ଷେତ୍ରର ଯୋଗଦାନ ବୃଦ୍ଧି ପାଇ 13 ପ୍ରତିଶତ ହେବାର ଆଶା କରାଯାଉଛି | ଏହା ବ୍ୟତୀତ ପ୍ରତ୍ୟକ୍ଷ ବିଦେଶୀ ନିବେଶକୁ ଆକର୍ଷିତ କରିବା ପାଇଁ ରିଅଲ ଇଷ୍ଟେଟ କ୍ଷେତ୍ରରେ ଅନେକ ଅବସର ରହିଛି |ଉଦ୍ୟୋଗିକ ନୀତି ଓ ସମ୍ବର୍ଦ୍ଧନ ବିଭାଗ ଅନୁଯାୟୀ ଭାରତରେ ନିର୍ମାଣ ବିକାଶ କ୍ଷେତ୍ରକୁ ଅପ୍ରେଲ 2000ରୁ ମାର୍ଚ୍ଚ 2019 ଅବଧିରେ 25.04 ବିଲିଅନ ଡଲାର ର ପ୍ରତ୍ୟକ୍ଷ ବିଦେଶୀ ନିବେଶ ପ୍ରାପ୍ତ ହୋଇଛି |

ସୂଚନା ଯୋଗ୍ୟଯେ ରିଅଲ ଇଷ୍ଟେଟ ନିବେଶ ଟ୍ରଷ୍ଟ (ଆରଇଆଇଟି) ପ୍ଲାଟଫର୍ମ ଭାରତୀୟ ନିୟାମକ ବୋର୍ଡ (ସେବି) ର ଅନୁମୋଦନ ଲାଭ କରିଛି | ଏହାଦ୍ଵାରା ଭାରତୀୟ ରିଅଲ ଇଷ୍ଟେଟ ବଜାରରେ ନିବେଶ ଲାଗି ସବୁ ପ୍ରକାରର ନିବେଶକଙ୍କୁ ଅନୁମତି ମିଳିବ | ଏଥିଯୋଗୁଁ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ବଜାରରେ 19.65 ବିଲିଅନ ଡଲାରର ସୁଯୋଗ ସୃଷ୍ଟି ହେବ | ବର୍ତ୍ତମାନ ପରିପ୍ରେକ୍ଷୀରେ ଭାରତୀୟ ରିଅଲ ଇଷ୍ଟେଟ ଡେଭେଲପର ମାନେ ସାନି ଚାଲେଞ୍ଜ ଗୁଡିକର ସମ୍ମୁଖୀନ ହେଉଛନ୍ତି|

ଭାରତୀୟ ରିଅଲ ଇଷ୍ଟେଟ କ୍ଷେତ୍ରରେ ଏଫଡ଼ିଆଇର ବୃଦ୍ଧି ପାଉଥିବା ପ୍ରବାହ ମଧ୍ୟ ଅଧିକ ପାରଦର୍ଶିତାକୁ ପ୍ରୋତ୍ସାହିତ କରିଥାଏ ବୋଲି ବିବେଚନା କରାଯାଏ | ବିଭିନ୍ନ ସହରରେ ବୃଦ୍ଧି ପାଉଥିବା ଆବାସ ଆବଶ୍ୟକତାର ପୂରଣ କରିବା ପାଇଁ ରିଅଲ ଇଷ୍ଟେଟ ଡେଭେଲପର୍ସ, ନିର୍ମାଣ ସମ୍ବଳ ଓ ସଂଗଠିତ ଶ୍ରମଶକ୍ତି ଲାଗି କେନ୍ଦ୍ରୀଭୂତ ପ୍ରକ୍ରିୟାରେ ମଧ୍ୟ ନିବେଶ କରୁଛନ୍ତି | ସେମାନେ ପ୍ରକଳ୍ପ ପରିଚାଳନା, ବାସ୍ତୁକଳା ଓ ଇଞ୍ଜିନିଅରିଙ୍ଗ ଭଳି କ୍ଷେତ୍ରରେ ଉଚ୍ଚ ଶିକ୍ଷିତ ଓ ଯୋଗ୍ୟ ପେଷାଦାର ମାନଙ୍କୁ ଦାୟିତ୍ଵ ଦେଉଛନ୍ତି |

ଏହି ସବୁକୁ ଧ୍ୟାନରେ ରଖି ଭାରତୀୟ ଅର୍ଥବ୍ୟବସ୍ଥାର ସମଗ୍ର ବିକାଶକୁ ପ୍ରୋତ୍ସାହନ ଲାଗି ଭାରତର ଏହି ପ୍ରମୁଖ କ୍ଷେତ୍ରର ମହତ୍ବପୂର୍ଣ୍ଣ ଭୂମିକାକୁ କେହିବି ଅଣଦେଖା କରିପାରିବେ ନାହିଁ | ବାସ୍ତବରେ ସରକାରଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ଏହା ଏକ ସକାରାତ୍ମକ ପଦକ୍ଷେପ ଓ ଏହା ରିଅଲ ଇଷ୍ଟେଟ କ୍ଷେତ୍ରର ପୁନରୁଦ୍ଧାର ଲାଗି ଅତ୍ୟନ୍ତ ମହତ୍ବପୂର୍ଣ୍ଣ |

ମୂଳ ଲେଖା : ଆଦିତ୍ୟ ରାଜ ଦାସ, ବରିଷ୍ଠ ଅର୍ଥନୈତିକ ସାମ୍ବାଦିକ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...