Skip to main content

ବ୍ରିକ୍ସ ରାଷ୍ଟ୍ରସମୂହ ସହ ଭାରତର ସମ୍ପର୍କ ବୃଦ୍ଧି

ଭାରତର ବହୁପକ୍ଷୀୟ ଆଭିମୁଖ୍ୟରେ ଏହାର ବିଦେଶୀ ନୀତିରେ ବ୍ରିକ୍ସ ସମୂହର ଏକ ଅତ୍ୟନ୍ତ ମହତ୍ବପୂର୍ଣ୍ଣ କୌଶଳଗତ ସ୍ଥାନ ରହିଛି | ବିଶ୍ଵ ଭୂ-ରାଜନୀତିରୁ ଭୂ-ଅର୍ଥନୀତିକୁ ଗତି କରୁଥିବା ସମୟରେ, ବ୍ରିକ୍ସ ରାଷ୍ଟ୍ରମାନଙ୍କରେ ଉଭା ହେଉଥିବା ଅର୍ଥବ୍ୟବସ୍ଥା ଭବିଷ୍ୟତରେ ବିଶ୍ଵର ପ୍ରମୁଖ ସଂସ୍ଥା ମଧ୍ୟରେ ପରିଗଣିତ ହେବ | ଏହି ସନ୍ଦର୍ଭରେ ବ୍ରାଜିଲର ରାଜଧାନୀ ବ୍ରସିଲିଆରେ ଏକାଦଶ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି | ଶିଖର ସମ୍ମିଳନୀ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ସମ୍ମିଳନୀର ମହତ୍ଵ ଉପରେ ବର୍ଣ୍ଣନା କରିବାକୁ ଯାଇ କହିଥିଲେ ଯେ ଭାରତ ଓ ବ୍ରିକ୍ସର ଅନ୍ୟ ସଦସ୍ୟ ରାଷ୍ଟ୍ର ମାନେ ବ୍ରିକ୍ସ ଢାଞ୍ଚା ମଧ୍ୟରେ ଆତଙ୍କବାଦ ବିରୁଦ୍ଧରେ ସହଯୋଗ ପାଇଁ ଏକ ବ୍ୟବସ୍ଥା ଗଠନ ଲାଗି ଯୋଜନା କରୁଛନ୍ତି |

ଭାରତର ପ୍ରଧାନମନ୍ତ୍ରୀ ବ୍ରିକ୍ସ ବ୍ୟବସାୟ ପରିଷଦରେ ଉଦବୋଧନ ବେଳେ କହିଥିଲେ ଯେ ବିଶ୍ଵ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ବିଶ୍ଵ ଆର୍ଥିକ ଅଭିବୃଦ୍ଧିର 50 ପ୍ରତିଶତ ବ୍ରିକ୍ସ ରାଷ୍ଟ୍ର ଗୁଡିକର ଅବଦାନ ରହିଛି | ତେବେ ଏହା ସତ୍ତ୍ୱେ ମଧ୍ୟ ଏହି ରାଷ୍ଟ୍ର ଗୋଷ୍ଠୀର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ଜ୍ଞାନକୌଶଳ ଓ ଅଭିନବ ପ୍ରୟାସ ବଳରେ ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟମୁକ୍ତ କରାଯାଇପାରିଛି | ଆମ ବଜାରର ଆକାର ଓ ବିବିଧତା ପରସ୍ପର ମଧ୍ୟରେ ପରିପୂରକ | ବ୍ରିକ୍ସ ବ୍ୟବସାୟ ଫୋରମରେ ଭାରତରେ ନିବେଶ ଲାଗି ଆହ୍ଵାନ ଜଣାଇ ସେ କହିଛନ୍ତି ଯେ ଭାରତ ହେଉଛି ବିଶ୍ଵର ସର୍ବୋତ୍ତମ ମୁକ୍ତ ତଥା ପୁଞ୍ଜି ନିବେଶ ଅନୁକୂଳ ଅର୍ଥନୀତି ରାଷ୍ଟ୍ର | ଭାରତରେ ପୁଞ୍ଜି ନିବେଶର ଅସିମ ସମ୍ଭାବନା ଓ ସୁଯୋଗ ରହିଛି ବୋଲି ଜଣାଇ ଭାରତରେ ବିଶେଷକରି ଭିତ୍ତି ଭୂମି ବିକାଶ କ୍ଷେତ୍ରରେ ପୁଞ୍ଜି ନିବେଶ ଲାଗି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ବ୍ୟବସାୟୀ ମାନଙ୍କୁ ସେ ଆହ୍ଵାନ ଦେଇଥିଲେ| ସେ କହିଥିଲେ ଯେ ବ୍ରିକ୍ସର ଆଗାମୀ ଶିଖର ବୈଠକ ବସିବା ପୂର୍ବରୁ ଅତିକମରେ ପାଞ୍ଚୋଟି କ୍ଷେତ୍ର ଚିହ୍ନଟ କରି ଆପୋଷ ସ୍ଵାର୍ଥ ଆଧାରରେ ମିଳିତ ସହଯୋଗରେ କାର୍ଯ୍ୟ କରିବା ଉଚିତ | 

ବ୍ରିକ୍ସ ଫୋରମ, ସଦସ୍ୟ ରାଷ୍ଟ୍ରର ଶୀର୍ଷ ନେତା ମାନଙ୍କୁ ଆନ୍ତର୍ଜାତୀୟ ଉଦବେଗ ତଥା ଆପୋଷ ସ୍ଵାର୍ଥ ସମ୍ବଳିତ ପ୍ରସଙ୍ଗ ନେଇ ବ୍ୟାପକ ଆଲୋଚନା କରିବା ଲାଗି ଅବସର ପ୍ରଦାନ କରିଥାଏ | ଏହି ବ୍ରିକ୍ସ ସମ୍ମିଳନୀ, ଦ୍ଵିପକ୍ଷୀୟ, ଆଞ୍ଚଳିକ ଓ ବହୁପକ୍ଷୀୟ ପ୍ରସଙ୍ଗ ନେଇ ମତ ଆଦାନ ପ୍ରଦାନ ଲାଗି ନେତାମାନଙ୍କୁ ସୁଯୋଗ ପ୍ରଦାନ କରିଥାଏ | ଏହି ଶିଖର ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୂତିନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ | ରାଷ୍ଟ୍ରପତି ପୂତିନଙ୍କ ସହ ବୈଠକ ଅତ୍ୟନ୍ତ ସଫଳ ଥିଲା ବୋଲି ପ୍ରଧାନମନ୍ତ୍ରୀ ଟୁଇଟ କରି ଜଣାଇଥିଲେ ଓ ଭାରତ ଓ ରୁଷ ମଧ୍ୟରେ ଥିବା ସମ୍ପର୍କର ବ୍ୟାପକ ସମୀକ୍ଷା କରାଯାଇଥିଲା ବୋଲି ସେ କହିଥିଲେ | ଭାରତ ଓ ରୁଷ ବାଣିଜ୍ୟ, ସୁରକ୍ଷା ଓ ସଂସ୍କୃତି ଭଳି କ୍ଷେତ୍ରରେ ଦୃଢ ସହଯୋଗ କରୁଛନ୍ତି | ଦ୍ଵିପକ୍ଷୀୟ ସମ୍ପର୍କ ଯୋଗୁଁ ଦୁଇ ଦେଶର ଲୋକମାନେ ଉପକୃତ ହେବେ | ପୂତିନ କହିଛନ୍ତି ଯେ ରୁଷ ଓ ଭାରତ ମଧ୍ୟରେ ଦ୍ଵିପକ୍ଷୀୟ କାରବାର 17 ପ୍ରତିଶତ ଅଭିବୃଦ୍ଧି ହାର ବୃଦ୍ଧି ପାଇଛି | ରାଷ୍ଟ୍ରପତି ପୂତିନ, ଆସନ୍ତା ବର୍ଷ ମେ ମାସରେ ରୁଷରେ ଅନୁଷ୍ଠିତ ହେବାକୁ ଥିବା ବିଜୟ ଦିବସ ସମାରୋହରେ ଯୋଗ ଦେବା ଲାଗି ଶ୍ରୀ ମୋଦୀଙ୍କୁ ଆମନ୍ତ୍ରଣ କରିଛନ୍ତି |

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ମଧ୍ୟ ଆଳାପ ଆଲୋଚନା କରିଥିଲେ | ସେମାନଙ୍କ ମଧ୍ୟରେ ମମଲ୍ଲାପୁରମରେ ଦ୍ଵିତୀୟ ଅଣଆନୁଷ୍ଠାନିକ ଶିଖର ସମ୍ମିଳନୀର ଗୋଟିଏ ମାସ ପରେ ଦ୍ଵିତୀୟ ଥର ଲାଗି ଏହି ସାକ୍ଷାତ ଆଲୋଚନା ହୋଇଥିଲା | ଉଭୟ ନେତା ଭାରତ ଓ ଚୀନ ମଧ୍ୟରେ ଦ୍ଵିପକ୍ଷୀୟ ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ମୁଖ୍ୟତଃ ଆଲୋଚନା କରିଥିଲେ | ଭାରତ ଦ୍ଵାରା ଆଞ୍ଚଳିକ ବ୍ୟାପକ ଆର୍ଥିକ ଭାଗୀଦାରୀ (ଆରସିଇପି)ରେ ଯୋଗ ନଦେବାଲାଗି ନିଷ୍ପତ୍ତି ନେବାର ଅଳ୍ପ କିଛି ଦିନ ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା | ସୂଚନା ଯୋଗ୍ୟ ଯେ ଭାରତ ଆରସିଇପିରେ ସାମିଲ ହେଉ ବୋଲି ଚୀନ ଚାହେଁ ଓ ଚୀନର ନେତାମାନେ ଏସଙ୍କ୍ରାନ୍ତରେ ଏବେ ମଧ୍ୟ ଆଶା ରଖିଛନ୍ତି | ଏହି ବୈଠକ କାଳରେ ରାଷ୍ଟ୍ରପତି ସି ଜିନପିଙ୍ଗ, ଦ୍ଵିତୀୟ ଅଣଆନୁଷ୍ଠାନିକ ବୈଠକ ସମୟରେ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ | ସେ ମଧ୍ୟ ଆସନ୍ତା ବର୍ଷ ଚୀନ ଦ୍ଵାରା ଆୟୋଜିତ ହେବାକୁ ଥିବା ତୃତୀୟ ଅଣଆନୁଷ୍ଠାନିକ ଶିଖର ବୈଠକ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ କରିଥିଲେ | ବାଣିଜ୍ୟ ଓ ଅର୍ଥନୀତି ଉପରେ ଏକ ନୂତନ ଉଚ୍ଚ ସ୍ତରୀୟ ବ୍ୟବସ୍ଥା ଖୁବ ଶୀଘ୍ର ପ୍ରତିଷ୍ଠା ଲାଗି ଦୁଇ ନେତା ମତବ୍ୟକ୍ତ କରିଥିଲେ | ଉଭୟ ନେତା, ଦୁଇ ଦେଶର ସ୍ଵତନ୍ତ୍ର ପ୍ରତିନିଧି ମାନଙ୍କ ମଧ୍ୟରେ ସୀମା ସଙ୍କ୍ରାନ୍ତୀୟ ମାମଲା ନେଇ ଆଉ ଏକ ବୈଠକ କରିବା ଲାଗି ସେମାନଙ୍କ ଇଚ୍ଛା ବ୍ୟକ୍ତ କରିଥିଲେ ଓ ସୀମା ଇଲାକାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ନେଇ ଦୋହୋରାଇଥିଲେ | ସେମାନେ ମଧ୍ୟ ବ୍ରିକ୍ସ, ଡବ୍ଲ୍ୟୁଟିଓ ଓ ଆରସିଇପି ଭଳି ପାରସ୍ପରିକ ପ୍ରସଙ୍ଗ ଉପରେ ବ୍ୟାପକ ଚର୍ଚ୍ଚା କରିଥିଲେ | 

ଭାରତର ପ୍ରଧାନମନ୍ତ୍ରୀ ଓ ଚୀନ ରାଷ୍ଟ୍ରପତି, ଆସନ୍ତା ବର୍ଷହେବାକୁ ଥିବା ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନାର 70 ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ପ୍ରସ୍ତୁତିର ସମୀକ୍ଷା କରିଥିଲେ | ଏହି ସମାରୋହ ପାଳନ ଦ୍ଵାରା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଦୃଢୀଭୂତ ହେବ ବୋଲି ନେତା ଦ୍ୱୟ ସହମତି ପ୍ରକାଶ କରିଛନ୍ତି | 




ମୂଳ ଲେଖା : ରୂପା ନାରାୟଣ ଦାସ, ରଣନୀତିକ ବିଶ୍ଳେଷକ 

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...